ସଙ୍କଟରେ ଜୀବନରେଖା

The Sakala Picture
Published On

ମାନବ ସଭ୍ୟତା ଗଢ଼ି ଉଠିବା ଦିନଠାରୁ ନଦୀ ଏକ ଉପକାରୀ ପ୍ରାକୃତିକ ଜଳ ଉତ୍ସ ଭାବେ ସର୍ବଦା ମଣିଷକୁ ସହାୟତା ଯୋଗାଇ ଆସିଛି। ନଦୀ ଉପତ୍ୟକାରେ ଅନେକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଥିବା ଇତିହାସରେ ବର୍ଣ୍ଣିତ। ହେଲେ ବର୍ତ୍ତମାନ ନଦୀ ଜଳର ଅପବ୍ୟବହାର କରାଯାଉଛି। ଶିଳ୍ପାୟନ ଯୋଗୁଁ ନଦୀ ଜଳ ଦୂଷିତ ହେବା ସହ ଅପଚୟ ହେଉଛି। ନଦୀ ଜଳକୁ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରାଯାଉଥିବାବେଳେ ଏହାର ସଂରକ୍ଷଣ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ। ସେହିପରି […]

ମାନବ ସଭ୍ୟତା ଗଢ଼ି ଉଠିବା ଦିନଠାରୁ ନଦୀ ଏକ ଉପକାରୀ ପ୍ରାକୃତିକ ଜଳ ଉତ୍ସ ଭାବେ ସର୍ବଦା ମଣିଷକୁ ସହାୟତା ଯୋଗାଇ ଆସିଛି। ନଦୀ ଉପତ୍ୟକାରେ ଅନେକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଥିବା ଇତିହାସରେ ବର୍ଣ୍ଣିତ। ହେଲେ ବର୍ତ୍ତମାନ ନଦୀ ଜଳର ଅପବ୍ୟବହାର କରାଯାଉଛି। ଶିଳ୍ପାୟନ ଯୋଗୁଁ ନଦୀ ଜଳ ଦୂଷିତ ହେବା ସହ ଅପଚୟ ହେଉଛି। ନଦୀ ଜଳକୁ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରାଯାଉଥିବାବେଳେ ଏହାର ସଂରକ୍ଷଣ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ। ସେହିପରି ବିଦ୍ୟୁତ୍‌‌ ଉତ୍ପାଦନ, ଜଳସେଚନ ପାଇଁ ବଡ଼ ବଡ଼ ଡ୍ୟାମ୍‌‌ ନିର୍ମାଣ କରାଯାଉଛି। ନଦୀର ଗତିପଥ ବଦଳା ଯାଉଛି। ଏଥିଯୋଗୁଁ ମରୁଡ଼ି, ବନ୍ୟା, ଭଳି ପରିସ୍ଥିତି ସୃଷ୍ଟି ହେଉଛି।

କେବଳ ଭାରତୀୟ ଜନଜୀବନ ନୁହେଁ, ସମଗ୍ର ପୃଥିବୀର ମୁଖ୍ୟ ଜୀବନ ଜୀବିକାର ଅବଲମ୍ବନ କ୍ଷେତ୍ର ହେଉଛି ପ୍ରମୁଖ ନଦୀ। କିନ୍ତୁ ଆଜି ଭାରତର ପ୍ରମୁଖ ନଦୀମାନେ ନିଜର ଗତିପଥରେ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ମନୁଷ୍ୟକୃତ ଆବର୍ଜନା ନଦୀ ଜଳକୁ ଭୟଙ୍କର ଭାବେ ପ୍ରଦୂଷିତ କରିବା ସହ ଏହାର ଗଭୀରତାକୁ ପ୍ରଭାବିତ କରୁଛି। ଭାରତର ବିଶିଷ୍ଟ ଜନନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କ ଶାସନ ସମୟରେ ଭାରତରେ ନଦୀ ସଂଯୋଗୀକରଣ ଯୋଜନାକୁ ଗୁରୁତ୍ୱ ଦେଇ ଏକ ବହୁତ ବଡ଼ ପଦକ୍ଷେପ ନେଇଥିଲେ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଙ୍ଗା ସଫେଇ ଅଭିଯାନ ଏକ ଦୃଷ୍ଟାନ୍ତମୂଳକ ଯୋଜନା କହିଲେ ଅତ୍ୟୁକ୍ତି ହେବନାହିଁ। ନଦୀଜଳ ମନୁଷ୍ୟର ପାନୀୟର ମୁଖ୍ୟ ଅବଲମ୍ବନ ହେବା ସହ କୃଷି କାର୍ଯ୍ୟ, ବିଭିନ୍ନ ବ୍ୟବସାୟ, ଗୃହପାଳିତ ପଶୁପକ୍ଷୀଙ୍କ ମୁଖ୍ୟ ଆଧାର ଏହିପରି ବିଭିନ୍ନ ଭାବରେ ଆମମାନଙ୍କୁ ସେବା ପ୍ରଦାନ କରେ। କିନ୍ତୁ ଦୁଃଖର ପ୍ରସଙ୍ଗ ହେଉଛି ଯେଉଁ ନଦୀ ଆମମାନଙ୍କୁ ପିଇବା ପାଣି ଦେଉଛି ଆମ୍ଭମାନଙ୍କୁ ଚାଷର କ୍ଷେତକୁ ସୁଜଳା ସୁଫଳା କରୁଛି, ଆମେ ସେହି ନଦୀଜଳକୁ ପ୍ରଦୂଷିତ କରିବାରେ ପଛାଉ ନାହିଁ।

କେବଳ ସହରାଞ୍ଚଳ ନୁହେଁ, ଭାରତର ଗ୍ରାମ୍ୟ ଜନଜୀବନ ମଧ୍ୟ ଏହି ନଦୀର ଅବବାହିକାର ସ୍ମୃତିକୁ ନେଇ ଗଢ଼ି ଉଠିଛି। ସମ୍ପ୍ରତି ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶମାନେ ନିଜ ନିଜ ଦେଶର ନଦୀର ସୁରକ୍ଷା ପାଇଁ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। କେବଳ ସେତିକି ନୁହେଁ, ସଡ଼କର ବିକାଶ ହୋଇ ନ ଥିବା ସମୟରେ ଆନ୍ତଃ ନଦୀ ପରିବହନ ବ୍ୟବସ୍ଥା ଥିଲା ମୁଖ୍ୟ ଯୋଗାଯୋଗର ମାଧ୍ୟମ।

ଶାସ୍ତ୍ରରେ ନଦୀମାନଙ୍କୁ ଦିବ୍ୟଜନନୀ ଭାବରେ ପୂଜା କରାଯାଇ ସେମାନଙ୍କ ପ୍ରତି ସମ୍ମାନ ଜଣାଯାଇଛି। ଆଜିପର୍ଯ୍ୟନ୍ତ ଆହ୍ଲାବାଦର ବିଭିନ୍ନ ଘାଟରେ ଗଙ୍ଗା ଆରତି ଯେଉଁମାନେ ଦେଖିଥିବେ ବା ହରିଦ୍ୱାରରେ ଗଙ୍ଗା ପୂଜନ ମହାଆଳତି ଦର୍ଶନର ଯେଉଁମାନେ ସୁଯୋଗ ପାଇଥିବେ ସେମାନେ ଜାଣିଥିବେ ଯେ ନଦୀକୁ ଆମ ପୂର୍ବଜମାନେ କେତେ ସମ୍ମାନର ସ୍ଥାନ ଦେଉଥିଲେ। ନଦୀର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୧୪ ତାରିଖ ଆନ୍ତର୍ଜାତିକ ନଦୀ ସୁରକ୍ଷା ଦିବସ ବା ‘ଇଣ୍ଟରନ୍ୟାସନାଲ ଡେ ଅଫ୍‌‌ ଆକ୍ସନ୍‌‌ ଫର ରିଭର୍‌‌ସ୍‌‌’ ଭାବେ ପାଳିତ ହୋଇଥାଏ। ଏହି ଅବସରରେ ବିଭିନ୍ନ ରାଷ୍ଟ୍ରରେ ଶୋଭାଯାତ୍ରା, ସଚେତନତା କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଥାଏ।

ଶ୍ୟାମ ସୁନ୍ଦର ସାମଲ
କଟକ, ମୋ: ୯୭୭୮୬୩୫୯୨୬

14 Mar 2023 By The Sakala

https://www.thesakala.in/sakala-editorial/sakala-article-14th-march-2023-2/article-19791
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର