ରୁଷ ସରକାରଙ୍କ ବେସରକାରୀ ଗୁଣ୍ଡାବାହିନୀ

The Sakala Picture
Published On

ଏକବିଂଶ ଶତାବ୍ଦୀରେ ବିଶ୍ୱ ଆତଙ୍କିତ ଅବସ୍ଥା ଦେଇ ଗତି କରୁଛି। ବିଭିନ୍ନ ସ୍ଥାନରେ ହିଂସା, ଯୁଦ୍ଧ, ମାନବିକତାର ଉଲ୍ଲଙ୍ଘନ ତଥା କେତେକ ରାଷ୍ଟ୍ରର ବିସ୍ତାରବାଦ ନୀତି ସାଧାରଣ ନାଗରିକମାନଙ୍କର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଏକ ସମସ୍ୟା ହୋଇ ଠିଆ ହୋଇଛି। ଦେଶ ହେଉ ଅବା ବ୍ୟକ୍ତି ପ୍ରାୟ ସମସ୍ତେ ଆଜି ନିଜ ନିଜର ସୁରକ୍ଷା ପାଇଁ ଚିନ୍ତିତ। ଏହି ଚିନ୍ତାରୁ ଜନ୍ମ ନେଇଛି ବ୍ୟକ୍ତିଗତ ସୁରକ୍ଷା କର୍ମୀ। ଆଧୁନିକ ସଂସ୍କରଣରେ ସେମାନେ ‘ବାଉନ୍‌‌ସର’ ନାମରେ ଜଣାଶୁଣା। କିନ୍ତୁ […]

ଏକବିଂଶ ଶତାବ୍ଦୀରେ ବିଶ୍ୱ ଆତଙ୍କିତ ଅବସ୍ଥା ଦେଇ ଗତି କରୁଛି। ବିଭିନ୍ନ ସ୍ଥାନରେ ହିଂସା, ଯୁଦ୍ଧ, ମାନବିକତାର ଉଲ୍ଲଙ୍ଘନ ତଥା କେତେକ ରାଷ୍ଟ୍ରର ବିସ୍ତାରବାଦ ନୀତି ସାଧାରଣ ନାଗରିକମାନଙ୍କର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଏକ ସମସ୍ୟା ହୋଇ ଠିଆ ହୋଇଛି। ଦେଶ ହେଉ ଅବା ବ୍ୟକ୍ତି ପ୍ରାୟ ସମସ୍ତେ ଆଜି ନିଜ ନିଜର ସୁରକ୍ଷା ପାଇଁ ଚିନ୍ତିତ। ଏହି ଚିନ୍ତାରୁ ଜନ୍ମ ନେଇଛି ବ୍ୟକ୍ତିଗତ ସୁରକ୍ଷା କର୍ମୀ। ଆଧୁନିକ ସଂସ୍କରଣରେ ସେମାନେ ‘ବାଉନ୍‌‌ସର’ ନାମରେ ଜଣାଶୁଣା। କିନ୍ତୁ ସରକାର ଯଦି ନିଜସ୍ୱ ବା ବ୍ୟକ୍ତିଗତ ସୁରକ୍ଷା କର୍ମୀ ରଖିବା କଥା ଶୁଣାଯାଏ ତେବେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ। ରୁଷ ସରକାର ଏଭଳି ଏକ ବେସରକାରୀ ବାହିନୀ ବା ଗୋଷ୍ଠୀ ଗଠନ କରିଛନ୍ତି, ଯାହାର ନାମ ରଖାଯାଇଛି ‘ୱାଗନର ଗୋଷ୍ଠୀ’। ଏହା ରୁଷ ସରକାରଙ୍କ ଏକପ୍ରକାର ଗୁଣ୍ଡାବାହିନୀ ଭାବେ ପରିଗଣିତ। ବେସରକାରୀ ଭାବେ ଗଠନ ହୋଇଥିଲେ ହେଁ ଏହି ଗୋଷ୍ଠୀ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏକ ସୈନିକ ଦଳ ଭଳି।

ଏହି ଗୋଷ୍ଠୀର ନାମ ପ୍ରଥମ ଥର ପାଇଁ ୨୦୧୪ ମସିହାରେ ଚର୍ଚ୍ଚାକୁ ଆସିଥିଲା। ରୁଷ କ୍ରିମିଆ ଉପରେ ଆକ୍ରମଣ କରିବା ସମୟରେ ଏହି ଗୋଷ୍ଠୀ ରୁଷିଆର ସୈନିକମାନଙ୍କୁ ସହଯୋଗ କରିଥିଲା। ଏହାପରେ ମୋଜାମ୍ୱିକ, ଲିବିୟା, କେନ୍ଦ୍ରୀୟ ଆଫ୍ରିକା, ମାଲି, ସୁଦାନ, ମାଡାଗାସ୍କର ପରି କିଛି ଆଫ୍ରିକୀୟ ଦେଶରେ ଏହାର ଅଙ୍କୁରୋଦଗମ ହୋଇଥିଲା। ସେହିସବୁ ଦେଶ ଗୃହ ଯୁଦ୍ଧ, ଆଭ୍ୟନ୍ତରୀଣ କନ୍ଦଳ ଆଦି ଅଶାନ୍ତ ପରିସ୍ଥିତି ଦେଇ ଗତି କରୁଛନ୍ତି। ୱାଗନର ଗୋଷ୍ଠୀ ତାଲିମପ୍ରାପ୍ତ ସଦସ୍ୟଙ୍କ ଜରିଆରେ ସେହିସବୁ ଦେଶର ସରକାରଙ୍କୁ ସାହାଯ୍ୟ କରିବା ସହିତ ପ୍ରତିବଦଳରେ ପ୍ରଚୁର ଅର୍ଥ, ତୈଳ କୂପ, ସୁନା ଖଣି ଆଦିର ମାଲିକାନା ହାସଲ କରନ୍ତି। ଏହି ଗୋଷ୍ଠୀର ଜନ୍ମଦାତା ହେଉଛନ୍ତି ରୁଷିଆର ଜିଆରୟୁ (ମୁଖ୍ୟ ଗୁପ୍ତଚର କାର୍ଯ୍ୟାଳୟ)ର ଜନୈକ ଅଧିକାରୀ ଲେଫ୍ଟନେଣ୍ଟ କର୍ଣ୍ଣେଲ୍‌‌ ଡିମିଟ୍ରି ଉଟ୍‌‌କିନ୍‌‌। ଡିମିଟ୍ରିଙ୍କ ଆଦର୍ଶ ହେଉଛନ୍ତି ଜର୍ମାନର ପୂର୍ବତନ ଶାସକ ହିଟଲ୍‌‌ର। ଏକଦା ହିଟଲରଙ୍କ ପାଖରେ ଜଣେ ସଙ୍ଗୀତକାର ଥିଲେ, ଯାହାଙ୍କ ନାମ ଥିଲା ରିଚାର୍ଡ ୱାଗନର। କୁହାଯାଏ ଉଟ୍‌‌କିନ୍‌‌ ରିଚାର୍ଡଙ୍କ ନାମାନୁସାରେ ତା’ଙ୍କ ସଙ୍ଗଠନର ନାମ ‘ୱାଗନର ଗୋଷ୍ଠୀ’ ଦେଇଥିଲେ। ୱାଗନର ଗୋଷ୍ଠୀର ଦ୍ୱିତୀୟ ଉଦ୍ୟୋକ୍ତା ହେଲେ ୧୯୬୧ରେ ଜନ୍ମିତ ରୁଷିଆର ନାଗରିକ ୟେଭାଜେନି ପ୍ରିଗୋଜିନ, ଯିଏକି ଭ୍ଲାଦିମର ପୁଟିନଙ୍କ ଖୁବ୍‌‌ ନିକଟତର। ତାଙ୍କୁ ପୁଟିନଙ୍କ ରୋଷେୟା ବୋଲି କୁହାଯାଏ। କାରଣ ପ୍ରିଗୋଜିନ୍‌‌ଙ୍କ ହୋଟେଲର ଖାଦ୍ୟ ପୁଟିନ ତଥା ତା’ଙ୍କ ବିଦେଶାଗତ ଅତିଥିଙ୍କୁ ପରଷା ଯାଇଥାଏ। ପ୍ରିଗୋଜିନ୍‌‌ଙ୍କୁ ୱାଗନର ଗ୍ରୁପର ମାଲିକ ବୋଲି ମଧ୍ୟ ଶୁଣାଯାଏ।

୨୦୧୬ ମସିହା ବେଳକୁ ୱାଗନର ଗୋଷ୍ଠୀର ସଦସ୍ୟ ସଂଖ୍ୟା ପ୍ରାୟ ୧୦୦୦ ଥିଲା। ୨୦୧୭ ଅଗଷ୍ଟ ମାସ ସୁଦ୍ଧା ଏହି ସଂଖ୍ୟା ୫୦୦୦ ଏବଂ ସେହିବର୍ଷ ଡିସେମ୍ୱର ମାସ ଶେଷସୁଦ୍ଧା ୬୦୦୦ ଟପି ଯାଇଥିଲା। ଏହି ସଂସ୍ଥା ଆର୍ଜେଣ୍ଟିନାରେ ପଞ୍ଜୀକୃତ ହୋଇଥିବା ମଧ୍ୟ କୁହାଯାଏ। ରୁଷିଆ ଦେଶର ସେଣ୍ଟ ପିଟର୍ସବର୍ଗ ସହର ଏବଂ ଚୀନ ଅଧିକୃତ ହଂକଂ ସହରରେ ଏହାର କାର୍ଯ୍ୟାଳୟ ରହିଛି। ୨୦୧୭ ମସିହାଠାରୁ ୨୦୧୯ ମସିହା ଭିତରେ ପ୍ରାୟ ୨୦ଟି ଆଫ୍ରିକୀୟ ଦେଶରେ ଏହାର କାର୍ଯ୍ୟାଳୟ ଥିବାବେଳେ ପରବର୍ତ୍ତୀ ସମୟରେ ଏହି ସଂସ୍ଥା ଅନ୍ୟ ଆଫ୍ରିକୀୟ ଦେଶଗୁଡ଼ିକୁ ତା’ର କାର୍ଯ୍ୟାଳୟ ସଂଖ୍ୟାକୁ ବିସ୍ତାର କରିଛି। ୨୦୨୦ ମସିହା ପ୍ରାରମ୍ଭରେ ‘ବ୍ଲାକ ୱାଟର’ ବେସାମରିକ କମ୍ପାନୀର ପ୍ରତିଷ୍ଠାତା ଏରିକ ମୋଜାମ୍ୱିକ ଲିବିୟାରେ ଚାଲିଥିବା ସାମରିକ କାର୍ଯ୍ୟକଳାପରେ ୱାଗନର ଗୋଷ୍ଠୀଙ୍କୁ ସାହାଯ୍ୟ ଯୋଗାଇ ପ୍ରତିବଦଳରେ ସେବା ହାସଲ କରିଥିବା କୁହାଯାଏ। ମାର୍ଚ୍ଚ ୨୦୨୧ ମସିହା ସୁଦ୍ଧା ଜିମ୍ୱାୱେ, ଅଙ୍ଗୋଲା, ଗୁଇନିଆ, କଙ୍ଗୋ ଇତ୍ୟାଦି ଦେଶରେ ୱାଗନର ଗୋଷ୍ଠୀ ନିୟୋଜିତ ହେବାର ଖବର ରହିଛି।

ଆଫ୍ରିକୀୟ ଦେଶଗୁଡ଼ିକରେ ୱାଗନର ଗୋଷ୍ଠୀର ଉପସ୍ଥିତି ଓ ସଂଖ୍ୟା ବଢ଼଼ିବା ପଛରେ ସେହିସବୁ ଦେଶର ଆର୍ଥିକ ଅବସ୍ଥା ଦାୟୀ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଗୁୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସେହିସବୁ ଆଫ୍ରିକୀୟ ଦେଶଗୁଡ଼ିକ ନିଜର ସାମରିକ ବାହିନୀ ରଖିବାକୁ ଅକ୍ଷମ ବା ଖୁବ କମ ସଂଖ୍ୟକ ସାମରିକ ବଳର ଅଧିକାରୀ। ସମୟଚକ୍ରରେ ଆଭ୍ୟନ୍ତରୀଣ ବିରୋଧ, ଗୃହଯୁଦ୍ଧ, ସରକାରୀ କଳକୁ ବିରୋଧ, ଶାସକ ପରିବର୍ତ୍ତନ ଦାବି, ସେନା ବିପ୍ଳବ ଇତ୍ୟାଦି ବିଭିନ୍ନ ବିଶୃଙ୍ଖଳାକୁ ଦମନ କରିବା ପାଇଁ ସେହିସବୁ ଦେଶର ସରକାର ଏହି ୱାଗନର ଗୋଷ୍ଠୀକୁ ନିୟୋଜିତ କରିଥା’ନ୍ତି ଏବଂ ପ୍ରତିବଦଳରେ ପାରିଶ୍ରମିକ ବାବଦକୁ ୱାଗନର ଗୋଷ୍ଠୀ ଜୋଜବରଦସ୍ତ ସେହିସବୁ ଦେଶର ତୈଳ କୂପ, ସୁନା ଖଣି ଇତ୍ୟାଦି ନିଜ ଦଖଲକୁ ନେଇଯାଇଥା’ନ୍ତି। ଏହା ଏକ ଲାଭଜନକ ବ୍ୟବସାୟ କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ବର୍ଷେରୁ ଅଧିକ ସମୟ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ରୁଷିଆ ପ୍ରାୟ ୪୦୦ ଜଣ ୱାଗନର ଗୋଷ୍ଠୀର ସୈନିକଙ୍କୁ ୟୁକ୍ରେନର ‘କିଭ’ ସହରରେ ଅବସ୍ଥାପିତ କରିଥିବା ସୂଚନା ମିଳିଛି। ଏହି ସୈନିକଙ୍କ ନାଗରିକତ୍ୱ ପଞ୍ଜୀକୃତ ହୋଇ ନ’ଥାଏ ଏବଂ ପରିଚୟ ଗୁପ୍ତ ରଖାଯାଏ। ତେଣୁ ୱାଗନର ଗୋଷ୍ଠୀର ସଦସ୍ୟ ଯଦି ମୃତାହତ ହୁଅନ୍ତି ତେବେ ପୁଟିନ କୌଣସି ପ୍ରକାର ସମାଲୋଚନାର ଶିକାର ହେବେ ନାହିଁ କିମ୍ୱା ୱାଗନର ଗୋଷ୍ଠୀ ଯଦି ୟୁକ୍ରେନ୍‌‌ର ରାଷ୍ଟ୍ରପତି, ସେନା ଓ ସରକାର ଅଧିକାରୀମାନଙ୍କୁ ହତ୍ୟା କରନ୍ତି ତେବେ କୂଟନୈତିକ ସ୍ତରରେ ରୁଷ ଉପରେ କୌଣସି ଚାପ କିମ୍ବା ପ୍ରଭାବ ପଡ଼ିବ ନାହିଁ।

ୱାଗନର ଗୋଷ୍ଠୀର ଲୋଗୋ ଗୋଲାକୃତି, ଯାହାର କେନ୍ଦ୍ରଭାଗରେ ମନୁଷ୍ୟ ମୁଣ୍ଡର କଙ୍କାଳ ଏବଂ ଚାରିପଟେ ପିଏମସି ୱାଗନର ଗ୍ରୁପ ଇଂରାଜୀ ତଥା ରୁଷିଆ ଭାଷାରେ ଲେଖା ହୋଇଥାଏ। ଅସାଧାରଣ ବୁଦ୍ଧି ସମ୍ପନ୍ନ ୱାଗନର ଗୋଷ୍ଠୀର ସଦସ୍ୟମାନଙ୍କୁ କଠୋର ପ୍ରଶିକ୍ଷଣ ଦ୍ୱାରା ଯେ କୌଣସି ଯୁଦ୍ଧକୌଶଳରେ ପାରଙ୍ଗମ କରାଯାଏ। ଏହି ଗୋଷ୍ଠୀର ସଦସ୍ୟ ଭାବେ ସାଧାରଣତଃ ପୂର୍ବତନ ସାମରିକ ଓ ଅର୍ଦ୍ଧସାମରିକ ବାହିନୀର ସୈନିକଙ୍କୁ ବଛାଯାଇଥାଏ, ଯେଉଁମାନେ ଚାକିରିରୁ ଅବସର ନେବା ପରେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥା’ନ୍ତି। ଏହାଛଡ଼ା ଜେଲ୍‌‌ରେ ଥିବା ବିଚାରାଧୀନ କଏଦୀ ଓ ଦୋଷୀ ସାବ୍ୟସ୍ତ ହୋଇଥିବା ବନ୍ଦୀଙ୍କୁ ମଧ୍ୟ ୱାଗନର ଗୋଷ୍ଠୀର ସଦସ୍ୟ ଭାବେ ଚୟନ କରାଯାଇଥାଏ। ସାଧାରଣତଃ ଏମାନଙ୍କର ବୟସ ୪୦ ରୁ ୫୦ ଭିତରେ ହୋଇଥାଏ। ଏମାନେ ଖୁବ ଦକ୍ଷ ହେବା ସହିତ ଦୟାମାୟା ହୀନ ଏବଂ ଯେକୌଣସି ପରିସ୍ଥିତିର ମୁକାବଲା କରିବାରେ ଅଭ୍ୟସ୍ତ। ଏମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ‘କାମ ବଦଳରେ ଅର୍ଥ’। ସରକାରଙ୍କ ସହିତ ମଧ୍ୟ ଏହି ଚୁକ୍ତି ହୋଇଥାଏ। ଯୁଦ୍ଧ ସମୟରେ ବିଶେଷ ସେବା ପ୍ରଦାନ କରିବା, ଗୁପ୍ତଚର ବୃତ୍ତି କରିବା, ତାଲିମ, ସମ୍ବେଦନଶୀଳ ସ୍ଥାନଗୁଡ଼ିକର ରକ୍ଷଣାବେକ୍ଷଣ କରିବା ଇତ୍ୟାଦି ଦାୟିତ୍ୱ ମଧ୍ୟ ଏହି ‘ୱାଗନର ଗୋଷ୍ଠୀ’ ଅର୍ଥ ବିନିମୟରେ କରିଥାଏ।

ବିଶେଷଜ୍ଞଙ୍କ ମତରେ ଏବେ ଏହା ରୁଷିଆର ରାଷ୍ଟ୍ରପତିଙ୍କ ପାଇଁ ଗୁପ୍ତରେ କାର୍ଯ୍ୟ କରୁଥିବା ଏକ ବେସରକାରୀ ସାମରିକ ବାହିନୀ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ମଧ୍ୟ ଏହି ୱାଗନର ଗୋଷ୍ଠୀର ଉପସ୍ଥିତି ଓ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠିଥିଲା। ଏହାସହିତ ମିଅାଁମାର ସାମରିକ ବିଦ୍ରୋହରେ ଏମାନଙ୍କର ହାତ ଥିଲା ବୋଲି ଶୁଣାଯାଉଛି। ୨୩ ନଭେମ୍ୱର ୨୦୨୨ ୟୁରୋପୀୟ ସଂଘ ବା ଦେଶସମୂହ ଏହି ୱାଗନର ଗ୍ରୁପ୍‌‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏପରିକି ମିଳିତ ଜାତିସଙ୍ଘ ମଧ୍ୟ ଏହି ଗୋଷ୍ଠୀର କାର୍ଯ୍ୟକଳାପକୁ ନେଇ ଉଦ୍‌‌ବେଗ ପ୍ରକାଶ କରିଛି। ୟୁରୋପ ସଂଘର ଏହି ପ୍ରତିବନ୍ଧକ ଘୋଷଣା ପରେ ୱାଗନର ଗ୍ରୁପର ମୁଖ୍ୟ ୟୁରୋପୀୟ ସଂଘକୁ ଏକ ବେହେଲା ଖୋଳ ମଧ୍ୟରେ ଏକ ରକ୍ତରଞ୍ଜିତ ବଡ଼ ହାତୁଡ଼ି ପଠାଇଥିବା ଚର୍ଚ୍ଚା ହେଉଛି।

କ୍ଷମତା ବଳୟ ଭିତରେ ନିଜେ ଶାନ୍ତିରେ ରହିବା ସହିତ ଅନ୍ୟମାନଙ୍କୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ସୁଯୋଗ ଦେବା ବଦଳରେ କେତେକ ରାଷ୍ଟ୍ର ଏପରି କାର୍ଯ୍ୟକଳାପକୁ କାହିଁକି ଆଦରି ନେଉଛନ୍ତି ତାହା ସେମାନଙ୍କୁ ହିଁ ଜଣା। ଏହାର ପରିସମାପ୍ତି ହିଁ ଶାନ୍ତିର ପ୍ରାରମ୍ଭ। କିନ୍ତୁ ଶାନ୍ତି କେବେ ଆସିବ ତାହା ଏକ ବିରାଟ ପ୍ରଶ୍ନବାଚୀ।

ବିଷ୍ଣୁ ପ୍ରସାଦ ଦାସ
କଟକ, ମୋ: ୯୯୩୭୧୭୪୦୯୭

06 May 2023 By The Sakala

https://www.thesakala.in/sakala-editorial/sakala-article-06-05-2023-1/article-21387
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର