ଭାରତରେ ବିକଳ୍ପ ଇନ୍ଧନର ପ୍ରୟୋଗ

The Sakala Picture
Published On

ବର୍ତ୍ତମାନ ଭାରତରେ ଜୀବାଶ୍ମ ଇନ୍ଧନ ଯଥା ତରଳ ପ୍ରାକୃତିକ ଗ୍ୟାସ୍‌‌ (ଏଲଏନଜି), ସଙ୍କୁଚିତ ପ୍ରାକୃତିକ ଗ୍ୟାସ୍‌‌ (ସିଏନଜି), ତରଳ ପେଟ୍ରୋଲିୟମ ଗ୍ୟାସ୍‌‌ (ଏଲପିଜି), ହାଇଡ୍ରୋଜେନ ଓ ଜୈବ ଇନ୍ଧନ ଯେପରିକି ଇଥାନଲ୍‌‌, ମିଥାନଲ୍‌‌, ବାୟୋଡିଜେଲ୍‌‌ ପ୍ରଭୃତି କେତେକ କ୍ଷେତ୍ରରେ ବିକଳ୍ପ ଇନ୍ଧନ ଭାବରେ ବ୍ୟବହୃତ ହେଉଛି। ମିଥେନ୍‌‌କୁ ଲିକୁଇଫିକେସନ ପ୍ରକ୍ରିୟାରେ ବାୟୁମଣ୍ଡଳୀୟ ଚାପରେ ବିଯୁକ୍ତାତ୍ମକ ୧୬୨ ଡିଗ୍ରୀ ସେଲସିୟସରେ ଏଲଏନଜି ସୃଷ୍ଟି କରାଯାଏ ଏବଂ ପୁନଃ-ବାଷ୍ପୀକରଣ ୟୁନିଟ୍‌‌ଗୁଡ଼ିକରେ ଗ୍ୟାସୀୟ ରୂପରେ ପୁନଃବିକଶିତ ହୁଏ। ଏହା ସଲଫର ଡାଇଅକ୍ସାଇଡ, […]

ବର୍ତ୍ତମାନ ଭାରତରେ ଜୀବାଶ୍ମ ଇନ୍ଧନ ଯଥା ତରଳ ପ୍ରାକୃତିକ ଗ୍ୟାସ୍‌‌ (ଏଲଏନଜି), ସଙ୍କୁଚିତ ପ୍ରାକୃତିକ ଗ୍ୟାସ୍‌‌ (ସିଏନଜି), ତରଳ ପେଟ୍ରୋଲିୟମ ଗ୍ୟାସ୍‌‌ (ଏଲପିଜି), ହାଇଡ୍ରୋଜେନ ଓ ଜୈବ ଇନ୍ଧନ ଯେପରିକି ଇଥାନଲ୍‌‌, ମିଥାନଲ୍‌‌, ବାୟୋଡିଜେଲ୍‌‌ ପ୍ରଭୃତି କେତେକ କ୍ଷେତ୍ରରେ ବିକଳ୍ପ ଇନ୍ଧନ ଭାବରେ ବ୍ୟବହୃତ ହେଉଛି।

ମିଥେନ୍‌‌କୁ ଲିକୁଇଫିକେସନ ପ୍ରକ୍ରିୟାରେ ବାୟୁମଣ୍ଡଳୀୟ ଚାପରେ ବିଯୁକ୍ତାତ୍ମକ ୧୬୨ ଡିଗ୍ରୀ ସେଲସିୟସରେ ଏଲଏନଜି ସୃଷ୍ଟି କରାଯାଏ ଏବଂ ପୁନଃ-ବାଷ୍ପୀକରଣ ୟୁନିଟ୍‌‌ଗୁଡ଼ିକରେ ଗ୍ୟାସୀୟ ରୂପରେ ପୁନଃବିକଶିତ ହୁଏ। ଏହା ସଲଫର ଡାଇଅକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ, କାର୍ବନ୍‌‌ ମନୋଅକ୍ସାଇଡ କମ ମାତ୍ରାରେ ନିର୍ଗତ କରିଥାଏ। ପୁଣେସ୍ଥିତ ବ୍ଲୁ ଏନର୍ଜି ମୋଟର୍ସ ୨୦୨୨ ମସିହାରେ ଭାରତର ପ୍ରଥମ ଏଲଏନଜି ଚାଳିତ ଟ୍ରକ୍‌‌ ନିର୍ମାଣ କରିଛି। ଅଶୋକ ଲେଲ୍ୟାଣ୍ଡ କମ୍ପାନୀ ଏଲଏନଜି ଯାନ ବିକଶିତ କରୁଛି। ଆମ ଦେଶରେ ଡିଜେଲ୍‌‌ ବସ୍‌‌କୁ ଏଲଏନଜି ଇଞ୍ଜିନ ଚାଳିତ କରିବା ପାଇଁ ରୂପାନ୍ତର ପ୍ରକ୍ରିୟା ଚାଲିଛି।

ସିଏନଜି ଏବଂ ଜୈବ-ସିଏନଜି ପ୍ରାୟ ସମାନ। ପ୍ରାକୃତିକ ଗ୍ୟାସରୁ ସିଏନ୍‌‌ଜି ଉତ୍ପନ୍ନ ହେଉଥିବାବେଳେ ଜୈବ-ସିଏନଜି କୃଷି ଏବଂ ଖାଦ୍ୟ ବର୍ଜ୍ୟବସ୍ତୁରୁ ଉତ୍ପାଦିତ ହୁଏ। କମ୍ପାନୀ ନିମିତ୍ତ ସିଏନଜି ବ୍ୟତୀତ ପେଟ୍ରୋଲ୍‌‌ଚାଳିତ କାରକୁ ଏକ ସ୍ୱତନ୍ତ୍ର କିଟ୍‌‌ ଦ୍ୱାରା ସିଏନଜିରେ ରୂପାନ୍ତର କରାଯାଇପାରୁଛି। ସିଏନଜି ଯାନ ନିର୍ଗମନରେ ବହୁତ କମ୍‌‌ ନାଇଟ୍ରସ୍‌‌ ଅକ୍ସାଇଡ୍‌‌ ଥାଏ। ମାରୁତି କମ୍ପାନୀ ନିଜର ଗୋବର ଗ୍ୟାସ୍‌‌ ପ୍ଲାଣ୍ଟରୁ ଉତ୍ପାଦିତ ସିଏନଜିରେ ଯାନ ଚଳାଇବାକୁ ଯୋଜନା କରୁଛି। ଇନ୍ଦୋର ସହର ନଗରପାଳିକା ଓଦା ଅଳିଆରୁ ବାୟୋ-ସିଏନଜି ଉତ୍ପାଦନ କରି ସିଟି ବସ ଚଲାଉଛି। ସରକାରଙ୍କର ଗୋବର୍ଦ୍ଧନ ସ୍କିମ ଅଧୀନରେ ବାୟୋ-ସିଏନଜି ନିର୍ମାଣ କରାଯିବାର ଯୋଜନା ଅଛି।

ଏଲପିଜି ପେଟ୍ରୋଲ୍‌‌ ଏବଂ ଡିଜେଲ୍‌‌ ତୁଳନାରେ ଏହା କମ ନାଇଟ୍ରୋଜେନ୍‌‌ ଡାଇଅକ୍ସାଇଡ ଏବଂ କମ୍‌‌ କାର୍ବନ ଡାଇଅକ୍ସାଇଡ ନିର୍ଗତ କରେ। ପେଟ୍ରୋଲ୍‌‌ ଚାଳିତ ଯାନକୁ ଏକ ସ୍ୱତନ୍ତ୍ର କିଟ୍‌‌ ଦ୍ୱାରା ଏଲପିଜିରେ ରୂପାନ୍ତର କରାଯାଇପାରୁଛି।
ସବୁଜ ହାଇଡ୍ରୋଜେନ୍‌‌ ଅକ୍ଷୟ ବିଦ୍ୟୁତ୍‌‌ ଶକ୍ତି ବ୍ୟବହାର କରି ଇଲେକ୍ଟ୍ରୋଲାଇସିସ୍‌‌ ନାମକ ଏକ ପଦ୍ଧତି ଦ୍ୱାରା ଉତ୍ପାଦିତ ହୁଏ। ହାଇଡ୍ରୋଜେନ୍‌‌ ଯାନଗୁଡ଼ିକ ଶୂନ୍ୟକାର୍ବନ ନିର୍ଗତ କରେ। ଭାରତରେ ଟୋୟୋଟା କମ୍ପାନୀ କାରରେ ହାଇଡ୍ରୋଜେନ୍‌‌ ଇନ୍ଧନର ପରୀକ୍ଷା କରିଛି। ପ୍ରଥମ ହାଇଡ୍ରୋଜେନ୍‌‌ ଚାଳିତ ଟ୍ରେନ୍‌‌ ଡିସେମ୍ୱର ୨୦୨୩ ସୁଦ୍ଧା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌, ଏଲଆଣ୍ଡଟି କମ୍ପାନୀ, ଇଣ୍ଡିଆନ୍‌‌ ଅଏଲ୍‌‌, ଏନଟିପିସି ଇତ୍ୟାଦି ହାଇଡ୍ରୋଜେନ୍‌‌ କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଟାଟା ମୋଟର୍ସ ହାଇଡ୍ରୋଜେନ୍‌‌ ଇନ୍ଧନ ଚାଳିତ ବସ୍‌‌ ବିକଶିତ କରୁଛି। ଗ୍ରୀନ ହାଇଡ୍ରୋଜେନ୍‌‌ ମିସନକୁ ସରକାର ୧୯,୭୪୪ କୋଟି ଅନୁମୋଦନ କରିଛନ୍ତି।

ଭାରତରେ ୨୦ ପ୍ରତିଶତ ଇଥାନଲ୍‌‌ ସହିତ ମିଶ୍ରିତ ପେଟ୍ରୋଲ୍‌‌ ଆଗାମୀ ଦୁଇବର୍ଷରେ ସମଗ୍ର ଦେଶରେ ଉପଲବ୍ଧ ହେବ। ଭାରତ ଫ୍ଲେକ୍‌‌ସ ଇନ୍ଧନ ଯାନ ଯଥା କାର, ମୋଟରସାଇକେଲ୍‌‌, ଆଟୋରିକ୍ସା ଉତ୍ପାଦନ ଆରମ୍ଭ କରିଛି। ଭାରତ ଏକ କିଟ୍‌‌ ବିକଶିତ କରିଛି ଯାହା ପେଟ୍ରୋଲ ଚାଳିତ ଇଞ୍ଜିନରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ଦ୍ୱାରା ଚାଲିପାରିବ। ଗ୍ରୀନ୍‌‌ ହାଉସ୍‌‌ ଗ୍ୟାସ୍‌‌ ନିର୍ଗମନକୁ ହ୍ରାସ କରିବାରେ ଇଥାନଲ୍‌‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ।

ଭାରତରେ ମିଥାନଲ୍‌‌ ପ୍ରାକୃତିକ ଗ୍ୟାସ ଏବଂ କୋଇଲାରୁ ଉତ୍ପାଦନ ହେଉଛି। ସରକାର ଟ୍ରକ, ରେଳ ଇଞ୍ଜିନ ଏବଂ ବୋଟଗୁଡ଼ିକରେ ମିଥାନଲ୍‌‌କୁ ଇନ୍ଧନ ଭାବରେ ବ୍ୟବହାର କରିବା ଉପରେ ବିଚାର କରୁଛନ୍ତି। ଏହାର ବ୍ୟବହାର ଲାଗି ଡିଜେଲ ଇଞ୍ଜିନରେ ଆବଶ୍ୟକୀୟ ପରିବର୍ତ୍ତନ ସମ୍ଭବ ହୋଇପାରୁଛି। ଏହା ବାୟୁ ପ୍ରଦୂଷଣକୁ ୪୦ ପ୍ରତିଶତରୁ ଅଧିକ ପରିମାଣ ପର୍ଯ୍ୟନ୍ତ ହ୍ରାସ କରିପାରୁଛି।

ଭାରତରେ ପାଞ୍ଚରୁ ଛଅଟି ପ୍ଲାଣ୍ଟରୁ ବାର୍ଷିକ ୧୦,୦୦୦ ମେଟ୍ରିକ୍‌‌ ଟନ୍‌‌ରୁ ଆରମ୍ଭ କରି୨, ୫୦,୦୦୦ ମେଟ୍ରିକ୍‌‌ ଟନ୍‌‌ ପର୍ଯ୍ୟନ୍ତ ବାୟୋଡିଜେଲ୍‌‌ ଉତ୍ପାଦନ ହେଉଛି। ଭାରତରେ ବାୟୋ-ଡିଜେଲ୍‌‌ର ମିଶ୍ରଣ ମାତ୍ର ୦.୦୦୧ ପ୍ରତିଶତ। ବର୍ତ୍ତମାନର ଯାତ୍ରୀବାହୀ ଯାନ ଏବଂ ବାଣିଜ୍ୟିକ ଯାନ ଡିଜେଲ୍‌‌ ଇଞ୍ଜିନରେ ବି-୫ (୫ ପ୍ରତିଶତ ବାୟୋଡିଜେଲ୍‌‌ ଓ ୯୫ ପ୍ରତିଶତ ଡିଜେଲ୍‌‌) ତେଲ ବ୍ୟବହାର କରାଯାଇପାରିବ। ବାୟୋଡିଜେଲ୍‌‌ ଡିଜେଲ୍‌‌ ତୁଳନାରେ କମ୍‌‌ ଅଙ୍ଗାରକାମ୍ଳ, କଣିକା ପଦାର୍ଥ ଏବଂ କାର୍ବନ ଡାଇଅକ୍ସାଇଡ୍‌‌ ନିର୍ଗତ କରେ।
ବିକଳ୍ପ ଇନ୍ଧନ ବ୍ୟବହାର ଦ୍ୱାରା ଭାରତ ଏକ ସ୍ୱଦେଶୀ, ବ୍ୟୟହ୍ରାସସାପେକ୍ଷ, ପ୍ରଦୂଷଣମୁକ୍ତ ଇନ୍ଧନର ଆବଶ୍ୟକତା ପୂରଣ କରିପାରିବ।

ନବନିତ ପାଣିଗ୍ରାହୀ
ରାୟଗଡ଼ା, ମୋ: ୯୮୬୧୧୩୮୮୩୬

23 Feb 2023 By The Sakala

https://www.thesakala.in/sakala-editorial/sakala-article-23rd-february-2023-2/article-19216
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର