ଅଶାନ୍ତ ମଣିପୁର ଜାତୀୟ ସୁରକ୍ଷା ପାଇଁ ଚେତାବନୀ

The Sakala Picture
Published On

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଗତ ପ୍ରାୟ ଦେଢ଼ମାସ ଧରି ଯେଉଁ ଜାତିଗତ ଦଙ୍ଗାଗୋଳ ସଂଖ୍ୟାଗରିଷ୍ଠ ମୈତେଇ ଓ ସଂଖ୍ୟାଲଘୁ କୁକିଙ୍କ ମଧ୍ୟରେ ଚାଲିଛି ତାହା ଥମିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଭୀଷଣ ଆକାର ଧାରଣ କରୁଛି। ରାଜଧାନୀ ଇମ୍ଫାଲରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଚାଲିଥିବାବେଳେ ରାଜ୍ୟର ମନ୍ତ୍ରୀ ଓ ଲୋକ ପ୍ରତିନିଧିଙ୍କ ଘରକୁ ମଧ୍ୟ ପ୍ରତିପକ୍ଷର ଲୋକେ ଜାଳି ଦେଉଥିବାର ଖବର ମିଳିଛି। ମଣିପୁରରେ ବିଜେପି ନେତୃତ୍ୱରେ ଏକ ସରକାର କ୍ଷମତାରେ […]

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଗତ ପ୍ରାୟ ଦେଢ଼ମାସ ଧରି ଯେଉଁ ଜାତିଗତ ଦଙ୍ଗାଗୋଳ ସଂଖ୍ୟାଗରିଷ୍ଠ ମୈତେଇ ଓ ସଂଖ୍ୟାଲଘୁ କୁକିଙ୍କ ମଧ୍ୟରେ ଚାଲିଛି ତାହା ଥମିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଭୀଷଣ ଆକାର ଧାରଣ କରୁଛି। ରାଜଧାନୀ ଇମ୍ଫାଲରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଚାଲିଥିବାବେଳେ ରାଜ୍ୟର ମନ୍ତ୍ରୀ ଓ ଲୋକ ପ୍ରତିନିଧିଙ୍କ ଘରକୁ ମଧ୍ୟ ପ୍ରତିପକ୍ଷର ଲୋକେ ଜାଳି ଦେଉଥିବାର ଖବର ମିଳିଛି। ମଣିପୁରରେ ବିଜେପି ନେତୃତ୍ୱରେ ଏକ ସରକାର କ୍ଷମତାରେ ରହିଛି। ସେଠାରେ ଅର୍ଦ୍ଧସାମରିକ ବାହିନୀ ଓ ନିରାପତ୍ତା ବାହିନୀର ଯବାନଙ୍କ ଉପସ୍ଥିତି ସତ୍ତ୍ବେ ଖୋଲା ଖୋଲି ଭାବେ ହିଂସାକାଣ୍ଡ ଓ ଗୃହଦାହ ଚାଲିଛି। ସତେଯେପରି ରାଜ୍ୟରେ ଏକ ସରକାର ଓ ଶାସନ ଥିବା ଭଳି ଅନୁଭବ ହେଉନାହିଁ। ମଣିପୁରର କେତେକ ପ୍ରମୁଖ ପୂର୍ବତନ ଉଚ୍ଚସ୍ତରୀୟ ସାମରିକ ଅଧିକାରୀ, କ୍ରୀଡ଼ାବିତ୍‌‌ ଓ ବିଶିଷ୍ଟ ବ୍ୟକ୍ତି ଏହି ଘଟଣାରେ ଘୋର ଉଦ୍‌‌ବେଗ ପ୍ରକାଶ କରିବା ସହିତ କେନ୍ଦ୍ର ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।

ରାଜନୈତିକ ଦୃଷ୍ଟିରୁ ମଣିପୁର ଏକ ଅପେକ୍ଷାକୃତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦେଶ ନ ହେଲେ ମଧ୍ୟ ଦେଶର ନିରାପତ୍ତା, ଶାନ୍ତି ଓ ସମୃଦ୍ଧି ଦୃଷ୍ଟିରୁ ଏହା ଉତ୍ତର-ପୂର୍ବାଞ୍ଚଳର ଏକ ଅତ୍ୟନ୍ତ ସମ୍ବେଦନଶୀଳ ରାଜ୍ୟ। ସଂଖ୍ୟାଗରିଷ୍ଠ ମୈତେଇମାନଙ୍କୁ ଆଦିବାସୀ ମାନ୍ୟତା ଦେବାକୁ ସେଠା ହାଇକୋର୍ଟ ରାୟ ଦେବା ପରେ କୁକି, ନାଗା ଓ ଅନ୍ୟ ଆଦିବାସୀ ଗୋଷ୍ଠୀ ଏହାର ବିରୋଧ କରିବାରୁ ଦୁଇପକ୍ଷ ମଧ୍ୟରେ ହିଂସାକାଣ୍ଡର ସୂତ୍ରପାତ ହୋଇଥିଲା। ଆହୁରି ମଧ୍ୟ ଏହା ସଂଖ୍ୟାଲଘୁ ଖ୍ରୀଷ୍ଟିୟାନ ଓ ସଂଖ୍ୟାଗରିଷ୍ଠ ମୈତେଇ ହିନ୍ଦୁଙ୍କ ମଧ୍ୟରେ ଏକ ସାମ୍ପ୍ରଦାୟିକ ରୂପ ନେଇଥିଲା। ମଣିପୁରର ଆଦିବାସୀ ଓ ସଂଖ୍ୟାଲଘୁମାନେ ପାହାଡ଼ରେ ବସବାସ କରନ୍ତି। ସେମାନେ ଅଫିମ ଓ ପୋଡୁଚାଷ କରି ଜୀବିକା ନିର୍ବାହ କରୁଥିବାବେଳେ ରାଜ୍ୟ ସରକାର ତା’ ଉପରେ କଟକଣା ଜାରି କରିଛନ୍ତି। ତେବେ ସଂଖ୍ୟାଗରିଷ୍ଠ ମୈତେଇମାନେ ମୁଖ୍ୟତଃ ରାଜ୍ୟର ସମତଳ ଅଞ୍ଚଳ ଓ ରାଜଧାନୀ ଇମ୍ଫାଲରେ ବସବାସ କରନ୍ତି। ସେମାନେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାରୁ ସଂଖ୍ୟାଲଘୁଙ୍କ ସହିତ ସଂଘାତ ବଢ଼଼ୁଛି। କିଛି ସଂଗଠନ ଓ ଗୋଷ୍ଠୀ ଧର୍ମ ଆଧାରରେ ଉଭୟ ଗୋଷ୍ଠୀଙ୍କୁ ଉସୁକାଉଛନ୍ତି ଏବଂ ହିଂସାକାଣ୍ଡ ପଛରେ ସେମାନଙ୍କର ବଡ଼ ଭୂମିକା ରହିଛି।

ସେଠା ମୁଖ୍ୟମନ୍ତ୍ରୀ ବୀରେନ ସିଂହ ମୈତେଇ ସମ୍ପ୍ରଦାୟର ଏବଂ ତାଙ୍କ ସରକାର ରାଜଧର୍ମ ପାଳନ ନ କରି ସଂଖ୍ୟାଲଘୁଙ୍କ ପ୍ରତି ପାତର ଅନ୍ତର କରୁଥିବା ଅଭିଯୋଗ ହେଉଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ କିଛିଦିନ ତଳେ ଇମ୍ଫାଲ ଯାଇ ସେଠାରେ ତିନିଦିନ ଅବସ୍ଥାନ କରିବା ସହ ବିଭିନ୍ନ ଗୋଷ୍ଠୀ, ସମୁଦାୟ ଓ ରାଜନୈତିକ ଦଳର ନେତା ତଥା ପ୍ରତିନିଧିଙ୍କ ସହିତ ଆଲୋଚନା କରି ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଥିଲେ। ରାଜ୍ୟପାଳଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ଶାନ୍ତି କମିଟି ଗଠନ ସହ ଶାନ୍ତିରକ୍ଷା ପାଇଁ କେନ୍ଦ୍ର ସରକାର ଜଣେ ବରିଷ୍ଠ ଆଇପିଏସ୍‌‌ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ବିଭିନ୍ନ ପକ୍ଷର ଲୋକମାନଙ୍କୁ ଅସ୍ତ୍ର ସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଅନେକ ସେମାନଙ୍କ ଆଗ୍ନେୟାସ୍ତ୍ର କର୍ତ୍ତୃପକ୍ଷଙ୍କ ନିକଟରେ ଜିମା ଦେଇଛନ୍ତି। ଏହାସତ୍ତ୍ବେ ସେଠାରେ ହିଂସାକାଣ୍ଡ ଓ ଗୃହଦାହ ଜାରି ରହିବା ଦୁର୍ଭାଗ୍ୟର ବିଷୟ।

ମଣିପୁରରେ ଶାନ୍ତି ଫେରିବା ପରେ ଏକ ସହନଶୀଳ ବିବିଧତାପୂର୍ଣ୍ଣ ସମାଜ ଗଠନ ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ତାହା ପୁନର୍ବାର ବିଗିଡ଼ିଯାଇଛି। ପାହାଡ଼ରେ ବସବାସ କରୁଥିବା ମୈତେଇ ଏବଂ ସମତଳ ଇଲାକାରେ ବସବାସ କରୁଥିବା କୁକିମାନଙ୍କୁ ଧର୍ମ, ଜାତି ଓ ସମ୍ପ୍ରଦାୟଗତ ଆଧାରରେ ଗଣ୍ଡଗୋଳକାରୀ ନିଶାଣ କରୁଛନ୍ତି। ଫଳରେ ରାଜଧାନୀ ଇମ୍ଫାଲ ସମେତ ବିଭିନ୍ନ ସ୍ଥାନରେ ଅନେକ ଲୋକ ସେନା ଶିବିରରେ ଆଶୟ ନେବାକୁ ବାଧ୍ୟ ହେଉଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଏବଂ ଶାନ୍ତି ରକ୍ଷା ନିବେଦନ ପାଇଁ ରାଜନୈତିକ ସ୍ତରରେ ଦାବି ଉଠୁଛି। ତେବେ ପ୍ରଧାନମନ୍ତ୍ରୀ ଏ ଯାଏଁ ମଣିପୁର ପ୍ରସଙ୍ଗରେ କିଛି କହି ନଥିବାରୁ ତାଙ୍କୁ ଅନେକ ନେତା ସମାଲୋଚନା କରୁଛନ୍ତି।

ମଣିପୁର ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ଜାତିଗତ ଦୃଷ୍ଟିରୁ ଅତ୍ୟନ୍ତ ଉତ୍ତେଜନା ପ୍ରବଣ। ସେଠାରେ ଖ୍ରୀଷ୍ଟିୟାନ ମିଶନାରୀମାନଙ୍କର ଅଖଣ୍ଡ ପ୍ରଭାବ ରହିଥିବାବେଳେ ଆର୍‌‌ଏସ୍‌‌ଏସ୍‌‌ ଭଳି ସଂଗଠନ ମଧ୍ୟ ସକ୍ରିୟ। ତେବେ ନିଜ ନିଜର ପରିଚୟ ଓ ଅସ୍ମିତା ଜାହିର କରିବାକୁ ସମ୍ପ୍ରଦାୟ ଭିତ୍ତିରେ ଉତ୍ତର-ପୂର୍ବାଞ୍ଚଳରେ ବିଭିନ୍ନ ଜନଜାତି ସଶସ୍ତ୍ର ସଂଗ୍ରାମ ଓ ବିଦ୍ରୋହ କରିବାର ଇତିହାସ ପୁରୁଣା। ଏହି କାରଣରୁ ସମଗ୍ର ଅଞ୍ଚଳଟି ବିଭିନ୍ନ ଖଣ୍ଡ ବା କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଉତ୍ତର-ପୂର୍ବାଞ୍ଚଳର ଅଧିକାଂଶ ରାଜ୍ୟରେ ବିଜେପି ଓ ଏହାର ମେଣ୍ଟ ସରକାର କ୍ଷମତାକୁ ଆସିଥିଲା। ଶାନ୍ତି, ସମୃଦ୍ଧି, ବିକାଶ ଓ ସଦ୍‌‌ଭାବନାକୁ ଅଗ୍ରାଧିକାର ଦେଇ ସେ ସବୁ ରାଜ୍ୟର ଭୋଟର ଡବଲ୍‌‌ ଇଂଜିନ୍‌‌ ସରକାର ବାଛିଥିଲେ। ଏହାଫଳରେ ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ଓ ବିକାଶର ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା ଏବଂ ବନ୍ଧୁକ ତଥା ବନ୍ଦ୍‌‌ ଓ ପ୍ରତିବାଦ ସଂସ୍କୃତିର ଅବସାନ ଘଟିଥିଲା। ଦେଶର ନିରାପତ୍ତା ଏବଂ ସଂହତି ପାଇଁ ଏହା ଥିଲା ବିଶେଷ ଉଲ୍ଲେଖନୀୟ।

ବିଡ଼ମ୍ବନା ହେଉଛି ହାଇକୋର୍ଟଙ୍କ ରାୟ ପରେ ସେଠାରେ ଯେଉଁ ହିଂସାର ପର୍ବ ଆରମ୍ଭ ହେଲା, ତାହାକୁ ନିୟନ୍ତ୍ରିତ କରିବାରେ ସରକାର ଓ ପ୍ରଶାସନ ବିଫଳ ହୋଇଛି। ଏବେ ସେ ଅଞ୍ଚଳର ଲୋକେ ନିଜର ସୁରକ୍ଷା ଏବଂ ସ୍ଥିତି ପାଇଁ ପୁନର୍ବାର ନିଜର ପୁରୁଣା ବନ୍ଧୁକ ସଂସ୍କୃତି ଓ ହିଂସାକାଣ୍ଡ ପରମ୍ପରାକୁ ଆପଣାଉଛନ୍ତି। ଆମକୁ ଲାଗୁଛି ମାତ୍ର ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟକୁ କେନ୍ଦ୍ର ସରକାର ରାଜନୈତିକ ଦୃଷ୍ଟିରୁ ବୋଧେ ବିଶେଷ ଗୁରୁତ୍ୱ ଦେଉନାହାନ୍ତି। ମାତ୍ର ଦୁଇଜଣ ଲୋକସଭା ଓ ଜଣେ ରାଜ୍ୟସଭା ସଦସ୍ୟ ଥିବା ମଣିପୁରର ଜାତୀୟ ରାଜନୀତି ଓ ଭୋଟ୍‌‌ ରାଜନୀତିରେ ଭୂମିକା ଗୌଣ। କେନ୍ଦ୍ର ସିଧାସଳଖ ହସ୍ତକ୍ଷେପ କରି ସେଠାକାର ଆଇନଶୃଙ୍ଖଳା ରକ୍ଷା କରୁ ଓ ଲୋକଙ୍କ ମଧ୍ୟରେ ସୁରକ୍ଷା ଭାବନା ଫେରାଇ ଆଣୁ। ଆବଶ୍ୟକ ପଡ଼ିଲେ ସେନାକୁ କିଛିକାଳ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ପ୍ରଦାନ କରାଯାଉ। ତା’ ନହେଲେ ମଣିପୁର ଅଶାନ୍ତି ଓ ଦାବାନଳର ପ୍ରଭାବ ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ପଡ଼ିବ ଏବଂ ଏଥିପାଇଁ ସରକାରଙ୍କୁ ପରେ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବିଜେପି କେନ୍ଦ୍ରୀୟ କର୍ତ୍ତୃପକ୍ଷ ଆଉ ଘଣ୍ଟ ନ ଘୋଡ଼ାଇ ସେଠାରେ ବିକଳ୍ପ ବ୍ୟବସ୍ଥା କରନ୍ତୁ।

20 Jun 2023 By The Sakala

https://www.thesakala.in/sakala-editorial/sakala-editorial-20-06-2023/article-22769
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର