କୃତ୍ରିମ ବୁଦ୍ଧିମତ୍ତା ଓ ବିଗ୍‌‌ ଡାଟାର ପ୍ରାଦୁର୍ଭାବ: ଆଇଟି କ୍ଷେତ୍ରରେ ଛଟେଇ ବୃଦ୍ଧି ଚିନ୍ତାଜନକ

The Sakala Picture
Published On

ସୂଚନା ପ୍ରଯୁକ୍ତି ବା ଆଇଟି କ୍ଷେତ୍ର ଭାରତ ସମେତ ସମଗ୍ର ବିଶ୍ୱରେ ଅର୍ଥନୀତିକ ଅଭିବୃଦ୍ଧିର ଏକ ବଡ଼ ବାହକ ହୋଇଥିବାବେଳେ ପ୍ରତିଭା ନିଯୁକ୍ତିରେ ଉଲ୍ଲେଖନୀୟ ଅବଦାନ ରଖିଛି। ଭାରତ ଭଳି ଦେଶ ଯେଉଁଠି ସରକାରୀ ଚାକିରିରେ କୋଟା ରାଜ ବ୍ୟବସ୍ଥା ପ୍ରତିଭାର ସ୍ୱାଭାବିକ ଉଦ୍‌‌ବର୍ତ୍ତନକୁ ଉଦ୍ଦେଶ୍ୟମୂଳକ ଭାବେ ଜାତିଆଣ ଆଧାରରେ ସଂକୁଚିତ କରି ପଜିଟିଭ ଡିସ୍‌‌କ୍ରିମିନେସନ ବା ଗଠନମୂଳକ ପାତର ଅନ୍ତର ତତ୍ତ୍ୱକୁ ଅଗ୍ରାଧିକାର ଦିଏ, ସେଠାରେ ଆଇଟି କ୍ଷେତ୍ର ପ୍ରତିଭାଧାରୀଙ୍କ ପାଇଁ ଶେଷ ଗନ୍ତବ୍ୟ। କେବଳ […]

ସୂଚନା ପ୍ରଯୁକ୍ତି ବା ଆଇଟି କ୍ଷେତ୍ର ଭାରତ ସମେତ ସମଗ୍ର ବିଶ୍ୱରେ ଅର୍ଥନୀତିକ ଅଭିବୃଦ୍ଧିର ଏକ ବଡ଼ ବାହକ ହୋଇଥିବାବେଳେ ପ୍ରତିଭା ନିଯୁକ୍ତିରେ ଉଲ୍ଲେଖନୀୟ ଅବଦାନ ରଖିଛି। ଭାରତ ଭଳି ଦେଶ ଯେଉଁଠି ସରକାରୀ ଚାକିରିରେ କୋଟା ରାଜ ବ୍ୟବସ୍ଥା ପ୍ରତିଭାର ସ୍ୱାଭାବିକ ଉଦ୍‌‌ବର୍ତ୍ତନକୁ ଉଦ୍ଦେଶ୍ୟମୂଳକ ଭାବେ ଜାତିଆଣ ଆଧାରରେ ସଂକୁଚିତ କରି ପଜିଟିଭ ଡିସ୍‌‌କ୍ରିମିନେସନ ବା ଗଠନମୂଳକ ପାତର ଅନ୍ତର ତତ୍ତ୍ୱକୁ ଅଗ୍ରାଧିକାର ଦିଏ, ସେଠାରେ ଆଇଟି କ୍ଷେତ୍ର ପ୍ରତିଭାଧାରୀଙ୍କ ପାଇଁ ଶେଷ ଗନ୍ତବ୍ୟ। କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ଭାରତୀୟ ଆଇଟି ବୃତ୍ତିଧାରୀମାନେ ନିଜର କର୍ମକୁଶଳତା ଓ ନିଷ୍ଠା ଯୋଗୁଁ ପ୍ରତିଷ୍ଠିତ ହୋଇପାରିଛନ୍ତି। ବିଡ଼ମ୍ବନା ହେଲା, ଏ କ୍ଷେତ୍ର ଏବେ ମଧ୍ୟ ଏକ ଉଦ୍‌‌ବିଗ୍ନ ମୁହୂର୍ତ୍ତ ଦେଇ ଗତି କରୁଛି। ପ୍ରଚୁର ଅର୍ଥର ଅଧିକାରୀ ଧନାଢ଼୍ୟ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ବଡ଼ ଧରଣର ଛଟେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ପ୍ରକ୍ରିୟାରେ ଭାରତୀୟଙ୍କ ସମେତ ବହୁ ପୁରାତନ ପେସାଦାର ବୃତ୍ତିଜୀବୀ ଅସମୟରେ ଚାକିରି ହରାଉଛନ୍ତି। ଏସବୁ କମ୍ପାନୀ ନୂଆ ଯାନ୍ତ୍ରିକତା ଓ ପ୍ରଯୁକ୍ତିକୁ ଅଗ୍ରାଧିକାର ଦେଇ ସ୍ୱୟଂକ୍ରିୟ ଯନ୍ତ୍ରଚାଳିତ ବ୍ୟବସ୍ଥାରେ ନିଜର କାମ କରିବା ସହିତ ମାନବସମ୍ବଳର ଉପଯୋଗକୁ ନିରନ୍ତର ଭାବେ କମାଉଛନ୍ତି। ଏହାଛଡ଼ା ବିଭିନ୍ନ ବୈଶ୍ୱିକ ଓ ଜାତୀୟସ୍ତରର ଅର୍ଥନୈତିକ ମାନ୍ଦା ସମସ୍ୟା ଯୋଗୁଁ କର୍ମଚାରୀ ଛଟେଇ କରିବାକୁ ବାଧ୍ୟ ହେଉଛନ୍ତି।

୨୦୨୨ରେ ଆଇଟି କ୍ଷେତ୍ରରେ ସମଗ୍ର ବିଶ୍ୱରେ ପ୍ରାୟ ଦୁଇଲକ୍ଷ କର୍ମଚାରୀ ଛଟେଇ ହୋଇଥିଲେ। ତାହାର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା। ସେତେବେଳେ ଏସବୁ କମ୍ପାନୀଙ୍କର ଯୁକ୍ତିଥିଲା ଯେ ମହାମାରୀ କାଳର କୁପ୍ରଭାବ ସମ୍ପୃକ୍ତ ଉଦ୍ୟୋଗକୁ ପ୍ରଭାବିତ କରିଛି ଏବଂ ଆୟ ବୃଦ୍ଧି ପାଇଁ ଅତିରିକ୍ତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇପଡ଼ିଛି। ସତ କଥାଟି ହେଲା ଏହା ଥିଲା ଏକ ବ୍ୟାବସାୟିକ ଚାଲ ଏବଂ ଅର୍ଥ ପିଶାଚ ଏସବୁ କମ୍ପାନୀ ନିଜର ଆୟ ବୃଦ୍ଧି ପାଇଁ ଏଭଳି ବାହାନା କରି କର୍ମଚାରୀ ଛଟେଇ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ସହାୟତାରେ ମେସିନ୍‌‌ ଦ୍ୱାରା କାମ କରି ମଣିଷମାନଙ୍କୁ ନିଯୁକ୍ତିରୁ ହଟାଇଥିଲେ। ସେତେବେଳେ ଏହା ବିରୋଧରେ ବିଶ୍ୱବ୍ୟାପୀ ପ୍ରତିବାଦ ଉଠିଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ସବୁ ନିଜର ରଣନୀତିରେ ସେପରି କୌଣସି ବଡ଼ ଧରଣର ପରିବର୍ତ୍ତନ ଆଣି ନାହାନ୍ତି। ୨୦୨୩ରେ ମଧ୍ୟ ଏହି କର୍ମଚାରୀ ଛଟେଇ ଜାରି ରହିଛି। ଏବର୍ଷର ପ୍ରଥମ ତିନିମାସ ମଧ୍ୟରେ ପ୍ରାୟ ୧.୭୦ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରାଗଲାଣି। ଭବିଷ୍ୟତରେ ଏହା ଆହୁରି ଭୟଙ୍କର ଆକାର ଧାରଣ କରିପାରେ। ଆଲ୍‌‌ଫାବେଟ୍‌‌, ମେଟା, ମାଇକ୍ରୋସଫ୍ଟ, ଆମାଜନ, ସେଲ୍ସଫୋର୍ସ, ଗୁଗୁଲ ଓ ସାପ୍‌‌ ଆଦି ଆଇଟି କମ୍ପାନୀମାନେ କର୍ମଚାରୀ ଛଟେଇ ଜାରି ରଖିଥିବାବେଳେ ଆଉ କେତେକ କମ୍ପାନୀ ସମାନ ନୀତି ମଧ୍ୟ ଅନୁସରଣ କରୁଛନ୍ତି। ଭାରତୀୟ ଆଇଟି କମ୍ପାନୀମାନେ ଏହି ଧାରାରେ ମଧ୍ୟ ସାମିଲ ହୋଇଛନ୍ତି। ମହାମାରୀ ପରେ ଭାରତୀୟ ଆଇଟି କମ୍ପାନୀମାନେ ସେମାନଙ୍କର ନୂଆ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାବେଳେ ନୂତନ ବୃତ୍ତିଧାରୀମାନଙ୍କୁ ଅପେକ୍ଷାକୃତ କମ୍‌‌ ବେତନ ଦେଉଛନ୍ତି। ଅପରପକ୍ଷରେ ଚାକିରିରେ ଥିବା ମଧ୍ୟମ ଓ ବରିଷ୍ଠ ବର୍ଗର ଉଚ୍ଚ ବେତନ ଭୋଗୀଙ୍କୁ ପ୍ରସ୍ଥାନ ପଥ ବାଧ୍ୟତାମୂଳକ ଭାବେ ଦେଖାଇ ଦିଆଯାଉଛି। ଏସବୁ ଉଦ୍ୟୋଗ ଏପରି ସଂସ୍ଥା ଯେଉଁଠି ଶ୍ରମିକ ସଂଗଠନ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ବା ନାହିଁ କହିଲେ ଚଳେ। ସେ ବ୍ୟବସ୍ଥାରେ କର୍ମଚାରୀଙ୍କ ବୃତ୍ତିଗତ ସୁରକ୍ଷା ନୀତି ଅତ୍ୟନ୍ତ ଦୁର୍ବଳ। ସରକାରୀ ଆଇନର ସୁଯୋଗ ନେଇ ଏସବୁ ଉଦ୍ୟୋଗ ଏକ ସୁରକ୍ଷିତ ପରିବେଶରେ କାମ କରନ୍ତି ଯେଉଁଠି ଦେଶର ଶ୍ରମ ଆଇନ କାନୁନ୍‌‌ ସେମାନଙ୍କୁ ବିଶେଷ ପ୍ରଭାବିତ କରେନାହିଁ।

ଷ୍ଟକ୍‌‌ ମାର୍କେଟ୍‌ରେ ତାଲିକା ଭୁକ୍ତ ହୋଇଥିବା ଆଇଟି କମ୍ପାନୀମାନଙ୍କର ଆୟ ଉପରେ ନଜର ପକାଇଲେ ଏହା ସ୍ପଷ୍ଟ ହୁଏ ଯେ ଆଗଭଳି ଆଉ ସେମାନଙ୍କର ଷ୍ଟକ୍‌‌ ପ୍ରାଇମ୍‌‌ କମ୍‌‌ ରହୁନାହିଁ କି ବେପାର ପ୍ରଭାବିତ ହେଉନି। ମହାମାରୀର ଦୁଷ୍ପ୍ରଭାବରୁ ଏସବୁ ଉଦ୍ୟୋଗର କାରବାର ମୁକ୍ତ ହୋଇସାରିଛି। ସେମାନଙ୍କ ଆୟ ଓ ଲାଭ ବଢ଼଼ିଛି। ସେମାନେ ଏହି ସୁଯୋଗରେ ନୂଆ ଟେକ୍‌‌ନୋଲୋଜିର ଉପଯୋଗ କରି ନିଜର କର୍ମଚାରୀ ସଂଖ୍ୟା ହ୍ରାସ କରିବା ସହ ଲାଭ ବଢ଼଼ାଇବାକୁ ରୀତିମତ୍‌‌ କାମ କରୁଛନ୍ତି। ଏସବୁ କମ୍ପାନୀ ଏବେ ନୂଆ ଟେକ୍‌‌ନୋଲୋଜି ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା), ଅଟୋମେସନ୍‌‌ ଆଦିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଛନ୍ତି। ଓପନ୍‌‌ ଏଆଇ ଚାଟ୍‌‌ବଟ୍‌‌ ଚାଟ୍‌‌ଜିପିଟି କାର୍ଯ୍ୟକ୍ଷମ ହେବା ପରେ ମାଇକ୍ରୋସଫ୍ଟ ତାହାର ନିଜସ୍ୱ ବିଙ୍ଗ୍‌‌ ଏଆଇ ଚାଟ୍‌‌-ବଟ୍‌‌ ଓ ଗୁଗୁଲ୍‌‌ ନିଜର ଏଆଇଟୁଲ୍‌‌ ‘ବାର୍ଡ’କୁ କାର୍ଯ୍ୟକାରୀ କରିଛି। ମେଟା ମଧ୍ୟ ଲାର୍ଜ ଲାଙ୍ଗୁଏଜ୍‌‌ ମଡେଲ୍‌‌ ମେଟା ଏଡର ପ୍ରବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ଯୁଗର ଆବଶ୍ୟକତା ପୂରଣ ପାଇଁ ଏସବୁ ଟେକ୍‌‌ନୋଲୋଜିର ପ୍ରବର୍ତ୍ତନ ଜରୁରୀ ଏବଂ ଏହା ଆମ ୫-ଜି ସ୍ମାର୍ଟ ଟେଲିଫୋନ୍‌‌ ବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇବ। ତେବେ ଏହି ନବ ପ୍ରଯୁକ୍ତି ଓ ଯନ୍ତ୍ରାୟନ ବ୍ୟବସ୍ଥା କ’ଣ ମଣିଷର ବିକଳ୍ପ ହୋଇ ସେମାନଙ୍କ ହାତରୁ ନିଯୁକ୍ତି ଓ ରୋଜଗାର ଛଡ଼ାଇ ନେବ? ବ୍ୟବସାୟରେ ଲାଭ ପରମ ଧର୍ମ। ତେଣୁ ଏଥିରେ ମଣିଷର ଶ୍ରମ, ମାନବିକତା, ନୈତିକତାକୁ ଉପଯୁକ୍ତ ମର୍ଯ୍ୟାଦା ମିଳିବା ସମ୍ଭାବନା କମ୍‌‌। ଅର୍ଥନୀତିକୁ ଏବେ ମଣିଷ ନୁହେଁ, ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟାର ବିସ୍ତାର ହେଉଛି, ତାହାର ପରିଣତି ଭୟଙ୍କର ହୋଇପାରେ।

ଏହି ନୂଆ ପରିବର୍ତ୍ତନବାଦୀ ଟେକ୍‌‌ନୋଲୋଜିର ଆଦର ବଢ଼଼ୁଛି ଏବଂ କମ୍ପାନୀ ସବୁ ନିଜର କର୍ମଚାରୀଙ୍କ ବାବଦ ଖର୍ଚ୍ଚ କମାଇ ସେଇ ଅର୍ଥ ଏଆଇ ଟୁଲ୍ସ ଏବଂ ଅଟୋମେସନ୍‌‌ର ବିକାଶ ଦିଗରେ ଖର୍ଚ୍ଚ କରୁଛନ୍ତି। ଅବଶ୍ୟ ଅନ୍ୟପକ୍ଷରେ ଦେଖିବାକୁ ଗଲେ ନୂତନ କମ୍ପ୍ୟୁଟର, ଯାନ୍ତ୍ରିକ ବ୍ୟବସ୍ଥା, କୃତ୍ରିମ ବୁଦ୍ଧିମତ୍ତା ଏବଂ ଡାଟା ଇଞ୍ଜିନିୟରିଂ ଆଦି କ୍ଷେତ୍ରରେ ବହୁ ବର୍ଗ ଓ ସଂଖ୍ୟାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହେଉଛି। ଆଗାମୀ ଦିନରେ ଭାରତ ସମେତ ସମଗ୍ର ବିଶ୍ୱର ଆଇଟି କ୍ଷେତ୍ରର ନିଯୁକ୍ତି ଉପରେ ଏହାର ପ୍ରଚଣ୍ଡ ପ୍ରଭାବ ଅନୁଭୂତ ହେବ ଓ ଅନେକ ଲୋକ ଚାକିରି ହରାଇବା ଥୟ। ପୁରୁଣା ଓ ଅଭିଜ୍ଞ କର୍ମୀଙ୍କୁ ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବ। ଭାରତ ସରକାର ଏଥିପ୍ରତି ସତର୍କ ରହିବା ଆବଶ୍ୟକ।

18 Apr 2023 By The Sakala

https://www.thesakala.in/sakala-editorial/sakala-editorial-18-04-2023/article-20852
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର