ଗନ୍ଧମାର୍ଦ୍ଦନ ଜୈବ ବିବିଧତା ଅଞ୍ଚଳ ଘୋଷିତ, ଜାତୀୟ ଉଦ୍ୟାନ ଘୋଷଣା ପାଇଁ ପଦକ୍ଷେପ ଜରୁରୀ

The Sakala Picture
Published On

ଜୈବବିବିଧତା ଓ ଜଙ୍ଗଲ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ଏକ ଅନୁପମ ନୈସର୍ଗିକ ଭଣ୍ଡାର। ଏହାର ସୁଦୀର୍ଘ ଉପକୂଳ, ସୁଉଚ୍ଚ ଗିରିଶୃଙ୍ଗ, କମନୀୟ ଶୋଭାରାଜି ବିମଣ୍ଡିତ ଉପତ୍ୟକା ଓ ଅଧିତ୍ୟକା ପ୍ରକୃତିପ୍ରେମୀଙ୍କ ପାଇଁ ସର୍ବଦା ଏକ ପ୍ରମୁଖ ଆକର୍ଷଣ ହୋଇ ରହିଆସିଛି। ମଝିରେ ମଝିରେ ଜଙ୍ଗଲୀ ଜୀବଙ୍କ ବେଆଇନ ଶିକାର, ବନପୋଡ଼ି ଓ ଜଙ୍ଗଲ ଲୁଟ ଭଳି ଖବର ସତ୍ତ୍ବେ ଓଡ଼ିଶାର ବନାଞ୍ଚଳର ସ୍ଥିତି ଭଲ। ମୋଟ୍‌‌ ସ୍ଥଳ ଭାଗର ୩୩% ଜଙ୍ଗଲ ସହିତ ଜାତୀୟସ୍ତରରେ ଓଡ଼ିଶାର ସ୍ଥାନ […]

ଜୈବବିବିଧତା ଓ ଜଙ୍ଗଲ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ଏକ ଅନୁପମ ନୈସର୍ଗିକ ଭଣ୍ଡାର। ଏହାର ସୁଦୀର୍ଘ ଉପକୂଳ, ସୁଉଚ୍ଚ ଗିରିଶୃଙ୍ଗ, କମନୀୟ ଶୋଭାରାଜି ବିମଣ୍ଡିତ ଉପତ୍ୟକା ଓ ଅଧିତ୍ୟକା ପ୍ରକୃତିପ୍ରେମୀଙ୍କ ପାଇଁ ସର୍ବଦା ଏକ ପ୍ରମୁଖ ଆକର୍ଷଣ ହୋଇ ରହିଆସିଛି। ମଝିରେ ମଝିରେ ଜଙ୍ଗଲୀ ଜୀବଙ୍କ ବେଆଇନ ଶିକାର, ବନପୋଡ଼ି ଓ ଜଙ୍ଗଲ ଲୁଟ ଭଳି ଖବର ସତ୍ତ୍ବେ ଓଡ଼ିଶାର ବନାଞ୍ଚଳର ସ୍ଥିତି ଭଲ। ମୋଟ୍‌‌ ସ୍ଥଳ ଭାଗର ୩୩% ଜଙ୍ଗଲ ସହିତ ଜାତୀୟସ୍ତରରେ ଓଡ଼ିଶାର ସ୍ଥାନ ଚତୁର୍ଥ। ଏହି ତାଲିକାରେ ପ୍ରଥମ ତିନି ସ୍ଥାନରେ ଅଛନ୍ତି ଯଥାକ୍ରମେ ମଧ୍ୟପ୍ରଦେଶ, ଅରୁଣାଚଳପ୍ରଦେଶ ଓ ଛତିଶଗଡ଼। ଜଙ୍ଗଲର ସୁସ୍ଥ ଉପସ୍ଥିତି ଏବଂ ଦୀର୍ଘ ଉପକୂଳ ଦୃଷ୍ଟିରୁ ଓଡ଼ିଶାରେ ୭୪୯ ପ୍ରକାରର ପକ୍ଷୀ, ୮୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୯ ପ୍ରଜାତିର ଉଭୟଚର ଜୀବ, ୧୧୦ ପ୍ରକାରର ସରୀସୃପ ଓ ଅଗଣିତ କୀଟପତଙ୍ଗ ଦେଖାଯାଆନ୍ତି। ବିରଳ ଇରାବତୀ ଶିଶୁମାର (ଇରାୱାଡ଼ି ଡଲ୍‌‌ଫିନ୍‌‌) ଓ ଅଲିଭରିଡଲେ କଇଁଛ ଏଠାରେ ଦେଖାଯାଆନ୍ତି।

ଏହି ଜଙ୍ଗଲ ଓ ଜୈବ ବିବିଧତା ସତ୍ତ୍ବେ ଓଡ଼ିଶାରେ ମାତ୍ର ଦୁଇଟି ଜାତୀୟ ଉଦ୍ୟାନ ମାନ୍ୟତାପ୍ରାପ୍ତ, ଦୁଇଟି ଜୈବବିବିଧତା ଐତିହ୍ୟ ଅଞ୍ଚଳ ଓ ପ୍ରାୟ ୧୬ଟି ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି। ଜାତୀୟ ଉଦ୍ୟାନ ଦୁଇଟି ହେଲା ଶିମିଳିପାଳ ଓ ଭିତରକନିକା। ପ୍ରଥମଟି ମହାବଳ ବାଘ ପାଇଁ ଏବଂ ଦ୍ୱିତୀୟଟି ବଉଳା କୁମ୍ଭୀର ଓ ଅଲିଭ୍‌‌ରିଡ୍‌‌ଲେ ନିମନ୍ତେ ଖ୍ୟାତ। ସେହିଭଳି ଜୈବ ବିବିଧତା ଐତିହ୍ୟ ସ୍ଥଳ ମଧ୍ୟରେ ମହେନ୍ଦ୍ରଗିରି ଓ ମଣ୍ଡାସାରୁ ଅଞ୍ଚଳ ଥିବାବେଳେ ଏବେ ରାଜ୍ୟ ସରକାର ଗନ୍ଧମାର୍ଦ୍ଦନ ପର୍ବତାଞ୍ଚଳକୁ ତୃତୀୟ ଜୈବବିବିଧତା ଐତିହ୍ୟସ୍ଥଳର ମାନ୍ୟତା ପ୍ରଦାନ କରିଛନ୍ତି। ବାସ୍ତବରେ ଦେଖିଲେ ମହେନ୍ଦ୍ରଗିରି(ଗଜପତି), ମଣ୍ଡାସାରୁ (କନ୍ଧମାଳ) ଏବଂ ଗନ୍ଧମାର୍ଦ୍ଦନ(ବଲାଙ୍ଗୀର, ବରଗଡ଼) ଜୈବ ବିବିଧତା ସଂରକ୍ଷିତ ଅଞ୍ଚଳର ମର୍ଯ୍ୟାଦା ପାଇବାକୁ ଦୀର୍ଘଦିନରୁ ହକ୍‌‌ଦାର।

ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳ ଓ ତତ୍‌‌ସଂଲଗ୍ନ ଜଙ୍ଗଲ ବକ୍‌‌ସାଇଟ୍‌‌ ଭଳି ମୂଲ୍ୟବାନ ଖଣିଜ ସମ୍ପଦରେ ଭରପୂର ହୋଇଥିଲେ ହେଁ ଏହା ଏକ ଅନୁପମ ଜୈବ ବିବିଧତା କ୍ଷେତ୍ର। ଭାରତୀୟ ଉଦ୍ଭିଦ ବିଜ୍ଞାନ ସର୍ଭେ ଅନୁସାରେ ଏଠାରେ ୨୨୦ ପ୍ରଜାତିର ଔଷଧୀୟ ବୃକ୍ଷଲତା ରହିଛି। ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ପ୍ରାୟ ୧୯ ହଜାର ହେକ୍ଟର ପରିମିତ ଏହି ଜଙ୍ଗଲାଞ୍ଚଳ ଓ ପର୍ବତମାଳା ତାହାର ସମୃଦ୍ଧ ଜୈବବିବିଧତା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଓ ଜୀବଜନ୍ତୁଙ୍କୁ ସୁରକ୍ଷା ଦେଇଛି। ଏଥିରୁ ବାହାରିଥିବା ୧୦ରୁ ଊର୍ଦ୍ଧ୍ବ ଝରଣା ମହାନଦୀ ଓ ଅନ୍ୟାନ୍ୟ ନଦୀରେ ପଡ଼ିବା ସହିତ ଏକ ବଡ଼ ମଧୁର ଜଳଉତ୍ସର ଭୂମିକା ନିର୍ବାହ କରୁଛି। ଏହାର ପାଦ ଦେଶରେ ଦୁଇ ଜିଲ୍ଲାରେ ଦୁଇଟି ଆୟୁର୍ବେଦିକ କଲେଜ ଥିବାବେଳେ ୫୦ ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ଜଙ୍ଗଲରୁ ଔଷଧୀୟ ସାମଗ୍ରୀ ଓ ଜଡ଼ିବୁଟି ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ଏବେ ଏହାର ବୃକ୍ଷରାଜି ଓ ଉଦ୍ଭିଦଜଗତ ତଥା ପ୍ରାନ୍ତୀୟ ଅଞ୍ଚଳ ଅତ୍ୟନ୍ତ ବିପଦାପନ୍ନ। ଏଠାରେ ଜଙ୍ଗଲ ଚୋରି, ବେଆଇନ ଜନ୍ତୁ ଶିକାର ଆଦି ଅଧିକ ହେଉଥିଲା। ଆଲୁମିନିୟମ ପ୍ରକଳ୍ପ ପାଇଁ ବେଦାନ୍ତ କମ୍ପାନୀର ଦୃଷ୍ଟି ଏହି ଅଞ୍ଚଳ ସହିତ ଲାଞ୍ଜିଗଡ଼ ଉପରେ ପଡ଼ିବା ପରେ ଏହାକୁ ସ୍ଥାନୀୟ ଆଦିବାସୀ ଓ ପରିବେଶ ପ୍ରେମୀମାନେ ବିରୋଧ କରିବାରୁ ସେ ପ୍ରୟାସ ଭଣ୍ଡୁର ହୋଇଥିଲା। ଏବେ ଏହା ଜୈବବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ପାଇବା ଫଳରେ ଏଠାକାର ଜୀବଜନ୍ତୁ, ବୃକ୍ଷଲତା, ପରିବେଶ ଆଦି ସରକାରୀ ସୁରକ୍ଷା ଆନୁଷ୍ଠାନିକ ଭାବେ ପାଇବ। ପଶ୍ଚିମ ଓଡ଼ିଶାରେ ବିଗୁଡ଼ିଥିବା ଭୌଗୋଳିକ ପରିସ୍ଥିତିକୁ ଅଟକାଇବାରେ ଏହା ସହାୟକ ହେବ।

ଏବେ ପ୍ରଶ୍ନଉଠୁଛି ଯେ ଏହା ସହିତ ଓଡ଼ିଶାର ଆଉ କେତେକ ପ୍ରମୁଖ ଜୈବବିବିଧତା ଅଞ୍ଚଳ ସଂରକ୍ଷିତ ଅଞ୍ଚଳ କିମ୍ବା ଜାତୀୟ ଉଦ୍ୟାନର ମାନ୍ୟତା ଆଉ କେତେଦିନ ପରେ ପାଇବ? ଏହି ମାନ୍ୟତା ପାଇଲେ ଏଭଳି ଅଞ୍ଚଳଗୁଡ଼ିକ କେନ୍ଦ୍ର ସରକାରଙ୍କ ଅଧିକ କୃପାଦୃଷ୍ଟି ଓ ଆର୍ଥିକ ସହାୟତା ପାଇପାରନ୍ତେ। ଏହା ମଧ୍ୟ ଆମ ବନ୍ୟଜନ୍ତୁ ସୁରକ୍ଷା ଓ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରାଇ ପାରନ୍ତା। ଜୈବବିବିଧତା ବା ବାୟୋଡାଇଭରସିଟିର ଅର୍ଥ ହେଲା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତା, ଯାହା ପରିବେଶ ଦୃଷ୍ଟିରୁ ଅନନ୍ୟ ତଥା ସ୍ପର୍ଶକାତର। ଏହାକୁ କେବଳ ମାନ୍ୟତା ଦେଇଦେଲେ ଏହାର ସୁରକ୍ଷା ବା ବିକାଶ ହୋଇନଥାଏ। ଅପରପକ୍ଷରେ ଜାତୀୟ ଉଦ୍ୟାନ ବା ନ୍ୟାଶ୍‌‌ନାଲ ପାର୍କର ଅର୍ଥ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାକୃତିକ ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ତଥା ସଂରକ୍ଷଣ ପାଇଁ ଘୋଷିତ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ। ଏହା ମଧ୍ୟକୁ ପର୍ଯ୍ୟଟକଙ୍କୁ ମନୋରଞ୍ଜନ ସହିତ ଐତିହାସିକ ଓ ବିଜ୍ଞାନ ସମ୍ମତ ଅନୁଧ୍ୟାନ ତଥା ପର୍ଯ୍ୟବେକ୍ଷଣର ସୁବିଧା ପ୍ରାକୃତିକ ପରିବେଶରେ ଯୋଗାଇ ଦିଆଯାଏ। ଏଥିପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ଖର୍ଚ୍ଚ କରନ୍ତି। ଓଡ଼ିଶାରେ ଅନେକ ସ୍ଥାନ ରହିଛି, ଯାହା ଜାତୀୟ ଉଦ୍ୟାନର ମାନ୍ୟତା ଦାବି କରେ। ସେଥିପ୍ରତି କିନ୍ତୁ କେନ୍ଦ୍ର ସରକାରଙ୍କ ବିଶେଷ ଧ୍ୟାନ ନାହିଁ। ସୁନାବେଡ଼ା, କୁଲିଡିହା, ଲଖାରୀ, ସାତକୋଶିଆ, ମହେନ୍ଦ୍ରଗିରି, ନଳବଣ, ଗନ୍ଧମାର୍ଦ୍ଦନ ଭଳି ଦେଢଡଜନ ବନ୍ୟପ୍ରାଣୀ ଓ ସାମୁଦ୍ରିକ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କରିବା ଉଚିତ। ଆହୁରି ମଧ୍ୟ ଭିତରକନିକାର ଗହୀରମଥା ଓ ଚିଲିକାର ନଳବଣ ଅଞ୍ଚଳରେ ଯେଉଁସବୁ ଅଭୟାରଣ୍ୟ ଅଛି, ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ସେଗୁଡ଼ିକର ଗୁରୁତ୍ୱ କୌଣସି ଗୁଣରେ କମ୍‌‌ ନୁହେଁ।

ଆମର କହିବାର କଥା ହେଲା କେବଳ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଜୈବବିବିଧତା ଅଞ୍ଚଳର ମାନ୍ୟତା ପ୍ରଦାନ ନ କରି ରାଜ୍ୟ ସରକାର ଅଧିକରୁ ଅଧିକ ଅଞ୍ଚଳକୁ ଜାତୀୟ ଉଦ୍ୟାନରେ ପରିଣତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବା ସହିତ ଏଥିପାଇଁ ଚାପ ପକାନ୍ତୁ। ଦେଶର ଅନେକ ରାଜ୍ୟ ଅଛି, ଯେଉଁଠି ବୁଦୁବୁଦିଆ ଜଙ୍ଗଲ ଓ ଅପନ୍ତରା ବାଲିପନ୍ତରକୁ ରାଜନୈତିକ ଚାପରୁ କେନ୍ଦ୍ର ସରକାର ଜାତୀୟ ଉଦ୍ୟାନ ଘୋଷଣା କରିବାର ଦୃଷ୍ଟାନ୍ତ ରହିଛି। ତାହାର ଉଦାହରଣ ଉପସ୍ଥାପନ କରିବା ଅନାବଶ୍ୟକ। ଆମ ରାଜ୍ୟ ସରକାର ନିଜେ ନିଜ ଜଙ୍ଗଲ ସମ୍ପଦ ଓ ଜୈବବିବିଧତା ଅଞ୍ଚଳକୁ ମାନ୍ୟତା ପ୍ରଦାନ କରି ସେଥିରେ ଆତ୍ମସନ୍ତୋଷ ଲାଭ କରିବା ପରିବର୍ତ୍ତେ ଏ କ୍ଷେତ୍ରରେ ଅଧିକ ଯାହାକିଛି ଆକର୍ଷଣୀୟ ଓ ପରିବେଶ ଅନୁକୂଳ କରିହେବ, ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ।

29 Mar 2023 By The Sakala

https://www.thesakala.in/sakala-editorial/sakala-editorial-29-03-2023/article-20232
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର