ବନ୍ଦେ ଉତ୍କଳ ଜନନୀ

The Sakala Picture
Published On

ସୁଖର କଥା ଏଣିକି ଆମ ରାଜ୍ୟ-ସଂଗୀତ ‘ବନ୍ଦେ ଉତ୍କଳ ଜନନୀ…’ ସବୁସ୍ଥାନରେ ସମ ସ୍ୱର ଓ ସମ ଲୟରେ ଗାନ କରାଯିବ। ଏହାକୁ ନିଶ୍ଚିତ କରିବାକୁ ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ରାଜ୍ୟର ସବୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ୧୯୧୨ରେ ଲିଖିତ ଏହି କାଳଜୟୀ କବିତାକୁ ରାଜ୍ୟ-ସଙ୍ଗୀତ ମାନ୍ୟତା ଦେବା ପାଇଁ […]

ସୁଖର କଥା ଏଣିକି ଆମ ରାଜ୍ୟ-ସଂଗୀତ ‘ବନ୍ଦେ ଉତ୍କଳ ଜନନୀ…’ ସବୁସ୍ଥାନରେ ସମ ସ୍ୱର ଓ ସମ ଲୟରେ ଗାନ କରାଯିବ। ଏହାକୁ ନିଶ୍ଚିତ କରିବାକୁ ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ରାଜ୍ୟର ସବୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ୧୯୧୨ରେ ଲିଖିତ ଏହି କାଳଜୟୀ କବିତାକୁ ରାଜ୍ୟ-ସଙ୍ଗୀତ ମାନ୍ୟତା ଦେବା ପାଇଁ ବହୁଦିନରୁ ଦାବି ହୋଇ ଆସୁଥିଲେ ହେଁ ୨୦୨୦ ଜୁନ୍‌‌ ୭ ତାରିଖରେ ଏହି ଚିର ଈପ୍‌ସିତ ମାନ୍ୟତା ମିଳିଥିଲା। କିନ୍ତୁ ଏହାର ଅବଧି, ଗାୟନ ଶୈଳୀ, ସ୍ୱର ଓ ଲୟରେ ବିଭିନ୍ନ ସ୍ଥାନରେ ଭିନ୍ନତା ଦେଖାଦେଉଥିଲା, ଯାହା ମାନ୍ୟତାପ୍ରାପ୍ତ ଜାତୀୟ ବା ରାଜ୍ୟ-ସଙ୍ଗୀତର ମର୍ଯ୍ୟାଦା ପ୍ରତି ଅନୁକୂଳ ନୁହେଁ। ତେଣୁ ‘ବନ୍ଦେ ଉତ୍କଳ ଜନନୀ…’ର ଏକ ନିର୍ଦ୍ଦିଷ୍ଟ ଅନୁମୋଦିତ ସ୍ୱର ଓ ଲୟ ନିୟମ ଅନୁପାଳନ ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ଆବେଦନ କରାଯାଇଥିଲା। ଆବେଦନର ବିଚାର କରି ରାଜ୍ୟ-ସଙ୍ଗୀତର ମୌଳିକତା ବଜାୟ ରଖିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ନେଇଛନ୍ତି। ଏହା ଅତି ଆନନ୍ଦର କଥା। ଇଣ୍ଟରନେଟ୍‌‌ରେ ଉପଲବ୍ଧ ପୂର୍ବରୁ ବିଧିବଦ୍ଧ ରେକର୍ଡିଂ କରାଯାଇଥିବା ୨ ମିନିଟ ୧୧ ସେକେଣ୍ଡ ଅବଧିର ଏହି ରାଜ୍ୟ-ସଙ୍ଗୀତକୁ ଡାଉନଲୋଡ୍‌‌ କରିବା ପାଇଁ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି, ଯେପରିକି ଧାର୍ଯ୍ୟ ଗାୟନ ଶୈଳୀ ଅନୁପାଳନରେ ଅସୁବିଧା ହେବ ନାହିଁ।

କାନ୍ତକବିଙ୍କ ଦ୍ୱାରା ରଚିତ ‘ବନ୍ଦେ ଉତ୍କଳ ଜନନୀ…’ କବିତାର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତ ସୁଧାକର ବାଳକୃଷ୍ଟ ଦାଶ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ଚାରିବର୍ଷ ପୂର୍ବରୁ ଅର୍ଥାତ୍‌‌ ୧୯୩୨ ମସିହାରେ ଗୋକୁଳ ମହାନ୍ତି ଏହାକୁ ରେକର୍ଡ କରିଥିଲେ। କିନ୍ତୁ ଏହାର ପ୍ରାୟ ୨୦ ବର୍ଷ ପୂର୍ବରୁ ୧୯୧୨ ମସିହାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଭଦ୍ରକ ଅଧିବେଶନରେ ଏହି ସଙ୍ଗୀତ ପ୍ରଥମେ ଗାନ କରାଯାଇଥିଲା। ସେତେବେଳେ ବିଦେଶୀ ଶାସନ ବିରୋଧରେ ସ୍ୱତନ୍ତ୍ରତା ଆନ୍ଦୋଳନ ପାଇଁ ଓଡ଼ିଆଙ୍କ ପ୍ରାଣରେ ଜାତୀୟତାବାଦୀ ଚେତନା ଉଦ୍‌‌ବୁଦ୍ଧ କରିବାରେ ଏହି ସଙ୍ଗୀତର ଅବଦାନ ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା। ଜାତୀୟକବି ବାଞ୍ଛାନିଧି ମହାନ୍ତି ଏହି ସଙ୍ଗୀତକୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗାନ କରି ସ୍ୱାଧୀନତା ସଂଗ୍ରାମୀଙ୍କ ମନରେ ଅପୂର୍ବ ଉତ୍ସାହ ଓ ପ୍ରେରଣା ଜାଗ୍ରତ କରାଉଥିଲେ।

ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି ସଙ୍ଗୀତ ବିଭିନ୍ନ ଅବସରରେ ଗାନ କରାଯାଉଥିଲେ ମଧ୍ୟ ସାମଞ୍ଜସ୍ୟ ଓ ନିର୍ଦ୍ଦିଷ୍ଟ ଗାୟନ ଶୈଳୀ ରହୁ ନଥିଲା। ସେହିପରି ‘ବନ୍ଦେ ଉତ୍କଳ ଜନନୀ…’କୁ ରାଜ୍ୟ-ସଙ୍ଗୀତର ମାନ୍ୟତା ଦେବା ପାଇଁ ଦାବି ହେଉଥିଲେ ମଧ୍ୟ ଐକ୍ୟତାନର ଅଭାବ ଓ କେଉଁ ପଦାବଳୀକୁ ରଖାଯିବ, କ’ଣ ବାଦ୍‌‌ ଦିଆଯିବ ତାହାକୁ ନେଇ ସେତେବେଳେ ବିବାଦ ଉଠିଥିଲା। ଅନେକ ବିଚାରବିମର୍ଶ ପରେ ରାଜ୍ୟ-ସଙ୍ଗୀତରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପଦାବଳୀ ରହିବ ଓ ଗାୟନର ଅବଧି କେତେ ହେବ ତାହା ଚୂଡ଼ାନ୍ତ କରାଗଲା। ଶେଷରେ ଓଡ଼ିଶା ବିଧାନସଭା ଅଧିବେଶନ ଶେଷରେ ଏବଂ ରାଜ୍ୟ ସରକାରୀ ସ୍କୁଲ୍‌‌ ପ୍ରାର୍ଥନାରେ ‘ବନ୍ଦେ ଉତ୍କଳ ଜନନୀ…’ ଗାନକୁ ବାଧ୍ୟତାମୂଳକ କରିବା ପାଇଁ ୧୯୯୦ ମସିହାରେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କଲେ। କରୋନା ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ୨୦୨୦ ମସିହା ମେ ୩୦ ତାରିଖରେ ସମବେତ ‘ବନ୍ଦେ ଉତ୍କଳ ଜନନୀ…’ ଗାନ କରାଯାଇଥିଲା, ଯେଉଁଥିରେ ଓଡ଼ିଶା ଓ ଓଡ଼ିଶା ବାହାରେ କୋଟିକୋଟି ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ।

ସାମ୍ପ୍ରତିକ ସମୟରେ ସମଗ୍ର ଓଡ଼ିଶାରେ ଏବଂ ରାଜ୍ୟ ବାହାରେ କାନ୍ତକବିଙ୍କର ଏହି ସଙ୍ଗୀତ ଗାନ ପ୍ରତ୍ୟେକ ଓଡ଼ିଆର ହୃଦୟକୁ ସ୍ପର୍ଶ କରିଛି ଏବଂ ଓଡ଼ିଆ ଜାତୀୟତାର ଭାବନା ଆମ ସମସ୍ତଙ୍କ ହୃଦୟରେ ଜାଗ୍ରତ କରାଇପାରୁଛି। କାନ୍ତକବିଙ୍କର ଏହି ସୁଲଳିତ ପଦାବଳୀର ରଚନା ଏତେ ସରଳ ଓ ସାବଲୀଳ ଯେ ଏଥିରେ ବ୍ୟବହୃତ ଶବ୍ଦପୁଞ୍ଜର ଭାଷାରେ ଏକ କମନୀୟତା ତଥା ଏହାର ପ୍ରାଣସ୍ପର୍ଶୀ ଆବେଦନ ଓଡ଼ିଆ ହୃଦୟକୁ ଆନ୍ଦୋଳିତ କରେ। ଏହାର ପ୍ରତ୍ୟେକ ପଦ ତ ସହଜ ଲାଳିତ୍ୟରେ ଭରପୂର। ତେବେ ନିମ୍ନ ପଦଟି ବହୁଲୋକଙ୍କୁ ଏକ ପୁଣ୍ୟସଲିଳା ସ୍ରୋତସ୍ୱିନୀର କୁଳୁକୁଳୁ ଗାନ ପରି ପ୍ରତୀତ ହୁଏ –
ଘନ ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ
ଜନନୀ ଜନନୀ ଜନନୀ
ଭାରତୀୟ ସ୍ୱାଧୀନତା ପ୍ରାପ୍ତିର ଯେଉଁପରି ଏବେ ‘ଅମୃତକାଳ’ ଆରମ୍ଭ ହୋଇଛି ଏବଂ କେନ୍ଦ୍ର ସରକାର ସ୍ୱାଧୀନତାର ଶତବାର୍ଷିକୀ ପାଇଁ ଆଜିଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଦେଶସାରା ଆରମ୍ଭ କରିସାରିଲେଣି, ସେହିପରି ଭାରତରେ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବରେ ୧୯୩୬ ଏପ୍ରିଲ୍‌‌ ପହିଲାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ଶହେବର୍ଷରେ ପଦାର୍ପଣ କରିବାକୁ ଆଉ ମାତ୍ର ୧୨ ବର୍ଷ ରହିଲା। ଉତ୍କଳ ଜନନୀଙ୍କର ଯଥାର୍ଥ ସମ୍ମାନ ଓ ଆରାଧନା ନିମନ୍ତେ ଆସନ୍ତା ୧୦/୧୨ ବର୍ଷରେ ବହୁତ କିଛି ପ୍ରଶାସନିକ ପଦକ୍ଷେପ ତଥା ସାଂସ୍କୃତିକ ଜନଆନ୍ଦୋଳନ ଆଦିର ପ୍ରସ୍ତୁତ କରିବାର ବେଳ ଆସିଛି। ସେଥିପାଇଁ ରାଜ୍ୟ-ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ…’ର ଆଦର୍ଶ ଗାୟନବିଧିର ସରକାରୀ ବିଜ୍ଞପ୍ତି ନିଶ୍ଚୟ ଏକ ସ୍ୱାଗତଯୋଗ୍ୟ ପ୍ରାଥମିକ ପଦକ୍ଷେପ। ଭାରତୀୟ ସଂସ୍କୃତିର ଆତ୍ମା ହେଉଛି ଉତ୍କଳ। ଓଡ଼ିଶାରେ ଚଉମୁଖୀ ବିକାଶର ଯେଉଁ ବିଜୟ ଯାତ୍ରା ଆରମ୍ଭ ହୋଇସାରିଛି, ତାହା ସାଢ଼େ ଚାରିକୋଟି ଓଡ଼ିଆଙ୍କୁ କେବଳ ଉଦ୍‌‌ବୁଦ୍ଧ ଓ ଗର୍ବିତ କରିଛି ତାହା ନୁହେଁ, ଏହା ଆଧୁନିକ ଭାରତର ଏକ ଦ୍ରୁତବିକାଶଶୀଳ ଓ ଅନେକ କ୍ଷେତ୍ରରେ ଉଦାହରଣୀୟ ରାଜ୍ୟ ଭାବେ ପ୍ରତିଭାତ ହେଲାଣି। ଆମ ରାଜ୍ୟ-ସଙ୍ଗୀତକୁ ଆମେ ସମସ୍ୱରରେ ସମତାଳରେ ଗାୟନ କରି ଆସନ୍ତୁ ନବୀନ ଓଡ଼ିଶାର ଗୌରବମୟ ଯାତ୍ରାକୁ ଅଧିକ ପ୍ରୋତ୍ସାହିତ ଓ ସଞ୍ଚାଳିତ କରିବା।
ବନ୍ଦେ ଉତ୍କଳ ଜନନୀ। ଜୟ ହିନ୍ଦ।

27 Mar 2023 By The Sakala

https://www.thesakala.in/sakala-editorial/sakala-editorial-27-03-2023/article-20173
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର