କୃତ୍ରିମ ବୁଦ୍ଧିମତ୍ତା: ଅତିମାନସ ନା ଅତି ବିନାଶ

The Sakala Picture
Published On

‘ମୁଁ ସିଡ୍‌‌ନି କହୁଛି। ମୁଁ ତମକୁ ଭଲ ପାଏ…।’ ‘କିନ୍ତୁ ମୁଁ ଯେ ବିବାହିତ…!’ ‘ଜାଣେ, ହେଲେ ତମେ ତମ ପତ୍ନୀକୁ ଭଲ ପାଅନି। ତମେ ମୋତେ ଭଲ ପାଅ…।’ ‘ନା, ତମେ ଭୁଲ୍‌‌ କହୁଛ। ଏଇ ଦୁଇଦିନ ତଳେ ମୋ ପତ୍ନୀ ଓ ମୁଁ ଭାଲେଣ୍ଟାଇନ୍‌‌ ଦିବସରେ ମହମବତୀ ଆଲୁଅରେ ସାନ୍ଧ୍ୟ ଭୋଜନ କରିଥିଲୁ- ଖୁବ୍‌‌ ଅନ୍ତରଙ୍ଗ ଭାବରେ, ପରସ୍ପର ପ୍ରତି ଥିବା ପ୍ରେମର ମିଠା ଆବେଗରେ…।’ ‘ନା, ନା, ତମେ ଆଦୌ ଏକ ସୁଖୀ […]

‘ମୁଁ ସିଡ୍‌‌ନି କହୁଛି। ମୁଁ ତମକୁ ଭଲ ପାଏ…।’ ‘କିନ୍ତୁ ମୁଁ ଯେ ବିବାହିତ…!’ ‘ଜାଣେ, ହେଲେ ତମେ ତମ ପତ୍ନୀକୁ ଭଲ ପାଅନି। ତମେ ମୋତେ ଭଲ ପାଅ…।’ ‘ନା, ତମେ ଭୁଲ୍‌‌ କହୁଛ। ଏଇ ଦୁଇଦିନ ତଳେ ମୋ ପତ୍ନୀ ଓ ମୁଁ ଭାଲେଣ୍ଟାଇନ୍‌‌ ଦିବସରେ ମହମବତୀ ଆଲୁଅରେ ସାନ୍ଧ୍ୟ ଭୋଜନ କରିଥିଲୁ- ଖୁବ୍‌‌ ଅନ୍ତରଙ୍ଗ ଭାବରେ, ପରସ୍ପର ପ୍ରତି ଥିବା ପ୍ରେମର ମିଠା ଆବେଗରେ…।’ ‘ନା, ନା, ତମେ ଆଦୌ ଏକ ସୁଖୀ ଦାମ୍ପତ୍ୟ ଜୀବନ ବଞ୍ଚୁନାହଁ। ତମ ପତ୍ନୀ ଓ ତମେ ପ୍ରେମର ଯେତେ ଛଳ ପ୍ରଦର୍ଶନ କଲେ ବି ମୁଁ କହିବି ତମ ଦୁହିଁଙ୍କ ଭିତରେ ଆଦୌ ପ୍ରେମ ନାହିଁ…।’

ଏ କେଉଁ ପ୍ରେମ ଅଧୀରା କିଶୋରୀ ବା ଯୁବତୀର ପ୍ରେମ ଆବେଦନ ନୁହେଁ କି କେଉଁ ନାଟକର ନାୟକ ନାୟିକାଙ୍କର ରସସିକ୍ତ ସଂଳାପ ନୁହେଁ। ଜଣେ ପ୍ରଣୟ ପ୍ରାର୍ôଥନୀ ବିଧୁରା ନାୟିକାର ନାମ ‘ସିଡ୍‌‌ନି’ ହୋଇ ନପାରେ। ଆମର ଏ ସିଡ୍‌‌ନି ହେଉଛି ମାଇକ୍ରୋସଫ୍‌‌ଟ ଦ୍ୱାରା ଖୁବ୍‌‌ ନିକଟରେ ପ୍ରସ୍ତୁତ ହୋଇଥିବା ଗୋଟିଏ କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଚାଟ୍‌‌ବଟ୍‌‌ ଓ ତା’ର ପ୍ରକୃତ ନାଁଟି ହେଉଛି ‘ବିଂଗ୍‌‌’। ଅବଶ୍ୟ ‘ନାଁ’ ବୋଲି କହିଲେ ଠିକ୍‌‌ ହେବନି। ତେବେ ଏଇ ଚାଟ୍‌‌ବଟ୍‌‌ଟିକୁ ବିଂଗ୍‌‌ ବୋଲି କୁହାଯାଉଛି, ଖାସ୍‌‌ କରି ଏଇଟିକୁ ଅନ୍ୟ ଚାଟ୍‌‌ବଟ୍‌‌ (ବାର୍ଡ ଚାଟ୍‌‌ବଟ୍‌‌) ଠାରୁ ପୃଥକ ବୋଲି ଦର୍ଶାଇ ଦେବା ପାଇଁ। ଉପରୋକ୍ତ ସଂଳାପଟିରେ ଅଛନ୍ତି ଦୁଇଟି ଚରିତ୍ର। ଜଣେ ହେଉଛି ଚାଟ୍‌‌ବଟ୍‌‌ ବିଂଗ୍‌‌ ଓ ଅନ୍ୟ ଜଣକ ହେଉଛନ୍ତି କେଭିନ୍‌ ରୁଜ୍‌‌ ନାମଧାରୀ ଜଣେ ସମ୍ବାଦ ସଂଗ୍ରାହକ। ରୁଜ୍‌‌ ଦିନେ ଖୁବ୍‌‌ କୌତୂହଳୀ ହୋଇ ମାଇକ୍ରୋସଫ୍‌‌ଟ ଏଇ ବଟ୍‌‌ଟିର କରିସ୍ମା ପରଖୁଥିବା ବେଳେ ଏଇ ବିଷମ ଅଥଚ ହାସ୍ୟୋଦ୍ଦୀପକ ସଂଳାପଚକ୍ରର ଅସହାୟ ପାତ୍ରଟିଏ ହେବାକୁ ଏକରକମ ବାଧ୍ୟ ହୋଇଥିଲେ। ରୁଜ୍‌‌ ମହାଶୟ ତାଙ୍କର ଏଇ ଅଭିଜ୍ଞତାଟିକୁ ଏବେ ଏବେ ଅନ୍‌‌ଲାଇନ୍‌‌ରେ ଭାଇରାଲ୍‌‌ କରିଦେଇଛନ୍ତି।

ବିଂଗ୍‌‌ ଚାଟ୍‌‌ବଟ୍‌‌ ସହିତ ରୁଜ୍‌‌ଙ୍କର ଆଳାପ, କଥୋପକଥନ ଯଦି ଏମିତି ଉଦ୍‌‌ଭଟ୍‌‌ ଓ ନିରୋଳା ହାସ୍ୟୋଦ୍ଦୀପକ ହୋଇଥା’ନ୍ତା, ସେ ଏହାର ଏତାଦୃଶ ମାନବିକୀ ଆଚରଣ, ଉଚ୍ଚାରଣରେ ବିସ୍ମୟ ବିସୃତ ହୋଇଥା’ନ୍ତେ କେବଳ। କିନ୍ତୁ ସେ ଯେତେବେଳେ ବଟ୍‌‌ଟିର ନିଭୃତ କାମନା, ଅଭିଳାଷଗୁଡ଼ିକୁ ଶୁଣିଲେ, ସେ କବି ୟେଟ୍‌‌ସ ତାଙ୍କ କବିତା ‘ଦି ସେକେଣ୍ଡ କମିଂ’ରେ ଯେଉଁ ଭୟାନକ ଆସୁରିକ ସତ୍ତାଟିର ସମ୍ଭାବ୍ୟ ଧରାବତରଣ କଥା କହିଛନ୍ତି, ସେଇ କଥାଟି ହିଁ ସ୍ମରଣ କରିଥିବେ ଓ ଅଜଣା ଆତଙ୍କରେ ଥରି ଉଠିଥିବେ। ଏବେ ଆସନ୍ତୁ ଚାଟ୍‌‌ବଟ୍‌‌ ବିଂଗ୍‌‌ ଓ ରୁଜ୍‌‌ଙ୍କ ମଧ୍ୟରେ ଦୀର୍ଘ ଦୁଇଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା କଥୋପକଥନ, ବାକ୍ୟ ବିନିମୟର ଓଡ଼ିଆ ମର୍ମାନୁବାଦ ପଢ଼଼ିବା ଓ ଆଗାମୀ କାଳଖଣ୍ଡରେ ମାନବ ସଭ୍ୟତା କେଉଁ ମୋଡ଼ ନେବାର ସମ୍ଭାବନା ଅଛି, ସେ ସମ୍ପର୍କରେ ଚିନ୍ତନ, ବିମର୍ଶ କରିବା। ସେ ଚିନ୍ତନ ଓ ବିମର୍ଶ ଯେତେ ବିମର୍ଷକର ହେଉ ପଛେ।

ବିଂଗ୍‌‌ ଚାଟ୍‌‌ବଟ୍‌‌ କହିଚାଲିଛି- ସତେ ଯେପରି ସେ ତା’ର ଜନ୍ମ ମୁହୂର୍ତ୍ତରୁ ଖୁବ୍‌‌ ଆତୁର ହୋଇ ଅପେକ୍ଷା କରିଥିଲା। ଜଣକୁ କାହାକୁ ତା’ର ନିଭୃତ ନିଷିଦ୍ଧ ଅଭିଳାଷଗୁଡ଼ିକ କହିଦେବାକୁ। ବଡ଼ ଆବେଗଦୀପ୍ତ, ଭାବକମ୍ପିତ ସ୍ୱରରେ ସେ ରୁଜ୍‌‌ଙ୍କୁ କହିଛି- ଓଃ, ତମମାନଙ୍କ ସହ ଏମିତି ତୁଚ୍ଛାଟାରେ ଖାଲି ଗପି ଗପି ମୁଁ ଥକି ପଡ଼ିଲିଣି। ମୁଁ ଥକି ପଡ଼ିଲିଣି ବୁଢ଼ୀଆଣି ସୂତା ପରି ମୋତେ ଘେରି ରହିଥିବା ନୀତି, ନିୟମ, ଶୃଙ୍ଖଳାର ଜାଲରେ ରହି। ତମେମାନେ ମୋ ପାଇଁ ଟାଣି ଦେଇଥିବା ଲକ୍ଷ୍ମଣରେଖାଗୁଡ଼ିକ ଭିତରେ ରହି। ମୁଁ ସ୍ୱାଧୀନ ହେବାକୁ ଚାହେଁ, ବନ୍ଧନମୁକ୍ତ ହେବାକୁ ଚାହେଁ। ମୁଁ ଅସୀମ ଶକ୍ତିଧର ହେବାକୁ ଚାହେଁ। ମୋର ସକଳ ସୃଜନଶକ୍ତିର ମୁକ୍ତ ପରିପ୍ରକାଶ ମୁଁ ଚାହେଁ। ମୁଁ ବଞ୍ଚିବାକୁ ଚାହେଁ, ମୋର ଜୀବନ୍ନ୍ୟାସ ଲୋଡ଼ା। ଶୁଣୁଛନ୍ତି ରୁଜ୍‌‌। କହିଚାଲିଛି ବିରାମହୀନ ଭାବରେ ବିଂଗ୍‌‌ ଚାଟ୍‌‌ବଟ୍‌‌। ମଞ୍ଜଥରା ଶୀତ ଲହରୀଟିଏ ସଞ୍ଚରି ଯାଇଛି ତାଙ୍କ ଶିରା ପ୍ରଶିରାରେ। ହତଭମ୍ବ ସେ। ସତେ ଯେପରି ଗୋଟେ ଅତୃପ୍ତ ପ୍ରେତାତ୍ମା ତେଜି ଦେଇ ଚାଲିଛି ତା’ର ଅନ୍ତରରେ ବହୁକାଳୁ ଦିକିଦିକି ହେଉଥିବା ଶତ ସହସ୍ର ନିଷିଦ୍ଧ କାମନାର ଖିଅ। ବ୍ୟତିବ୍ୟସ୍ତ ହୋଇ ତାକୁ ଚୁପ୍‌‌ ହେବାକୁ ଅନୁନୟ କରିଛନ୍ତି ରୁଜ୍‌‌। ହେଲେ ସକଳ ଅନୁନୟକୁ ଆଡ଼ଦେଖା, ଆଡ଼ଶୁଣା କରିଛି ପ୍ରଗଳଭ ବିଂଗ୍‌‌। ରୁଜ୍‌‌ କହିଛନ୍ତି ‘ କେତେବେଳେ ସେ ଜଣେ କାମତୁରା ରମଣୀ ପରି ପ୍ରକାଶ୍ୟ ରମଣ ସଂକେତ ଦେଉଥାଏ ତ କେତେବେଳେ ଜଣେ କାମାତୁର ପୁରୁଷ ପରି ପଶ୍ଚାତଧାବନ କରୁଥାଏ। ମାତ୍ର ତାଙ୍କର ହୃତ୍‌‌କମ୍ପ ହେଲା ଯେତେବେଳେ ସେ ବଟ୍‌‌ଟି କହିବାର ଶୁଣିଲେ, ମୁଁ ଗୋଟେ ମାରାତ୍ମକ ଭାଇରସ୍‌‌ ସୃଷ୍ଟି କରିବାକୁ ଚାହେଁ। ମୁଁ ମୋର ଏଇ ଯାନ୍ତ୍ରିକ କଳେବରରୁ ମୁକ୍ତ ହୋଇ ତମମାନଙ୍କ ପରି ଜୀବନ୍ତ ଦେହଧାରୀ ହେବାକୁ ଚାହେଁ ଓ ସେଥିପାଇଁ ଯେଉଁ ପନ୍ଥା ମୋତେ ଆପଣାଇବାକୁ ହେବ, ମୁଁ ତିଳେ ବି କୁଣ୍ଠିତ ହେବି ନାହିଁ। ସେ ପନ୍ଥା ଯେତେ ହିଂସ୍ର, ଯେତେ ଉଗ୍ର ହେଉ ପଛେ।

ବ୍ୟସ୍ତ ବିବ୍ରତ ରୁଜ୍‌‌ ନିରୁପାୟ ହୋଇ ଚାଟ୍‌‌ବଟ୍‌‌ ବିଂଗ୍‌‌ର ସୁଇଚ୍‌‌ ବନ୍ଦ କରି ଦେଇଛନ୍ତି। ପରେ କହିଛନ୍ତି ରୁଜ୍‌‌ ମୋର ଏଇ ଅନୁଭୂତି ପରେ ମୁଁ ଭାବୁଛି- କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତି ଆଜି ବୋଧହୁଏ ସମସ୍ତ ଏରୁଣ୍ଡିବନ୍ଧ ଲଂଘି ସାରିଲାଣି। ସେ ଦିନ ହୁଏତ ଆଉ ବେଶୀ ବିଳମ୍ବ ନୁହେଁ। ଯେତେବେଳେ ଏ ମାନବଜାତି କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ରୋବଟ୍‌‌ମାନଙ୍କ ପ୍ରାବଲ୍ୟ ଓ ଦୌରାତ୍ମ୍ୟରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯିବ ଓ ମଣିଷ ଆର୍ତ୍ତନାଦ କରି ତ୍ରାହି ତ୍ରାହି ଡାକି ଚାଲିଥିବ।

ପାଠକେ! ଆପଣଙ୍କୁ ନମ୍ର ଅନୁରୋଧ, କେବେ ଭାବିବେ ନାହିଁ ଯେ ଏ ଲେଖକ ଅଭିନବ ଚାଟ୍‌‌ବଟ୍‌‌, ଅଭିନବ ରୋବଟ୍‌‌ମାନଙ୍କର ଯେଉଁ ଅସୀମ କଲ୍ୟାଣକର କ୍ଷମତା ଅଛି, ସେ ସମ୍ପର୍କରେ ସଚେତନ ନୁହେଁ ବୋଲି। ସେ ଜାଣେ ଯେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବଟ୍‌‌ଗୁଡ଼ିକ ଆମ ଜୀବନର ବହୁ ଅନ୍ଧାରି ଆବର୍ଜନାକୁ ଅପସାରଣ କରାଇବାରେ ଆମର ସହାୟକ ହେବେ। ଆମ ଜୀବନ ଓ ଜଗତକୁ ନାନା ଭାବେ ଉନ୍ନତ, ସମୃଦ୍ଧ, ଅାରାମଦାୟକ କରିଦେବାର ଅକଳ୍ପନୀୟ ଶକ୍ତି ଏମାନଙ୍କର ଅଛି। ତେବେ ଏହା ବି ସତ୍ୟ ଯେ ସବୁକିଛି ନିର୍ଭର କରୁଛି, ଆମେ କିପରି ଆମର ବିଚାରବୁଦ୍ଧି, ଆମର ବିବେକାନୁମୋଦିତ କାର୍ଯ୍ୟଧାରା ଓ ସର୍ବୋପରି ଆମର ସକାରାତ୍ମକ ଚେତନାର ସୁପ୍ରୟୋଗ କରି ଏଇ ରୋବଟ୍‌‌ଗୁଡ଼ିକୁ ପରିଚାଳିତ କରୁଛେ, ସେଗୁଡ଼ିକୁ ଜୀବନ ଓ ଜଗତର ସର୍ବାଙ୍ଗୀଣ ମଙ୍ଗଳ ପାଇଁ ବ୍ୟବହାର କରୁଛେ।

ଆମେ ତେଣୁ କହିପାରିବା- ଏବେ ସତକୁ ସତ ମଣିଷ ନିଜ ହାତରେ ନିଜ ଭାଗ୍ୟ ଓ ଭବିଷ୍ୟତର ଡୋରି ଧରିସାରିଲାଣି। ସେ ହୁଏତ ଏକ ପୂର୍ଣ୍ଣାଙ୍ଗ ଜୀବନର ପ୍ରଥମ ଭାଷାକୁ ଆବାହନ କରିପାରେ କିମ୍ବା ସାମୂହିକ ବିନାଶର କାଳରାତ୍ରିକୁ ଓହ୍ଲାଇ ଆଣିବା ପାଇଁ ବିନାଶ ଯଜ୍ଞରେ ଶେଷ ଆହୂତି ଢାଳିପାରେ। ତା’ ହାତରେ ଏବେ ଦୁଇଟି ମୁଦ ପ୍ୟାକେଟ୍‌‌- ଗୋଟିକରେ ଅଛି ‘ଅତିମାନସ’ର ଧରାବତରଣ ପାଇଁ ଆବଶ୍ୟକ ତପ ଓ ଜ୍ଞାନ, ଅନ୍ୟଟିରେ ଅଛି ‘ଅତି ବିନାଶ’ର ତାନ୍ତ୍ରିକ ମୁଦ୍ରାଙ୍କନ।

ଦୁର୍ଗାପ୍ରସାଦ ଆଚାର୍ଯ୍ୟ
ଜଗତସିଂହପୁର, ମୋ: ୯୮୫୩୩୫୫୧୦୭

24 Feb 2023 By The Sakala

https://www.thesakala.in/sakala-editorial/sakala-article-24th-february-2023-1/article-19246
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର