ନାରୀ ସଶକ୍ତୀକରଣ ଓ ସମଦୃଷ୍ଟି

The Sakala Picture
Published On

ମହିଳା ସଶକ୍ତୀକରଣ ପାଇଁ ଆଇନ, ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଯୋଜନା, ଶିକ୍ଷାଦାନରେ ବିଭିନ୍ନ ସହାୟତା ଆଦି ସମସ୍ତ ବ୍ୟବସ୍ଥା ସତ୍ତ୍ବେ ଆମେ କ’ଣ ପ୍ରକୃତରେ କହି ପାରିବା କି ମହିଳାମାନଙ୍କ ସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି ବୋଲି? ଆଜି ମଧ୍ୟ ଜନନୀ ଜଠରେ କନ୍ୟାଭ୍ରୁଣକୁ ହତ୍ୟା କରାଯାଉଛି। ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବାର ଖବର ପ୍ରତିଦିନ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଛି। ନାବାଳିକା ଦୁଷ୍କର୍ମ ପରି ଘୃଣ୍ୟ ମାନସିକତା ଏବଂ ବାଲ୍ୟବିବାହ […]

ମହିଳା ସଶକ୍ତୀକରଣ ପାଇଁ ଆଇନ, ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଯୋଜନା, ଶିକ୍ଷାଦାନରେ ବିଭିନ୍ନ ସହାୟତା ଆଦି ସମସ୍ତ ବ୍ୟବସ୍ଥା ସତ୍ତ୍ବେ ଆମେ କ’ଣ ପ୍ରକୃତରେ କହି ପାରିବା କି ମହିଳାମାନଙ୍କ ସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି ବୋଲି? ଆଜି ମଧ୍ୟ ଜନନୀ ଜଠରେ କନ୍ୟାଭ୍ରୁଣକୁ ହତ୍ୟା କରାଯାଉଛି। ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବାର ଖବର ପ୍ରତିଦିନ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଛି। ନାବାଳିକା ଦୁଷ୍କର୍ମ ପରି ଘୃଣ୍ୟ ମାନସିକତା ଏବଂ ବାଲ୍ୟବିବାହ ପରି କୁପ୍ରଥା ଆଜି ମଧ୍ୟ ସମାଜରେ ପ୍ରଚଳିତ। ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସତ୍ତ୍ବେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଅଭାବରୁ ଗର୍ଭବତୀ ମୃତ୍ୟୁମୁଖରେ ପଡୁଛି। ପୌଷ୍ଟିକ ଖାଦ୍ୟ ଅଭାବରୁ ହଜାର ହଜାର କିଶୋରୀ ବାଳିକା ରକ୍ତହୀନତାର ଶିକାର ହୋଇ ଏକ ଅନିଶ୍ଚିତ ଭବିଷ୍ୟତ ଆଡକୁ ଯାଉଛନ୍ତି। ଆଜି ବି ବାପା, ମା’ମାନେ ଝିଅମାନଙ୍କୁ ଘର ବାହାରକୁ ଛାଡ଼ିଲେ ଏପରିକି ସ୍କୁଲ୍‌‌ଠାରୁ କର୍ମକ୍ଷେତ୍ର ଯେଉଁଠିକି ଗଲେ ବି ନିଶ୍ଚିନ୍ତ ହୋଇ ରହିପାରୁ ନାହାନ୍ତି। ବାସ୍ତବପକ୍ଷେ ମହିଳାମାନଙ୍କର ଉତ୍‌‌ଥାନ ପାଇଁ ଯାହା ନିହାତି ଆବଶ୍ୟକ ତାହା ହେଉନାହିଁ। ତାହା ହେଲା ମହିଳାମାନଙ୍କ ପ୍ରତି ସାମାଜିକ ସମଦୃଷ୍ଟି। ସମଦୃଷ୍ଟି ନ ରହିଲେ ଏ ସମସ୍ତ ଆଇନ, ସମସ୍ତ ଯୋଜନା, ରାଜନୈତିକ ସଂରକ୍ଷଣ କିଛି ଫଳ ଦେଇ ନାହିଁ କି ଦେବ ନାହିଁ।

ସମଦୃଷ୍ଟି ପ୍ରତ୍ୟେକ ପରିବାରରୁ ହିଁ ଆରମ୍ଭ ହେବା ଉଚିତ। ପରିବାର ଭିତରେ ପୁଅ-ଝିଅ ମଧ୍ୟରେ ଭେଦ ଭାବ ଆଉ କେହି କରୁ ନାହାନ୍ତି ବୋଲି ଆଲୋଚନା କରୁଛୁ। କିନ୍ତୁ ଆମେ କିଶୋର-କିଶୋରୀମାନଙ୍କ ସହ ଏକାଠି ବସି କଥା ହେବା ସମୟରେ କିଶୋରମାନେ ହିଁ କହି ଦିଅନ୍ତି କିଭଳି ପକ୍ଷପାତ କରାଯାଏ ଭାଇ ଆଉ ଭଉଣୀ ଭିତରେ। ତାହା ଖାଇବାକୁ ହେଉ, ପିନ୍ଧିବାକୁ ହେଉ ଅଥବା ପାଠ ପଢ଼଼ିବାକୁ ହେଉ। ଆଜି ବି ଆମ ପିଲାମାନେ ଅପେକ୍ଷା କରିଛନ୍ତି ନିଜ ଘରେ ଭେଦଭାବ ଶୂନ୍ୟ ବାତାବରଣ ପାଇବା ପାଇଁ।

ମନେପଡ଼େ ଦୂରଦର୍ଶନର ଗୋଟିଏ ବିଜ୍ଞାପନ, ଯେଉଁଠି ମା’ପେଟରେ ଝିଅଟି କାନ୍ଦି କହୁଛି ଯେ ‘ମା ମୋତେ ମାରନି, ବଞ୍ଚିବାକୁ ଦିଅ।’ ଏହା ବୋଧେ ୯୦ ଦଶକର କଥା। କାରଣ ସେହି ସମୟରେ ଝିଅଟିଏ ଜନ୍ମ ହେଲେ ବୋଝ ବୋଲି କୁହାଯାଉଥିଲା। ଏହା ଭିତରେ ଆମେ ଓ ଆମ ଦେଶ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଶିଳ୍ପ ଏବଂ କାରିଗରୀ ପ୍ରାୟ ସବୁକ୍ଷେତ୍ରରେ ଆଖିଦୃଶିଆ ସଫଳତା ପାଇଛେ। କିନ୍ତୁ ଦୂରଦର୍ଶନର ୯୦ ଦଶକର ବିଜ୍ଞାପନ ଆଉ ବର୍ତ୍ତମାନର ସ୍ଥିତି ମଧ୍ୟରେ ବିଶେଷକିଛି ତଫାତ ନାହିଁ। ଏବେ ବି ଛୁଆ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ତଥା ମା’ ପେଟରେ ଛୁଆକୁ ମାରିବାର ମାନସିକତା ବଳବତ୍ତର ରହିଛି। ଏଥିପାଇଁ ଗୋଟେ ଆଇନ ଯଦିଓ କାମ କରୁଛି, ତଥାପି ଆଇନର ଗଳାବାଟ ଆମେ ସମସ୍ତେ ଖୋଜି ବାହାର କରିବାରେ ସକ୍ଷମ ହେଉଛୁ। ଫଳସ୍ୱରୂପ ଆଜି ଆମ ରାଜ୍ୟରେ ୦-୬ ବର୍ଷରେ ଯେତେ ଶିଶୁ ଜନ୍ମ ହେଉଛନ୍ତି, ସେଥିରେ ଝିଅମାନଙ୍କ ସଂଖ୍ୟା ମାତ୍ରାଧିକ କମ୍‌‌। (ଜାତୀୟ ପରିବାର ସର୍ବେକ୍ଷଣ ରିପୋର୍ଟ-୫)।

ବିଦ୍ୟାଳୟରେ ଆଇରନ୍‌‌ ବଟିକା ଓ ଫଲିକ ଏସିଡ୍‌‌ ଔଷଧ ଦିଆଯାଉଥିବା ସତ୍ତ୍ବେ ବି ଆମ ରାଜ୍ୟର କିଶୋରୀମାନେ ରକ୍ତହୀନତାର ଶିକାର ହେଉଛନ୍ତି। ଆମେ ସବୁବେଳେ ସରକାରୀ କଳକୁ ଆକ୍ଷେପ କରିବା ମୋ ମତରେ ସମୀଚୀନ ନୁହେଁ। କେବଳ କ’ଣ ଭିଟାମିନ୍‌‌ ଓ ଔଷଧ ଖାଇଲେ ରକ୍ତ ହେଇଯିବ କି ଯଦି ଝିଅଟି ଘରେ ପୌଷ୍ଟିକ ଆହାର ତା’ର ଶରୀର ମୁତାବକ ନ ଖାଇବ? ତେଣୁ ଆମ ମାନସିକତାରେ ପରିବର୍ତ୍ତନ କରିବା ସହ ଆମେ ସମଦୃଷ୍ଟି ମନୋଭାବ ରଖିବା ଉଚିତ।

ଗୋଟିଏ ପଟେ ସରକାର ମାତୃ ମୃତ୍ୟୁହାରକୁ ରୋକିବା ପାଇଁ ମମତା ଯୋଜନା, ଜନନୀ ସୁରକ୍ଷା ଯୋଜନା ପରି ଅନେକ ଯୋଜନାର ପରିକଳ୍ପନା କରି ଚାଲିଥିବା ବେଳେ ଆମ ରାଜ୍ୟକୁ ଏବେ କିଶୋରୀ ମାତୃତ୍ୱର ଭୟାବହତା ଏଭଳି ଭାବରେ ବ୍ୟାପିଛି ଯେ ଯଦି ଠିକ୍‌‌ ସମୟରେ ଉପଯୁକ୍ତ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ ପରିସ୍ଥତି ଏପରି ହେବ ଯେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଉଦ୍‌‌ବେଗଜନକ ହୋଇପଡ଼ିବ। ପୁଅ ଟିଏ ହେଉ ବା ଝିଅ ଟିଏ ହେଉ କିଶୋର ଅବସ୍ଥାରୁ ଆମେ ତା’କୁ ଯଦି ପରିବାର ଭିତରେ ତା’ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ନ ରଖିବା, ସମଦୃଷ୍ଟିରେ ନ ଦେଖିବା, ଯାହାକି ସେ ଏହି ସମୟରେ ତା’ ପାଇଁ ବହୁତ ଆବଶ୍ୟକ, ସେ ନିହାତି ଭାବରେ ସେହି ସମ୍ପର୍କ ବାହାରେ ଖୋଜିବ ଏବଂ ତା’କୁ ଭୁଲ୍‌‌ ବାଟକୁ ନେଇଯିବ।

ପରିବାରରେ ଆମ ପିଲାମାନେ କିଶୋର ଅବସ୍ଥାକୁ ଆସିଲାମାନେ ଆମେ ସମସ୍ତେ ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ, ତା’ ଉପରେ ବିଭିନ୍ନ ବୋଝ ପାଠ ପଢ଼଼ାରେ, କୋଉ ବିଷୟରେ ପଢ଼଼ିବ, କ’ଣ ଚାକିରି କରିବ ଏପରି ଅନେକ ଚିନ୍ତା ତା’ ଉପରେ ଲଦି ଦେଉଛୁ। ଏଥିପାଇଁ କେବଳ ପିଲା ନୁହଁ, ବାପା ମା’ ବି ଚିନ୍ତାରେ ରହୁଛନ୍ତି। କାରଣ ଆମେ ବାପା ମା’ମାନେ ନିଜର ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ପିଲାଙ୍କ ମାଧ୍ୟମରେ ପୂର୍ଣ୍ଣ କରିବାକୁ ଚାହୁଁଛୁ। ପିଲାମାନଙ୍କ ଉପରେ ହେଉଥିବା ଚାପ ଏପରି ଭାବରେ ବଢ଼଼ିଯାଉଛି ଯେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ଏହି ସମୟରେ ପରିବାରର ସହଯୋଗ ନିହାତି ଆବଶ୍ୟକ।

ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ଲାଗି ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ‘ମିସନ ଶକ୍ତି’ ଜରିଆରେ ୮୪ ଲକ୍ଷ ମହିଳାଙ୍କୁ ସଂଗଠିତ କରିବା ସହିତ ବୈଷୟିକ ଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ ବିକାଶ ପରେ ବି ଆମ ମାନସିକତାରେ ପରିବର୍ତ୍ତନ ହୋଇଛି ବୋଲି ଆମେ ହଲପ କରି କହିପାରିବ ନାହିଁ। ଝିଅଟିକୁ ୧୮ ବର୍ଷ ପୂର୍ବରୁ ବାହାଘର କରିବା ନାହିଁ ବୋଲି ଦୃଢ଼ ନିଷ୍ପତ୍ତି ଆଜି ମହିଳାଟିଏ ନିଜ ପରିବାରରେ ନେଇ ପାରୁନି। ଶିକ୍ଷା, ସ୍ୱାସ୍ଥ୍ୟ ତଥା କର୍ମ କ୍ଷେତ୍ରରେ ବି ମହିଳାମାନେ ପଛୁଆ ରହିଛନ୍ତି। ନିଷ୍ପତ୍ତି ନେବାରେ ପଛୁଆ ସତ୍ତ୍ବେ ବି ବହୁତ ଝିଅ ଓ ମହିଳା ନିଜର ଅଧ୍ୟବସାୟ, ଆତ୍ୱବିଶ୍ୱାସ ବଳରେ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଏଠାରେ ମୋର କହିବାର ଅର୍ଥ ଯେ ଝିଅମାନଙ୍କୁ ସମାନ ସୁବିଧା, ସୁଯୋଗର ଅବସର ମିଳିଲେ ସେମାନେ ବି ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିପାରିବେ। କିନ୍ତୁ ସେମାନଙ୍କୁ ସେ ସୁଯୋଗ ଦେବ କିଏ?

ରୁଷ ବିପ୍ଳବ ପରେ ଲେନିନ୍‌‌ କହିଥିଲେ ଯେ ଏହି ବିପ୍ଳବର ସଫଳତା ଉପରେ ମୁଁ ଖୁସି ନୁହଁ। କାରଣ ଏହି ସଫଳତାରେ ଅଧା ବିଶ୍ୱ ସାମିଲ୍‌‌ ହୋଇନାହିଁ। ଏହା ସେ ମହିଳାମାନଙ୍କ ଉଦ୍ଦେଶ୍ୟରେ କହିଥିଲେ। ଯେଉଁ ସମାଜରେ ଝିଅମାନଙ୍କ ପାଇଁ ଘର ଓ ପରିବାର ଭିତରେ, କର୍ମକ୍ଷେତ୍ରରେ ସାମାଜିକ ଶୃଙ୍ଖଳାର ଓ ସାମାଜିକ ସୁରକ୍ଷାର ଦ୍ୱାହି ଦେଇ ଆଗକୁ ଯିବାର ସମସ୍ତ ବାଟ ବନ୍ଦ କରି ଦିଆଯାଏ, ସେ ସମାଜରେ ମହିଳାମାନଙ୍କର ସ୍ଥିତିକୁ ମହିଳା ଉତ୍‌‌ଥାନ ପାଇଁ ମହିଳାଙ୍କ ପ୍ରତି ସାମାଜିକ ସମଦୃଷ୍ଟି ଅଛି ବୋଲି କୁହାଯାଇ ପାରିବ ନାହିଁ। ଆର୍ଥିକ ସ୍ୱାବଲମ୍ବନ, ଆଇନଗତ ସୁରକ୍ଷା, ରାଜନୈତିକ ସଂରକ୍ଷଣ ବ୍ୟତିରେକ ସାମାଜିକ ସମଦୃଷ୍ଟି ହିଁ ପ୍ରକୃତ ମହିଳା ସଶକ୍ତୀକରଣ। ସ୍ୱାତୀ ତନ୍ମୟା ମିଶ୍ର ଭୁବନେଶ୍ୱର, ମୋ: ୯୭୭୬୭୭୮୪୯୮

04 Mar 2023 By The Sakala

https://www.thesakala.in/sakala-editorial/sakala-article-03-march-2023-2-2/article-19506
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର