୨୦୨୪ ନିର୍ବାଚନ ପାଇଁ ବିରୋଧୀ ସମରସଜ୍ଜା; ନୀତୀଶ ବାବୁଙ୍କ ନେତୃତ୍ୱରେ ମହାମେଣ୍ଟର କଳ୍ପନାଜଳ୍ପନା

The Sakala Picture
Published On

ଭାରତରେ ଗଣତନ୍ତ୍ରର ସୁଦୃଢ଼ୀକରଣ ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ସବୁବେଳେ ରହିବ। ଏହାସତ୍ତ୍ବେ କାହିଁକି କେଜାଣି ବିଶ୍ୱର ଏହି ସର୍ବବୃହତ୍‌‌ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମୂଳରୁ ବିରୋଧୀଦଳ ବହୁଦା ବିଭକ୍ତ, ଦୁର୍ବଳ ଏବଂ ବିପର୍ଯ୍ୟସ୍ତ ରହିଆସିଛି। ଏହାର ସୁଯୋଗ ନେଇ କଂଗ୍ରେସ ଦୀର୍ଘକାଳ କେନ୍ଦ୍ରରେ ଶାସନରେ ରହିଥିଲା। ଯେତେବେଳେ ବିରୋଧୀ ଏକାଠି ହୋଇ କଂଗ୍ରେସକୁ କେନ୍ଦ୍ରରେ କ୍ଷମତାଚ୍ୟୁତ କରିଛନ୍ତି, ତାହା ବିଶେଷ ପ୍ରଭାବଶାଳୀ ହୋଇନାହିଁ ଏବଂ ବାରଭାଇ ମେଣ୍ଟ ଏବଂ ରାଜନୈତିକ ଆଖଡ଼ାରେ ପରିଣତ ହୋଇ […]

ଭାରତରେ ଗଣତନ୍ତ୍ରର ସୁଦୃଢ଼ୀକରଣ ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ସବୁବେଳେ ରହିବ। ଏହାସତ୍ତ୍ବେ କାହିଁକି କେଜାଣି ବିଶ୍ୱର ଏହି ସର୍ବବୃହତ୍‌‌ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମୂଳରୁ ବିରୋଧୀଦଳ ବହୁଦା ବିଭକ୍ତ, ଦୁର୍ବଳ ଏବଂ ବିପର୍ଯ୍ୟସ୍ତ ରହିଆସିଛି। ଏହାର ସୁଯୋଗ ନେଇ କଂଗ୍ରେସ ଦୀର୍ଘକାଳ କେନ୍ଦ୍ରରେ ଶାସନରେ ରହିଥିଲା। ଯେତେବେଳେ ବିରୋଧୀ ଏକାଠି ହୋଇ କଂଗ୍ରେସକୁ କେନ୍ଦ୍ରରେ କ୍ଷମତାଚ୍ୟୁତ କରିଛନ୍ତି, ତାହା ବିଶେଷ ପ୍ରଭାବଶାଳୀ ହୋଇନାହିଁ ଏବଂ ବାରଭାଇ ମେଣ୍ଟ ଏବଂ ରାଜନୈତିକ ଆଖଡ଼ାରେ ପରିଣତ ହୋଇ ଆଭ୍ୟନ୍ତରୀଣ ବିରୋଧାଭାସ ଯୋଗୁଁ ଅଣକଂଗ୍ରେସ ମେଣ୍ଟ ସରକାରମାନ କେତେଥର ଭାଙ୍ଗିଯାଇଛି। ତେବେ ସମାନ୍ତରାଳ ଭାବେ ପ୍ରାଦେଶିକ ସ୍ତରରେ ଆଞ୍ଚଳିକ ଦଳମାନ ପ୍ରାଧାନ୍ୟ ଦେଖାଇବା ସହିତ ଜାତୀୟ ରାଜନୀତିରେ ନିଜର ଉପସ୍ଥିତି ଜାହିର କରିବାକୁ ସଂସଦକୁ ନିଜ ଦଳର ପ୍ରାର୍ଥୀମାନଙ୍କୁ ଅଧିକ ପଠାଇବା ଫଳରେ କୌଣସି ଜାତୀୟ ବିକଳ୍ପ ସାମ୍ମୁଖ୍ୟ ଏକ ସ୍ପଷ୍ଟ ରୂପ ନେଇ ପାରୁନାହିଁ। ତେଣୁ କେନ୍ଦ୍ରରେ ଯିଏ ଏକାଦିକ୍ରମେ କ୍ଷମତାରେ ରହିଲା, ତାହାକୁ ବିରୋଧ କରି ବିଭିନ୍ନ ସମୟରେ ଗଣତାନ୍ତ୍ରିକ ମେଣ୍ଟ ଓ ମୋର୍ଚ୍ଚାମାନ ଗଠିତ ହେଉଥିଲେ ମଧ୍ୟ ଦୁଇଦଳିଆ ଶାସନ ବ୍ୟବସ୍ଥାର ଅଭାବରେ ଏହା ବେଳେବେଳେ କିମ୍ଭୂତକିମାକାର ରୂପ ନେଇଛି। କିଛି ନିର୍ଦ୍ଦିଷ୍ଟ ନେତା ଓ ପରିବାର ନିଜର ପାରିବାରିକ ଶ୍ରେଷ୍ଠତ୍ୱ ଜାହିର କରିବାକୁ ଯାଇ ଦଳୀୟ ଗଣତନ୍ତ୍ରକୁ ନିଜ ହସ୍ତମୁଦି ମାହଲରେ ପରିଣତ କରିଆସୁଛନ୍ତି।

ଜାତୀୟସ୍ତରର ରାଜନୀତିକୁ ଦେଖିଲେ ଏବେ ଦୁଇଟି ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଆଖିରେ ପଡ଼େ। ଏହି ଦୁଇଦଳ ସମଭାବାପନ୍ନ ରାଜନୈତିକ ଦଳଙ୍କୁ ସାଙ୍ଗରେ ନେଇ ଦୁଇଟି ମେଣ୍ଟ କରିଛନ୍ତି, ଯାହା ଯଥାକ୍ରମେ ଏନ୍‌‌ଡିଏ ଓ ୟୁପିଏ ନାମରେ ପରିଚିତ। ଆଉ କିଛି ଆଞ୍ଚଳିକ ଓ ବାମପନ୍ଥୀ ଦଳ ରହିଛନ୍ତି, ଯେଉଁମାନେ ବିଜେପି କିମ୍ବା କଂଗ୍ରେସ ମେଣ୍ଟରେ ନାହାନ୍ତି, ଯଦିଓ ସେମାନେ ପ୍ରାଦେଶିକ ଶାସନ କ୍ଷମତାରେ ରହିଛନ୍ତି। ସେଥିରୁ ମଧ୍ୟ ବିଜେଡି ଭଳି କିଛି ଦଳ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ରକ୍ଷା କରି ନିଜ ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଏହାସତ୍ତ୍ବେ ଲୋକସଭା ନିର୍ବାଚନ ପାଖେଇ ଆସିଲେ ଭାରତରେ ବିରୋଧୀ ଏକତା ଓ ମେଣ୍ଟ କଥା ଉଠେ। ଏହାର ମୂଳ ଲକ୍ଷ୍ୟ ହେଲା ସରକାରୀ ବିରୋଧୀ ଭୋଟ୍‌‌କୁ ବିଭାଜିତ ନ କରି ଏକ କରିବା ଏବଂ ସରକାରଙ୍କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରିବା।

୨୦୨୪ ମେ ପୂର୍ବରୁ କେନ୍ଦ୍ରରେ ସାଧାରଣ ନିର୍ବାଚନ ହେବ। ସେଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଏନ୍‌‌ଡିଏ ମେଣ୍ଟ ନିଜର ଶିବିରକୁ ତତ୍ପର କରି ନୂଆ ରଣନୀତି ଆରମ୍ଭ କରିଥିବାବେଳେ ବିରୋଧୀ ପକ୍ଷଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା ପାଇଁ କିଛି ପ୍ରମୁଖ ନେତା ଉଦ୍ୟମ ଆରମ୍ଭ କରିଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଏନ୍‌‌ସିପି ମୁଖ୍ୟ ଶରଦ ପାୱାର, ଡିଏମ୍‌‌କେ ମୁଖ୍ୟ ତଥା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌‌ କେ ଷ୍ଟାଲିନ୍‌‌, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ହେମନ୍ତ ସୋରେନ୍‌‌, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ଏଥିରେ ସକ୍ରିୟ ଥିବାବେଳେ ବାମପନ୍ଥୀଙ୍କ ମତିଗତି ଏଯାଏଁ ସ୍ପଷ୍ଟ ହୋଇନାହିଁ। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ପ୍ରମୁଖ ଏହି ପ୍ରୟାସରେ ବିଶେଷ ସୁଖୀ ନୁହନ୍ତି। ଉଭୟ କଂଗ୍ରେସ ସହିତ ଜାତୀୟ ମେଣ୍ଟ କରିବାକୁ ଅନିଚ୍ଛୁକ। ତେଣେ ବିଜେଡି, ୱାଇଏସ୍‌‌ଆର ଓ ଟିଡିପି, ବିଏସ୍‌‌ପି ଆଦି ସମଦୂରତ୍ୱ ନୀତି ଅବଲମ୍ବନ କରି ରହିଛନ୍ତି। ସବୁ ଆଞ୍ଚଳିକ ଦଳ ଆପଣାର ଭୋଟ ଓ ସମର୍ଥନ ଭିତ୍ତି ଅତୁଟ ରଖିବାକୁ ଚେଷ୍ଟିତ ଏବଂ ଏହା ହେବା ସ୍ୱାଭାବିକ।

ବାସ୍ତବତା ହେଉଛି କଂଗ୍ରେସକୁ ବାଦ ଦେଇ କେନ୍ଦ୍ରରେ ଏକ ତୃତୀୟ ରାଜନୈତିକ ବିକଳ୍ପ ଗଠନ ସମ୍ଭବ ନୁହେଁ। ପ୍ରାୟ ସବୁ ରାଜ୍ୟରେ କଂଗ୍ରେସର ନିର୍ଦ୍ଦିଷ୍ଟ କିଛି ଜନସମର୍ଥନ ରହିଛି। ଏବେ ମଧ୍ୟ ଏହା ଏକ ପ୍ରତିଷ୍ଠିତ ଜାତୀୟ ରାଜନୈତିକ ଦଳ। ତେବେ ସେ ଦଳର ନେତୃତ୍ୱ ଓ ନିୟନ୍ତ୍ରଣର ରୂପରେଖ ଯାହା, ସେଥିରେ କଂଗ୍ରେସ ସହିତ ମମତା ବାନାର୍ଜି, ଜଗମୋହନ ରେଡ୍ଡୀ, ଚନ୍ଦ୍ରବାବୁ ନାଇଡୁ, ଚନ୍ଦ୍ରଶେଖର ରାଓ, ମାୟାବତୀ ଆଦି ଯୋଗ ଦେବା ସମ୍ଭାବନା କ୍ଷୀଣ। ଏମାନେ କଂଗ୍ରେସକୁ ବିରୋଧ କରିବା ବେଳେ ବିଜେପି ବା ଏନ୍‌‌ଡିଏ ପାଇଁ ପ୍ରକାରାନ୍ତରେ ମଇଦାନକୁ ସହଜ କରୁଛନ୍ତି। ଏସବୁ ଦଳ କଂଗ୍ରେସ ବିନା ଏକ ଜାତୀୟ ବିକଳ୍ପ କେନ୍ଦ୍ରରେ ଗଠନ କରିପାରିବେ ନାହିଁ କିମ୍ବା କଂଗ୍ରେସ ଏକାକୀ ତାହାର ୟୁପିଏ ମେଣ୍ଟକୁ ନେଇ ଏନ୍‌‌ଡିଏ ଓ ବିଜେପିର ବିକଳ୍ପ ହେବା ସମ୍ଭାବନା ଓ ବାସ୍ତବତା ମଧ୍ୟ କମ୍‌‌।

ତେଣୁ ଏନ୍‌‌ଡିଏ ଓ ମୋଦୀଙ୍କ ବିରୋଧରେ ଏବେ ଯେଉଁ ରାଜନୈତିକ ବିକଳ୍ପ ନିର୍ମାଣ ପ୍ରୟାସ ଚାଲିଛି, ସେଥିରେ ବିଶେଷ ଶକ୍ତି ନାହିଁ। ନୂଆ ମେଣ୍ଟର ସର୍ବମାନ୍ୟ ନେତା ଓ ଛାୟା ପ୍ରଧାନମନ୍ତ୍ରୀ ପାଇଁ ଆଶାୟୀ ଅନେକ ଏବଂ ତାଙ୍କ ବାଟ ଓଗାଳିବାକୁ ନେତାଙ୍କର ମଧ୍ୟ ଅଭାବ ନାହିଁ। ତେବେ କ୍ରମାଗତ ଭାବେ ଦୁଇ ପାଳି ଶାସନରେ ଥିବା ଏନ୍‌‌ଡିଏ ଓ ମୋଦୀଙ୍କ ବିରୋଧରେ କିଛି ଭଲ କାମ ସତ୍ତ୍ବେ କିଛିଟା ଜନବିରୋଧ ଓ ଅସନ୍ତୋଷ ବିଭିନ୍ନ ସ୍ତରରେ ରହିଛି, ଯାହା ଆଣ୍ଟି ଇନ୍‌‌କମ୍ବାନସି ନାମରେ ପରିଚିତ। ତାହାର ସୁଯୋଗ ଉଠାଇବା ପାଇଁ ଜାତୀୟ ରାଜନୈତିକ ବିକଳ୍ପର ଆବଶ୍ୟକତା ରହିଛି। ଯାହା ଦେଖାଯାଉଛି କଂଗ୍ରେସକୁ ସାଥିରେ ନ ନେଇ ଏନ୍‌‌ଡିଏ ବିରୋଧୀ ଜାତୀୟ ମେଣ୍ଟ ଗଠନ ତେଣୁ ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ଗୋଟିଏ ନିଷ୍ଠୁର ସତ୍ୟ ହେଲା ଏକ ଶକ୍ତିଶାଳୀ ପ୍ରଥମ ସାମ୍ମୁଖ୍ୟ ରୂପେ ଏନ୍‌‌ଡିଏ ବିରୁଦ୍ଧରେ କଂଗ୍ରେସ ଦ୍ୱିତୀୟ ସାମ୍ମୁଖ୍ୟ ଭାବେ ଠିଆ ହେବାର ସାମର୍ଥ୍ୟ ରଖେ ନାହିଁ। ତେଣୁ ସମ୍ଭାବ୍ୟ ଦ୍ୱିତୀୟ ସାମ୍ମୁଖ୍ୟର ଯେତେବେଳେ ସ୍ଥିତି ସ୍ପଷ୍ଟ ନୁହେଁ, ସେଇଥିପାଇଁ ତୃତୀୟ ସାମ୍ମୁଖ୍ୟର ପ୍ରଶ୍ନ ଉଠୁଛି। କିନ୍ତୁ ଯେହେତୁ କଂଗ୍ରେସକୁ ଆଗଧାଡ଼ିରେ ରଖି ତୃତୀୟ ସାମ୍ମୁଖ୍ୟ ସମ୍ଭବ ହୋଇପାରୁନାହିଁ ତେଣୁ ନୀତୀଶ କୁମାରଙ୍କ କାମଚଳା ନେତୃତ୍ୱରେ ଆସନ୍ତା ୨୩ ତାରିଖରେ ଏକ ମିଳିତ ବିରୋଧୀଦଳ ସାମ୍ମୁଖ୍ୟର ମୂଳଦୁଆ ପଡ଼ିପାରିଲା ଭଳି ଜଣାପଡ଼ୁନାହିଁ। ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯଦି ଏହା ସମ୍ଭବ ହେଲା, ତେବେ ଏକ ସମ୍ମିଳିତ ବିପକ୍ଷ ଭାରତରେ ଗଣତନ୍ତ୍ରର ଭବିଷ୍ୟତ ପାଇଁ ନିଶ୍ଚୟ ଶୁଭଙ୍କର ହେବ। ଏହି ପରିପ୍ରେକ୍ଷୀରେ ଉତ୍କଳଗୌରବ ମଧୁସୂଦନଙ୍କ ବହୁଚର୍ଚ୍ଚିତ ଉକ୍ତି ମନେ ପଡ଼େ – ‘ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ।’

ତେବେ ୨୦୨୪ ନିର୍ବାଚନ ପାଇଁ ଭାରତର ଭୋଟରଙ୍କର ନିଷ୍ପତ୍ତି ଅନୁମାନ କରିବା କଷ୍ଟ। ସେମାନେ ଅତୀତରେ ଯେତେବେଳେ ସରକାରଙ୍କୁ ବଦଳାଇଛନ୍ତି, ସେତେବେଳେ ଦୃଢ଼ ରାଜନୈତିକ ବିକଳ୍ପକୁ ଦେଖି ନାହାନ୍ତି। ଜନତା ପାର୍ଟି, ଜନତାଦଳ, ଏପରିକି ସ୍ୱୟଂ ବିଜେପି ଓ କଂଗ୍ରେସ ବିରୋଧୀ ହାୱାରେ କ୍ଷମତାକୁ ଆସିଛନ୍ତି ଓ ପୁନର୍ବାର ପରିତ୍ୟକ୍ତ ହୋଇଛନ୍ତି। ପାଟ୍‌‌ନାଠାରେ ପ୍ରସ୍ତାବିତ ବିରୋଧୀ ଦଳ ଏକତା ଅଭିଯାନ କେତେଦୂର ସଫଳ ହେଉଛି, ତା’ଉପରେ ନିର୍ବାଚନ ଫଳାଫଳ ଚିତ୍ର ନିର୍ଭର କରିବ। ଆଜିର ଦିନରେ ଏନ୍‌‌ଡିଏ ସରକାରର ବିକଳ୍ପର ଚିତ୍ର ଅସ୍ପଷ୍ଟ। ଲୋକଙ୍କ ବିଚାର ଆଗାମୀ ନିର୍ବାଚନରେ ସ୍ପଷ୍ଟ ହେବ।

15 Jun 2023 By The Sakala

https://www.thesakala.in/sakala-editorial/sakala-editorial-15-06-2023/article-22602
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର