ହୀରକ ନଗରୀ ଭୁବନେଶ୍ୱର : ଏକ ଅନୁଶୀଳନ
ଆମ ରାଜଧାନୀ ଭୁବନେଶ୍ୱର ଇତିମଧ୍ୟରେ ତାର ପଞ୍ଚସ୍ତରୀତମ ଜନ୍ମ ବାର୍ଷିକୀ ପାଳନ କରିସାରିଛି। ଦୀର୍ଘ ପଞ୍ଚସ୍ତରୀ ବର୍ଷର ବିଜୟ ଯାତ୍ରା। ୧୯୪୮ ମସିହା ଏପ୍ରିଲ୍ ମାସ ୧୩ ତାରିଖ ଓଡ଼ିଆ ନବବର୍ଷ ଅବସରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ ଓଡ଼ିଶାର ନୂଆ ରାଜଧାନୀ ନିର୍ମାଣ ପାଇଁ ଶିଳାନ୍ୟାସ ଭୁବନେଶ୍ୱରରେ କରିଥିଲେ। ୧୯୪୬ରେ ଜର୍ମାନର ପ୍ରସିଦ୍ଧ ସ୍ଥପତି ଅଟୋ କୋନିସ୍ ବର୍ଗଙ୍କ ଦ୍ୱାରା ପରିକଳ୍ପିତ ଭୁବନେଶ୍ୱର ସହରର ନକ୍ସା ଯୋଜନାବଦ୍ଧ ଭାବରେ ବିକଶିତ ହେବାକୁ ଥିବା ଭାରତର […]
ଆମ ରାଜଧାନୀ ଭୁବନେଶ୍ୱର ଇତିମଧ୍ୟରେ ତାର ପଞ୍ଚସ୍ତରୀତମ ଜନ୍ମ ବାର୍ଷିକୀ ପାଳନ କରିସାରିଛି। ଦୀର୍ଘ ପଞ୍ଚସ୍ତରୀ ବର୍ଷର ବିଜୟ ଯାତ୍ରା। ୧୯୪୮ ମସିହା ଏପ୍ରିଲ୍ ମାସ ୧୩ ତାରିଖ ଓଡ଼ିଆ ନବବର୍ଷ ଅବସରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ ଓଡ଼ିଶାର ନୂଆ ରାଜଧାନୀ ନିର୍ମାଣ ପାଇଁ ଶିଳାନ୍ୟାସ ଭୁବନେଶ୍ୱରରେ କରିଥିଲେ। ୧୯୪୬ରେ ଜର୍ମାନର ପ୍ରସିଦ୍ଧ ସ୍ଥପତି ଅଟୋ କୋନିସ୍ ବର୍ଗଙ୍କ ଦ୍ୱାରା ପରିକଳ୍ପିତ ଭୁବନେଶ୍ୱର ସହରର ନକ୍ସା ଯୋଜନାବଦ୍ଧ ଭାବରେ ବିକଶିତ ହେବାକୁ ଥିବା ଭାରତର ପ୍ରଥମ କେତୋଟି ସହର ମାନଙ୍କ ମଧ୍ୟରୁ ଥିଲା ଅନ୍ୟତମ। ୧୯୪୯ ମସିହା ଅଗଷ୍ଟ ମାସରେ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରିତ ହେଲା। ସେ ସମୟରେ ଭୁବନେଶ୍ୱର ଓ ତାର ଆଖପାଖ ଅଞ୍ଚଳ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଥିଲା। ରାମପୁର-ଭରତପୁର ସଂରକ୍ଷିତ ଜଙ୍ଗଲରେ ରାଜଧାନୀ ପାଇଁ ନିର୍ଦ୍ଧାରିତ ସ୍ଥାନ ମୁଖ୍ୟତଃ ଚନ୍ଦକା-ଡମପଡ଼ା ବିସ୍ତୃତ ଜଙ୍ଗଲର ଅଂଶ ବିଶେଷ ଥିଲା। ପ୍ରକାର ଭେଦରେ ଏଠିକାର ଜଙ୍ଗଲ ଥିଲା ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲ। ଏଠାରେ ପ୍ରମୁଖ ଗଛଗୁଡ଼ିକ ଥିଲା ଆମ୍ବ, ପଣସ, ଜାମୁ, କେନ୍ଦୁ, କୋଚିଲା, ବେଲ, ମହୁଲ, କରଞ୍ଜ ଓ ବାଉଁଶ। ପଞ୍ଚସ୍ତରୀ ବର୍ଷର ଘାତ, ପ୍ରତିଘାତ ଭିତରେ ତଥା ସହରୀକରଣ ପ୍ରକ୍ରିୟାରେ ପ୍ରଭାବିତ ଭୁବନେଶ୍ୱର ସହରରେ ପୁରାତନ ବୃକ୍ଷରାଜି ଏବେ ଅବଲୁପ୍ତ ପ୍ରାୟ। ସବୁଜ ଜଙ୍ଗଲ ସ୍ଥାନରେ ଏଠି ଠିଆ ହୋଇଛି କଂକ୍ରିଟ୍ ଜଙ୍ଗଲ ଭରା ରାଜଧାନୀ ଭୁବନେଶ୍ୱର। ତେବେ ବି ଆଶ୍ୱାସନାର ବିଷୟ ଯେ, ଏବେ ମଧ୍ୟ ରାଜଧାନୀର ଉତ୍ତର-ପଶ୍ଚିମ ପଟକୁ ବେଢ଼଼ି ରହିଛି ୧୯୩ ବର୍ଗ କିଲୋମିଟର ବ୍ୟାପ୍ତ ଚନ୍ଦକା ଅଭୟାରଣ୍ୟ, ଯାହାକି କଂକ୍ରିଟ୍ ଜଙ୍ଗଲର ଅନ୍ତେବାସୀଙ୍କ ନିମନ୍ତେ ବିଶାଳ ପ୍ରାକୃତିକ ଫୁସ୍ଫୁସ୍ ସଦୃଶ କାମ କରୁଛି।
୧୯୪୮ ମସିହାରେ ଭୁବନେଶ୍ୱର ସହର ପ୍ରଥମେ ବିଜ୍ଞପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଲା। ୧୯୭୨ ମସିହାରେ ଏହି ସହରକୁ ପୌରପାଳିକା ଭାବେ ଘୋଷଣା କରାଗଲା। ପରେ ୧୯୯୪ ମସିହାରେ ଭୁବନେଶ୍ୱର ପୌରପାଳିକା ରାଜ୍ୟର ପ୍ରଥମ ପୌର ନିଗମରେ ପରିଣତ ହେଲା। ସମ୍ପ୍ରତି ଭୁବନେଶ୍ୱର ମହାନଗର ନିଗମରେ ୬୭ଟି ୱାର୍ଡ ରହିଥିବା ବେଳେ ଏହାର ପରିବର୍ଦ୍ଧିତ ଆୟତନ ୧୮୬ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ମହାନଗର ନିଗମର କାର୍ଯ୍ୟ ଭିତରେ ରହିଛି ପାନୀୟ ଜଳ ଯୋଗାଣ, ନାଳ ନର୍ଦ୍ଦମା ଆବର୍ଜନା, ଦୂଷିତ ଜଳ ନିଷ୍କାସନ, ପରିମଳ କଠିନ ବର୍ଜ୍ୟ ପରିଚାଳନା, ରାସ୍ତାଘାଟ ଆଲୋକୀକରଣ, ପଥପାର୍ଶ୍ବ ବନୀକରଣ ଏବଂ କୋଠାବାଡ଼ି ନିୟନ୍ତ୍ରଣ, ପ୍ରଦୂଷଣ ନିୟନ୍ତ୍ରଣ ଇତ୍ୟାଦି।
୧୯୪୬ ମସିହାରେ ରାଜଧାନୀ ପାଇଁ ଯୋଜନା ପ୍ରସ୍ତୁତି କଲାବେଳେ ୫୦ ହଜାର ଜନସଂଖ୍ୟା ଓ ୧୦ ହଜାର କୋଠାବାଡ଼ିକୁ ନେଇ ଆକଳନ କରାଯାଇଥିଲା। କିନ୍ତୁ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି, ଯାନବାହନ, କୋଠାବାଡ଼ିର ଅନିୟନ୍ତ୍ରିତ ବୃଦ୍ଧି ହେତୁ ଯୋଜନା ପରିପନ୍ଥୀ, ଅବିବେକୀ ଭାବରେ ଭୁବନେଶ୍ୱର ସହରର ମାନଚିତ୍ର ଦ୍ରୁତ ବଦଳିବାକୁ ଲାଗିଛି। ସହରର ଜନସଂଖ୍ୟା ୧୯୬୧ ମସିହାରେ ମାତ୍ର ୩୮ ହଜାରରୁ ଆରମ୍ଭ ହୋଇ ୨୦୧୧ ବେଳକୁ ପ୍ରାୟ ୨୦ ଗୁଣାରୁ ଅଧିକ ବୃଦ୍ଧି ପାଇ ୮ ଲକ୍ଷ ୩୮ ହଜାରରେ ପହଞ୍ଚିଥିଲା। ୨୦୨୧ ମସିହାରେ ଜନଗଣନା ହୋଇନଥିବାରୁ ଏକ ଆକଳନ ଅନୁଯାୟୀ ଭୁବନେଶ୍ୱର ପୌର ନିଗମର ଜନସଂଖ୍ୟା ୧୦ ଲକ୍ଷରୁ ଊର୍ଦ୍ଧ୍ବରେ ପହଞ୍ଚିଥିବ ଏବଂ ଦୈନନ୍ଦିନ ବାହାରୁ ସହରକୁ ଯାତାୟତ କରୁଥିବା ଲୋକଙ୍କୁ ହିସାବକୁ ନେଲେ, ଏହା ମୋଟ ୧୨ରୁ ୧୩ ଲକ୍ଷ ଛୁଇଁପାରେ। ତନ୍ମଧ୍ୟରୁ ଗ୍ରାମାଞ୍ଚଳରୁ ସହରକୁ କର୍ମ ଅନ୍ୱେଷଣରେ ଆସିଥିବା ପ୍ରାୟ ଦୁଇରୁ ଅଢ଼େଇ ଲକ୍ଷ ଲୋକ ସରକାରୀ ଜମିରେ ଅସ୍ୱାସ୍ଥ୍ୟକର ଭାବେ ଗଢ଼ି ଉଠିଥିବା ୪୩୬ ବସ୍ତିରେ ବସବାସ କରୁଛନ୍ତି। କୋଠାବାଡ଼ି ସଂଖ୍ୟା ୧୯୬୧ରେ ୮ ହଜାରରୁ ଆରମ୍ଭ ହୋଇ ୨୦୧୧ ବେଳକୁ ୧ ଲକ୍ଷ ୯୮ ହଜାରରେ ପହଞ୍ଚିଥିଲା। ପ୍ରତିବର୍ଷ ହାରାହାରି ଭାବେ ସହରରେ ୧୦୦୦ ନୂଆ ବାସଗୃହ ନିର୍ମାଣ କରାଯାଉଛି। ଅବଶ୍ୟ ବ୍ୟାବସାୟିକ ଭିତ୍ତିରେ ନିର୍ମିତ ହେଉଥିବା ପରିବେଶ ପରିପନ୍ଥୀ ନଭତ୍ସୁମ୍ଭୀ ଅଟାଳିକାଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ ନୁହେଁ। ସେହିପରି ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ସଂଗୃହୀତ ତଥ୍ୟ ଅନୁଯାୟୀ ୨୦୨୨ ମାର୍ଚ୍ଚ ସୁଦ୍ଧା ସହରରେ ମୋଟ ୧୬ ଲକ୍ଷ ୯୩ ହଜାର ଗାଡ଼ି ପଞ୍ଜିକରଣ କରାଯାଇଛି। ତନ୍ମଧ୍ୟରୁ କାର୍ ୨ ଲକ୍ଷ ୭୪ ହଜାର, ତିନିଚକିଆ ଯାନ ୫୩ ହଜାର ଏବଂ ଦୁଇଚକିଆ ଯାନ ଅର୍ଥାତ ମୋଟର ସାଇକେଲ୍, ସ୍କୁଟର ଆଦିର ସଂଖ୍ୟା ପ୍ରାୟ ୧୨ ଲକ୍ଷ ପାଖାପାଖି ଅଟେ। ଦେଖିବାକୁ ଗଲେ ପ୍ରତିବର୍ଷ ସହରରେ ଯାନବାହନ ସଂଖ୍ୟା ୮ ରୁ ୧୦ ପ୍ରତିଶତ ବୃଦ୍ଧି ପାଉଛି। ବିଭିନ୍ନ ସମୟରେ ଆଖପାଖରେ ଥିବା ବିଭିନ୍ନ ରାଜସ୍ୱ ଗ୍ରାମକୁ ଆଣି ପୌର ନିଗମର ଆୟତନ ବୃଦ୍ଧି କରାଯାଉଥିଲେ ମଧ୍ୟ, ଦ୍ରୁତ ଗତିରେ ବଢ଼଼ି ଚାଲିଥିବା ଜନସଂଖ୍ୟା ତୁଳନାରେ ତାହା ଯଥେଷ୍ଟ କମ୍। ୧୯୬୧ରେ ବର୍ଗକିଲୋମିଟର ପିଛା ସହରର ଜନସଂଖ୍ୟା ସାନ୍ଦ୍ରତା ମାତ୍ର ୭୭୪ ଥିବାବେଳେ ୨୦୨୨-୨୩ର ଆକଳନ ଜନସଂଖ୍ୟାକୁ ବିଚାରକୁ ନେଲେ ଏହା ୬୨୪୦ରେ ପହଞ୍ଚିଲାଣି। ଏଥିରୁ ସହରର ପ୍ରତିଟି ବର୍ଗଇଞ୍ଚ ସ୍ଥାନରେ, ଜନସଂଖ୍ୟା ବୃଦ୍ଧି ହେତୁ କେତେ ଗୁଣ ଚାପ ବଢ଼଼ିଛି, ତାହା ସହଜରେ ଅନୁମେୟ।
ବର୍ତ୍ତମାନ ସ୍ଥିତିରେ ଭୁବନେଶ୍ୱର ମହାନିଗମ ନିଗମର ପ୍ରମୁଖ ସମସ୍ୟା ହେଉଛି ସହରରୁ ଜଳ ନିଷ୍କାସନ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଯାନବାହନ ନିୟନ୍ତ୍ରଣ। ଭୁବନେଶ୍ୱର ସହର ଏକ ଲାଟେରାଇଟ୍ ମାଳଭୂମି ଉପରେ ଅବସ୍ଥିତ। ସହର ପରିଯୋଜନାରେ ମୁଖ୍ୟତଃ ୧୦ ଗୋଟି ନାଳକୁ ଚିହ୍ନଟ କରାଯାଇଥିଲା। ତନ୍ମଧ୍ୟରୁ ବିମାନବନ୍ଦର- ଫରେଷ୍ଟପାର୍କ ପ୍ରଣାଳୀ, ଚନ୍ଦ୍ରଶେଖର-ଡମଣା, ଜାଗମରା-ଡୁମୁଡୁମା ଏବଂ ଝାରପଡ଼ା-ଲକ୍ଷ୍ମୀସାଗର ପ୍ରଣାଳୀ ଅନ୍ୟତମ। କିନ୍ତୁ ଏହି ସବୁ ନିଷ୍କାସନ ପ୍ରଣାଳୀର ଜଳ ଅଧିଗ୍ରହଣ କ୍ଷେତ୍ରରେ ବେଆଇନ ବା ଅନୈତିକ ଭାବେ କବ୍ଜା କରି ବାସଗୃହମାନ ଗଢ଼ି ଉଠିଛି। ବିଶେଷ କରି ଖାଲୁଆ ଅଞ୍ଚଳରେ ଥିବା ଚାଷଜମିକୁ ପୋତି, ପ୍ରାକୃତିକ ଜଳ ନିଷ୍କାସନ ପଥରେ କୋଠାବାଡ଼ି ନିର୍ମାଣ କରାଯିବା ଫଳରେ ବର୍ଷା ପରେ ପରେ ଏବେ ସହରର ଅନେକ ସ୍ଥାନ ଦୀର୍ଘ ସମୟ ଧରି ଜଳମଗ୍ନ ରହୁଛି। କିଛିଦିନ ତଳର ଘଣ୍ଟାଏ ବର୍ଷାରେ ଇସ୍କନ ମନ୍ଦିର ସାମ୍ନା, ଚିନ୍ତାମଣିଶ୍ୱର, ଲକ୍ଷ୍ମୀସାଗର, ଝାରପଡ଼ା, ଜିଜିପି କଲୋନୀ ଅଞ୍ଚଳ ଦୀର୍ଘ ସମୟ ଧରି ଜଳମଗ୍ନ ରହିଥିଲା। ବିଭିନ୍ନ କାରଣରୁ ସହରର ଭୂତଳ ଜଳପତ୍ତନ ମଧ୍ୟ କ୍ରମଶଃ ହ୍ରାସ ପାଉଛି।
କାୟାବିସ୍ତାର କରିଚାଲିଥିବା ଭୁବନେଶ୍ୱର ସହରର ଅନ୍ୟ ଏକ ସମସ୍ୟା ହେଉଛି ପ୍ରତ୍ୟହ ଉତ୍ପନ୍ନ ହେଉଥିବା ଉଭୟ ତରଳ ଓ କଠିନ ଆବର୍ଜନାର ପରିଚାଳନା ଓ ଅପସାରଣ। ତରଳ ଆବର୍ଜନା ଯଥା ସହରର ନାଳ, ନର୍ଦ୍ଦମାର ଅପରିଷ୍କୃତ ଜଳ ଠିକ୍ ଭାବେ ନିଷ୍କାସନ ନ ହୋଇପାରିବା କାରଣରୁ ପ୍ରାକୃତିକ ଜଳଉତ୍ସ ସହିତ ମିଶି ସେ ସବୁକୁ ପ୍ରଦୂଷିତ କରୁଛି ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ବିଭିନ୍ନ ଉତ୍ସରୁ ଏଠାରେ ପ୍ରତିଦିନ ପ୍ରାୟ ୬୦୦ ଟନ୍ରୁ ଅଧିକ ପୌରାଞ୍ଚଳ ବର୍ଜ୍ୟ ନିର୍ଗତ ହେଉଛି। ପରିଚାଳନାରେ ଅବ୍ୟବସ୍ଥା କାରଣରୁ କଠିବ ବର୍ଜ୍ୟବସ୍ତୁ ବିଭିନ୍ନ ଡମ୍ପିଂୟାର୍ଡରେ ଓ ଖାଲୁଆ ସ୍ଥାନମାନଙ୍କରେ ପକାଯାଇ ଖାଲ ପୋତାଯାଉଛି। ଅଳିଆ, ଆବର୍ଜନା ଗଦା କରାଯାଉଥିବା ଏହିପରି ଖୋଲା ସ୍ଥାନଗୁଡ଼ିକ ମଶା, ମାଛିଙ୍କର ବହୁଳ ପ୍ରଜନନ କ୍ଷେତ୍ରରେ ପରିଣତ ହୋଇଛି। ନିକଟରେ ସହରର ବିଭିନ୍ନ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବାର ଏହା ଥିଲା ଅନ୍ୟତମ କାରଣ।
ଦେଶର ଅନ୍ୟାନ୍ୟ ଅନେକ ରାଜଧାନୀ ସହର ଯଥା ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ ପରି ଭୁବନେଶ୍ୱରର ପ୍ରଦୂଷଣ ଜନିତ ଏତେ ଉତ୍କଟ ହୋଇନଥିଲେ ମଧ୍ୟ ଯାନବାହନ ବୃଦ୍ଧି ଜନିତ ସମସ୍ୟା ହିଁ ଏଠିକାର ଅନ୍ୟତମ ମୁଖ୍ୟ ପ୍ରଦୂଷଣ ସମସ୍ୟା। ବାୟୁ ପ୍ରଦୂଷଣ ସାଙ୍ଗକୁ, ଟ୍ରାଫିକ୍ ଭିଡ଼, ଇଂଜିନ୍ର କର୍କଶ ଶବ୍ଦ, ସହର ମଝିରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଯା’ ଆସ କରୁଥିବା ଭାରୀଯାନର ଗମ୍ଭୀର ଗର୍ଜନ ଏବଂ ଶ୍ରୁତିକଟୁ ଇଲେକ୍ଟ୍ରିକ୍ ହର୍ଣ୍ଣ, ସହର ଭିତରେ ବଢ଼଼ୁଥିବା ଶବ୍ଦ ପ୍ରଦୂଷଣର କାରକ। ରାଜଧାନୀର ରସୁଲଗଡ଼ ଛକ, ବାଣୀବିହାର, ସିଆର୍ପି ଏବଂ ଫାୟାର ଷ୍ଟେସନ ଛକରେ ଦିନ ୩ଟାରୁ ରାତି ୧୧ଟା ମଧ୍ୟରେ ଶବ୍ଦର ତୀବ୍ରତା ସହନ ସୀମାଠାରୁ ଅଧିକ ରହୁଛି। କେନ୍ଦ୍ର ସରକାରଙ୍କର ଗୃହ ଓ ସହରୀ ବିକାଶ ମନ୍ତ୍ରାଳୟ ଅଧୀନରେ ଥିବା ‘ସ୍ୱଚ୍ଛ ଭାରତ ମିଶନ’ ଆନୁକୂଲ୍ୟରେ ୨୦୨୨ ଅକ୍ଟୋବରରେ ପ୍ରକାଶ ପାଇଥିବା ତାଲିକାରେ ମଧ୍ୟପ୍ରଦେଶର ଇନ୍ଦୋର ଗତ ଛଅବର୍ଷ ଧରି ପ୍ରଥମ ସ୍ଥାନ ଅଧିକାର କରୁଥିବା ବେଳେ, ଗତ ଦୁଇବର୍ଷ ହେଲା ଆମ ଭୁବନେଶ୍ୱର ୧୦୦ଟି ସହର ମଧ୍ୟରେ ପଛଆଡ଼କୁ ସ୍ଥାନ ପାଇଛି। କିନ୍ତୁ ଆନନ୍ଦର କଥା ଯେ, ବସବାସ କରିବା ପାଇଁ ୨୦୨୨ରେ ପ୍ରକାଶ ପାଇଥିବା ଆରାମଦାୟକ ସହର ସୂଚୀରେ ବାଙ୍ଗାଲୋର ପ୍ରଥମ, ପୁନେ ଦ୍ୱିତୀୟ ହୋଇଥିବାବେଳେ, ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଏକାଦଶ ସ୍ଥାନରେ ଅଛି। ଜୀବନଯାପନ ଶୈଳୀର ମାନ ନର୍ଦ୍ଧାରଣ ପାଇଁ ନିଆଯାଇଥିବା ପ୍ରସଙ୍ଗ ମଧ୍ୟରେ ଥିଲା ଶାସନ ବ୍ୟବସ୍ଥା, ଶିକ୍ଷା, ସଂସ୍କୃତି, ସ୍ୱାସ୍ଥ୍ୟ, ପରିଚୟ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା। ୨୦୧୯ ନଭେମ୍ବର ମାସରେ ବ୍ୟୁରୋ ଅଫ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଦ୍ୱାରା ଭାରତୀୟ ସହର ଗୁଡ଼ିକରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳଯୋଗାଣ କ୍ଷେତ୍ରରେ ହୋଇଥିବା ସର୍ଭେରେ ମୁମ୍ବାଇ ପ୍ରଥମ ସ୍ଥାନରେ ଥିବା ବେଳେ, ଭୁବନେଶ୍ୱର ଓ ହାଇଦ୍ରାବାଦ ସହର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ‘ସ୍ମାର୍ଟ ସିଟି’ କଥା ବିଚାରକୁ ନେଲେ, ୨୦୧୬ ମସିହାରେ କରାଯାଇଥିବା ସର୍ଭେରେ ଭୁବନେଶ୍ୱର ସହର ପ୍ରଥମ ସ୍ମାର୍ଟ ସିଟି ଭାବେ ମାନ୍ୟତା ପାଇଥିଲା। ୨୦୨୨ ସର୍ଭେରେ ଚେନ୍ନାଇ ସହର ପ୍ରଥମ ସ୍ଥାନରେ ଥିଲାବେଳେ, ଭୁବନେଶ୍ୱର ସହର ଖସିଆସି ନବମ ସ୍ଥାନରେ ରହିଛି।
ଏମିତି ଏକ ମିଶ୍ରିତ ପୃଷ୍ଠଭୂମିରେ ଗତ ଏପ୍ରିଲ୍ ୧୩ ତାରିଖ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ପାଳନ କରିଛି। ଏହି ଅବସରରେ ବର୍ଜ୍ୟ ପରିଚାଳନା, ଜଳ ନିଷ୍କାସନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ସୁବ୍ୟବସ୍ଥା ସହିତ ଏକଦା ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ସହରକୁ କଂକ୍ରିଟ୍ ସହରରେ ପରିଣତ ନ କରୁ, ସବୁଜିମା ପରିପୂର୍ଣ୍ଣ, ଗୁଣାତ୍ମକ ପରିବେଶର ବିକାଶ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ପ୍ରତିଟି ବାସଗୃହ ଚାରିପଟେ, ରାସ୍ତା କଡ଼ରେ ଏବଂ ବିଭିନ୍ନ ସ୍ଥାନରେ ପ୍ରାକୃତିକ ଗଛ ଲଗାଇ ‘ନଗର ବନ’ ସୃଷ୍ଟି କରି ଭୁବନେଶ୍ୱରକୁ ସବୁଜ ଶ୍ୟାମଳ କରି ଗଢ଼ିବା ଆଜିର ଅନୁଚିନ୍ତା ହେଉ। ହୀରକ ନଗରୀ ଭୁବନେଶ୍ୱର ସବୁଜ ସୁନ୍ଦର ରାଜଧାନୀ ସହର ଭାବେ ଦେଶରେ ଅଗ୍ରଣୀ ହେଉ !
ଡ. ବିଜୟ କେତନ ପଟ୍ଟନାୟକ
ଭୁବନେଶ୍ୱର, ମୋ: ୯୪୩୭୦୦୦୯୦୪