ତମାଖୁ ବିରୁଦ୍ଧରେ ନାରୀ ଶକ୍ତି
ନୂଆ କରି ଉଦ୍ଘାଟିତ ହୋଇଥିବା ଅଫିସକୁ ମୁଁ ସିଡ଼ି ପାହାଚ ଦେଇ ଚଢ଼ୁଥାଏ। ଅଧା ପାହାଚରେ ଏକ କୋଣରେ କେହି ଜଣେ ପାନ ମସଲା ଖାଇ ଥୁକ ପକେଇଥିବାର ମୋ ଦୃଷ୍ଟିରେ ପଡ଼ିଲା। ମନରେ ବହୁତ ରାଗ ଆସିଲା, କ୍ଷୋଭ ବି। କାମ ସାରି ତଳକୁ ଆସିଲି ତ ପଡ଼ିଆ ସାରା ଉଦ୍ଘାଟନୀ ଉତ୍ସବର ଆବର୍ଜନା ଦେଖିବାକୁ ପାଇଲି। ତନ୍ମଧ୍ୟରେ ଅର୍ଦ୍ଧାଧିକ କେବଳ ବ୍ୟବହୃତ ପାନ ମସଲା ପ୍ୟାକେଟ ହିଁ ଥିଲା। ଆଉ ପଡ଼ିଆ ସାରା ପାନ […]
ନୂଆ କରି ଉଦ୍ଘାଟିତ ହୋଇଥିବା ଅଫିସକୁ ମୁଁ ସିଡ଼ି ପାହାଚ ଦେଇ ଚଢ଼ୁଥାଏ। ଅଧା ପାହାଚରେ ଏକ କୋଣରେ କେହି ଜଣେ ପାନ ମସଲା ଖାଇ ଥୁକ ପକେଇଥିବାର ମୋ ଦୃଷ୍ଟିରେ ପଡ଼ିଲା। ମନରେ ବହୁତ ରାଗ ଆସିଲା, କ୍ଷୋଭ ବି। କାମ ସାରି ତଳକୁ ଆସିଲି ତ ପଡ଼ିଆ ସାରା ଉଦ୍ଘାଟନୀ ଉତ୍ସବର ଆବର୍ଜନା ଦେଖିବାକୁ ପାଇଲି। ତନ୍ମଧ୍ୟରେ ଅର୍ଦ୍ଧାଧିକ କେବଳ ବ୍ୟବହୃତ ପାନ ମସଲା ପ୍ୟାକେଟ ହିଁ ଥିଲା। ଆଉ ପଡ଼ିଆ ସାରା ପାନ ମସଲା ଥୁକର ଚିହ୍ନ। ଦେଖିଲେ ଲାଗୁଥିଲା ଏହା ଯେମିତି ନୂତନ ଗୃହ ଉଦ୍ଘାଟନ ଉତ୍ସବ ନଥିଲା। ଏହାଥିଲା ବିଭିନ୍ନ ବ୍ରାଣ୍ଡର ପାନମସଲା ସବୁର ଏକ ପ୍ରଦର୍ଶନୀ ମେଳା।
ମୁଁ ବୁଝି ପାରୁ ନ ଥିଲି ଆମ ଯୁବ ସମାଜ ଏ ସବୁ ବ୍ୟବହାର କରିବାକୁ ଏତେ ଉତ୍କଣ୍ଠିତ କାହିଁକି? କ’ଣ ଅଛି ଏଥିରେ? କି ଶକ୍ତି ଓ ଆନନ୍ଦ ମିଳୁଛି ସେମାନଙ୍କୁ ଏ ସବୁରୁ? ସହର ହେଉ ବା ଗାଁ, ଗଳିଗଳିରେ ଦୋକାନରେ ବି ପାନ ମସଲାର ସମ୍ଭାର। ସଂଖ୍ୟାଧିକ ଯୁବକ ଏହାରି କବଳିତ। ଯଦି କେବେ ସେମାନଙ୍କୁ ଏହାର କାରଣ ପଚରା ଯାଏ ତେବେ କିଛି ନା କିଛି ଗୋଟେ ବାହାନା ଦେଖାଇ ଦିଆଯାଏ। ସବୁଠୁ ବେଶି ହସ ଲାଗେ ଯେତେବେଳେ ପାନ ମସଲା ଖାଉଥିବା ଲୋକ ମଦ୍ୟପକୁ ଆଉ ମଦ୍ୟପ ଡ୍ରଗସ ବ୍ୟବହାରକାରୀଙ୍କୁ ଆତ୍ମନିୟନ୍ତ୍ରଣହୀନ ବ୍ୟକ୍ତି ହିସାବରେ ଗଣନା କରେ। ପୁଣି ଏ ସାଦା ପାନ ମସଲା ବ୍ୟବହାରକାରୀ ନିଜକୁ କଡ଼ା ପାନ ମସଲା ବ୍ୟବହାରକାରୀଠାରୁ ନିଜକୁ ଶ୍ରେଷ୍ଠ ବୋଲି ବିଚାର କରନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ଯଦିଓ ବିଡ଼ି ଏବଂ ସିଗାରେଟର ବ୍ୟବହାର କମ ହେଉଛି, କିନ୍ତୁ ଏହି ସବୁ ବଦଳରେ ପାନ ମସଲାର ବ୍ୟବହାର ଦିନକୁ ଦିନ ବଢ଼଼ି ଚାଲିଛି। ତାହା ପୁଣି ଯୁବଗୋଷ୍ଠୀଙ୍କ ମଧ୍ୟରେ, ଯେଉଁମାନଙ୍କ ଆଗରେ ଏକ ସୁନ୍ଦର ଭବିଷ୍ୟତ ପଡ଼ି ରହିଛି। ଏହା ଆମ ପାଇଁ ଘୋର ଚିନ୍ତାର ବିଷୟ।
ଟବାକୋ ମୁକ୍ତ ପାନ ମସଲା ବାସ୍ତବରେ କେତେ ଦୂର ଟବାକୋ ମୁକ୍ତ? ୨୦୧୯ ମସିହାରେ ବିହାରରେ ବାର ଗୋଟି ପାନ ମସଲା ବ୍ରାଣ୍ଡକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନ୍ୟାସନାଲ ଟୋବାକୋ ଟେଷ୍ଟିଂ ଲବ୍ରୋଟରିରେ ପରୀକ୍ଷା କରାଯାଇଥିଲା। ଏହି ବାର ଗୋଟି ନମୁନାରୁ ସାତଟିରେ ନିକୋଟିନ ମିଳିଥିଲା। ଏଥିରୁ ଅନୁମାନ କରାଯାଇ ପାରେ କେତେ ସୁରକ୍ଷିତ ଆମ ଯୁବ ସମାଜ। ପାନ ମସଲା ଏପରି ଏକ ଦ୍ରବ୍ୟ, ଯାହାର ସେବନକୁ ଅଧିକାଂଶ ଲୋକ ଗୁରୁତର ସହ ବିଚାର କରି ନଥାନ୍ତି କିମ୍ୱା ଏହାର କୁପ୍ରଭାବ ବିଷୟରେ ଅଜ୍ଞ ଥାଆନ୍ତି। ଅନେକ ବ୍ୟକ୍ତି ସର୍ବସମ୍ମୁଖରେ ଏହାର ବ୍ୟବହାର କରିବାକୁ କୁଣ୍ଠାବୋଧ ବି କରି ନଥା’ନ୍ତି। ଏ ପ୍ରକାର ମୃଦୁ ଜହର ଅନ୍ୟ ମାଦକ ଦ୍ରବ୍ୟ ଭଳି ସେବନକାରୀର ତ କ୍ଷତି ଘଟାଏ, ତା’ ସହିତ ସାରା ପରିବାରକୁ ମଧ୍ୟ ଅନ୍ଧକାରକୁ ଠେଲି ଦେଇଥାଏ। ବର୍ତ୍ତମାନ ସମୟରେ ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ଏହା କବଳରେ କବଳିତ।
ଗୋଟିଏ କଥା ମୁଖ୍ୟତଃ ମନକୁ ଆସେ ଯୁବ ସମାଜକୁ ଏହି କୁଅଭ୍ୟାସରୁ ନିବୃତ୍ତ କରିବାକୁ ଆମେ ସମସ୍ତେ କେତେଦୂର ଯତ୍ନଶୀଳ? ସମୟ ଥିଲା, ଲୋକ ଏହାର ଅପକାରିତା ସମ୍ବନ୍ଧରେ ସଚେତନ ନଥିଲେ। ଗୋଟିଏ ପରିବାରର ଜଣେ ପୁରୁଷ ଖଇନି ଖାଉଥିଲେ ସେହି ପରିବାରର ଆଉ ଜଣେ ପୁରୁଷଙ୍କ ପତ୍ନୀ ସ୍ୱାମୀଙ୍କୁ ଖଇନି ଖାଇବାକୁ ପ୍ରବର୍ତ୍ତାଉ ଥିଲେ। ଘରର କୋଠ ପଇସାରୁ ଖଇନି କିଣା ଯାଉଥିବାରୁ ଯୌଥ ପରିବାରମାନଙ୍କରେ ଜିଦି ଏବଂ ଏହାର କୁପରିଣାମ ବିଷୟରେ ରହିଥିବା ଅଜ୍ଞତା ଏହାର କାରଣ ଥିଲା। ବର୍ତ୍ତମାନ ସମୟ ବଦଳି ସାରିଛି। ଲୋକ କେତେକାଂଶରେ ସଚେତନ ହୋଇସାରିଛନ୍ତି। କିନ୍ତୁ କେବଳ ସଚେତନତା, ବିଜ୍ଞାପନ ଉପରେ ନିର୍ଭର କରି ଆମେ କ’ଣ ପରିବର୍ତ୍ତନ ଆଣି ପାରିବା? ପରିବାର ପରିଜନ ଏ ଦିଗରେ ପ୍ରାଥମିକ ଉଦ୍ୟମ ଆରମ୍ଭ କରିବା ଉଚିତ। କଥା ପ୍ରସଙ୍ଗରେ ଜଣେ ବନ୍ଧୁଙ୍କ ପାନ ମସଲା ଖାଇବା କଥା ଯେତେବେଳେ ତାଙ୍କର ସହଧର୍ମିଣୀଙ୍କୁ କହିଦେବି ବୋଲି ଜଣାଇଲି ସେ ଖୁବ୍ ହସିଲେ। କହିଲେ, ‘ତାଙ୍କ ପତ୍ନୀ ହିଁ ତାଙ୍କୁ ସେଦିନ ତିରିଶ ଟଙ୍କା ପାନ ମସଲା ଖିଆ ଖର୍ଚ୍ଚ ଦେଇଛନ୍ତି।’ ଜଣେ ଶିକ୍ଷିତା ମହିଳା ହୋଇ ମଧ୍ୟ ସେ ସ୍ୱାମୀଙ୍କ ପାନ ମସଲା ଖିଆକୁ ବିରୋଧ କରନ୍ତି ନାହିଁ। ଘରେ ପୁଅଟିଏ ପାନ ମସଲା ଖାଏ, ଏକଥା ତା’ର ମା’, ପତ୍ନୀ, ଭଉଣୀ, ଝିଅ, ଏପରିକି ବାହାରେ ତାହାର ବାନ୍ଧବୀ ମଧ୍ୟ ଜାଣନ୍ତି। କିନ୍ତୁ ଏମାନଙ୍କ ସଂଖ୍ୟା କେତେ, ଯେଉଁମାନେ ପାନ ମସଲା ସେବନକାରୀଙ୍କୁ ନିବୃତ୍ତ ହେବାକୁ ପରାମର୍ଶ ଦିଅନ୍ତି?
ଘରେ ମହିଳାଙ୍କ ପରି ପୁରୁଷ ସଦସ୍ୟ ବି ଥାଆନ୍ତି ଓ ବାହାରେ ପୁରୁଷ ବନ୍ଧୁ ମଧ୍ୟ। କିନ୍ତୁ ଏଠାରେ କେବଳ ମହିଳାମାନଙ୍କୁ ଏଥିପାଇଁ ମୁଁ କହୁଛି ଯେ ମା’, ପତ୍ନୀ, ଭଉଣୀ, କନ୍ୟା ଓ ବାନ୍ଧବୀଙ୍କ ଭୂମିକା ଜଣେ ପୁରୁଷ ପାଇଁ କିଛି ସ୍ୱତନ୍ତ୍ର ହୋଇଥାଏ। ଜଣେ ମଣିଷ ତାହାରି କଥା ବେଶି ଶୁଣେ। ବେଶିମାନେ ଯାହାକୁ ସେ ଅନ୍ତରର ସହ ଭଲ ପାଏ। ପ୍ରାରମ୍ଭିକ ଅବସ୍ଥାରେ ଅନେକ ସ୍ଥଳରେ ଏମାନେ ହିଁ ବ୍ୟକ୍ତିର ଏପରି ଖରାପ ଅଭ୍ୟାସକୁ ଅନ୍ୟମାନଙ୍କଠାରୁ ଲୁଚାଇ ରଖି ଥାଆନ୍ତି। ନାରୀଟିଏ ପାଖରେ ଏମିତି କିଛି ଶକ୍ତି ଥାଏ, ଯାହା ଜଣେ ପୁରୁଷକୁ ଅନେକାଂଶରେ ପରିବର୍ତ୍ତନ କରିପାରେ। ଅବଶ୍ୟ କ୍ୱଚିତ ସ୍ଥଳରେ ଏହାର ବ୍ୟତିକ୍ରମ ମଧ୍ୟ ଦେଖାଦିଏ। କିନ୍ତୁ ନାରୀଟିଏ ଯେକୌଣସି ଭୂମିକାରେ ଅବତୀର୍ଣ୍ଣ ହେଉନା କାହିଁକି, ପୁରୁଷକୁ ସତ୍ମାର୍ଗରେ ପରିଚାଳିତ କରିବା ତା’ର ପ୍ରମୁଖ ଭୂମିକା ହେବା ଉଚିତ। ପ୍ରେମ ଓ ତ୍ୟାଗ ଜୀବନର ଅନେକ କିଛି ଧାରାକୁ ବଦଳାଇ ଦେଇଥାଏ, ଯାହା କୌଣସି ନୀତି, ନିୟମ, ଭୟ ଆଦି ବଦଳାଇ ପରି ନଥାଏ। ନାରୀଟିଏ ଜାଣେ ତା’କୁ ଅଧିକ ଭଲ ପାଉଥିବା ଲୋକ ଜଣକ ହିଁ ତା’ର କଥାକୁ ଏଡ଼ାଇ ଦେଇପାରେ ନାହିଁ। ପ୍ରଥମେ ସେଇ ନାରୀ ହିଁ ବୁଝୁ ଏଇ ବିଷ ବଳୟକୁ ଆଉ ରକ୍ଷା କରୁ ତା’ର ସମ୍ପର୍କର ଡୋରିକୁ। ତା’ର ପୁତ୍ର, ଭ୍ରାତା, ସ୍ୱାମୀ, ପିତା କିମ୍ୱା ବନ୍ଧୁଙ୍କୁ। ନାରୀଟିଏ ହିଁ ନିଜର ଶକ୍ତି, ସାହସ, ଧୈର୍ଯ୍ୟ, ତ୍ୟାଗ ପ୍ରଦର୍ଶନ କରି ଆଜିର ଏ ଯୁବ ସମାଜକୁ ରକ୍ଷା କରି ସେମାନଙ୍କ ପାଇଁ ଅଭୟ ବରଦାୟିନୀ ହେଉ।
ସ୍ମିତା ପଣ୍ଡା
ନରସିଂହପୁର, ମୋ: ୭୦୦୮୨୪୩୬୭୨