ଜି-୨୦ରେ ଭାରତର ଆର୍ଥିକ କୂଟନୀତିର ବିଜୟ

The Sakala Picture
Published On

ବିଶ୍ୱର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ଋଣ, ଭୂ-ରାଜନୈତିକ ଉତ୍ତେଜନା ଏବଂ ଅଗ୍ରଗାମୀ ଦେଶଗୁଡ଼ିକ ଦ୍ୱାରା ଅର୍ଥନୀତିରୁ ନଗଦ ହ୍ରାସ କରିବା ଆଦି ବିଷୟରେ ଜି-୨୦ ଅର୍ଥମନ୍ତ୍ରୀ ସମ୍ମିଳନୀରେ ମତୈକ୍ୟ ପ୍ରକାଶ ପାଇନାହିଁ। ଏହାର ଅର୍ଥ ନୁହେଁ ଯେ ଏହି ପ୍ରସଙ୍ଗରେ ମତୈକ୍ୟର ଅଭାବ ଜି-୨୦ର ଏକ ବଡ଼ ବିଫଳତା। ଏହି ତିନି ଚାରିଟି ପ୍ରସଙ୍ଗ ବାହାରେ ଏହି ବୈଠକରେ ଆଉ କିଛି ଆଲୋଚନା ଯୋଗ୍ୟ ପ୍ରସଙ୍ଗ ଉପରେ ମତୈକ୍ୟ ପ୍ରକାଶ ପାଇଛି ଏବଂ ଏଥିରୁ ପ୍ରମାଣିତ […]

ବିଶ୍ୱର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ଋଣ, ଭୂ-ରାଜନୈତିକ ଉତ୍ତେଜନା ଏବଂ ଅଗ୍ରଗାମୀ ଦେଶଗୁଡ଼ିକ ଦ୍ୱାରା ଅର୍ଥନୀତିରୁ ନଗଦ ହ୍ରାସ କରିବା ଆଦି ବିଷୟରେ ଜି-୨୦ ଅର୍ଥମନ୍ତ୍ରୀ ସମ୍ମିଳନୀରେ ମତୈକ୍ୟ ପ୍ରକାଶ ପାଇନାହିଁ। ଏହାର ଅର୍ଥ ନୁହେଁ ଯେ ଏହି ପ୍ରସଙ୍ଗରେ ମତୈକ୍ୟର ଅଭାବ ଜି-୨୦ର ଏକ ବଡ଼ ବିଫଳତା। ଏହି ତିନି ଚାରିଟି ପ୍ରସଙ୍ଗ ବାହାରେ ଏହି ବୈଠକରେ ଆଉ କିଛି ଆଲୋଚନା ଯୋଗ୍ୟ ପ୍ରସଙ୍ଗ ଉପରେ ମତୈକ୍ୟ ପ୍ରକାଶ ପାଇଛି ଏବଂ ଏଥିରୁ ପ୍ରମାଣିତ ହେଉଛି ଯେ ଜି-୨୦ର ପ୍ରାସଙ୍ଗିକତା ରହିଛି ଏବଂ ବିଶ୍ୱର ପ୍ରମୁଖ ସମସ୍ୟାବଳୀ ଉପରେ ଆଲୋଚନା କରି ଏହା ସମାଧାନ ବାଟ ବାହାର କରିବାକୁ ସମର୍ଥ।

ଜି-୨୦ ଧନୀ ଓ ବିକଶିତ ରାଷ୍ଟ୍ରମାନଙ୍କର ଏକ ପରିବର୍ଦ୍ଧିତ କ୍ଲବ୍‌‌ ଯେଉଁଥିରେ ଭାରତ ଭଳି ପ୍ରାୟ ଏକ ଡଜନ ବିକାଶଶୀଳ ରାଷ୍ଟ୍ର ସଦସ୍ୟ ଅଛନ୍ତି। ଜି-୨୦ ଓ ବିଶ୍ୱର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଏହାର ବର୍ଷିକିଆ ଅଧ୍ୟକ୍ଷ ପଦ ଗ୍ରହଣ କରିଛି। ଏହି ସମୟ ପାଇଁ ଜି-୨୦ର ଯେଉଁ ସବୁ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି, ସେ ସବୁର ଦାୟିତ୍ୱ ବେଶ୍‌‌ ବ୍ୟାପକ ତଥା ଆହ୍ୱାନମୂଳକ। ସେଥିରେ ରହିଛି ବିଶ୍ୱର ଋଣ ବୋଝର ଆକଳନ କରି ତାହାର ସମାଧାନ, ଖାଦ୍ୟ ଓ ଊର୍ଜା ନିରାପତ୍ତା, ବହୁପାକ୍ଷିକ ବିକାଶମୂଳକ ବ୍ୟାଙ୍କ ତଥା ଆର୍ଥିକ ସଂଗଠନ ସମୂହର ପୁଞ୍ଜିଗତ ସ୍ଥିତିକୁ ଠିକ୍‌‌ ରଖିବାକୁ ପଦକ୍ଷେପ, ସମାବେଶୀ ଆଧୁନିକ ସହର ନିର୍ମାଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପୁଞ୍ଜି ଲଗାଣର ବ୍ୟବସ୍ଥା, ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଅନୁନ୍ନତ ରାଷ୍ଟ୍ରଙ୍କୁ ପାଣ୍ଠି ଯୋଗାଣ ଏବଂ କ୍ରିପ୍ଟୋକରେନ୍ସିର ମୁକାବିଲା। ଏତିକି କାମର ତାଲିକା ବେଶ୍‌‌ ଆହ୍ୱାନମୂଳକ ଏବଂ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଜି-୨୦ର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟମାନେ ଯେଉଁ ମତାମତ ଓ ସମ୍ମତି ପ୍ରଦାନ କରିଛନ୍ତି, ତାହା ନିଶ୍ଚିତ ସ୍ୱାଗତଯୋଗ୍ୟ।

ଯେତିକି ସମସ୍ୟାର ସମାଧାନ କରିହେବ ଓ ଯେତିକି ଓଜନ ମୁଣ୍ଡାଇ ହେବ, ତା’ଠାରୁ ଅଧିକ ନେଲେ ଅସୁବିଧା ହେବା ସ୍ୱାଭାବିକ। ତେଣୁ ଭାରତର ନେତୃତ୍ୱରେ ପରିଚାଳିତ ଜି-୨୦ର ଅର୍ଥମନ୍ତ୍ରୀ ବୈଠକରେ ବିଶ୍ୱର ଋଣବୋଝ, ରୁଷିଆ-ୟୁକ୍ରେନ୍‌‌ ଲଢ଼େଇ ଭଳି ଭୂ-ରାଜନୈତିକ ସଂଘର୍ଷ ଓ ଉତ୍ତେଜନା ତଥା ବୃହତ୍‌‌ ଓ ଅଗ୍ରଣୀ ଅର୍ଥନୀତିଗୁଡ଼ିକର ନଗଦ ହ୍ରାସ ପଦକ୍ଷେପରେ ମୁଣ୍ଡ ପୂରାଇ ଭାରାକ୍ରାନ୍ତ ହେବା ଏବଂ ବିଫଳତା ଅର୍ଜିବା ଅପେକ୍ଷା ସେଥିରୁ ଦୂରେଇ ରହିବା ବୁଦ୍ଧିମାନ ନିଷ୍ପତ୍ତି। ୟୁକ୍ରେନ୍‌‌ ଯୁଦ୍ଧ ଘେନି ରୁଷିଆ ଓ ଚୀନ୍‌‌ ଗୋଟେ ପଟରେ ରହିଥିବାବେଳେ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆଉ ଗୋଟେ ପଟରେ ଅଛନ୍ତି। ଭାରତ ଭଳି ଆଉ କେତେକ ପ୍ରଭାବଶାଳୀ ଦେଶ ଏଥିରେ ନିରପେକ୍ଷତା ଅବଲମ୍ବନ କରୁଛନ୍ତି। ଅତଏବ ଏଭଳି ଏକ ବିବାଦୀୟ ପ୍ରସଙ୍ଗକୁ ଜି-୨୦ ମଞ୍ଚକୁ ଆଣି ବିଭେଦ ସୃଷ୍ଟି କରିବାର କୌଣସି ଯଥାର୍ଥତା ନାହିଁ।

ଆମେରିକାର ଅର୍ଥ ସଚିବ ଜିନେଟ୍‌‌ ୟେଲେନ୍‌‌ ଜି-୨୦ ମଞ୍ଚରେ ରୁଷିଆ ବିରୋଧରେ ଆର୍ଥିକ କଟକଣାକୁ ଅଧିକ କଠୋର କରିବାକୁ ପ୍ରସ୍ତାବ ରଖିବା ଫଳରେ ଏକ ବିବାଦ ସୃଷ୍ଟି ହୋଇଥିଲା; କାରଣ ଜି-୨୦ ବିଶ୍ୱର ନିରାପତ୍ତା ପ୍ରସଙ୍ଗର ସମାଧାନ ପାଇଁ ଉଦ୍ଦିଷ୍ଟ ମଞ୍ଚ ନୁହେଁ। ତେଣୁ ଚୀନ୍‌‌ ଓ ରୁଷିଆର ବିରୋଧକୁ ଦୃଷ୍ଟିରେ ରଖି ଭାରତ ସଂଗଠନର ଅଧ୍ୟକ୍ଷଭାବେ ଚତୁରତାର ସହ ପ୍ରସଙ୍ଗକୁ ଏଡ଼ାଇ ଦେବାରେ ସକ୍ଷମ ହୋଇଛି। ଏହା ଭାରତର ଯଥାର୍ଥ କୂଟନୈତିକ ପଦକ୍ଷେପ। ମହାମାରୀ ପରେ ବିଶ୍ୱ ଅର୍ଥନୀତିକୁ ବାଟକୁ ଫେରାଇ ଆଣିବାକୁ ଯେଉଁ ପ୍ରୟାସ ଚାଲିଛି, ଭାରତ ସେଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହାସହିତ ବିଶ୍ୱର ଊର୍ଜା ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଅଗ୍ରାଧିକାର ଲୋଡୁଛି। ଏହି ସମୟରେ ଆର୍ଥିକ ମାନ୍ଦାବସ୍ଥା ଓ ଉଚ୍ଚ ମୁଦ୍ରାସ୍ଫୀତି ସବୁ ଦେଶର ରିଜର୍ଭ ବ୍ୟାଙ୍କ ଏବଂ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏକ ବିକାଶମୂଳକ ସଂଗଠନ ହିସାବରେ ଏଥିରେ ଜି-୨୦ ଭୂମିକା ଅଧିକ ରହିଛି। ତେଣୁ ତା’ଉପରେ ଅଧିକ ଦୃଷ୍ଟି କେନ୍ଦ୍ରିତ ନ’କରି ଯୁଦ୍ଧ ଓ ଅନ୍ୟାନ୍ୟ ଜଟିଳ ବୈଶ୍ୱିକ ପ୍ରସଙ୍ଗରେ ଏବେ ଚଷୁକୁଟିବା ନିରର୍ଥକ।

ଭାରତ ସର୍ବଦା ତାହାର ଅର୍ଥନୈତିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆସିଛି ଏବଂ ତଦନୁସାରେ ନିଜର ଅର୍ଥନୈତିକ କୂଟନୀତି ଚଳାଇଛି। ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧ ସତ୍ତ୍ବେ ଭାରତ ରୁଷିଆରୁ ତୈଳ କିଣୁଛି। ଏକତରଫା ଭାବେ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇ ତାହାର ଦେବାଳିଆ ସ୍ଥିତିକୁ ଦୂର କରିବାକୁ ଚେଷ୍ଟା ଚଳାଇଛି। ଏହାଛଡ଼ା ନିଜର ଜାତୀୟ ଊର୍ଜା ପରିବର୍ତ୍ତନ ନୀତିକୁ କାର୍ଯ୍ୟକାରୀ କରିବା ସହ କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରିତ କରିବାକୁ ପଦକ୍ଷେପ ଦେଉଛି। ଢାଞ୍ଚାଗତ ପରିବର୍ତ୍ତନ ଏବଂ ଟେକ୍‌‌ନୋଲୋଜିର ବ୍ୟବହାର ମାଧ୍ୟମରେ ଭାରତ ନୂଆ ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ନିଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବାଛିନେଇଛି। ଏଥିରେ ଭୂ-ରାଜନୈତିକ ମେଣ୍ଟ ପ୍ରତି ଆନୁଗତ୍ୟ ପରିବର୍ତ୍ତନ ଅପରିହାର୍ଯ୍ୟ ହୋଇପଡ଼ିଛି। ଭାରତ କେଉଁ ମେଣ୍ଟ ଓ ଗୋଷ୍ଠୀରେ ରହିବ, ତାହା ଦେଶର ସ୍ୱାର୍ଥ ଅନୁସାରେ ନିର୍ଦ୍ଧାରିତ ହେଉଛି ଏବଂ ମିତ୍ରତାର ସ୍ଥାୟିତ୍ୱ ଅନାବଶ୍ୟକ ହୋଇପଡ଼ିଛି। ଏଭଳି ସ୍ଥିତିରେ ଯେକୌଣସି ରାଷ୍ଟ୍ର ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେବ। ତେଣୁ ଭାରତର ଅର୍ଥନୈତିକ କୂଟନୀତିକୁ ପ୍ରଶ୍ନ କରାଯାଇ ନ’ପାରେ।

ଜି-୨୦ର ଲକ୍ଷ୍ୟ ହେଲା ସମ୍ପୃକ୍ତ ସଭ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ସହିତ ଆର୍ଥିକ, ବ୍ୟାବସାୟିକ ଓ ବୈଷୟିକ ସମ୍ପର୍କକୁ ନିବିଡ଼ କରିବା ଏବଂ ଗରିବ ତଥା ଅଳ୍ପୋନ୍ନତ ରାଷ୍ଟ୍ରଙ୍କ ବିକାଶ ପ୍ରକ୍ରିୟାରେ ଗଠନମୂଳକ ସାହାଯ୍ୟ ସହଯୋଗ ଯୋଗାଇବା। ଜି-୨୦ କୌଣସି ରାଜନୈତିକ ବା ସାମରିକ ମେଣ୍ଟ ନୁହେଁ କିମ୍ବା ଏଥିରେ ବିବାଦୀୟ ବିଷୟକୁ ସ୍ଥାନ ଦେବାର ଅବକାଶ ନାହିଁ। ବିବାଦ ପରିବର୍ତ୍ତେ ବିକାଶ ଓ ସହଯୋଗକୁ ଏହା ଅଗ୍ରାଧିକାର ଦିଏ। ଜି-୨୦ର ପ୍ରୟାସରେ ବିଶ୍ୱର ପ୍ରମୁଖ ଅର୍ଥନୈତିକ ପ୍ରସଙ୍ଗ ଉପରେ ଯେଉଁ ସବୁ କାମ ଚାଲିଛି, ତାହା ମନ୍ଥର ହୋଇଥିଲେ ହେଁ ନିଶ୍ଚିତ ଭାବେ ଗଠନମୂଳକ। ଏହାକୁ ତ୍ୱରାନ୍ୱିତ କରାଯିବା ଉଚିତ। ଜି-୨୦ରେ ଯେତିକି କାମ କରିହେବ, ସେତିକିକୁ ଗୁରୁତ୍ୱ ଦିଆଗଲେ, ତାହା ପ୍ରାସଙ୍ଗିକ ହେବ। ତେଣୁ ଭାରତ ଏହାର ଅଧ୍ୟକ୍ଷ ହିସାବରେ ଏଥିରେ ବିବାଦୀୟ ବିଷୟକୁ ପ୍ରୋତ୍ସାହିତ ନ କରିବା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି।

28 Feb 2023 By The Sakala

https://www.thesakala.in/sakala-editorial/sakala-editorial-28th-february-2023/article-19380
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର