ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ: ଦୀର୍ଘସୂତ୍ରୀ ଟ୍ରିବ୍ୟୁନାଲ୍‌‌ ଆଉ କେତେକାଳ?

The Sakala Picture
Published On

ଜଳ ସଂରକ୍ଷଣ ଓ ଜଳର ସୁପରିଚାଳନା ପାଇଁ ଭାରତ ସ୍ୱାଧୀନତା ପରଠାରୁ ଆଇନଗତ ଓ ପ୍ରଶାସନିକ ବ୍ୟବସ୍ଥାମାନ କରି ଆସୁଛି। ବିଶେଷକରି ଆନ୍ତଃରାଜ୍ୟ ନଦୀଜଳ ବିବାଦର ସମାଧାନ ଏହାର ଉଦ୍ଦେଶ୍ୟ। ଏଥିପାଇଁ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ଜଳସମ୍ପଦ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଭାରତ ମଧ୍ୟ ବିଶ୍ୱର ସର୍ବବୃହତ୍‌‌ ଡ୍ୟାମ୍‌‌ ରିହାବିଲିଟେସନ୍‌‌ କାର୍ଯ୍ୟକ୍ରମ ହାତକୁ ନେଇ ଜଳବାୟୁ ପ୍ରତିରୋଧୀ ଜଳ ଭଣ୍ଡାରଣ ଭିତ୍ତିଭୂମି ନିର୍ମାଣ କରୁଛି। ଅଟଳ ଭୂତଳ ଯୋଜନାରେ ଭୂମିତଳ ମଧୁରଜଳର ପୁନଃକ୍ଷରଣ ବୃଦ୍ଧି ଉପରେ ଗୁରୁତ୍ୱ […]

ଜଳ ସଂରକ୍ଷଣ ଓ ଜଳର ସୁପରିଚାଳନା ପାଇଁ ଭାରତ ସ୍ୱାଧୀନତା ପରଠାରୁ ଆଇନଗତ ଓ ପ୍ରଶାସନିକ ବ୍ୟବସ୍ଥାମାନ କରି ଆସୁଛି। ବିଶେଷକରି ଆନ୍ତଃରାଜ୍ୟ ନଦୀଜଳ ବିବାଦର ସମାଧାନ ଏହାର ଉଦ୍ଦେଶ୍ୟ। ଏଥିପାଇଁ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ଜଳସମ୍ପଦ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଭାରତ ମଧ୍ୟ ବିଶ୍ୱର ସର୍ବବୃହତ୍‌‌ ଡ୍ୟାମ୍‌‌ ରିହାବିଲିଟେସନ୍‌‌ କାର୍ଯ୍ୟକ୍ରମ ହାତକୁ ନେଇ ଜଳବାୟୁ ପ୍ରତିରୋଧୀ ଜଳ ଭଣ୍ଡାରଣ ଭିତ୍ତିଭୂମି ନିର୍ମାଣ କରୁଛି। ଅଟଳ ଭୂତଳ ଯୋଜନାରେ ଭୂମିତଳ ମଧୁରଜଳର ପୁନଃକ୍ଷରଣ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଜଳ ଅମଳ, ନଦୀ ଜୀର୍ଣ୍ଣୋଦ୍ଧାର, ଜଳ ଜୀବନ ଭଳି କାର୍ଯ୍ୟକ୍ରମ ସବୁର ଉଦ୍ଦେଶ୍ୟ ହେଲା ୨୦୪୭ ସୁଦ୍ଧା ଭାରତକୁ ଜଳକ୍ଷେତ୍ରରେ ଏକ ସୁରକ୍ଷିତ ରାଷ୍ଟ୍ରରେ ପରିଣତ କରିବା। ଏସବୁ ଯୋଜନାର ରୂପରେଖ ଓ ଉଦ୍ଦେଶ୍ୟ ସବୁ ଭଲ; କିନ୍ତୁ ଭାରତର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ବାସ୍ତବରେ ଭାରତ ଜଳର ସୁପରିଚାଳନା ଓ ସମ ବଣ୍ଟନରେ ବିଫଳ ହୋଇ ଏ କ୍ଷେତ୍ରରେ ଏକ ବିବାଦବହୁଳ ରାଷ୍ଟ୍ରର ଅପକୀର୍ତ୍ତି ଲଭିଲାଣି। ରାଜ୍ୟ-ରାଜ୍ୟ ମଧ୍ୟରେ (ଆନ୍ତଃପ୍ରାଦେଶିକ) ଜଳ ବିବାଦ ଦେଶରେ ଏତେ ତୀବ୍ର ଯେ ତଳମୁଣ୍ଡରେ ଥିବା ଓଡ଼ିଶା ଭଳି ରାଜ୍ୟଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର।

ଭାରତର ନଦୀଗୁଡ଼ିକ ମଧ୍ୟରୁ ଅଧିକାଂଶ ବୃଷ୍ଟିପୁଷ୍ଟ। କେବଳ ମୌସୁମି ବର୍ଷା କାଳରେ ଏଥିରେ ଅଧିକ ପାଣି ଆସେ। ତିରୋଟ ସମୟ, ବିଶେଷତଃ ଖରାଦିନେ ମଧ୍ୟଭାରତ ଓ ଦକ୍ଷିଣଭାରତରେ ପ୍ରମୁଖ ନଦୀ ସମୂହ ଶୁଖିଯାଏ। ଛୋଟ ଛୋଟ ଝରଣା, ଜଳଉତ୍ସ ଓ ଉପନଦୀରୁ ଯେଉଁ ପାଣି ପ୍ରାକୃତିକ ଉପାୟରେ ଏସବୁ ନଦୀକୁ ଆସେ, ତାହାର ଉପର ମୁଣ୍ଡରେ ଅବିଚାରିତ ଓ ଏକତରଫା ଭାବେ ବନ୍ଧ ବାନ୍ଧିବା ଫଳରେ ନଦୀର ତଳମୁଣ୍ଡକୁ ଜଳ ପ୍ରବାହ ବନ୍ଦ ହୋଇଯାଏ। ତେଣେ ହିମାଳୟ ପ୍ରସୂତ ନଦୀ ସମୂହ ମଧ୍ୟ ଜଳବାୟୁ ପରିବର୍ତ୍ତନ କାରଣରୁ ତୁଷାରସ୍ଥଳ ଅପସାରଣ ଯୋଗୁଁ ଆଉ ଆଗ ଭଳି ଚିତସ୍ରୋତା ରହୁନାହାନ୍ତି। ଏଭଳି ସ୍ଥିତିରେ ସମଗ୍ର ଭାରତ ଜଳାଭାବର ସମ୍ମୁଖୀନ। ଚାଷ ଓ ଶିଳ୍ପ ପାଇଁ ଜଳାଭାବର ପ୍ରଭାବ କ୍ରମଶଃ ଅର୍ଥନୀତି ଉପରେ ପଡ଼ିବାକୁ ଲାଗିଲାଣି।

ଏଭଳି ସ୍ଥିତିରେ ଆମ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଆଦି ଆନ୍ତଃରାଜ୍ୟ ପ୍ରବାହିତ ନଦୀଗୁଡ଼ିକର ସ୍ଥିତି ବିଚାର୍ଯ୍ୟ। ମହାନଦୀ ଏବେ ଶୁଷ୍କପ୍ରାୟ ଏବଂ ହୀରାକୁଦ ଜଳଭଣ୍ଡାର ଏକପ୍ରକାର ଶୂନ୍ୟ। ଛତିଶଗଡ଼ ସରକାର ଅବିଚାରିତ ଭାବେ ଉପରମୁଣ୍ଡରେ ମହାନଦୀ ଓ ତାହାର ଉପନଦୀଗୁଡ଼ିକ ଉପରେ ମାଳ ମାଳ ବନ୍ଧ ବାନ୍ଧି ଶିଳ୍ପ ସଂସ୍ଥାଙ୍କୁ ପାଣି ଦେଇ ବେପାର କରୁଛନ୍ତି। ଆମେ କିନ୍ତୁ ତଳମୁଣ୍ଡରେ ଥିବାରୁ ପିଇବା ପାଇଁ ଏବେ ପାଣି ପାଉନାହୁଁ। ଓଡ଼ିଶା ସରକାର ଏହା ବିରୋଧରେ ଟ୍ରିବ୍ୟୁନାଲ୍‌‌କୁ ଯାଇଛନ୍ତି। ଆମ ବିଚାରରେ ନଦୀଜଳବଣ୍ଟନ ଏକ ଦୀର୍ଘ ଅସମାହିତ ପ୍ରଶ୍ନ ହୋଇ ରହିଯାଇଛି। ଏଥିପାଇଁ ଯେଉଁ ଟ୍ରିବ୍ୟୁନାଲ୍‌‌ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ବସେ, ତାହା ଅନନ୍ତ ସମୟ ନେଲା ପରି ବୋଧହୁଏ। ମହାନଦୀ ଜଳବିବାଦ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ। ଶୁଣାଣି ପରେ ଶୁଣାଣି ଓ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଚାଲିଥାଏ। ଯାହା ନିଷ୍କର୍ଷ ବାହାରେ ବା ରାୟ ଆସେ, ତାହାକୁ ଉପରମୁଣ୍ଡର ରାଜ୍ୟ ଠିକ୍‌‌ ଭାବେ କାର୍ଯ୍ୟକାରୀ କରନ୍ତି ନାହିଁ। ସଫେଇ ଦିଆଯାଏ ଯେ ଆମ ଜଳଭଣ୍ଡାରରେ ବଳକା ପାଣି ନାହିଁ। ଏଥିପାଇଁ ଦୋଷୀ ରାଜ୍ୟକୁ ଦଣ୍ଡବିଧାନ କରିବାର ବ୍ୟବସ୍ଥା ପ୍ରାୟ ନଥାଏ କିମ୍ବା ଟ୍ରିବ୍ୟୁନାଲ୍‌‌ ରାୟର ନିର୍ଭୁଲ୍‌‌ ପରିପାଳନ ହୁଏ ନାହିଁ।

ମହାନଦୀ ଆନ୍ତଃରାଜ୍ୟ ଜଳବିବାଦ ଟ୍ରିବ୍ୟୁନାଲ୍‌‌ର ବସିଥିବା ଏ ଯାବତ୍‌‌ ୩୪ଟି ବୈଠକ ସମ୍ପୂର୍ଣ୍ଣ ନିଷ୍ଫଳ ହୋଇଛି। ଟ୍ରିବ୍ୟୁନାଲ୍‌‌ର କାର୍ଯ୍ୟକାଳ କାଳ ଶେଷ ହୋଇଥିବାରୁ ନିକଟରେ ଏହାର କାର୍ଯ୍ୟକାଳକୁ ପୁନର୍ବାର ୧ ବର୍ଷ ୯ ମାସ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ ଟ୍ରିବ୍ୟୁନାଲ୍‌‌ର ବିଚାରପତି ବୃନ୍ଦ, ବୈଷୟିକ ଦଳ ଓ ଅଧିକାରୀମାନେ ଦୁଇ ପର୍ଯ୍ୟାୟରେ ଛତିଶଗଡ଼ ଓ ଓଡ଼ିଶାକୁ ସରଜମିନ୍‌‌ ତଦନ୍ତରେ ଯିବେ ବୋଲି ଜଣାପଡ଼ିଛି। ଏପ୍ରିଲ୍‌‌ ୧୮ ରୁ ୨୧ ଏବଂ ଏପ୍ରିଲ୍‌‌ ୨୯ ରୁ ମଇ ୩ ଯାଏ ଛତିଶଗଡ଼ର ମହାନଦୀ ଅବବାହିକା ବୁଲି ଦେଖିବା ପରେ ଓଡ଼ିଶା ଗସ୍ତକ୍ରମ ଚୂଡ଼ାନ୍ତ ହେବ। ମାତ୍ର ଏବେ ଓଡ଼ିଶାରେ ମହାନଦୀ ଅବବାହିକାର ଜଳସ୍ଥିତି କ’ଣ ତାହା ପ୍ରଥମେ ଟ୍ରିବ୍ୟୁନାଲ୍‌‌ର ସଦସ୍ୟ ବୁଲିଦେଖିଲେ ବାସ୍ତବ ସ୍ଥିତି ଜାଣିପାରିଥା’ନ୍ତେ। ମୌସୁମୀ ପ୍ରବାହ ପରେ ଓଡ଼ିଶାଗସ୍ତ କଲେ ସେତେବେଳକୁ ଛତିଶଗଡ଼ ମହାନଦୀକୁ ପାଣି ଛାଡ଼ି ଦେବାର ସୁଯୋଗ ପାଇବ। ଅବଶ୍ୟ ଟ୍ରିବ୍ୟୁନାଲ ଦୁଇ ସପ୍ତାହ ମଧ୍ୟରେ ମହାନଦୀ ଅବବାହିକାର ଯେଉଁ ଦୂରସଂବେଦୀ ତଥ୍ୟାବଳୀ ମାଗିଛନ୍ତି, ସେଥିରୁ କିଛି ତଥ୍ୟ ମିଳିବ। ତେବେ ଏହା କ୍ଷେତ୍ର ପ୍ରଦର୍ଶନ ଭଳି ସ୍ପଷ୍ଟ ହେବ ନାହିଁ।

ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ସଂଘୀୟ ବ୍ୟବସ୍ଥାରେ ଆନ୍ତଃପ୍ରାଦେଶିକ ନଦୀ ସମୂହର ଭୂମିକା ବଦଳିଛି। ଏସବୁ ନଦୀ ଏବେ ବର୍ଷାଭାବରୁ ଚାପଗ୍ରସ୍ତ। ଏଭଳି ସ୍ଥିତିରେ ଉପରମୁଣ୍ଡରେ ଯାହାର ସୁବିଧା ଅଛି, ସେ ଆଖିବୁଜା ଜଳଭଣ୍ଡାର ନିର୍ମାଣ କରି ତଳମୁଣ୍ଡର ରାଜ୍ୟକୁ ଶୁଷ୍କ ରଖିବା ଗ୍ରହଣୀୟ ନୁହେଁ। ଆନ୍ତଃରାଜ୍ୟ ନଦୀ ଉପରେ ଡ୍ୟାମ୍‌‌ ନିର୍ମାଣ ପୂର୍ବରୁ କେନ୍ଦ୍ର ପରିବେଶ, ଜଳ ଆୟୋଗ ଓ ଜଳସମ୍ପଦ ମନ୍ତ୍ରଣାଳୟକୁ କଠୋର ନିୟମ ଲାଗୁ କରିବାକୁ ପଡ଼ିବ। ନିମ୍ନ ଅବବାହିକାକୁ ଗୋଟିଏ ଜଳଭଣ୍ଡାରରୁ ଅତି କମ୍‌‌ରେ ବର୍ଷ ସାରା କେତେ ପାଣି ଯିବ, ତାହା ମଧ୍ୟ ଜଳର ପ୍ରବାହ ଓ ଉତ୍ସକୁ ଆକଳନ କରି ସ୍ପଷ୍ଟଭାବେ ସ୍ଥିର କରାଯିବା ଉଚିତ। ସର୍ବୋପରି ଟ୍ରିବ୍ୟୁନାଲ୍‌‌ଗୁଡ଼ିକର କ୍ଷମତା, କାର୍ଯ୍ୟ ପରିସର ଏବଂ ଏହାର ରାୟର ପରିପାଳନକୁ ସ୍ପଷ୍ଟ କରାଯିବା ଆବଶ୍ୟକ। ଏଥିପାଇଁ ଆଇନରେ ଆବଶ୍ୟକ ସଂଶୋଧନ କରାଯିବା ଉଚିତ।

ଜଳ ଭଳି ସ୍ପର୍ଶକାତର ପ୍ରସଙ୍ଗରେ ହୀନ ରାଜନୀତି, ଟାଳଟୁଳ ନୀତି ଓ ଦୀର୍ଘସୂତ୍ରୀ ଆଇନକାନୁନ୍‌‌ ଆଉ ଚଳିବ ନାହିଁ। ଏହାର ସିଧାସଳଖ ପ୍ରଭାବ ସଂଘୀୟ ଐକ୍ୟ ଓ ସଂହତି ଉପରେ ପଡୁଛି ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ସମ୍ପର୍କ ତିକ୍ତ ହେଉଛି। ପରୋକ୍ଷରେ ଏହା ରାଜ୍ୟ-ରାଜ୍ୟ ମଧ୍ୟରେ ଜଳଯୁଦ୍ଧ ଓ ସଂଘର୍ଷ ସୃଷ୍ଟି କରିପାରେ। ତେଣୁ କେନ୍ଦ୍ର ସରକାରଙ୍କ ଏଥିରେ ସ୍ୱତନ୍ତ୍ର ଦାୟିତ୍ୱ ଓ ଭୂମିକା ରହିଛି। ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା କରି ଏଥିରେ କେନ୍ଦ୍ରକୁ ସମାଧାନର ସୂତ୍ର ଶୀଘ୍ର ବାହାର କରିବାକୁ ପଡ଼ିବ। ବାରମ୍ବାର ବିଫଳ ହୋଇଥିବା ଟ୍ରିବ୍ୟୁନାଲ୍‌‌ ବ୍ୟବସ୍ଥାର ଶୀଘ୍ର ଅବସାନ ଘଟୁ। ନୂଆ ସମାଧାନ ସୂତ୍ର ବାହାରୁ।

28 Mar 2023 By The Sakala

https://www.thesakala.in/sakala-editorial/sakala-editorial-28th-march-2023/article-20202
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର