କୃତ୍ରିମ ବୁଦ୍ଧିମତ୍ତା ଭସ୍ମାସୁର ନ ହେଉ; ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

The Sakala Picture
Published On

ଚତୁର୍ଥ ଶିଳ୍ପ ବିପ୍ଳବ ଯାହା ଇଣ୍ଡଷ୍ଟ୍ରୀ – ୪.୦ ନାମରେ ନୂଆ ପରିଚୟ ପାଇଛି, ତାହାର ଅବଧାରଣା ହେଲା ପ୍ରଯୁକ୍ତି, ଉଦ୍ୟୋଗ, ସାମାଜିକ ଢାଞ୍ଚା ଓ ପ୍ରକ୍ରିୟାକରଣରେ ନବ ଉନ୍ମେଷ ଆଣି ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ କରିବା। ଏଥିରେ ଇଣ୍ଟର କନେକ୍ଟିଭିଟି ଓ ସ୍ମାର୍ଟ ଅଟୋମେସନ ଅଗ୍ରାଧିକାର ପାଇଛି। ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ, ଆଡ୍‌‌ଭାନ୍ସ ରୋବୋଟିକ୍ସ, ଜିନ୍‌‌ଏଡିଟିଙ୍ଗ, ଥ୍ରୀଡି ପ୍ରିଣ୍ଟିଂ, ଇଣ୍ଟରନେଟ୍‌‌ ଅଫ୍‌‌ ଥିଙ୍ଗ୍‌‌ସ, ଡିଜିଟାଇଜେସନ, ଏମ୍‌‌ଟୁଏମ୍‌‌ ଓ ମେସିନ୍‌‌ ଲଣ୍ଣିଂ ଆଦି ଏହି ବିପ୍ଳବର ଅବଦାନ। […]

ଚତୁର୍ଥ ଶିଳ୍ପ ବିପ୍ଳବ ଯାହା ଇଣ୍ଡଷ୍ଟ୍ରୀ – ୪.୦ ନାମରେ ନୂଆ ପରିଚୟ ପାଇଛି, ତାହାର ଅବଧାରଣା ହେଲା ପ୍ରଯୁକ୍ତି, ଉଦ୍ୟୋଗ, ସାମାଜିକ ଢାଞ୍ଚା ଓ ପ୍ରକ୍ରିୟାକରଣରେ ନବ ଉନ୍ମେଷ ଆଣି ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ କରିବା। ଏଥିରେ ଇଣ୍ଟର କନେକ୍ଟିଭିଟି ଓ ସ୍ମାର୍ଟ ଅଟୋମେସନ ଅଗ୍ରାଧିକାର ପାଇଛି। ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ, ଆଡ୍‌‌ଭାନ୍ସ ରୋବୋଟିକ୍ସ, ଜିନ୍‌‌ଏଡିଟିଙ୍ଗ, ଥ୍ରୀଡି ପ୍ରିଣ୍ଟିଂ, ଇଣ୍ଟରନେଟ୍‌‌ ଅଫ୍‌‌ ଥିଙ୍ଗ୍‌‌ସ, ଡିଜିଟାଇଜେସନ, ଏମ୍‌‌ଟୁଏମ୍‌‌ ଓ ମେସିନ୍‌‌ ଲଣ୍ଣିଂ ଆଦି ଏହି ବିପ୍ଳବର ଅବଦାନ। ଏହିସବୁ ଅତ୍ୟାଧୁନିକ ଓ ବିସ୍ମୟକାରୀ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଔଦ୍ୟୋଗିକ ପୁଞ୍ଜିବାଦ କ୍ଷେତ୍ରରେ ନୂଆ ସଫଳତା ହାସଲ କରିବାକୁ ବିକଶିତ ରାଷ୍ଟ୍ରସମୂହ ବ୍ୟଗ୍ର। ଭାରତ ୨୦୪୭ ସୁଦ୍ଧା ବିଶ୍ୱର ଅନ୍ୟତମ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଲକ୍ଷ୍ୟ ରଖି ଏହି ବିକାଶ ଦୌଡ଼ରେ ସାମିଲ ହୋଇଛି।

ଏସବୁ ଟେକ୍‌‌ନୋଲୋଜି ତାହାର ନିର୍ମାଣ ଓ ଉଦ୍ଭାବନାଗତ ବିଶେଷତ୍ୱ ଦୃଷ୍ଟିରୁ ମଣିଷଠାରୁ ଯଥେଷ୍ଟ ଅଧିକ ପରିମାଣର ଓ ଗୁଣାତ୍ମକ ମାନର କାମ କରିବାକୁ ସକ୍ଷମ। ସର୍ବୋପରି ଅଟୋମେସନ ଯୋଗୁଁ ଏହା ମଧ୍ୟ ମଣିଷ ହାତରୁ କାମ ଛଡ଼ାଇ ନେବାର କ୍ଷମତା ରଖିଛି। କିଛିଦିନ ତଳେ ବୈଜ୍ଞାନିକ ସମୁଦାୟ ଓ ବିଶେଷଜ୍ଞମାନେ ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଭଳି ଟେକ୍‌‌ନୋଲୋଜିର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଥିଲେ। ସରଳ ଭାଷାରେ କହିଲେ ଏହି ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ ସହିତ ଇଣ୍ଡଷ୍ଟ୍ରି ୪.୦ର ନୂଆ ନୂଆ ଟେକ୍‌‌ନୋଲୋଜି ସବୁ ମଣିଷର ବୁଦ୍ଧିମତ୍ତାକୁ ଅତିକ୍ରମ କରି ଭସ୍ମାସୁର ପାଲଟିବାର ଆଶଙ୍କା ପ୍ରକାଶ ପାଇଥିଲା। ଏହା କୌଣସି ଆଈ ମା’ର କାହାଣୀ ନୁହେଁ। ଜିନ୍‌‌ (ଭୂତ) ବୋତଲରୁ ବାହାରିବା ଭଳି ମଣିଷ ଏସବୁ ଟେକ୍‌‌ନୋଲୋଜିକୁ ବାହାର କରିବା ପରେ ସେ ସବୁ ସ୍ୱୟଂକ୍ରିୟତା ବା ଅଟୋମେସନ ପ୍ରକ୍ରିୟାରେ ଯେଉଁ ଭଳି ଭାବେ ବିବର୍ତ୍ତିତ ହେଉଛି, ସେଥିରେ ମଣିଷ ତାହାକୁ ନିୟନ୍ତ୍ରଣ କରିବା ବୋଧହୁଏ ସମ୍ଭବ ହୋଇ ନ ପାରେ। ଯେଉଁ ବିଜ୍ଞାନ ମଣିଷର କଲ୍ୟାଣ ପାଇଁ ସଦା ଉଦ୍ଦିଷ୍ଟ, ତାହା ଯଦି ବିପରୀତ ଆଚରଣ ଦେଖାଇବ, ତାହାଠାରୁ ଆଉ ବଡ଼ ବିପଦ ମଣିଷ ସମାଜ ପାଇଁ କ’ଣ ହୋଇପାରେ!

ବିଶ୍ୱର ସବୁଠୁ ଅଗ୍ରଣୀ ଓ ବିକଶିତ ଦେଶ ଆମେରିକା ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସର ଅନିୟନ୍ତ୍ରିତ (ଅବାଧ) ଅଭିବୃଦ୍ଧି ଏବଂ ସମ୍ଭାବ୍ୟ ବିନାଶକାରୀ କ୍ଷମତା ବିଷୟରେ ରିପୋର୍ଟ ପାଇବା ପରେ ବିଶେଷ ଚିନ୍ତିତ ହୋଇପଡ଼ିଛି। ଏ ସମ୍ପର୍କରେ ଆଲୋଚନା କରି ପ୍ରତିକାର ଉପାୟ ବାହାର କରିବା ପାଇଁ ବାଇଡେନ୍‌‌ ପ୍ରଶାସନ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ସମେତ କମ୍ପାନୀର ପରିଚାଳକମାନଙ୍କୁ ହ୍ୱାଇଟ୍‌‌ହାଉସକୁ ଡକାଇ ଆଲୋଚନା କରିଛି। ଯାହା ରିପୋର୍ଟ ମିଳୁଛି, ଆମେରିକା ସରକାର ଏ କ୍ଷେତ୍ରରେ କିଛି ସରକାରୀ ନିୟନ୍ତ୍ରଣ ଓ କଟକଣା ବ୍ୟବସ୍ଥା ରଖିବାକୁ ଚାହୁଁଛନ୍ତି ଏବଂ ଏଆଇ ଶିଳ୍ପକୁ ନିରଙ୍କୁଶ କ୍ଷମତା ଦେବାକୁ ଚାହୁଁନାହାନ୍ତି।

ହ୍ୱାଇଟ୍‌‌ହାଉସ୍‌‌ର ଏହି ଜରୁରୀ ବୈଠକରୁ ସୂଚନା ମିଳୁଛି ଯେ ଆମେରିକା ସରକାର ଏହି ପ୍ରସଙ୍ଗକୁ ନେଇ କେତେ ବିବ୍ରତ। ଆହୁରି ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନ୍‌‌ କମ୍ପ୍ୟୁଟର ଶିଳ୍ପକୁ ପରାମର୍ଶ ଦେଇଛନ୍ତି ଯେ ଘରୋଇ କ୍ଷେତ୍ରର କମ୍ପାନୀମାନେ ପ୍ରଥମେ ସୁନିଶ୍ଚିତ କରିବା ଆବଶ୍ୟକ ଯେ ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ ସାମଗ୍ରୀ ସବୁ ଉନ୍ମୋଚିତ ବା କାର୍ଯ୍ୟକ୍ଷମ ହେବା ପୂର୍ବରୁ ତାହାର ପରୀକ୍ଷା ନିରୀକ୍ଷା କରାଯାଇ ଏହା ନିରାପଦ ବୋଲି ସାବ୍ୟସ୍ତ ହେବା ଆବଶ୍ୟକ। ତା’ ନହେଲେ ସେ ସବୁ ସାଧାରଣ ବ୍ୟବହାର ପାଇଁ ଛଡ଼ାଯିବା ଅନୁଚିତ। ଏଠାରେ ସୂଚନାଯୋଗ୍ୟ ଯେ ଚାଟ୍‌‌ଜିପିଟି ରାତାରାତି ସଫଳ ହେବା ପରେ ନୀତି ନିର୍ଦ୍ଧର୍ାରକ ଓ ବିଶେଷଜ୍ଞମାନେ ଏ ଆଇର ବିପଦ ସମ୍ପର୍କରେ ସ୍ୱର ଉଠାଇଥିଲେ। ଏହା ଆମେରିକାରେ ଏକ ବଡ଼ ଜନପ୍ରସଙ୍ଗ ହେବାରୁ ସେଠା ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ବିଭିନ୍ନ ସଫ୍ଟଓୟାର କମ୍ପାନୀର ସିଇଓମାନଙ୍କ ସହିତ ଆମେରିକାର ଉପରାଷ୍ଟ୍ରପତି, ରାଷ୍ଟ୍ରପତିଙ୍କ ଚିଫ୍‌‌ ଅଫ୍‌‌ ଷ୍ଟାଫ୍‌‌, ଜାତୀୟ ନିରାପତ୍ତା ପରାମର୍ଶଦାତା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମହାନିର୍ଦ୍ଦେଶକଙ୍କ ସମେତ ଆହୁରି ଅନେକ କର୍ମକର୍ତ୍ତା ମଧ୍ୟ ଏହାର ନିରାପତ୍ତା ଦିଗ ସମ୍ପର୍କରେ କଥାବାର୍ତ୍ତା କରିଛନ୍ତି। ଏଥିସହିତ ବୈଠକ ପୂର୍ବରୁ ବାଇଡେନ୍‌‌ ପ୍ରଶାସନ ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସକୁ ବିଶ୍ୱାସଯୋଗ୍ୟ କରିବାକୁ ୧୪୦ ନିୟୁତ ଡଲାର ମୂଲ୍ୟର ଏକ ପାଣ୍ଠି ଗଠନ ଘୋଷଣା କରିଛନ୍ତି।

ଏ ଆଇର ନିରଙ୍କୁଶ କ୍ଷମତା ଉପରେ ସରକାରୀ କଟକଣା ରହିବ କି ନାହିଁ, ତାହା ତର୍କସାପେକ୍ଷ। ଏହାର ଯେଉଁ ସାମର୍ଥ୍ୟ ଓ କ୍ଷମତା ରହିଛି, ତାହାର ଅନେକ ସୁଯୋଗ ସୁବିଧା ମଧ୍ୟ ଅଛି। ସବୁ ଜିନିଷ ଭଳି ଏହାର ମଧ୍ୟ ବିଭିନ୍ନ ଦିଗ ରହିଛି। ଏହାକୁ ସାଇବର ଅପରାଧ ଓ ଆଉ କେତେକ ଆପରାଧିକ କାର୍ଯ୍ୟକଳାପରେ ଦୁଷ୍ଟବୁଦ୍ଧି ସମ୍ପନ୍ନ ଲୋକ ବ୍ୟବହାର କରିପାରନ୍ତି। ବ୍ୟକ୍ତିଗତ ତଥ୍ୟ ଚୋରି ଓ ବ୍ୟାଙ୍କ ବ୍ୟବସ୍ଥାର ନିରାପତ୍ତା ମଧ୍ୟ ବିପନ୍ନ ହୋଇପାରେ। ସର୍ବୋପରି ଆମେରିକାବାସୀଙ୍କ ଧନଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇପାରେ। ଏହା ଯେତେବେଳେ ଆମେରିକା ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଉଛି, ସମଗ୍ର ବିଶ୍ୱ ଏହାଦ୍ୱାରା ପ୍ରଭାବିତ ହେବା ପ୍ରାୟ ନିଶ୍ଚିତ। ଭାରତ ଏଥିରୁ ବାଦ ପଡ଼ିବ ନାହିଁ। ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ ନିଃସନ୍ଦେହରେ ଆମ ସମୟର ଏକ ଅନ୍ୟତମ ଶକ୍ତିଶାଳୀ ବୈଷୟିକ ଜ୍ଞାନକୌଶଳ। ତେବେ ଏହା ଆଣିଥିବା ସୁବିଧା ସୁଯୋଗର ଲାଭ ଉଠାଇବା ପୂର୍ବରୁ ଆମକୁ ପ୍ରଥମେ ଏହାସହିତ ସଂଶ୍ଳିଷ୍ଟ ସମ୍ଭାବ୍ୟ ବିପଦକୁ ଏଡ଼ାଇବାକୁ ପଡ଼ିବ। ଆଜିର ବୈଷୟିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ଉପଲବ୍ଧି ଏହି ସମସ୍ୟାର ସମାଧାନରେ ସଫଳ ହେବ ବୋଲି ଆଶା।

06 May 2023 By The Sakala

https://www.thesakala.in/sakala-editorial/sakala-editorial-06-05-2023/article-21386
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର