ପିଲା କ’ଣ ପଢ଼ିବେ?
ପିଲା କ’ଣ ପଢ଼଼ିବେ, ନ ପଢ଼଼ିବେ, ସେଥିପାଇଁ ବିବାଦ ପରିବର୍ତ୍ତେ ଗଠନମୂଳକ ବିତର୍କର ଆବଶ୍ୟକତା ରହିଛି। ଜୀବନରେ ପାଠର ଯେତିକି ଆବଶ୍ୟକତା ରହିଛି, ରୋଜଗାର ଓ କର୍ମଦକ୍ଷ ହେବାକୁ ଦକ୍ଷତା ନିର୍ମାଣର ମଧ୍ୟ ସମାନ ଆବଶ୍ୟକତା ଅଛି। ତେଣୁ ପାଠ୍ୟକ୍ରମ ଓ ଶିକ୍ଷାଦାନ ପଦ୍ଧତି ସର୍ବଦା ବିଦ୍ୟାର୍ଥୀ କୈନ୍ଦ୍ରିକ, ପାଠ୍ୟ ନିମଜ୍ଜିତ, ଅନୁସନ୍ଧାନମୂଳକ, ବାସ୍ତବବାଦୀ, ଧନ୍ଦାମୂଳକ ଓ ଆନନ୍ଦଦାୟୀ ହେବା ଆବଶ୍ୟକ। ଏଥିରେ ଇତିହାସ, ସାହିତ୍ୟ, ବିଜ୍ଞାନ, ଭୂଗୋଳ, ପ୍ରଯୁକ୍ତି, ଗଣିତ, ସାମାଜିକପାଠ, ଅର୍ଥନୀତି ଆଦି ବିଷୟରୁ […]
ପିଲା କ’ଣ ପଢ଼଼ିବେ, ନ ପଢ଼଼ିବେ, ସେଥିପାଇଁ ବିବାଦ ପରିବର୍ତ୍ତେ ଗଠନମୂଳକ ବିତର୍କର ଆବଶ୍ୟକତା ରହିଛି। ଜୀବନରେ ପାଠର ଯେତିକି ଆବଶ୍ୟକତା ରହିଛି, ରୋଜଗାର ଓ କର୍ମଦକ୍ଷ ହେବାକୁ ଦକ୍ଷତା ନିର୍ମାଣର ମଧ୍ୟ ସମାନ ଆବଶ୍ୟକତା ଅଛି। ତେଣୁ ପାଠ୍ୟକ୍ରମ ଓ ଶିକ୍ଷାଦାନ ପଦ୍ଧତି ସର୍ବଦା ବିଦ୍ୟାର୍ଥୀ କୈନ୍ଦ୍ରିକ, ପାଠ୍ୟ ନିମଜ୍ଜିତ, ଅନୁସନ୍ଧାନମୂଳକ, ବାସ୍ତବବାଦୀ, ଧନ୍ଦାମୂଳକ ଓ ଆନନ୍ଦଦାୟୀ ହେବା ଆବଶ୍ୟକ। ଏଥିରେ ଇତିହାସ, ସାହିତ୍ୟ, ବିଜ୍ଞାନ, ଭୂଗୋଳ, ପ୍ରଯୁକ୍ତି, ଗଣିତ, ସାମାଜିକପାଠ, ଅର୍ଥନୀତି ଆଦି ବିଷୟରୁ କାହାକୁ ବାଦ୍ ଦିଆଯିବ, କାହାକୁ ରଖାଯିବ, ତାହା ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଓ ସ୍ୱାର୍ଥକୁ ବିଚାରକୁ ନେଇ ନିଷ୍ପତ୍ତି ନେବା ଜରୁରୀ। ଏଥିରେ ଆଦର୍ଶବାଦ, ପାରମ୍ପରିକତା ଓ ସଂକୀର୍ଣ୍ଣ ବିଚାରଧାରାର ସ୍ଥାନ ନାହିଁ। ବିଦ୍ୟାର୍ଥୀଙ୍କୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ କରିବାକୁ ହେବ ଏବଂ ସେଥିପାଇଁ ତ ନୂଆ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ ହୋଇଛି। ତେଣୁ ଏହାର କାର୍ଯ୍ୟକାରିତା ଓ ଉପଯୁକ୍ତ ପାଠ୍ୟକ୍ରମ ପ୍ରସ୍ତୁତି ବିଶେଷ ଗୁରୁତ୍ୱ ବହନ କରେ।
ଆଧୁନିକ ସମୟରେ ପ୍ରତ୍ୟେକ ବିଦ୍ୟାର୍ଥୀ ପାଇଁ ଶିକ୍ଷାର ମାନ ବିଶେଷ ମହତ୍ତ୍ୱ ରଖେ। ଏହି ପ୍ରତିଯୋଗିତାମୂଳକ, ବୈଶ୍ୱିକ ଡିଜିଟାଲ୍ ଅର୍ଥନୀତିରେ ଭାରତକୁ ସଫଳ ହେବାକୁ ହେଲେ ଆମକୁ ଆମ ପିଲାମାନଙ୍କୁ ଉତ୍ତମମାନର ଶିକ୍ଷା, ସର୍ବଶେଷ ଟେକ୍ନୋଲୋଜି, ଦକ୍ଷତା ନିର୍ମାଣ, ଗଣମାଧ୍ୟମ ସାକ୍ଷରତା, ବ୍ୟକ୍ତିତ୍ୱ ଗଠନ, ଗୁରୁତ୍ୱପୂର୍ଣ୍ଣ ବିଚାର, ସମସ୍ୟା ସମାଧାନର ସାମର୍ଥ୍ୟ ଓ ନିପୁଣତା ଏବଂ ସବାବେଶୀ ଓ ସହଯୋଗୀ ବିଚାର ଆଦି ସମ୍ପର୍କରେ ଅବଗତ କରାଇବାକୁ ପଡ଼ିବ ଏବଂ ଏହା ପାଠ୍ୟକ୍ରମର ଅଂଶବିଶେଷ ହେବା ଅପରିହାର୍ଯ୍ୟ। ଜ୍ଞାନାର୍ଜନ ସହିତ ଚରିତ୍ର ନିର୍ମାଣ ସମ୍ପୃକ୍ତ। ଭଲ ଶିକ୍ଷା ବ୍ୟବସ୍ଥା ନିଶ୍ଚିତ ଉତ୍ତମ ନାଗରିକ ଗଢ଼ି ତୋଳିବ, ଯାହା ପରିବାର, ଦେଶ ସମାଜ ଓ ସମୁଦାୟର ସମ୍ପତ୍ତି ହେବ। ପରିବର୍ତ୍ତିତ ସମୟରେ ଏଭଳି ନାଗରିକ ଓ ମାନବ ସମ୍ବଳ କିଏ ନ ଚାହେଁ। ସେ ଦୃଷ୍ଟିରୁ ଦେଖିଲେ ଶିକ୍ଷା ଏବେ ଘୋଷବନ୍ତ ବନ୍ଦନ୍ତେ ହୋଇ ପରୀକ୍ଷା ଖାତାରେ ଉତ୍ତର ଲେଖିବା ବା ଗ୍ରନ୍ଥକୀଟ ହେବାର ବିରୋଧୀ। ସେଥିପାଇଁ ତ ଓଡ଼ିଶା ସମେତ ସମଗ୍ର ଦେଶରେ ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଇମୋସନାଲ, ସାମାଜିକ, ବୌଦ୍ଧିକ ଓ ସାଂସ୍କୃତିକ ଯୋଗ୍ୟତାଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିରେ ଅଣପାଠ୍ୟକ୍ରମ ଅଭ୍ୟାସ ଅଗ୍ରାଧିକାର ପାଉଛି।
ସେ ଯୁଗ ଗଲାଣି, ଯେଉଁଠି ଚାଟଶାଳୀରେ ଗଛମୂଳେ ପିଲାଙ୍କୁ ବସାଇ ମାଟି ଅବଧାନ ବା ଘରୋଇ ଅଣ ତାଲିମ ପ୍ରାପ୍ତ ମାଷ୍ଟରଙ୍କ ଦ୍ୱାରା ପାଠ ପଢ଼଼ାଇବାର ବ୍ୟବସ୍ଥା କରାଯାଉଥିଲା। ଓଡ଼ିଶା ସରକାରଙ୍କ ସ୍କୁଲ୍ ରୂପାନ୍ତରଣ କାର୍ଯ୍ୟ ଏହି ପରିପ୍ରେକ୍ଷୀରେ ବିଶେଷ ପ୍ରଣିଧାନ ଯୋଗ୍ୟ। ସ୍କୁଲ୍ର ପରିବେଶ ଏବଂ ମୌଳିକ ଭିତ୍ତିଭୂମିର ବିକାଶ, ଆବଶ୍ୟକ ଶିକ୍ଷକ ନିଯୁକ୍ତି, ପାଠ୍ୟ ଉପକରଣ ପ୍ରଦାନ, ଶିକ୍ଷକଙ୍କୁ ନିୟମିତ ଭଲ ବେତନ ପ୍ରଦାନ ଆଦି କାମ ସରକାର କାର୍ଯ୍ୟକାରୀ କରୁଛନ୍ତି। ଏକ ବିରାଟ ତଥା ଦୀର୍ଘ ଅବହେଳିତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରାତାରାତି ବଦଳିବା ସମ୍ଭବ ନୁହେଁ। ତଥାପି ୫ଟି ଅଧୀନରେ ଆମ ବିଦ୍ୟାଳୟ ସମୂହର ଯେଉଁ ରୂପାନ୍ତରଣ ପ୍ରକ୍ରିୟା ଚାଲିଛି, ତାହା ଠିକଣା ମାର୍ଗରେ ଯଥାର୍ଥ ଭବିଷ୍ୟତ ଆଡ଼କୁ ଆମ ପିଲାଙ୍କୁ ଅଡ଼େଇ ନେବ। ଯଥାର୍ଥରେ ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରପାତ କରିଛି। ଗତ କିଛି କାଳ ଧରି ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ସଂସ୍କାରମାନ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏଥିପାଇଁ ଜନସାଧାରଣଙ୍କ ସମର୍ଥନ ଏବଂ ସହଯୋଗ ମିଳିବା ଆବଶ୍ୟକ। ତେବେ ଯାଇଁ ଆମ ଲକ୍ଷ୍ୟସାଧନ ପ୍ରୟାସ ସଫଳ ହେବ।
‘ଭାରତୀୟ ଜ୍ଞାନ ବ୍ୟବସ୍ଥା’ ଆଇକେଏସ୍ ଭଳି ସଂସ୍ଥା ଗଣଶିକ୍ଷା କ୍ଷେତ୍ରରେ ପାଠ୍ୟକ୍ରମ ପ୍ରସ୍ତୁତିରେ ଯେଉଁ ନବସୃଜନ ଆରମ୍ଭ କରିଛନ୍ତି, ତାହା ପ୍ରଶଂସନୀୟ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା (ଏଆଇସିଟିଇ) ଅଧୀନରେ କେତେକ ପଢ଼଼ାବହି ପ୍ରସ୍ତୁତ କରୁଛି, ଯାହା ନୂଆ ଶିକ୍ଷା ନୀତି ଅନୁସାରେ ପିଲାଏ ପଢ଼଼ିବେ। ଭାରତର ପ୍ରାଚୀନ ବିଜ୍ଞାନ ଓ ଗୁରୁମାନଙ୍କୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଆମ ପଠାଣି ସାମନ୍ତଙ୍କଠାରୁ ଆରମ୍ଭ କରି, ରାମାନୁଜନ୍, ବ୍ରହ୍ମଗୁପ୍ତ, ଆଚାର୍ଯ୍ୟ ପିଙ୍ଗଳା, ଆର୍ଯ୍ୟଭଟ୍ଟ ଓ ମାଧବଙ୍କ ସିଦ୍ଧାନ୍ତ, କୃତି ଓ କୀର୍ତ୍ତି ଆଦି ପାଠ୍ୟକ୍ରମରେ ସ୍ଥାନ ପାଇବା ସ୍ୱାଗତଯୋଗ୍ୟ। ସିଦ୍ଧାନ୍ତ ଦର୍ପଣ ବିଷୟରେ ପିଲାଏ ଯଦି କିଛି ଜାଣିଲେ, କିମ୍ବା ପଠାଣି ସାମନ୍ତଙ୍କ ହାତ ତିଆରି ଯନ୍ତ୍ରର ଏକ କ୍ଷୁଦ୍ର ଆଧୁନିକୀକୃତ କମ୍ପାସ ବକ୍ସ ଦେଖିବା ଓ ତାହାକୁ ପ୍ରୟୋଗ କରିବାର ସୁଯୋଗ ଯଦି ବିଦ୍ୟାର୍ଥୀ ପାଇଲେ, ଏହା ଆମ ଦେଶର ଜ୍ଞାନ ସାଧନା ପରମ୍ପରା ସହିତ ଯୁବା ଓ ଛାତ୍ରବର୍ଗଙ୍କୁ ଅବଗତ କରାଇବ।
ଆମକୁ କେବଳ ସତର୍କ ରହିବାକୁ ପଡ଼ିବ ଯେ ଆମ ନିଜସ୍ୱ ପାରମ୍ପରିକ ଜ୍ଞାନ ଓ ଏହାର ପ୍ରବକ୍ତାଙ୍କ କଥା ପିଲାଙ୍କୁ କହିବା କେବଳ ଆମ ଭିତରେ ଅନାବଶ୍ୟକ ବା ଦେଖାଇ ହେବା ଭଳି ଦେଶପ୍ରୀତି ନ ରହୁ। ଏବେ ବିଜ୍ଞାନ ଯେଉଁ ପର୍ଯ୍ୟାୟରେ ପହଞ୍ଚିଛି, ସେଥିରେ ପିଲାଙ୍କ ପାଇଁ କ୍ଷୁଦ୍ର କ୍ଷୁଦ୍ର, ସହଜ ବ୍ୟବହାର ଯୋଗ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ଓ ପାଠ୍ୟ ଉପକରଣ ମିଳୁଛି। ଆମେ ନୂଆ ପାଠ୍ୟକ୍ରମରେ ସଂସ୍କୃତ ଶ୍ଳୋକମାନ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଇଁ ସାମିଲ କରିବା ବେଳେ ବା ବେଦ ଓ ଉପନିଷଦର ତଥ୍ୟ ରଖିବାବେଳେ ପ୍ରଥମେ ସଚେତନ ହେବା ଆବଶ୍ୟକ ଯେ ଏହା ଦ୍ୱାରା ବିଦ୍ୟାର୍ଥୀଙ୍କ ବୋଝ ଯେପରି ନ ବଢ଼େ ଓ ସେମାନେ ଭାରାକ୍ରାନ୍ତ ନ ହୁଅନ୍ତି। ଓଡ଼ିଆରେ ଯେଉଁମାନେ ଏସବୁ ବହି ପ୍ରସ୍ତୁତ କରୁଛନ୍ତି, ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ ବିଦ୍ୟାର୍ଥୀଙ୍କ ସ୍ୱାର୍ଥକୁ ପ୍ରଥମେ ଦେଖିବାକୁ ହେବ। ରବୀନ୍ଦ୍ର ନାଥ ଠାକୁର ଯଥାର୍ଥରେ କହିଥିଲେ, ଆମେ ଆମ ବିଚାର ବୁଦ୍ଧିବିଦ୍ୟା ଭିତରେ ପିଲାମାନଙ୍କ ଶିକ୍ଷଣ ଓ ଅଧ୍ୟୟନକୁ ରଖିବା ଅନୁଚିତ। ଆମକୁ ମନେ ରଖିବାକୁ ହେବ ଯେ ସେମାନେ ଏକ ଭିନ୍ନ ସମୟର ଦାୟାଦ। ସେମାନଙ୍କ ରୁଚି, ଆଗ୍ରହ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମୟ ଅନୁସାରେ ଆମକୁ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ପଡ଼ିବ। ନୂଆ ଶିକ୍ଷାନୀତି ଏହାର ପରିପନ୍ଥୀ ନୁହେଁ। ପାଠ୍ୟକ୍ରମର ଯୁକ୍ତିଯୁକ୍ତକରଣରେ ବିଭିନ୍ନ ବିଷୟର ସମନ୍ୱୟ ବିଶେଷ ଗୁରୁତ୍ୱପୂର୍ଣ୍ଣ।