ପ୍ରତ୍ୟକ୍ଷ ହସ୍ତାନ୍ତର ଯୋଜନାର ବାସ୍ତବଚିତ୍ର

The Sakala Picture
Published On

ଏକଦା ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ ଯେ ସରକାର ୧ ଟଙ୍କା ପଠାଇଲେ ହିତାଧିକାରୀ ପାଖରେ ମାତ୍ର ୧୫ ପଇସା ପହଞ୍ଚୁଛି। ଅର୍ଥାତ ସରକାରୀ ଯୋଜନାରେ ୮୫ ଭାଗ ବାଟମାରଣା ହେଉଛି। ଜଣେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଯୋଜନା ଉପରେ ଏଭଳି ମନ୍ତବ୍ୟ ସାରାଦେଶରେ ହଇଚଇ ସୃଷ୍ଟି କରିବା ସ୍ୱାଭାବିକ ଥିଲା। ଫଳରେ ସରକାରୀ ଯୋଜନାରୁ ବାଟମାରଣାକୁ କିପରି ରୋକାଯାଇପାରିବ ସେ ବିଷୟରେ ଅନେକ ପଦକ୍ଷେପ ନିଆଗଲା। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯୋଜନା ବାବଦ ଅର୍ଥ ସିଧାସଳଖ […]

ଏକଦା ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ ଯେ ସରକାର ୧ ଟଙ୍କା ପଠାଇଲେ ହିତାଧିକାରୀ ପାଖରେ ମାତ୍ର ୧୫ ପଇସା ପହଞ୍ଚୁଛି। ଅର୍ଥାତ ସରକାରୀ ଯୋଜନାରେ ୮୫ ଭାଗ ବାଟମାରଣା ହେଉଛି। ଜଣେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଯୋଜନା ଉପରେ ଏଭଳି ମନ୍ତବ୍ୟ ସାରାଦେଶରେ ହଇଚଇ ସୃଷ୍ଟି କରିବା ସ୍ୱାଭାବିକ ଥିଲା। ଫଳରେ ସରକାରୀ ଯୋଜନାରୁ ବାଟମାରଣାକୁ କିପରି ରୋକାଯାଇପାରିବ ସେ ବିଷୟରେ ଅନେକ ପଦକ୍ଷେପ ନିଆଗଲା। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯୋଜନା ବାବଦ ଅର୍ଥ ସିଧାସଳଖ ପଠାଯିବା ପାଇଁ ଶେଷରେ ସ୍ଥିର ହେଲା। ଏହାକୁ କୁହାଗଲା ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର(ଡିବିଟି) ବା ‘ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର’। ପରୀକ୍ଷାମୂଳକଭାବେ ଦେଶର ବଛାବଛା ୪୩ଟି ଜିଲ୍ଲା ଓ ୨୭ଟି ଯୋଜନାକୁ ଏଥିରେ ସାମିଲ କରାଗଲା। ୨୦୧୩ ଜାନୁଆରୀ ୧ ତାରିଖରେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ କରାଗଲା।

ଏହି ଯୋଜନା ନିଶ୍ଚିତଭାବେ ସରକାରଙ୍କ ଏକ ମହଦାକାଂକ୍ଷୀ ଯୋଜନା। ସଭିଏଁ ଧରି ନେଲେ ଯେ ଏଥର ଆଉ ବାଟମାରଣାର ସୁଯୋଗ ରହିବ ନାହିଁ। ୨୦୧୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠିତ ହେବାପରେ ୧୨.୧୨.୨୦୧୪ରୁ ଏହାକୁ ସମଗ୍ରଦେଶର ୩୦୦ ଜିଲ୍ଲାକୁ ସମ୍ପ୍ରସାରଣ କରାଗଲା। ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ ଦିଆଯାଉଥିବା ଶ୍ରମିକଙ୍କ ମଜୁରୀ ସମେତ ଛାତ୍ରବୃତ୍ତି ଓ ଅନ୍ୟାନ୍ୟ ଯୋଜନାର ଟଙ୍କା ଡିବିଟି ମାଧ୍ୟମରେ ପ୍ରେରଣ କରାଗଲା। ଯେହେତୁ ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାକୁ ସିଧାସଳଖ ସରକାର ଟଙ୍କା ପଠାଉଛନ୍ତି, ଏଣୁ ବାଟମାରଣା ହେଉନାହିଁ ବୋଲି ଏକ ଧାରଣା ଜନସାଧାରଣରେ ରହିବା ସ୍ୱାଭାବିକ। ହଜାର ହଜାର ସଂଖ୍ୟାରେ ଭୂତ ହିତାଧିକାରୀ (ଯେଉଁମାନେ ଜାଲ ଦସ୍ତାବେଜ ଦେଇ ସରକାରୀ ଯୋଜନାର ଲାଭ ଉଠାଉଥିଲେ) ଧରାପଡ଼ିଲେ। ଆଧାର ନମ୍ବର ସହିତ ବ୍ୟାଙ୍କ ଖାତାସବୁ ସଂଯୁକ୍ତ ହେବା ଦ୍ୱାରା ଏଭଳି ଭୂତ ହିତାଧିକାରୀଙ୍କୁ ସହଜରେ ଚିହ୍ନଟ କରାଯାଇପାରିଲା ଓ ସରକାରୀ ଯୋଜନାରୁ ସେମାନଙ୍କୁ ବାଦ୍‌‌ ଦିଆଗଲା। ଫଳରେ ସରକାରୀ ଅର୍ଥର ଦୁରୁପଯୋଗକୁ ରୋକାଯାଇପାରିଲା।

ଇତିମଧ୍ୟରେ ଡିବିଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବାର ଦଶବର୍ଷ ବିତିଗଲାଣି। ମାର୍ଚ୍ଚ ୨୦୨୩ ସୁଦ୍ଧା ମୋଟ ୨୯,୩୬,୭୬୨ କୋଟି ଟଙ୍କା ଡିବିଟି ମାଧ୍ୟମରେ ଜମା କରାଯାଇଛି। ସରକାରୀସ୍ତରରେ ହୋଇଥିବା ଏକ ଆକଳନରୁ ଜଣାଯାଏ ଯେ ଏହି ଦଶବର୍ଷ ମଧ୍ୟରେ ମୋଟ ୨,୭୩,୦୯୩ କୋଟି ଟଙ୍କାର ବାଟମାରଣାକୁ ରୋକାଯାଇପାରିଛି। ୪ କୋଟିରୁ ଅଧିକ ନକଲି ଘରୋଇ ରନ୍ଧନ ଗ୍ୟାସ ବ୍ୟବହାରକାରୀ, ସମପରିମାଣର ନକଲି ପଡ଼ିକାର୍ଡଧାରୀ ଓ ୨୮ ଲକ୍ଷ ନକଲି ଛାତ୍ରବୃତ୍ତଧାରୀ ବାଦ୍‌‌ ପଡ଼ିଛନ୍ତି। ସରକାରୀ ତଥ୍ୟରୁ ଆହୁରି ଜଣାଯାଏ ଯେ ଗତ ଆର୍ଥିକ ବର୍ଷରେ ସରକାର ୫୩ଟି ବିଭାଗର ୩୧୨ଟି ଯୋଜନାରୁ ମୋଟ ୬,୬୭,୦୧୧ କୋଟି ଟଙ୍କା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ପ୍ରେରଣ କରିଛନ୍ତି। ଉପରୋକ୍ତ ପରିସଂଖ୍ୟାନରୁ ବୁଝିହେଉଛି ଯେ ଡିବିଟି ଲାଗୁ ହେବା ଦ୍ୱାରା ଦେଶର ରାଜକୋଷରୁ ହେଉଥିବା ବାଟମାରଣାକୁ ରୋକାଯାଇପାରିଛି ଓ ଯୋଜନାରେ ସ୍ୱଚ୍ଛତା ଆସିଛି। ଜନଧନ ଆକାଉଣ୍ଟର ପ୍ରଚଳନ, ଆଧାର ସଂଯୋଗୀକରଣ ଓ ମୋବାଇଲ ସେବାର ସମ୍ପ୍ରସାରଣ ବା ସଂକ୍ଷେପରେ ‘ଜାମ’ (ଜେଏଏମ୍‌‌), ଡିବିଟିକୁ ସଫଳତାର ସହ କ୍ରିୟାନ୍ୱୟନ କରିବାରେ ବେଶ ସହାୟକ ହୋଇଛି।

ଅପରପକ୍ଷରେ ଦେଶରେ ଦୁର୍ନୀତିଖୋର ଓ ସେମାନଙ୍କ ଦ୍ୱାରା ସରକାରୀ ଯୋଜନାର ଗଳା ବାଟ ଖୋଜିବାର ପ୍ରଚେଷ୍ଟା କମ୍‌‌ ହୋଇନାହିଁ। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ବିହାରରେ ଏକ ‘ଜନସୁରାଜ’ ଯାତ୍ରା ଆରମ୍ଭ କରିଛନ୍ତି। ସେ ପାଦରେ ଚାଲି ଚାଲି ଗାଁ କୁ ଗାଁ ଯାଇ ଲୋକଙ୍କୁ ଭେଟୁଛନ୍ତି। ବିଭିନ୍ନ ସରକାରୀ ଯୋଜନା ତୃଣମୂଳସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି। କିଛିଦିନ ତଳେ ପ୍ରଶାନ୍ତ କିଶୋର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଡିବିଟି କିଭଳି ବାଟ ହୁଡ଼ିଛି, ତା’ର ଏକ ଚିତ୍ର ପ୍ରଦାନ କରିଛନ୍ତି। ଏହି ଯୋଜନାରେ ଗ୍ରାମାଞ୍ଚଳର ଗୃହହୀନ ବ୍ୟକ୍ତିଙ୍କୁ ପକ୍କା ଘରଟିଏ କରିବା ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ସହୟତା ସରକାର ଦିଅନ୍ତି। ତିନୋଟି କିସ୍ତିରେ ଏହି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କଖାତାରେ ସରକାର ଜମା କରନ୍ତି। ପ୍ରଶାନ୍ତ କିଶୋରଙ୍କ କହିବାନୁସାରେ ପ୍ରଥମ କିସ୍ତି ଟଙ୍କା ବ୍ୟାଙ୍କରେ ଜମା ହେବା ପରେ ହିତାଧିକାରୀଙ୍କୁ ଲାଞ୍ଚ ବାବଦକୁ ୩୫ ରୁ ୪୦ ହଜାର ଟଙ୍କା ଦେବାକୁ କୁହାଯାଏ। ଏହି ପ୍ରକ୍ରିୟାରେ ଗ୍ରାମପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ କିଛି ମଧ୍ୟସ୍ଥି ଦଲାଲ ସାମିଲ ଥା’ନ୍ତି। ହିତାଧିକାରୀ ବ୍ୟାଙ୍କରୁ ଟଙ୍କା ଉଠାଇଲା ପରେ ଦାବି ମୁତାବକ ଲାଞ୍ଚ ଟଙ୍କା ନ ଦେଲେ ଦ୍ୱିତୀୟ କିସ୍ତି ବେଳକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହି ହିତାଧିକାରୀଙ୍କ ଜମାଖାତାକୁ ଅଚଳ କରି ଦିଆଯାଏ। ଫଳରେ ହିତାଧିକାରୀ ଟଙ୍କା ଉଠାଇ ନପାରି ହଇରାଣ ହୁଅନ୍ତି। ପରେ ଦାବି ମୁତାବକ ଲାଞ୍ଚ ଟଙ୍କା ଦେଲେ ବ୍ୟାଙ୍କ ଖାତାକୁ ପୁନର୍ବାର ଚାଲୁ କରାଯାଏ। ଏପ୍ରକାର ଦୁର୍ନୀତି ଦିନ ଦ୍ୱି-ପହରେ ସମସ୍ତଙ୍କ ଜାଣତରେ ଚାଲୁଥିଲେ ବି କେହି ପ୍ରତିବାଦ କରନ୍ତି ନାହିଁ। କାରଣ ତଳୁ ଉପରଯାଏ ଏହି ଲାଞ୍ଚ ଟଙ୍କାରେ ଭାଗ ଥାଏ। ପ୍ରଶାନ୍ତ କିଶୋର ଚାଲେଞ୍ଜ୍ କରି କହିଛନ୍ତି କି ବ୍ୟାଙ୍କଠାରୁ ଜମାଖାତା ଚଳ-ଅଚଳ ହେବା ତଥ୍ୟରୁ ତାଙ୍କ ଅଭିଯୋଗର ସତ୍ୟତା ପ୍ରତିପାଦିତ ହୋଇପାରିବ। ଏଥରୁ ଅନୁମେୟ ଡିବିଟି ମାଧ୍ୟମରେ ଟଙ୍କା ଯାଉଥିଲେ ସୁଦ୍ଧା ଦୁର୍ନୀତି ହଟି ନାହିଁ।

ଦ୍ୱିତୀୟ ଉଦାହରଣ ଭାବେ ମନରେଗା ଯୋଜନାକୁ ନିଆଯାଇପାରେ। ଏହି ଯୋଜନାରେ ଶ୍ରମିକର ପାଉଣା ସିଧାସଳଖ ଶ୍ରମିକର ଜମାଖାତାରେ ପଇଠ ହୁଏ। କିନ୍ତୁ କାମ କରି ନଥିବା ବା କମ୍‌‌ କାମ କରିଥିବା ଶ୍ରମିକଙ୍କ ଜମାଖାତାରେ ଟଙ୍କା ଜମା କରାଯାଇ, ସେଥିରୁ କିଛି ଟଙ୍କା ଶ୍ରମିକକୁ ଦେଇ ବାକି ଟଙ୍କାକୁ ବାଟମାରଣା କରାଯାଏ। ଏହା ଦେଶର ଅଧିକାଂଶ ଗାଁ ମାନଙ୍କରେ ନିତିଦିନିଆ ଘଟଣା। ସବୁ ଜାଣି ବି କେହି ପ୍ରତିବାଦ କରନ୍ତି ନାହିଁ। ତୃତୀୟ ଉଦାହରଣ ଏମ୍‌‌ଏସ୍‌‌ପି ବା ସର୍ବନିମ୍ନ ସହାୟକ ମୂଲ୍ୟ। ତୃଣମୂଳ ସ୍ତରରେ ହେଉଥିବା ଅଭିଯୋଗ ଅନୁଯାୟୀ, ଏହି ବ୍ୟବସ୍ଥାରେ ଚାଷୀଙ୍କଠାରୁ ସରକାର ଧାନ କିଣିବା ପରେ ପରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଶସ୍ୟ ବିକ୍ରୟର ସରକାରୀ ମୂଲ୍ୟ ବାବଦକୁ ପଇସା ଆସେ। କିଛି ଦଲାଲ ଚାଷୀଙ୍କୁ ହାତ କରି କୁଇଣ୍ଟାଲ ପିଛା ଶହେରୁ ଦେଢ଼ଶହ ଟଙ୍କା କମିଶନ ଦେଇ ଚାଷୀଙ୍କ ନାମରେ ଧାନବିକ୍ରୀ କରାନ୍ତି। ମିଲମାଲିକମାନେ ପୂର୍ବରୁ କମ ପଇସାରେ କିଣିଥିବା ଧାନକୁ ଏହି କାଗଜପତ୍ରରେ ମାଧ୍ୟମରେ ସର୍ବନିମ୍ନ ସହାୟକ ଦରରେ ଧାନ କିଣାଯାଇଥିବା ଦର୍ଶାଇ ବେଶ ଦୁଇପଇସା ରୋଜଗାର କରନ୍ତି। ଏହି ଟଙ୍କାରେ ଉପରୁ ତଳ ସଭିଙ୍କ ଭାଗଥାଏ। ଚାଷୀ ବି ବିନାଚାଷରେ, ବିନା ଅମଳରେ କେବଳ କାଗଜ ଚାଷ କରି କିଛି ଟଙ୍କା କମିଶନ ରୂପେ ପାଇ ଖୁସି ହୋଇଯାଏ। ଡିବିଟି ମାଧ୍ୟମରେ ଟଙ୍କା ପଇଠ ହେଉଥିଲେ ସୁଦ୍ଧା ଖୋଲାଖୋଲି ଏଭଳି ବାଟମାରଣା ଚାଲିଛି। ସମସ୍ତଙ୍କୁ ଏ ବିଷୟ ଜଣା, ହେଲେ କେହି ଅଭିଯୋଗ କରନ୍ତିନି।

ଉପରୋକ୍ତ ତିନୋଟି ଉଦାହରଣରୁ ଜଣାପଡୁଛି ଯେ ଉପରୁ ଖୁବ୍‌‌ ସ୍ୱଚ୍ଛ ଜଣାପଡୁଥିବା ଡିବିଟି ବି ବାଟ ହୁଡ଼ିଲାଣି। ଆଉ ଏକ ମହଦାକାଂକ୍ଷୀ ଯୋଜନା ଲକ୍ଷ୍ୟଚ୍ୟୁତ ହେବାକୁ ବସିଲାଣି। ଏଥିରେ ଆହୁରି ସ୍ୱଚ୍ଛତା ଓ ସତର୍କତା ଲୋଡ଼ା। ନଚେତ ରାଜକୋଷରୁ ସବସିଡି ନାଁରେ ଅର୍ଥ ବାଟମାରଣା ଚାଲିଥିବ ଓ ସଚ୍ଚୋଟ କରଦାତାଙ୍କ ଉପରେ କରଭାର ବଢ଼଼ିବଢ଼଼ି ଚାଲିଥିବ।

ରଘୁନାଥ ବାବୁ
ବଲାଙ୍ଗିର, ମୋ: ୯୪୩୭୦୯୩୨୪୮

19 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର