ଦେଶରେ ବାଘସଂଖ୍ୟା ବୃଦ୍ଧି ଉତ୍ସାହଜନକ
ବାଘ ନାଁ ଶୁଣିଲେ, ତାର ଘୋର ଗର୍ଜନ କଥା ମନେପଡି ଦେହ ଶୀତେଇ ଉଠେ! ପିଲାଦିନେ ବାଘମାମୁଁ ଗପ ଶୁଣି ରାତିରେ ଶୋଇଲାବେଳେ ବୁଢ଼ି ମା’ଙ୍କ କାନିରେ ମୁହଁ ଗୁଡ଼ାଇ କେତେବେଳେ ନିଦ ଆସିଯାଏ ଜାଣିହୁଏନାହିଁ। ସତରେ ଭୀମକାନ୍ତ ରୂପ ଓ କନକବର୍ଣ୍ଣ ର ଏହି ବିଚିତ୍ର ପ୍ରାଣୀ କାହିଁ କେଉଁକାଳରୁ ଶାସ୍ତ୍ର, ପୁରାଣ, କିମ୍ବଦନ୍ତୀ, ଇତିହାସ ଓ ଲୋକ ସଂସ୍କୃତି ତଥା ଜନଶ୍ରୁତି ରେ ନିଜପାଇଁ ଏକ ଅନୁପମ ସ୍ଥାନ ସୃଷ୍ଟି କରିଛି। ଆଜି କିନ୍ତୁ […]
ବାଘ ନାଁ ଶୁଣିଲେ, ତାର ଘୋର ଗର୍ଜନ କଥା ମନେପଡି ଦେହ ଶୀତେଇ ଉଠେ! ପିଲାଦିନେ ବାଘମାମୁଁ ଗପ ଶୁଣି ରାତିରେ ଶୋଇଲାବେଳେ ବୁଢ଼ି ମା’ଙ୍କ କାନିରେ ମୁହଁ ଗୁଡ଼ାଇ କେତେବେଳେ ନିଦ ଆସିଯାଏ ଜାଣିହୁଏନାହିଁ। ସତରେ ଭୀମକାନ୍ତ ରୂପ ଓ କନକବର୍ଣ୍ଣ ର ଏହି ବିଚିତ୍ର ପ୍ରାଣୀ କାହିଁ କେଉଁକାଳରୁ ଶାସ୍ତ୍ର, ପୁରାଣ, କିମ୍ବଦନ୍ତୀ, ଇତିହାସ ଓ ଲୋକ ସଂସ୍କୃତି ତଥା ଜନଶ୍ରୁତି ରେ ନିଜପାଇଁ ଏକ ଅନୁପମ ସ୍ଥାନ ସୃଷ୍ଟି କରିଛି। ଆଜି କିନ୍ତୁ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ବ୍ୟାଘ୍ର, ସାମ୍ପ୍ରତିକ ବିଶ୍ବର ଜୈବମଣ୍ଡଳର ସାମଗ୍ରିକ ସୁରକ୍ଷା ଚକ୍ରର ଶୀର୍ଷ ସ୍ଥାନରେ ରହିଛି। ବାଘମାମୁଁ ବଂଚିଲେ ଜଙ୍ଗଲ ବଞ୍ଚିବ, ଜୈବମଣ୍ଡଳ ସୁସ୍ଥରହିବ ଏବଂ ସର୍ବୋପରି ବିଶ୍ବର ପରିବେଶ ଚକ୍ର ମଧ୍ୟ ସୁସଂହତ ରହିବ। ସେଇଥିପାଇଁ ତ’ ବାଘ ସୁରକ୍ଷା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ନୀତିର ଏକ ଅଙ୍ଗ ହୋଇସାରିଛି। ବାଘ ପାଇଁ ଅଭୟାରଣ୍ୟ ସୃଷ୍ଟି ଓ ତାହାର ସଫଳ ପରିଚାଳନା ଆଜି ମନୁଷ୍ୟ ସମାଜ ପାଇଁ ଅପରିହାର୍ଯ୍ୟ ହୋଇ ପଡିଛି। ଗତ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ବ୍ୟାଘ୍ର ବଂଶ ଲୋପ ପାଇଯିବାର ଭୟ ବେଶ୍ ଆତଙ୍କିତ କରିଥିଲା ସାରା ଜଗତକୁ। ଆରମ୍ଭ ହେଲା ବିଶ୍ଵବ୍ୟାପୀ ସଂରକ୍ଷଣ ଅଭିଯାନ। ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ପୁଞ୍ଜି (ଡବ୍ଲ୍ୟୁ ଡବ୍ଲ୍ୟୁ ଏଫ) ର ଅବଦାନ ଏଥିପାଇଁ ଅବିସ୍ମରଣୀୟ।
‘ପ୍ରୋଜେକ୍ଟ ଟାଇଗର’ ସ୍ଥାପନର ୫୦ ବର୍ଷପୂର୍ତ୍ତି ଅବସରରେ ଏବେ ଭାରତରେ ମହାବଳ ବାଘଙ୍କ ସଂଖ୍ୟା ବୃଦ୍ଧି ନିଶ୍ଚିତଭାବେ ଏକ ଅଭିନନ୍ଦନୀୟ ଖବର। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିକଟରେ ଘୋଷଣା କରାଯାଇଥିବା ଏହି ତଥ୍ୟ ଅନୁସାରେ ଭାରତରେ ବାଘ ସଂଖ୍ୟା ୨୦୧୮ରେ ୨୯୬୭ ଥିବାବେଳେ ୨୦୨୨ରେ ୩୧୬୭ରେ ପହଞ୍ଚିଛି। ବାଘ ଗଣନା ତଥ୍ୟ ଦର୍ଶାଉଛି ଯେ ଏହି ବୃହତ୍ ମାର୍ଜାର ଜାତୀୟ ପ୍ରାଣୀଙ୍କ ସଂଖ୍ୟା ଦେଶରେ ନିରନ୍ତର ବଢ଼଼ୁଛି। ୨୦୦୬ରେ ଏହି ସଂଖ୍ୟା ୧୪୧୧ ଥିବାବେଳେ ୨୦୧୦ରେ ୧୭୦୬ ଏବଂ ୨୦୧୪ରେ ୨୨୨୬ରେ ପହଞ୍ଚିଥିଲା। ଅର୍ଥାତ୍ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫ ଶତାଂଶ ବଢ଼଼ିଛି। ଆହୁରି ଉତ୍ସାହଜନକ କଥା ହେଲା ସମଗ୍ର ବିଶ୍ୱର ବାଘ ସଂଖ୍ୟାର ୭୦% ଭାରତରେ। ପ୍ରୋଜେକ୍ଟ ଟାଇଗର ମାଧ୍ୟମରେ ବିଶ୍ୱର ଏହି ପ୍ରଜାତିର ବାଘଙ୍କ ସଂରକ୍ଷଣ ତଥା ସଂଖ୍ୟା ବୃଦ୍ଧି ପାଇଁ ବିଶ୍ୱସ୍ତରରେ ଗ୍ଲୋବାଲ୍ ଟାଇଗର ଫୋରମ ଦ୍ୱାରା ଯେଉଁ ଉଦ୍ୟମ ଚାଲିଛି, ସେଥିରେ ଭାରତର ପ୍ରଦର୍ଶନ ବେଶ୍ ଭଲ ରହିଛି।
ଗ୍ଲୋବାଲ୍ ଟାଇଗର ଫୋରମ୍ରେ ମହାବଳ ବାଘ ଦେଖାଯାଉଥିବା ବିଶ୍ୱର ୧୩ଟି ଦେଶ ମଧ୍ୟରୁ ସାତଟି ରାଷ୍ଟ୍ର ସଦସ୍ୟ ଅଛନ୍ତି। ଏସବୁ ଦେଶ ହେଲେ- ଭାରତ, ବାଂଲାଦେଶ, ମିୟାଁମାର, ଭୁଟାନ, କାମ୍ବୋଡ଼ିଆ, ନେପାଳ ଓ ଭିଏତନାମ। ଏହାର ସଦର କାର୍ଯ୍ୟାଳୟ ଦିଲ୍ଲୀରେ ଅବସ୍ଥିତ। ଫୋରମ୍ର ସେଣ୍ଟପିଟର୍ସବର୍ଗ ବୈଠକରେ ୨୦୩୦ ସୁଦ୍ଧା ବିଶ୍ୱରେ ମହାବଳ ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ପାଇଁ ଯେଉଁ ପ୍ରକଳ୍ପ ନିଆଯାଇଥିଲା, ଭାରତ ଯଥେଷ୍ଟ ଆଗରୁ ସେ ଲକ୍ଷ୍ୟ ପୂରଣ କରିଛି। ଗୋଟେ ବଡ଼ ଆନ୍ତର୍ଜାତିକ ଅଙ୍ଗୀକାର ପୂରଣ କରିବା ସର୍ବଦା ଆହ୍ୱାନମୂଳକ। ଏହା ସତ୍ତ୍ବେ ବାଘ ବଂଶ ଦ୍ୱିଗୁଣିତ କରି ଭାରତ ଏ କ୍ଷେତ୍ରରେ ଏକ ବିରଳ ସଫଳତା ହାସଲ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅବଶ୍ୟ କେଉଁ ରାଜ୍ୟରେ କେତେ ମହାବଳ ବାଘ ଅଛନ୍ତି, ପ୍ରଦେଶୱାରୀ ତାହାର ହିସାବ ପ୍ରକାଶ ପାଇନାହିଁ। ଏହା ପ୍ରକାଶ ପାଇଲେ ଆମ ଓଡ଼ିଶାରେ ବାଘମାମୁଁଙ୍କ ସ୍ଥିତି ସ୍ପଷ୍ଟ ହେବ। ଓଡ଼ିଶା ଅନ୍ତର୍ଭୁକ୍ତ ଥିବା କେନ୍ଦ୍ରୀୟ ଭାରତୀୟ ମାଳଭୂମି ଓ ପୂର୍ବଘାଟ ପର୍ବତମାଳା ଅଞ୍ଚଳରେ ବାଘଙ୍କ ସଂଖ୍ୟା ୧୨୮ଟି ବଢ଼଼ିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏହା ଫଳରେ ଓଡ଼ିଶାରେ ବାଘ ସଂଖ୍ୟାରେ ଉନ୍ନତି ଆସିପାରେ। ୨୦୦୬ରେ ଓଡ଼ିଶାର ବାଘ ସଂଖ୍ୟା ୪୫ ଥିବାବେଳେ ୨୦୧୮ରେ ଏହା ୨୮କୁ ଖସି ଆସିଥିଲା। ରାଜ୍ୟର ଶିମିଳିପାଳରେ ସର୍ବାଧିକ ବାଘ ଦେଖାଯାଆନ୍ତି ଏବଂ ଏହା ପଛକୁ ରହିଛି ସାତକୋଶିଆ ଜଙ୍ଗଲାଞ୍ଚଳ। ତେବେ ନୂଆ ରିପୋର୍ଟ ଆସିବା ପରେ ଓଡ଼ିଶାରେ ମହାବଳଙ୍କ ସ୍ଥିତି ଜାଣିହେବ। ସାରାଦେଶରେ ଏପରିକି ଆମ ପଡ଼ୋଶୀ ରାଜ୍ୟରେ ମହାବଳଙ୍କ ସଂଖ୍ୟା ବଢ଼଼ୁଥିବାବେଳେ ଆମର କାହିଁକି କମୁଛି ତାହା ଏକ ବଡ଼ ପ୍ରଶ୍ନ। ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ବିଭାଗ ଏଥିପାଇଁ ଅବଶ୍ୟ ଉତ୍ତରଦାୟୀ। ଜଙ୍ଗଲର ସ୍ଥିତି ଓ ଉପଯୁକ୍ତ ଜୈବମଣ୍ଡଳ ବାଘ ବଂଶ ବୃଦ୍ଧିରେ ସହାୟକ ହୋଇଥାଏ। ବାଘ ସଂଖ୍ୟାରୁ ଜଙ୍ଗଲର ସ୍ୱାସ୍ଥ୍ୟ ଜାଣିହୁଏ। ଆମର ଏତେ ବନାଞ୍ଚଳ ଓ ଜଙ୍ଗଲ ଥିବା ସତ୍ତ୍ବେ ବାଘ ସଂଖ୍ୟା କମ୍ ହେବାର କାରଣ କ’ଣ ହୋଇପାରେ, ତାହା ଅନୁମାନ ସାପେକ୍ଷ। ତେବେ ସେ ଯା’ହେଉ, ଓଡ଼ିଶାରେ ମହାବଳଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆମକୁ ଅଧିକ ପରିଶ୍ରମ କରିବା ସହିତ ନୂଆ ରଣନୀତି ଆପଣାଇବାକୁ ହେବ।
ପ୍ରଧାନମନ୍ତ୍ରୀ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ଏକ ନୂଆ ‘ବୃହତ୍ ମାର୍ଜାର ଆନ୍ତର୍ଜାତିକ ମେଣ୍ଟ’ (ବିଗ୍ କ୍ୟାଟ୍ସ ଇଣ୍ଟରନେସନାଲ ଆଲାଏନ୍ସ) ଗଠନ କରିଛନ୍ତି। ଏହାର ଲକ୍ଷ୍ୟ ହେଲା ମହାବଳଙ୍କ ସମେତ ଅନ୍ୟାନ୍ୟ ବାଘ, ସିଂହ, ବରଫାଞ୍ଚଳର କଲରାପତରିଆ, କଲରାପତରିଆ, ଚିତା, ପ୍ୟୁମା ଓ ଜାଗୁଆର ଆଦିଙ୍କ ସୁରକ୍ଷା ସହିତ ସେମାନଙ୍କ ବଂଶବୃଦ୍ଧି। ଏ ସମସ୍ତ ବୃହତ୍ ମାର୍ଜାର ଶ୍ରେରୀଭୁକ୍ତ ପ୍ରାଣୀ। ଏଥିପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଜଙ୍ଗଲ ସୁରକ୍ଷା। ତେଣୁ ବିକାଶ ସହିତ ପରିବେଶ ଓ ପର୍ଯ୍ୟାବରଣର ଭାରସାମ୍ୟ ରଖିବା ଅପରିହାର୍ଯ୍ୟ। ଏ କ୍ଷେତ୍ରରେ ଆମ ସରକାରଙ୍କ ନୀତି ସ୍ପଷ୍ଟ ହେଲେ ମଧ୍ୟ ଅବୈଧ ବାଘ ଶିକାରକୁ ରୋକିବା ଏବଂ ଜଙ୍ଗଲାଞ୍ଚଳରେ ବାଘ-ମଣିଷ ଲଢ଼େଇକୁ ବନ୍ଦ କରିବାକୁ ଅଧିକ କଠୋର ଏବଂ ସଫଳ ଆଇନ ପ୍ରଣୟନର ଆବଶ୍ୟକତା ରହିଛି। ଏ ଦିଗରେ ଯେତେଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ, ସେତେ ମଙ୍ଗଳ। ସେହିପରି ସମ୍ପ୍ରତି ଲଗାତର ହାତୀ ଅପମୃତ୍ୟୁ ମଧ୍ୟ ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଛି। ସେଥିପାଇଁ ମଧ୍ୟ ସୁନିୟୋଜିତ ସଂରକ୍ଷଣ କାର୍ଯ୍ୟକ୍ରମ ଅପରିହାର୍ଯ୍ୟ।