ଦକ୍ଷତା ବିକାଶ କ୍ଷେତ୍ରରେ ଦୃଢ଼ ପଦକ୍ଷେପ, ‘ନୂଆ ଓଡ଼ିଶା’ ପାଇଁ ନୂଆ ସଂକଳ୍ପ
ସମଗ୍ର ଭାରତ ସମ୍ପ୍ରତି ଏକ ଅତି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛି। ଦ୍ରୁତ ବୈଷୟିକ ଅଗ୍ରଗତି ଓ ନିଯୁକ୍ତି ବଜାରରେ ପରିବର୍ତ୍ତନ ଯୋଗୁଁ ମାନବ ସମ୍ବଳର ବିକାଶ ତଥା ମାନବ ପୁଞ୍ଜିର ବିନିଯୋଗ ନିମନ୍ତେ ନିବେଶର ଆବଶ୍ୟକତା ଅପରିହାର୍ଯ୍ୟ ହୋଇଛି। ଦେଶର ଜନସଂଖ୍ୟା ବୃଦ୍ଧି ଏବଂ ଯୁବବର୍ଗଙ୍କ ସଂଖ୍ୟା ଅନୁପାତଠାରୁ ଊର୍ଦ୍ଧ୍ବରେ ରହିବା କାରଣରୁ ମାନବ ସମ୍ବଳର ଦକ୍ଷତା ବୃଦ୍ଧି କରାଇ ଏହାକୁ ରୋଜଗାରକ୍ଷମ କରାଇବା ସରକାରମାନଙ୍କ ପାଇଁ ସବୁଠୁ ବଡ଼ ଦାୟିତ୍ୱ ପାଲଟିଛି। […]
ସମଗ୍ର ଭାରତ ସମ୍ପ୍ରତି ଏକ ଅତି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛି। ଦ୍ରୁତ ବୈଷୟିକ ଅଗ୍ରଗତି ଓ ନିଯୁକ୍ତି ବଜାରରେ ପରିବର୍ତ୍ତନ ଯୋଗୁଁ ମାନବ ସମ୍ବଳର ବିକାଶ ତଥା ମାନବ ପୁଞ୍ଜିର ବିନିଯୋଗ ନିମନ୍ତେ ନିବେଶର ଆବଶ୍ୟକତା ଅପରିହାର୍ଯ୍ୟ ହୋଇଛି। ଦେଶର ଜନସଂଖ୍ୟା ବୃଦ୍ଧି ଏବଂ ଯୁବବର୍ଗଙ୍କ ସଂଖ୍ୟା ଅନୁପାତଠାରୁ ଊର୍ଦ୍ଧ୍ବରେ ରହିବା କାରଣରୁ ମାନବ ସମ୍ବଳର ଦକ୍ଷତା ବୃଦ୍ଧି କରାଇ ଏହାକୁ ରୋଜଗାରକ୍ଷମ କରାଇବା ସରକାରମାନଙ୍କ ପାଇଁ ସବୁଠୁ ବଡ଼ ଦାୟିତ୍ୱ ପାଲଟିଛି। ବିପୁଳ ଜନସଂଖ୍ୟାରେ ଜନସାଂଖ୍ୟିକ ଲାଭ ଉଠାଇବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ତା’ନହେଲେ ଜନସଂଖ୍ୟା ଦେଶ ପାଇଁ ଏକ ବୋଝ ଓ ଅଭିଶାପରେ ପରିଣତ ହୁଏ। ଆମ ଖଳମତି ପଡ଼ୋଶୀ ଚୀନ୍ କହୁଛି ଯେ ଜନସଂଖ୍ୟାରେ ଭାରତ ତା’କୁ ଟପିଗଲେ କ’ଣ ହେଲା ମାନବ ସମ୍ବଳର ବିକାଶ କ୍ଷେତ୍ରରେ ଆମେ ଆଗରେ। ତା’କଥାରେ କିଛି ସତ୍ୟତା ଅଛି। ଚୀନ୍ ପାଖରେ ଏବେ ୯୦ କୋଟିର ଏକ କୁଶଳୀ, ଦକ୍ଷ ଲୋକଶକ୍ତି ରହିଛି, ଯାହା ଭାରତଠାରୁ ବହୁ ଅଧିକ।
ସେ କଥା ଛାଡ଼ନ୍ତୁ। ଆମ କଥା ଦେଖିବା ଓ ସେ ବିଷୟରେ ବିଚାର କରିବା। ଏକବିଂଶ ଶତାବ୍ଦୀର ଶ୍ରମ ଦୁନିଆଁରେ ତିଷ୍ଠିବାକୁ ହେଲେ ପ୍ରଥମ ଆବଶ୍ୟକତା ହେଉଛି କୌଶଳ ବିକାଶ ଓ ଦକ୍ଷତା ନିର୍ମାଣ। ନୂଆ ପ୍ରଯୁକ୍ତି ସହିତ ପରିଚିତ ହୋଇ ତାହାକୁ ଉପଯୋଗ କରିବାର ସାମର୍ଥ୍ୟ ଅର୍ଜନ କରିବା ନିମନ୍ତେ ଆବଶ୍ୟକ ତାଲିମ୍ ଓ ପ୍ରଶିକ୍ଷଣ ଲୋଡ଼ା। ତେଣୁ ଓଡ଼ିଶା ଭଳି ରାଜ୍ୟରେ ସରକାରଙ୍କ ପାଇଁ ଯୁବବର୍ଗର କୌଶଳ ବିକାଶ କେବଳ ଏକ ନୈତିକ ବାଧ୍ୟବାଧକତା ନୁହେଁ, ଏହା ମଧ୍ୟ ଏକ ଅପରିହାର୍ଯ୍ୟ ଅର୍ଥନୀତିକ ପ୍ରାକ୍ ଆବଶ୍ୟକତା। ତେଣୁ ଯୁବବର୍ଗଙ୍କ କୌଶଳ ବିକାଶ ହିଁ ଆମର ରାଜ୍ୟର ମାନବ ତଥା ଶ୍ରମଶକ୍ତିରେ ଗୁଣାତ୍ମକ ପରିବର୍ତ୍ତନ ଆଣିପାରିବ। ଏହି ପରିପ୍ରେକ୍ଷୀରେ ସମ୍ପ୍ରତି ଭୁବନେଶ୍ୱରଠାରେ ଆୟୋଜିତ ‘ଓଡ଼ିଶା ସ୍କିଲ୍ କନ୍କ୍ଲେଭ୍’ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ବେଶ୍ ପ୍ରାସଙ୍ଗିକ ଏବଂ ସ୍ପଷ୍ଟ।
ଇଣ୍ଡଷ୍ଟ୍ରୀ ୪.୦ ଚତୁର୍ଥ ଶିଳ୍ପ ବିପ୍ଳବର ଏକ ଅଂଶ ବିଶେଷ। ଏହା ଏକ ସ୍ମାର୍ଟ ଓ କନେ୍କ୍ଟେଡ୍ ଉତ୍ପାଦନ ବ୍ୟବସ୍ଥା, ଯାହା ଭୌତିକ ଦୁନିଆଁ ସହିତ ଆନ୍ତଃକ୍ରିୟା ରଖିବା, ଭାବିବା, ବିଚାର କରିବା, ପୂର୍ବାନୁମାନ କରିବା ଆଦି ବିଷୟ ନିମନ୍ତେ ଅତ୍ୟାଧୁନିକ ସ୍ୱୟଂକ୍ରିୟ ଟେକ୍ନୋଲୋଜି ଦ୍ୱାରା ଡିଜାଇନ୍ କରାଯାଇଛି। ଏହି ଶ୍ରମ ବ୍ୟବସ୍ଥାରେ ପାରମ୍ପରିକ ଶାରୀରିକ ପରିଶ୍ରମ ଓ ଶ୍ରମ ଶକ୍ତିର ଆବଶ୍ୟକତା କମିଛି ଏବଂ ବୁଦ୍ଧିମତ୍ତାର ଉପଯୋଗ ଯଥେଷ୍ଟ ବଢ଼଼ିଛି। ଏହି ଡିଜାଇନ୍ ଉତ୍ପାଦନ ସହିତ ସିଧାସଳଖ ସମ୍ପୃକ୍ତ ଏବଂ ଉତ୍ପାଦନ ଶିଳ୍ପରେ ଉତ୍ପାଦନ ବୃଦ୍ଧି ସହିତ ଊର୍ଜା ଦକ୍ଷତା ମଧ୍ୟ ବଢ଼଼ାଇବାକୁ ସମର୍ଥ। ତେଣୁ ପାରମ୍ପରିକ ଓ ଅଣ କୁଶଳୀ ଶ୍ରମ ଶକ୍ତିର ଦକ୍ଷତାର ସ୍ତରକୁ ଉନ୍ନୀତ କରାଇ ସମ୍ପୃକ୍ତ ଲୋକ ଶକ୍ତିକୁ ଅଧୁନାତନ କରିବା ସମୟର ଆବଶ୍ୟକତା। ତା’ ନହେଲେ ପଛରେ ପଡ଼ିଯିବା ପ୍ରାୟ ନିଶ୍ଚିତ।
ଓଡ଼ିଶା ସରକାର ଦକ୍ଷତା ବିକାଶ ଓ କୁଶଳତା ବୃଦ୍ଧି ପାଇଁ ଏବର୍ଷ ୧୦୦ କୋଟି ଟଙ୍କାର ବ୍ୟୟବରାଦ ବଜେଟରେ କରିଛନ୍ତି ଏବଂ ଏହି କାମର ରୂପାୟନ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଓ ସଂରଚନା ମଧ୍ୟ କରି ଜଣେ ଅତି ଯୋଗ୍ୟ ବ୍ୟକ୍ତିଙ୍କ ନେତୃତ୍ୱରେ କାମ କରାଉଛନ୍ତି। ଚଳିତବର୍ଷ ‘ନୂଆ ଓଡ଼ିଶା’ ନାମକ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଏକ ଲକ୍ଷ ଯୁବକ ଯୁବତୀଙ୍କୁ କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଅଗମେଣ୍ଟେଡ୍ ରିୟଲିଟି, ଭର୍ଚୁଆଲ୍ ରିୟଲିଟି, ଡାଟା ସାଇନ୍ସ, ୩ଡି ପ୍ରିଣ୍ଟିଂ ଓ ଅନ୍ୟାନ୍ୟ ସର୍ବାଧୁନିକ ଟେକ୍ନୋଲୋଜି ଓ ଜ୍ଞାନ ସମ୍ପର୍କରେ ତାଲିମ ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ଅସମ୍ଭବ ନ ହେଲେ ମଧ୍ୟ ସହଜ ନୁହେଁ। ସବୁ ସମ୍ପୃକ୍ତ ପକ୍ଷଙ୍କର ଉପଯୁକ୍ତ ସହଯୋଗ ରହିଲେ ଏହା ଅବଶ୍ୟ ସମ୍ଭବ ହେବ। କେବଳ ରାଜ୍ୟ ସରକାର କିମ୍ବା ତାଙ୍କ ବିଭାଗ ବା ଅନୁଷ୍ଠାନ ସମୂହ ନୁହେଁ, ଏଥିରେ କେନ୍ଦ୍ର ସରକାର, କେନ୍ଦ୍ରୀୟ ଅନୁଷ୍ଠାନ, ମନ୍ତ୍ରଣାଳୟ, ବିଭାଗ, ଶିକ୍ଷାବିତ୍, ବୈଷୟିକବିତ୍, ଘରୋଇ ଉଦ୍ୟୋଗ ଓ ସର୍ବୋପରି ନାଗରିକ ସମାଜର ମଧ୍ୟ ସହଯୋଗ ଲୋଡ଼ା। ମୁଖ୍ୟମନ୍ତ୍ରୀ ଯଥାର୍ଥରେ କହିଛନ୍ତି ଯେ ଏହି ଉଦ୍ୟମରେ ଯେଉଁମାନଙ୍କର କୌଶଳ ବିକାଶ କରାଯିବ, ସେମାନେ ଶ୍ରମ ବଜାରରେ ଯେପରି ନିଯୁକ୍ତି ଯୋଗ୍ୟ ହୋଇପାରିବେ ଏବଂ ସେମାନଙ୍କର ଦକ୍ଷତା ଉପରେ ଉଦ୍ୟୋଗର ଭରସା ରହିବା ଆବଶ୍ୟକ। ଶ୍ରମ ବା ନିଯୁକ୍ତି ବଜାର ଅତ୍ୟନ୍ତ ସମ୍ବେଦନଶୀଳ। ଏହା ପଚାରି ଶ୍ରମିକ କର୍ମଚାରୀଙ୍କ ଦକ୍ଷତାର ଆକଳନ ଆଗୁଆ କରିନିଏ। କେଉଁ ରାଜ୍ୟରେ ତାଲିମ ଦିଆଯାଇଛି, ସେଠାକାର କୌଶଳ ବିକାଶ ଭିତ୍ତିଭୂମି ଉପରେ ପ୍ରଶିକ୍ଷିତ ମାନବ ସମ୍ବଳର ସାମର୍ଥ୍ୟ କଳନା କରାଯାଏ। ସେ ଦୃଷ୍ଟିରୁ ଓଡ଼ିଶାର କୌଶଳ ବିକାଶର ମାନ ସେହିଭଳି ଅତ୍ୟନ୍ତ ଉଚ୍ଚସ୍ତରୀୟ ହେଲେ ରାଜ୍ୟର ସୁନାମ ବଢ଼଼ିବ ଓ ଆମ ତାଲିମପ୍ରାପ୍ତ ପିଲାଙ୍କ ନିଯୁକ୍ତି ସୁଯୋଗ ନିଶ୍ଚୟ ବଢ଼଼ିବ। ଏ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ମାନ ବା ଷ୍ଟାଣ୍ଡାର୍ଡ ରକ୍ଷା କଥା କହିଛନ୍ତି, ତାହା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ଏଥିରେ ସାଲିସ୍ର ପ୍ରଶ୍ନ ଉଠୁନାହିଁ।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟମାନ ଓ ସଫଳତା ହାସଲ କରି ଜାତୀୟ ଏବଂ ଅନ୍ତର୍ଜାତିକ କ୍ଷେତ୍ରରେ ସୁନାମ ଅର୍ଜନ କରିଛି। ଶ୍ରେଷ୍ଠତ୍ୱ ଓ ଉତ୍କର୍ଷ ଯଦି ଆମର ମାନ ହୁଏ, ସେହି ଧାରାରେ କୌଶଳ ବିକାଶ ଅବଶ୍ୟ ହେବ ଏବଂ ଏଥିରେ ବ୍ୟତିକ୍ରମକୁ ସର୍ବାଦୌ ଏଡାଇବାକୁ ପଡ଼ିବ। ଭୁବନେଶ୍ୱର ଠାରେ କାର୍ଯ୍ୟରତ ଉଚ୍ଚସ୍ତରର ଆଧୁନିକ ଜ୍ଞାନକୌଶଳ ଭିତ୍ତିକ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ଏହି ଭଳି ଏକ ଉଦାହରଣୀୟ ଅନୁଷ୍ଠାନ। ସିଙ୍ଗାପୁର ସରକାରଙ୍କ ସହଯୋଗିତାରେ ପରିଚାଳିତ ଏହି ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ କେନ୍ଦ୍ର ଏସିଆ ମହାଦେଶରେ ଅନ୍ୟତମ ସ୍ଥାନ ହାସଲ କରିସାରିଲାଣି। ଏଠାରୁ ପ୍ରଶିକ୍ଷିତ ମାନବସମ୍ବଳ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ନାମରେ ବ୍ରାଣ୍ଡିଂ ମଧ୍ୟ ହାସଲ କଲାଣି। ଖୁବ୍ ଶୀଘ୍ର ଦିନ ଆସିବ, ଯେ ଓଡ଼ିଶାରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ନେଲେ ଜାତୀୟ ଓ ଆନ୍ତର୍ଜାତିକ ଦକ୍ଷତା ବଜାରରେ ଆମ ରାଜ୍ୟର ମାନବ ସମ୍ବଳର ଚାହିଦା ବହୁ ଉଚ୍ଚରେ ରହିବ। ଓଡ଼ିଶା ସରକାରଙ୍କ ଏ ଦିଗରେ ସଂକଳ୍ପ ଓ ପ୍ରତିଶ୍ରୁତିବଦ୍ଧତା ସିଦ୍ଧିପ୍ରାପ୍ତିର ମାର୍ଗରେ ଆଗେଇ ନେବାର ଶୁଭ ସଂକେତ ଦେଖାଦେଲାଣି। ଆମେ ଆଶା କରିବା, ରାଜ୍ୟ ସରକାରଙ୍କ ଉଦ୍ୟମ, ଉଦ୍ୟୋଗଜଗତ ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହଯୋଗ ଦ୍ୱାରା ଓଡ଼ିଶାର ଦକ୍ଷତା ବିକାଶ ଅଭିଯାନ କାର୍ଯ୍ୟକ୍ରମ ବିପୁଳ ସଫଳତା ହାସଲ କରି, ଆଉ ଏକ ଶ୍ରେଷ୍ଠ ଉଦାହରଣ ରାଜ୍ୟ ପାଇଁ ସ୍ଥାପନ କରିବ। ଏହା ବାସ୍ତବରେ ‘ନୂଆ ଓଡ଼ିଶା’ର ଏକ ନୂଆ ସଂକଳ୍ପ ଓ ପ୍ରୟାସ।