ଗୋବିନ୍ଦଚନ୍ଦ୍ର ଉଦଗାତା – ଶତାବ୍ଦୀ ଶ୍ରଦ୍ଧାଞ୍ଜଳି

The Sakala Picture
Published On

ଓଡ଼ିଆ ସାରସ୍ୱତ ଜଗତର ପ୍ରଥିତଯଶା ବ୍ୟକ୍ତିତ୍ୱ ଗୋବିନ୍ଦ ଚନ୍ଦ୍ର ଉଦ୍‌‌୍‌‌ଗାତା ଥିଲେ ସାହିତ୍ୟ ଓ ସଂସ୍କୃତିର ମୂର୍ଦ୍ଧନ୍ୟ ସାଧକ। ତାଙ୍କର ଜନ୍ମଶତାବ୍ଦୀ ସ୍ମୃତିତର୍ପଣ ଉଦ୍‌‌ଯାପନୀ ଅବସରରେ ଆସନ୍ତୁ କିଛି ଅଶ୍ରୁଳ ମୁହୂର୍ତ୍ତ ସେହି ଅମର ଆତ୍ମାର ଜୀବନଯାତ୍ରା ଓ କାର୍ଯ୍ୟାବଳୀ ଉପରେ ଦୃଷ୍ଟିପାତ କରିବା। ତାଙ୍କର ଜନ୍ମ ହୋଇଥିଲା ବଲାଙ୍ଗିର ସହର ଟିକ୍ରାପଡ଼ାରେ, ୪.୦୩.୧୯୨୦ ଫାଲଗୁନ ପୂର୍ଣ୍ଣିମା ତିଥିରେ। ତାଙ୍କର ପିତା ଥିଲେ ପଣ୍ଡିତ ଲଡୁକେଶ୍ୱର ଉଦ୍‌‌୍‌‌ଗାତା ଏବଂ ମାତା ନେତ୍ରମଣି ଦେବୀ। ଉଦଗାତା ବଂଶ ଅବିଭାଜିତ […]

ଓଡ଼ିଆ ସାରସ୍ୱତ ଜଗତର ପ୍ରଥିତଯଶା ବ୍ୟକ୍ତିତ୍ୱ ଗୋବିନ୍ଦ ଚନ୍ଦ୍ର ଉଦ୍‌‌୍‌‌ଗାତା ଥିଲେ ସାହିତ୍ୟ ଓ ସଂସ୍କୃତିର ମୂର୍ଦ୍ଧନ୍ୟ ସାଧକ। ତାଙ୍କର ଜନ୍ମଶତାବ୍ଦୀ ସ୍ମୃତିତର୍ପଣ ଉଦ୍‌‌ଯାପନୀ ଅବସରରେ ଆସନ୍ତୁ କିଛି ଅଶ୍ରୁଳ ମୁହୂର୍ତ୍ତ ସେହି ଅମର ଆତ୍ମାର ଜୀବନଯାତ୍ରା ଓ କାର୍ଯ୍ୟାବଳୀ ଉପରେ ଦୃଷ୍ଟିପାତ କରିବା।

ତାଙ୍କର ଜନ୍ମ ହୋଇଥିଲା ବଲାଙ୍ଗିର ସହର ଟିକ୍ରାପଡ଼ାରେ, ୪.୦୩.୧୯୨୦ ଫାଲଗୁନ ପୂର୍ଣ୍ଣିମା ତିଥିରେ। ତାଙ୍କର ପିତା ଥିଲେ ପଣ୍ଡିତ ଲଡୁକେଶ୍ୱର ଉଦ୍‌‌୍‌‌ଗାତା ଏବଂ ମାତା ନେତ୍ରମଣି ଦେବୀ। ଉଦଗାତା ବଂଶ ଅବିଭାଜିତ ପୁରୀ ଜିଲ୍ଲାର ଦିବ୍ୟସିଂହପୁର ଶାସନରୁ ବଲାଙ୍ଗିରକୁ ଯାଇ ବସବାସ କରିଥିଲେ। କାବ୍ୟତୀର୍ଥ ଉପାଧିଧାରୀ ପଣ୍ଡିତ ଲଡୁକେଶ୍ୱର ବଲାଙ୍ଗିରର ‘ଜର୍ଜ ସଂସ୍କୃତ ଟୋଲ’ରେ ପଣ୍ଡିତ ଭାବରେ କାର୍ଯ୍ୟ କରୁଥିଲେ। ସ୍ୱଳ୍ପ ଆୟରେ ତାଙ୍କର ବିରାଟ ପରିବାରର ଅନ୍ନ ସଂସ୍ଥାନ କରିବା ନିଶ୍ଚୟ କଷ୍ଟସାଧ୍ୟ ବ୍ୟାପାର ଥିଲା। ତେଣୁ ୧୯୩୭ରେ ମେଟ୍ରିକ୍‌‌ ପାସ୍‌‌ କଲାପରେ ବଡ଼ପୁଅ ହିସାବରେ ନବ ଯୁବକ ଗୋବିନ୍ଦଙ୍କୁ କଟକରେ ତାଲିମ୍‌‌ ନେଇ ଶିକ୍ଷକତା କରିବାକୁ ପଡ଼ିଥିଲା। ସେ ୧୯୩୯ ରୁ ୧୯୫୭ ପର୍ଯ୍ୟନ୍ତ ବଲାଙ୍ଗିରସ୍ଥ ପୃଥ୍ୱୀରାଜ୍‌‌ ହାଇସ୍କୁଲରେ ଶିକ୍ଷକତା କରିବା ମଧ୍ୟରେ ଅଳ୍ପକାଳ ପାଇଁ ମହାରାଜା ହାଇସ୍କୁଲ୍‌‌, ସୋନପୁରରେ ଅବସ୍ଥାପିତ ହୋଇ ପ୍ରଫେସର ରାଧାକାନ୍ତ ମିଶ୍ର(ସ୍ୱର୍ଗତ) ଏବଂ ପ୍ରଧ୍ୟାପକ ପବିତ୍ର ମୋହନ ନାୟକ ଆଦି ମେଧାବୀ ଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନ କରିଥିବା କଥା ସେହି ଉପକୃତ ଛାତ୍ରଙ୍କଠାରୁ ଶୁଣିବାକୁ ମିଳିଥିଲା।

ହାଇସ୍କୁଲରେ ଶିକ୍ଷକତା କଲାବେଳେ ସମୟ ବାହାର କରି ସେ ବଲାଙ୍ଗିରର ଜର୍ଜ ଲିଟରାରୀ କ୍ଲବ୍‌‌ ଓ କଳାମଣ୍ଡଳ ସହ ସଂଶ୍ଳିଷ୍ଟ ହୋଇ ବଲାଙ୍ଗିର ସହରର ନୃତ୍ୟ, ସଙ୍ଗୀତ, ନାଟକ ଏବଂ ସାଂସ୍କୃତିକ ବିକାଶ କଳ୍ପେ ପ୍ରଗାଢ଼ ପ୍ରୟାସ କରିଥିଲେ। ସେ ଅନେକ ସ୍ଥାନୀୟ ଯୁବ କଳାକାରମାନଙ୍କୁ ନେଇ ‘କୋଶଳ କଳାମଣ୍ଡଳ’ର ଛତ୍ରଛାୟାତଳେ ଏକ ‘ନୃତ୍ୟ-ସଙ୍ଗୀତ-କଳା ବିଦ୍ୟାଳୟ’ ଖୋଲି ଏକତ୍ରିତ ହେବାର ସୁଯୋଗ ସୃଷ୍ଟି କରିଥିଲେ। ସ୍ୱାଧୀନତା ପ୍ରାପ୍ତି ପରେ ତତ୍କାଳୀନ ପାଟଣା ମହାରାଜା ଗଜେନ୍ଦ୍ର ନାରାୟଣ ସିଂହ ଦେଓ ରାଜ୍ୟ ଶାସନ ଭାର ଓଡ଼ିଶା ସରକାରଙ୍କୁ ସମର୍ପଣ କରିବା ପରେ କଳାମଣ୍ଡଳର ଅଧୋଗତି ହେଲା। ସେତେବେଳେ ଉଦ୍‌‌୍‌‌ଗାତା ବାବୁ ତାକୁ ୧୯୫୭ ପର୍ଯ୍ୟନ୍ତ ଚଳାଇ ନିଜର ଜାତୀୟ କର୍ତ୍ତବ୍ୟ ସମ୍ପାଦନ କରିଥିଲେ।

ଇତିମଧ୍ୟରେ ସେ ଗଭୀର ଅଧ୍ୟବସାୟ ବଳରେ ଘରୋଇ ଭାବରେ ପରୀକ୍ଷା ଦେଇ ସଂସ୍କୃତ ଟୋଲରୁ ‘ସାହିତ୍ୟାଚାର୍ଯ୍ୟ’ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେଲେ ଏବଂ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ଏମ୍‌‌ଏ ତଥା ଓଡ଼ିଆ ଏମ୍‌‌ଏରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେବା ଫଳରେ ତାଙ୍କୁ ରେଭେନ୍ସା କଲେଜରେ ଅଧ୍ୟାପକ ଚାକିରି ମିଳିଥିଲା। ସେଠାରୁ ସେ ଗଙ୍ଗାଧର କଲେଜକୁ ବଦଳି ହୋଇ ଆସିଥିଲେ। ପରେ ନୂତନ ଭାବେ ସ୍ଥାପିତ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ କିଛିବର୍ଷ ଅଧ୍ୟାପନା କରି ଚାକିରିରୁ ଅବସର ନେଲେ। ପରେ ଅଳ୍ପ କିଛି ବର୍ଷ ବରଗାଁ କଲେଜ ଓ ଅତାବିରା ଘରୋଇ କଲେଜର ଅଧ୍ୟକ୍ଷ ଭାବରେ ଦକ୍ଷତାର ସହ କାର୍ଯ୍ୟ କରି ପ୍ରଶଂସା ଅର୍ଜନ କରିଥିଲେ।

ବାଗ୍ମୀପ୍ରବର ପ୍ରଫେସରଙ୍କ ଅନନ୍ୟ ସାହିତ୍ୟ କୃତି ମଧ୍ୟରୁ ‘ବମ୍ବେ ଡାଏରୀ’, ‘ସାହିତ୍ୟ ସମୀକ୍ଷଣ’, ‘ସାହିତ୍ୟ ପ୍ରସଙ୍ଗ’, ‘କବି ଗଙ୍ଗାଧର’, ‘ତପସ୍ୱିନୀରେ ସୀତା’, ‘ମାନସୀ’(ନାଟକ ପାଣ୍ଡୁଲିପି) ଆଦି ଅନ୍ୟତମ। ସେହିଗୁଡ଼ିକ ଯୁଗଯୁଗ ଧରି ଓଡ଼ିଆ ସାହିତ୍ୟର ସମୁଜ୍ଜ୍ୱଳ ବର୍ତ୍ତିକା ହୋଇ ରହିଥିବ। ପ୍ରଫେସର ଉଦଗାତା ତଦୀୟ ଶିଷ୍ୟ ପ୍ରସିଦ୍ଧ କବି ରମାକାନ୍ତ ରଥଙ୍କ ‘ଶ୍ରୀରାଧା’ କାବ୍ୟର ସଂସ୍କୃତ ଅନୁବାଦ ମଧ୍ୟ କରିଛନ୍ତି। ସେ ‘ଅଳଙ୍କାର ପ୍ରସଙ୍ଗ’ ପୁସ୍ତକ ପାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଓ ‘କାବ୍ୟଶିଳ୍ପୀ ଗଙ୍ଗାଧର’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‌‌ ଉପାଧି ମଧ୍ୟ ପ୍ରଦାନ କରାଯାଇଥିଲା। ୧୯୮୪ରେ ଧରିତ୍ରୀ ସମ୍ମାନ, ୧୯୮୮ରେ ଉତ୍କଳ ପାଠକ ସଂସଦ ସମ୍ମାନ, ୧୯୯୦ରେ ସାରଳା ପୁରସ୍କାର (ଭୁବନେଶ୍ୱର), ୧୯୯୫ରେ ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ପକ୍ଷରୁ ‘ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ’, ୧୯୯୬ରେ ଶାରଳା ସମ୍ମାନ, ସମ୍ବଲପୁର ଓ ବଲାଙ୍ଗିରରେ ନାଗରିକ ସମ୍ମାନ ପ୍ରଭୃତି ଲାଭ କରିଥିଲେ। ସେ ‘ହୀରାଖଣ୍ଡ’ ଓ ‘ଶାଶ୍ୱତୀ’ ପତ୍ରିକାର ସମ୍ପାଦକ ଥିଲେ ଏବଂ ‘ପାରିଜାତ’ର ପ୍ଲାଟିନମ୍‌‌ ଜୟନ୍ତୀ ସଂଖ୍ୟାର ମୁଖ୍ୟ ସମ୍ପାଦକ ଥିଲେ। ଏତଦବ୍ୟତୀତ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ମୁଖପତ୍ର ‘ସପ୍ତର୍ଷି’ର ସମ୍ପାଦନା ମଣ୍ଡଳୀର ବରିଷ୍ଠ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

‘ଓଡ଼ିଶା ସାଂସ୍କୃତିକ ସମାଜ’ର ସଭାପତି ଭାବରେ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟର ସୂତ୍ରଧର ଥିଲେ। ୩୦.୧୨.୧୯୯୯ରେ ତାଙ୍କର ଦେହାନ୍ତ ହୋଇଥିଲା। ସୁସାହିତ୍ୟିକ ପ୍ରଫେସର ଉଦଗାତାଙ୍କ ଜନ୍ମ ଶତାବ୍ଦୀ ସମାରୋହ ଓଡ଼ିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ପାଠକ ସଂସଦ କର୍ତ୍ତୃକ କଟକ, ଭୁବନେଶ୍ୱର ଓ ସମ୍ୱଲପୁରଠାରେ ଏବଂ ତଦୀୟ ପୁରାତନ ଛାତ୍ର ଓ ଶ୍ରଦ୍ଧାଳୁମାନଙ୍କର ପ୍ରଚେଷ୍ଟାରେ ମହାରାଜା ହାଇସ୍କୁଲ ସୋନପୁରଠାରେ ଅନୁଷ୍ଠିତ ହୋଇସାରିଛି। ତଦୀୟ ସ୍ମୃତିରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ମୁଖପତ୍ର ‘ସପ୍ତର୍ଷି’ର ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର ‘କୋଣାର୍କ’ର ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସଂଖ୍ୟା ନିକଟ ଭବିଷ୍ୟତରେ ପ୍ରକାଶନ ହେବାକୁ ଯାଉଛି। ଆଦର୍ଶ ଶିଷ୍ୟବତ୍ସଳ ଗୁରୁ, ଶିକ୍ଷା ପ୍ରଶାସକ, ବାଗ୍ମୀ, ସମ୍ପାଦକ ତଥା ସର୍ବୋପରି ସୁଲେଖକ, ସୁସମୀକ୍ଷକ ଓ ଜଣେ ଦରଦୀ ସୁପୁରୁଷ ଭାବେ ତାଙ୍କ ବ୍ୟକ୍ତିତ୍ୱର ସୁରଭି ଉତ୍କଳ ସାହିତ୍ୟ ଉପବନରେ କାଳେ କାଳେ ସଞ୍ଚାଳିତ ହେଉଥିବ।

ଡ. ଗୋପବନ୍ଧୁ ରଥ
ବଲାଙ୍ଗିର, ମୋ: ୯୪୩୯୨୭୮୨୦୭

19 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର