ଶ୍ରୀଲଙ୍କାଙ୍କୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ସହାୟତା

The Sakala Picture
Published On

ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ନେପାଳ, ବାଂଲାଦେଶ ଓ ମାଳଦ୍ୱୀପ ଆଦି ଦକ୍ଷିଣଏସୀୟ ଦେଶଗୁଡ଼ିକର ସାମ୍ପ୍ରତିକ ପ୍ରମୁଖ ସମସ୍ୟା ହେଲା ଆର୍ଥିକ ଦୁରବସ୍ଥା। ଏଥିରେ ସର୍ବାଗ୍ରେ ରହିଛନ୍ତି ଶ୍ରୀଲଙ୍କା ଓ ପାକିସ୍ତାନ। କରୋନା ମହାମାରୀ, ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପଦକ୍ଷେପ, ରାଜନୈତିକ ଅବିମୃଶ୍ୟକାରିତା ଆଦି ନାନାଦି କାରଣରୁ ଏସବୁ ଦେଶ ଚରମ ଆର୍ଥିକ ସଙ୍କଟର ସମ୍ମୁଖୀନ। ବିଡ଼ମ୍ବନା ହେଲା ଦକ୍ଷିଣଏସିଆର ଏହି ଦରିଦ୍ର ତଥା ସମସ୍ୟାବହୁଳ ରାଷ୍ଟ୍ରଗୁଡ଼ିକ ଭାରତର ପଡ଼ୋଶୀ ଏବଂ ‘ସାର୍କ’ ରାଷ୍ଟ୍ରମଣ୍ଡଳର ଅନ୍ତର୍ଭୁକ୍ତ। ଅଞ୍ଚଳର ସବୁଠୁ ବଡ଼, […]

ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ନେପାଳ, ବାଂଲାଦେଶ ଓ ମାଳଦ୍ୱୀପ ଆଦି ଦକ୍ଷିଣଏସୀୟ ଦେଶଗୁଡ଼ିକର ସାମ୍ପ୍ରତିକ ପ୍ରମୁଖ ସମସ୍ୟା ହେଲା ଆର୍ଥିକ ଦୁରବସ୍ଥା। ଏଥିରେ ସର୍ବାଗ୍ରେ ରହିଛନ୍ତି ଶ୍ରୀଲଙ୍କା ଓ ପାକିସ୍ତାନ। କରୋନା ମହାମାରୀ, ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପଦକ୍ଷେପ, ରାଜନୈତିକ ଅବିମୃଶ୍ୟକାରିତା ଆଦି ନାନାଦି କାରଣରୁ ଏସବୁ ଦେଶ ଚରମ ଆର୍ଥିକ ସଙ୍କଟର ସମ୍ମୁଖୀନ। ବିଡ଼ମ୍ବନା ହେଲା ଦକ୍ଷିଣଏସିଆର ଏହି ଦରିଦ୍ର ତଥା ସମସ୍ୟାବହୁଳ ରାଷ୍ଟ୍ରଗୁଡ଼ିକ ଭାରତର ପଡ଼ୋଶୀ ଏବଂ ‘ସାର୍କ’ ରାଷ୍ଟ୍ରମଣ୍ଡଳର ଅନ୍ତର୍ଭୁକ୍ତ। ଅଞ୍ଚଳର ସବୁଠୁ ବଡ଼, ସମ୍ବଳବାନ ଏବଂ ବିକଶିତ ଦେଶ ହୋଇଥିବାରୁ ଏସବୁ ପଡ଼ୋଶୀ ଭାରତଠାରୁ ଆପଣାର ଦୁଃସମୟରେ ଅନେକ କିଛି ସାହାଯ୍ୟ ସହଯୋଗ ଆଶା କରନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ପ୍ରକୃତି ହେଲା ଭାରତଠାରୁ ଉପକୃତ ହୋଇ ତା’ ବିରୋଧରେ କାମ କରିବା। ବୋଧହୁଏ ଏହା ଏକ ସହୋଦରୀ ମନସ୍ତତ୍ତ୍ୱ ଓ ସହଜାତ ଈର୍ଷାର ପ୍ରତୀକ। ତେବେ ସେ ଯା’ ହେଉ ଭାରତ ତା’ର ସାମର୍ଥ୍ୟ ଅନୁସାରେ ପଡ଼ୋଶୀର ଦୁଃସମୟରେ ସେମାନଙ୍କ ପାଖରେ ଛିଡ଼ା ହୋଇ ନିଜର ମାନବିକତା ଓ ଦାୟିତ୍ୱବୋଧର ପରିଚୟ ଦେଇ ଆସୁଛି ଏବଂ ଏଥିରେ କୌଣସି ପ୍ରତିଦାନର ଆଶା ରଖିନାହିଁ।

ନିକଟରେ ପଡ଼ୋଶୀ ଶ୍ରୀଲଙ୍କା ଯେଉଁ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା, ସେଥିରୁ ତାହାକୁ ଉଦ୍ଧାର କରିବାକୁ ଭାରତ ପାରୁପର୍ଯ୍ୟନ୍ତ ଆର୍ଥିକ ଓ ସାମଗ୍ରୀଜନିତ ସହାୟତା ଯୋଗାଇଥିଲା। ଏହାଫଳରେ ସେହି ଦ୍ୱୀପରାଷ୍ଟ୍ର କେବଳ ସମ୍ଭାଳି ହୋଇଯାଇନଥିଲା, ଭାରତ ମଧ୍ୟ ଏକ ବୃହତ୍‌‌ ସମ୍ଭାବ୍ୟ ଶରଣାର୍ଥୀ ଆଗମନ ଜନିତ ସମସ୍ୟାକୁ ଏଡ଼ାଇବାରେ ସଫଳ ହୋଇଥିଲା। ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରୁ ସହାୟତା ଆଣି ନିଜର ଅର୍ଥନୀତିକୁ ସୁଧାରିବାକୁ ଶ୍ରୀଲଙ୍କାକୁ ମଧ୍ୟ ଭାରତ ପୂର୍ଣ୍ଣପ୍ରାଣରେ ସମର୍ଥନ କରିଥିଲା। ଏପରିକି ଏକଦା ଶ୍ରୀଲଙ୍କାର ଅତିମିତ୍ର ରାଷ୍ଟ୍ର ପାଲଟିଥିବା ଚୀନ୍‌‌ ଏହି ପ୍ରକ୍ରିୟାରେ ଉଦାସୀନତା ପ୍ରକାଶ କରିବାବେଳେ ଭାରତ ପଛ କଥା ଭୁଲି ଏ କ୍ଷେତ୍ରରେ ଆଗେଇ ଆସିଥିଲା। କହିବା ବାହୁଲ୍ୟ ଯେ ଶ୍ରୀଲଙ୍କାକୁ ଋଣ ଦେବାକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତର ଗ୍ୟାରେଣ୍ଟି ଲୋଡ଼ିଥିଲା। ଭାରତ ଏ କ୍ଷେତ୍ରରେ ଶ୍ରୀଲଙ୍କାକୁ ନିରାଶ କରିନଥିଲା।

ପରିଶେଷରେ ଶ୍ରୀଲଙ୍କା ମୁଦ୍ରାପାଣ୍ଠିରୁ ୩୦୦ କୋଟି ଡଲାରର ଋଣ ସହାୟତା (ବେଲ୍‌‌ ଆଉଟ୍‌‌ ଲୋନ୍‌‌) ପାଇଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ବେଲ୍‌‌ଆଉଟ୍‌‌ ସହାୟତା କଠୋର ସର୍ତ୍ତରେ ଦିଆଯାଇଥାଏ। ଏହି ସହାୟତା ରାଶି ଦେବା ପୂର୍ବରୁ ମୁଦ୍ରାପାଣ୍ଠି ଶ୍ରୀଲଙ୍କା ସରକାରଙ୍କ ଦୁର୍ନୀତି ବିରୋଧୀ ବ୍ୟବସ୍ଥା ଓ ଶାସନଗତ ଢାଞ୍ଚାକୁ ଭଲଭାବେ ତଦାରଖ କରିବ। ସହାୟତା ରାଶିର ଦୁରୁପଯୋଗ ନ ହୁଏ , ତାହା ତନଖି କରି ନିଶ୍ଚିତ ହେବା ପରେ ଋଣ ବାବଦ ସହାୟତା ରାଶି ହସ୍ତାନ୍ତର କରାଯିବ। ସେ ଦେଶରେ ଏବେ ଯେଉଁ ମାନବୀୟ ସଂକଟ ଓ ସମସ୍ୟା ସୃଷ୍ଟି ହୋଇଛି ତାହାର ମୁକାବିଲା ପାଇଁ ଶ୍ରୀଲଙ୍କାକୁ ପ୍ରଥମ ପର୍ଯ୍ୟାୟରେ ତତ୍କାଳ ୩୩୩ ନିୟୁତ ଡଲାର ଯୋଗାଇ ଦିଆଯିବ। ମୁଦ୍ରାପାଣ୍ଠିର ଏହି ଅନୁମୋଦନ ସହିତ ଶ୍ରୀଲଙ୍କା ଏବେ ଅନ୍ୟାନ୍ୟ ବହୁପାକ୍ଷିକ ବିତ୍ତୀୟ ଅନୁଷ୍ଠାନ ଓ ସଂସ୍ଥାଠାରୁ ମଧ୍ୟ ଋଣ ସହାୟତା ପାଇବାର ସୁଯୋଗ ଲାଭ କରିବ। ମୁଦ୍ରାପାଣ୍ଠିର ଏହି ନିଷ୍ପତ୍ତିକୁ ଶ୍ରୀଲଙ୍କା ସରକାର ସ୍ୱାଗତ କରିଛନ୍ତି ଓ ଏକ ଦେବାଳିଆ ରାଷ୍ଟ୍ରର ନାଗରିକମାନେ ଆତସବାଜି ଫୁଟାଇ ସ୍ୱାଗତ କରିଛନ୍ତି। ଶ୍ରୀଲଙ୍କା ସରକାରଙ୍କୁ ମନେରଖିବାକୁ ପଡ଼ିବ ଯେ ଯିଏ ଋଣ ଦିଏ ସିଏ ସର୍ତ୍ତ ରଖେ। ସର୍ତ୍ତ ଖିଲାପ କଲେ ସବୁ ଉଦ୍ୟମ ପଣ୍ଡ ହୁଏ।

ସ୍ୱାଗତଯୋଗ୍ୟ ଯେ ବୈଦେଶିକ ବିନିମୟ ମୁଦ୍ରା ଅଭାବରୁ ଶ୍ରୀଲଙ୍କା ସରକାର ସମସ୍ତ ପ୍ରକାର ବୈଦେଶିକ ଋଣ ପରିଶୋଧକୁ ଏକବର୍ଷ ପାଇଁ ସ୍ଥଗିତ ରଖିଛନ୍ତି ଏବଂ ଯାବତୀୟ ଖର୍ଚ୍ଚ କାଟ ବ୍ୟବସ୍ଥା ଲାଗୁ କରି ଦେଶର ଆୟ ବଢ଼଼ାଇବାକୁ ଉଦ୍ୟମ କରୁଛନ୍ତି। ଦେଶର ବର୍ତ୍ତମାନର ରାଷ୍ଟ୍ରପତି ରନିଲ ୱିକ୍ରମସିଂହେଙ୍କ ନେତୃତ୍ୱରେ ପରିସ୍ଥିତିରେ ଉନ୍ନତି ଆସିଛି। ଏହାସତ୍ତ୍ବେ ଖାଦ୍ୟ ଓ ଇନ୍ଧନ ଅଭାବ ଲାଗି ରହିଛି। ପର୍ଯ୍ୟଟନ ଶ୍ରୀଲଙ୍କାର ଏକ ବଡ଼ ରୋଜଗାରର ଉତ୍ସ। ଏବେ ପର୍ଯ୍ୟଟନଙ୍କ ସଂଖ୍ୟା ବୃଦ୍ଧି ଫଳରେ ଏ କ୍ଷେତ୍ରରେ ଉନ୍ନତି ଘଟୁଛି। ତେବେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀଲଙ୍କା ସରକାର ଘରୋଇକରଣ କରିବାକୁ ଯେଉଁ ଉଦ୍ୟମ ଚଳାଇଛନ୍ତି, ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ସେ ଯା’ହେଉ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଶ୍ରୀଲଙ୍କାର ଦୁର୍ନୀତି ସ୍ଥିତି ଓ ଶାସନଗତ ଦୁର୍ବଳତାକୁ ଆକଳନ କରିବା ପରେ ପ୍ରତିକାର ବ୍ୟବସ୍ଥା ସୁପାରିସ ସହିତ ଋଣ ଯୋଗାଇବେ। ମୁଦ୍ରାପାଣ୍ଠିର ଏହି ଆର୍ଥିକ ପରୀକ୍ଷା ନିରୀକ୍ଷା ପ୍ରକ୍ରିୟାରେ ଶ୍ରୀଲଙ୍କା ଏବେ ଏସିଆର ପ୍ରଥମ ଦେଶ ଭାବେ ଅନ୍ତର୍ଭୁକ୍ତ ହୋଇଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ମଞ୍ଜୁର ହେବା ପରେ ଶ୍ରୀଲଙ୍କା ଆଉ ଦେବାଳିଆ ରାଷ୍ଟ୍ର ଭାବେ ବିବେଚିତ ହେବ ନାହିଁ। ଆଶା କରିବା ସେ ଦେଶର ସ୍ଥିତି ଶୀଘ୍ର ବଦଳିଯିବ। ଏବେ ରହିଲା ପାକିସ୍ତାନ ପାଳି। ପାକିସ୍ତାନକୁ ମଧ୍ୟ ମୁଦ୍ରାପାଣ୍ଠି ଋଣ ପାଇବାକୁ ହେଲେ ସମାନ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ସେ ସର୍ତ୍ତ ଇସଲାମାବାଦ କର୍ତ୍ତୃପକ୍ଷ କେତେଦୂର ପାଳନ କରିପାରିବେ ତାହାକୁ ନେଇ ସନ୍ଦେହ ରହିଛି। ଅନ୍ୟାନ୍ୟ ଦକ୍ଷିଣଏସୀୟ ରାଷ୍ଟ୍ରଙ୍କ ଅବସ୍ଥା ଏତେ ଖରାପ ହୋଇନାହିଁ। ତଥାପି ଆଗକୁ କ’ଣ ହେବ କହିବା କଷ୍ଟ। ଦକ୍ଷିଣଏସୀୟ ରାଷ୍ଟ୍ରଙ୍କର ଆର୍ଥିକ ବିପତ୍ତିର ଗୋଟିଏ ମୁଖ୍ୟ କାରଣ ହେଲା ନବ୍ୟ ଉପନିବେଶବାଦୀ ଅର୍ଥନୈତିକ କ୍ଷମତା ବିସ୍ତାର କାର୍ଯ୍ୟକ୍ରମ। ନୂତନ ‘ସିଲ୍‌‌କ୍‌‌ ମାର୍ଗ’ ବା ‘ବେଲ୍‌‌ଟ ଆଣ୍ଡ ରୋଡ୍‌‌ ଇନିସିଏଟିଭ୍‌‌’ ନାମରେ ବିଭିନ୍ନ ଦେଶରେ ପ୍ରାଥମିକ ପର୍ଯ୍ୟାୟରେ ସହଜ ଆର୍ଥିକ ସହାୟତା ଓ ଋଣର ଲୋଭ ଦେଖାଇ ସେମାନଙ୍କ ଅର୍ଥନୀତିକୁ କବଳିତ କରିବା ଚୀନ୍‌‌ର ସମ୍ପ୍ରତି ଏକ ମହତାକାଂକ୍ଷୀ ଦୁରଭିସନ୍ଧି। ଶ୍ରୀଲଙ୍କା, ପାକିସ୍ତାନ, ମାଳଦ୍ୱୀପ ଏବଂ ଅନେକ ଦକ୍ଷିଣଏସୀୟ ରାଷ୍ଟ୍ରର ଆର୍ଥିକ ସମସ୍ୟାର ଏହା ଏକ ବଡ଼କାରଣ ପାଲଟିଛି।

ରାଷ୍ଟ୍ର ଜୀବନରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ଆସେ। ଏଥିରେ ନେତୃତ୍ୱର ଦୋଷ ଥାଉ କି ନ ଥାଉ, ବେଳେବେଳେ ପରିସ୍ଥିତି ଅଣାୟତ୍ତ ହୋଇଯାଏ। ଅତୀତରେ ଭାରତ ମଧ୍ୟ ଏଭଳି ଅବସ୍ଥାର ସମ୍ମୁଖୀନ ହୋଇଛି। ବଡ଼କଥା ହେଲା ଆଜିର ସଭ୍ୟ ବିଶ୍ୱରେ କୌଣସି ଗୋଟିଏ ରାଷ୍ଟ୍ର ଯଦି ଭୁଲ୍‌‌ କରି ଦେବାଳିଆ ହେଲା, ତା’କୁ ଉପେକ୍ଷା କରାଯାଇ ନ’ପାରେ। ଆନୁଷ୍ଠାନିକ ଓ ବ୍ୟବସ୍ଥାଗତ ସାହାଯ୍ୟ ସହଯୋଗ ମାଧ୍ୟମରେ ସେ ଦେଶକୁ ସୁଧାରିବାକୁ ପଡ଼ିବ। ଏହା ହିଁ ଆନ୍ତର୍ଜାତିକତା ଓ ମାନବିକତା।

25 Mar 2023 By The Sakala

https://www.thesakala.in/sakala-editorial/sakala-editorial-25-03-2023/article-20115
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର