ମାଓବାଦ ନିୟନ୍ତ୍ରଣରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା, ତଥାପି ଅନେକ ପଥ ବାକି

The Sakala Picture
Published On

ଓଡ଼ିଶାର ଉପାନ୍ତ ଜିଲ୍ଲାଗୁଡ଼ିକରେ ମାଓବାଦୀଙ୍କ କାର୍ଯ୍ୟକଳାପ ଓ ଉତ୍ପାତରେ ଉଲ୍ଲେଖନୀୟ ହ୍ରାସ ଘଟିବା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ଆଶ୍ୱସ୍ତିଜନକ ଖବର। ପଡ଼ୋଶୀ ଆନ୍ଧ୍ରରେ ଆଉ ମାଓବାଦୀ ସମସ୍ୟା ପ୍ରାୟତଃ ନାହିଁ। ତେଲଙ୍ଗାନାରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ। ଝାଡ଼ଖଣ୍ଡରେ ମଧ୍ୟ ମାଓବାଦୀଙ୍କ ଉତ୍ପାତ କିମିଛି। ଏହାସତ୍ତ୍ବେ ପଡ଼ୋଶୀ ଛତିଶଗଡ଼଼ର ବସ୍ତର ସଂଲଗ୍ନ ସୀମାନ୍ତରେ ମାଓବାଦୀ କାର୍ଯ୍ୟକଳାପ ଏ ଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ। ଓଡ଼ିଶା ଭଳି ସବୁ ରାଜ୍ୟ ଏହି ଉଗ୍ରବାଦୀ କାର୍ଯ୍ୟକଳାପ ବିରୋଧରେ […]

ଓଡ଼ିଶାର ଉପାନ୍ତ ଜିଲ୍ଲାଗୁଡ଼ିକରେ ମାଓବାଦୀଙ୍କ କାର୍ଯ୍ୟକଳାପ ଓ ଉତ୍ପାତରେ ଉଲ୍ଲେଖନୀୟ ହ୍ରାସ ଘଟିବା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ଆଶ୍ୱସ୍ତିଜନକ ଖବର। ପଡ଼ୋଶୀ ଆନ୍ଧ୍ରରେ ଆଉ ମାଓବାଦୀ ସମସ୍ୟା ପ୍ରାୟତଃ ନାହିଁ। ତେଲଙ୍ଗାନାରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ। ଝାଡ଼ଖଣ୍ଡରେ ମଧ୍ୟ ମାଓବାଦୀଙ୍କ ଉତ୍ପାତ କିମିଛି। ଏହାସତ୍ତ୍ବେ ପଡ଼ୋଶୀ ଛତିଶଗଡ଼଼ର ବସ୍ତର ସଂଲଗ୍ନ ସୀମାନ୍ତରେ ମାଓବାଦୀ କାର୍ଯ୍ୟକଳାପ ଏ ଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ। ଓଡ଼ିଶା ଭଳି ସବୁ ରାଜ୍ୟ ଏହି ଉଗ୍ରବାଦୀ କାର୍ଯ୍ୟକଳାପ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ଏଥିପାଇଁ କେନ୍ଦ୍ରର ସାହାଯ୍ୟ ସହଯୋଗ ମଧ୍ୟ ରହିଛି। ଓଡ଼ିଶାର ଦକ୍ଷିଣ, ପଶ୍ଚିମ ଓ ଉତ୍ତରାଞ୍ଚଳରେ ଏକଦା ମାଓବାଦୀ ସମସ୍ୟା ଯେଉଁ ଜଟିଳ ସ୍ଥତିରେ ପହଞ୍ଚିଥିଲା ତାହା ଏବେ ନିୟନ୍ତ୍ରଣକୁ ଆସିବା ପଛରେ ରହିଛି ନିରାପତ୍ତା ବାହିନୀର ନିରନ୍ତର ପ୍ରହରା ଓ କାର୍ଯ୍ୟାନୁଷ୍ଠାନ, ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ୍‌‌ କରିବାକୁ ରାଜ୍ୟମାନଙ୍କର ନିଷ୍ଠାପର ଉଦ୍ୟମ ଏବଂ ଅନଗ୍ରସର ଓ ଉପାନ୍ତ ଅଞ୍ଚଳର ବିକାଶ ପାଇଁ ନାନାବିଧ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା। ଏଥିରେ ଯୋଗାଯୋଗ, ଭିତ୍ତିଭୂମିର ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ଅର୍ଥନୈତିକ ଓ ସାମାଜିକ ଥଇଥାନ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ।

ମାଓ ଦମନ କ୍ଷେତ୍ରରେ ଓଡ଼ିଶା ଯେଉଁ ନିରନ୍ତର ଉଦ୍ୟମ ଚଳାଇଥିଲା ତାହାର ସୁଫଳ ଏବେ ମିଳିଛି। ଗୁରୁପ୍ରିୟା ସେତୁ ନିର୍ମାଣ ପୂର୍ବରୁ ଅବିଭକ୍ତ କୋରାପୁଟ୍‌‌ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଉପାନ୍ତ ଇଲାକା ମାଓବାଦୀଙ୍କ ଗଡ଼଼ ଥିଲା। ଏହି ସେତୁ ନିର୍ମାଣ ଫଳରେ ସେହି ଅଞ୍ଚଳକୁ ସଡ଼କ ଯୋଗାଯୋଗର ସୁବିଧା ସୃଷ୍ଟି ହୋଇଛି। ଏବେ ସେହି ଇଲାକା ‘ସ୍ୱାଭିମାନ ଅଞ୍ଚଳ’ ଭାବେ ନୂଆ ନାମ ପାଇଛି ଏବଂ ମାଓବାଦର ଅବସାନ ସେଠାରେ ଘଟିଛି। ୨୦୧୨ରେ ରାଜ୍ୟର ୩୦ ଜିଲ୍ଳା ମଧ୍ୟରୁ ୧୯ଟି ମାଓବାଦ ଦ୍ୱାରା ପ୍ରଭାବିତ ଥିଲା। ଏବେ ସେହି ସଂଖ୍ୟା ୧୦କୁ ହ୍ରାସ ପାଇଛି। କୋରାପୁଟ୍‌‌, ମାଲକାନଗିରି, ରାୟଗଡ଼଼ା, ବରଗଡ଼଼, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼଼ର କେତେକ ଅଞ୍ଚଳରେ ତଥାପି ମାଓବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛତିଶଗଡ଼଼ ଓ ଆନ୍ଧ୍ରରୁ ଆସି ଏଠାରେ ଉତ୍ପାତ କରୁଛନ୍ତି। ଓଡ଼ିଶାରେ ସକ୍ରିୟ ଥିବା ମାଓବାଦୀ ସଂଗନଠଗୁଡ଼ିକ ପ୍ରାୟ ଦୁର୍ବଳ ଓ ନିଷ୍କ୍ରିୟ ହୋଇପଡ଼ିଛନ୍ତି। ପୁଲିସର ତଥ୍ୟ ଅନୁସାରେ ଏବେ ଓଡ଼ିଶାରେ ୨୬୩ ଜଣ ମାଓବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଛତିଶଗଡ଼଼ର ପ୍ରାୟ ୨୦୦ ଓ ୪୯ ଜଣ ଆନ୍ଧ୍ରର। ଅନ୍ୟମାନେ ଓଡ଼ିଶାର। ସେସବୁ ରାଜ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମୟରେ ଏହି ମାଓବାଦୀମାନେ ଓଡ଼ିଶା ସୀମାନ୍ତକୁ ପଳାଇ ଆସି ଉତ୍ପାତ କରୁଛନ୍ତି।

ନୂଆପଡ଼ା ଜିଲ୍ଳାରେ ପ୍ରଥମ ଥର ପାଇଁ ଓଡ଼ିଶା, ଛତିଶଗଡ଼଼ ଓ କେନ୍ଦ୍ରୀୟ ବାହିନୀର ଯବାନ ଓ ପୁଲିସ୍‌‌ଙ୍କୁ ନେଇ ଗଠିତ ମିଳିତ ଟାସ୍କଫୋର୍ସ ମାଓବାଦୀ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଚଳାଇଛି। ଅନ୍ୟାନ୍ୟ ପ୍ରଭାବିତ ଜିଲ୍ଲରେ ନିରାପତ୍ତା ବାହିନୀର ସଂଗଠିତ ଧରପଗଡ଼଼ ଅଭିଯାନ, ଏନ୍‌‌କାଉଣ୍ଟର ଓ ଗିରଫଦାରୀ ଫଳରେ ଓଡ଼ିଶାରେ ମାଓ ଉତ୍ପାତ କମିଛି। ସେହିଭଳି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌‌ କରିବାକୁ ସରକାରଙ୍କ ପକ୍ଷରୁ ଜାରି ରହିଥିବା ପ୍ରୟାସକୁ ମଧ୍ୟ ଭଲ ସଫଳତା ମିଳୁଛି। ପୁଲିସ୍‌‌ର ସ୍ୱତନ୍ତ୍ର ଚାପ ଓ ସହଯୋଗ ଫଳରେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି। ମାଓବାଦୀମାନଙ୍କର ନିର୍ଦ୍ଦିଷ୍ଟ କୌଣସି ରାଜନୈତିକ ଆଦର୍ଶ ନାହିଁ। ସେମାନଙ୍କ ମଧ୍ୟରେ ଅନେକ ସମାଜ ବିରୋଧୀ କାର୍ଯ୍ୟକ୍ରମରେ ସାମିଲ୍‌‌ ହୋଇ ଧମକଚମକ ଓ ଶକ୍ତି ପ୍ରୟୋଗ କରି ଅର୍ଥ ରୋଜଗାର କରିବା ସହ ଗଞ୍ଜେଇ ଚାଷ ଓ ଆଉ କେତେକ ଆପରାଧିକ କାର୍ଯ୍ୟକାଳାପ ଚଳାଇ ନିଜର ଶାସନ ଜାରି ରଖିବାକୁ ଚାହୁଁଛନ୍ତି। ଗୋଟିଏ ଅଞ୍ଚଳରେ ସେମାନଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ ସେମାନେ ଅନ୍ୟ ଇଲାକା ବା ଜିଲ୍ଲାକୁ ଖସି ପଳାଇ ଆସୁଛନ୍ତି। ଏବେ ଶାନ୍ତିପ୍ରିୟ ବୌଦ ଜିଲ୍ଲାରେ ମାଓବାଦୀ ହଠାତ୍‌‌ ସକ୍ରିୟ ହେବା ସେହି କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ।

ମାଓବାଦୀଙ୍କ ଭଳି ବିଭ୍ରାନ୍ତ ଓ ଦୁର୍ଦ୍ଦାନ୍ତ ଗୋଷ୍ଠୀଙ୍କ ବିରୋଧରେ ଲଢ଼େଇରେ ଉଭୟ ପକ୍ଷର କ୍ଷତି ଘଟିଥାଏ। ଏହି ପକ୍ରିୟାରେ ଓଡ଼ିଶା ଅନେକ ନିରାପତ୍ତା ଅଧିକାରୀ ଓ କର୍ମଚାରୀଙ୍କୁ ହରାଇଛି ଓ ଅନେକ ଆହତ ହୋଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଅନେକ ମାଓବାଦୀ ନିହତ, ଗିରଫ କିମ୍ବା ଆତ୍ମସମର୍ପଣ କରିଛନ୍ତି। ଅନେକ ନିରୀହ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରି ଆତଙ୍କ ସୃଷ୍ଟି କରିବାକୁ ମଧ୍ୟ ଅପଚେଷ୍ଟା କରିଛନ୍ତି। ଏ ସବୁ ସତ୍ତ୍ବେ ଓଡ଼ିଶା ମାଓବାଦୀଙ୍କ ବିରୋଧରେ ଲମ୍ବା ଲଢ଼େଇ ଲଢ଼ି କିଛି ସଫଳତା ପାଇଛି, ତାହା କମ୍‌‌ ବଡ଼ କଥା ନୁହେଁ। ବଡ଼ କଥା ହେଲା ମାଓବାଦୀମାନେ ୍‌‌ସ୍ଥାନୀୟ ଲୋକଙ୍କ ସମର୍ଥନ ହରାଇଛନ୍ତି ଏବଂ ସେମାନଙ୍କର ଆଡା ଓ ଆଶ୍ରୟସ୍ଥଳଗୁଡ଼ିକ ପୁଲିସ ନିଶାଣାରେ ରହିଛି। ସ୍ଥାନୀୟ ଲୋକେ ବିକାଶମୂଳକ କାର୍ଯ୍ୟ ଚାହୁଁଛନ୍ତି। ମାଓବାଦୀମାନେ ଯାହା କରାଇ ଦେବାକୁ ଚାହୁଁ ନଥିଲେ ଲୋକ ସହଯୋଗରେ ସେହି ବିକାଶମୂଳକ କାମ ଏବେ ସମ୍ଭ ହୋଇପାରୁଛି। ମାଓବାଦୀଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଖ୍ୟା କମୁଛି ଏବଂ ଯାହା କିଛି ଅଛି ତାହା ସବୁ ଥାନା ଓ ନିରାପତ୍ତା ବାହିନୀଠାରୁ ଲୁଟ୍‌‌ କରାଯାଇ ରଖାଯାଇଛି। ଏହି ସବୁ କାରଣରୁ ମଧ୍ୟ ମାଓବାଦୀମାନେ ଓଡ଼ିଶାରେ କ୍ରମଶଃ ଦୁର୍ବଳ ହେଉଛନ୍ତି।

ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣାଞ୍ଚଳର କିଛି ଉପାନ୍ତ ଇଲାକା ତଥାପି ମାଓବାଦୀଙ୍କ ଦୌରାତ୍ମ୍ୟ ଦୃଷ୍ଟିରୁ ସରକାରଙ୍କ ପାଇଁ ଚିନ୍ତାଜନକ ହୋଇଛି। ସେମାନଙ୍କ ବିରୋଧରେ ଜାତୀୟ ଓ ସ୍ଥାନୀୟ ରଣନୀତି ଆଧାରରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ଏହା ଏକ ନିରନ୍ତର ଦୀର୍ଘମିଆଦୀ ପ୍ରକ୍ରିୟା ଏବଂ ଏଥିରେ ବିଶ୍ରାମ ନେବାର ଅବକାଶ ନାହିଁ। ଆମ ପୁଲିସ ଓ ନିରାପତ୍ତା ବାହିନୀଙ୍କ କାର୍ଯ୍ୟ ବେଶ୍‌‌ ପ୍ରଶଂସାଜନକ ରହିଛି। ସରକାର ମଧ୍ୟ ଏଥିରେ ସବୁପ୍ରକାର ସହାଯ୍ୟ ସହଯୋଗ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଲୋକଙ୍କ ସମର୍ଥନରେ ମାଓବାଦୀଙ୍କୁ ଅଲଗା କରି ସେମାନଙ୍କ ଦମନ କରିବା ସବୁଠାର ଗ୍ରହଣଯୋଗ୍ୟ ପନ୍ଥା। ଆଶା କରିବା ଏହି ରଣନୀତି ଆଧାରରେ ଓଡ଼ିଶା ଆଉ ଅଳ୍ପଦିନରେ ମାଓବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ସଫଳ ହେବ।

16 May 2023 By The Sakala

https://www.thesakala.in/sakala-editorial/sakala-editorial-16-05-2023/article-21689
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର