ସୁଦୀର୍ଘ ଜାତୀୟ ରାଜପଥ ନିର୍ମାଣ ପ୍ରକଳ୍ପ, ସବୁଜ-ବିକାଶ ପ୍ରତି ଧ୍ୟାନ ଦିଆଯାଉ
ଅଭିବୃଦ୍ଧି ଓ ସବୁଜ ଅଭିବୃଦ୍ଧି ଏକ ଏବଂ ଅଭିନ୍ନ ନୁହେଁ। ଦୁଇଟି ପରସ୍ପରର ବିରୋଧୀ। ଯେଉଁ ଅଭିବୃଦ୍ଧିର ପ୍ରଦୂଷଣ ସୃଷ୍ଟି ହୁଏ ନାହିଁ ଏବଂ ପରିବେଶ ସୁରକ୍ଷିତ ରହେ, ତାହା ସବୁଜ (ଗ୍ରୀନ୍) ଅଭିବୃଦ୍ଧି। ଯେଉଁଠି ଏହାର ଅଭାବ ଥାଏ କିନ୍ତୁ ଅର୍ଥନୈତିକ ଅଭିବୃଦ୍ଧି ଘଟୁଥାଏ, ତାହା ଅଣ ସବୁଜ ଅଭିବୃଦ୍ଧି। ଏଥିରେ ପ୍ରଦୂଷଣ ବଢ଼େ ଏବଂ ପ୍ରକୃତି ଓ ପରିବେଶ ଉପରେ ଚାପ ପଡ଼ିଥାଏ। ଭାରତ ଏବେ ସବୁଜ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଅଗ୍ରାଧିକାର ଦେଉଛି […]
ଅଭିବୃଦ୍ଧି ଓ ସବୁଜ ଅଭିବୃଦ୍ଧି ଏକ ଏବଂ ଅଭିନ୍ନ ନୁହେଁ। ଦୁଇଟି ପରସ୍ପରର ବିରୋଧୀ। ଯେଉଁ ଅଭିବୃଦ୍ଧିର ପ୍ରଦୂଷଣ ସୃଷ୍ଟି ହୁଏ ନାହିଁ ଏବଂ ପରିବେଶ ସୁରକ୍ଷିତ ରହେ, ତାହା ସବୁଜ (ଗ୍ରୀନ୍) ଅଭିବୃଦ୍ଧି। ଯେଉଁଠି ଏହାର ଅଭାବ ଥାଏ କିନ୍ତୁ ଅର୍ଥନୈତିକ ଅଭିବୃଦ୍ଧି ଘଟୁଥାଏ, ତାହା ଅଣ ସବୁଜ ଅଭିବୃଦ୍ଧି। ଏଥିରେ ପ୍ରଦୂଷଣ ବଢ଼େ ଏବଂ ପ୍ରକୃତି ଓ ପରିବେଶ ଉପରେ ଚାପ ପଡ଼ିଥାଏ। ଭାରତ ଏବେ ସବୁଜ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଅଗ୍ରାଧିକାର ଦେଉଛି ଏବଂ ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ କରି ଅଣପାରମ୍ପରିକ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଉପରେ ଜୋର ଦେଉଛି। ୨୦୩୦ ସୁଦ୍ଧା ଦେଶର ଅର୍ଥନୀତିରେ ୩୦ ଶତାଂଶ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିବା ସହିତ ୨୦୭୦ ସୁଦ୍ଧା ଦେଶର ଅର୍ଥନୀତିକୁ ସମ୍ପୂର୍ଣ୍ଣ କାର୍ବନ (ଅଙ୍ଗାରକ) ମୁକ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷ ବଜେଟରେ ସବୁଜ ଅଭିବୃଦ୍ଧି ଅଗ୍ରାଧିକାର ପାଇଛି ଏବଂ ସବୁ ରାଜ୍ୟ ସମାନ ପନ୍ଥା ଅନୁସରଣ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।
ସବୁଜ ଅର୍ଥନୀତି ଓ ସବୁଜ ଅଭିବୃଦ୍ଧି ବିଚାର ଭଲ ଏବଂ ବିଶ୍ୱର ସ୍ୱାସ୍ଥ୍ୟ ଅନୁକୂଳ। ଏ କ୍ଷେତ୍ରରେ ପ୍ରଥମ ସମସ୍ୟାଟି ହେଲା ଏଥିପାଇଁ ସାଧନର ଅଭାବ। ଭାରତରେ ପ୍ରଚୁର କୋଇଲା ରହିଛି। ତେଣୁ ଆମେ ତାହାକୁ କଳ କାରଖାନାରେ ଇନ୍ଧନ ଭାବେ ସିଧାସଳଖ ବ୍ୟବହାର କରିବା ସହିତ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ପୋଡ଼ି ବିଜୁଳି ଉତ୍ପାଦନ କରୁଛୁ। ଏହା ଦ୍ୱାରା ଅଭିବୃଦ୍ଧି ବଢ଼଼ୁଥିବାବେଳେ ପ୍ରଚୁର ଅଙ୍ଗାର ଓ କ୍ଷତିକାରକ ଗ୍ୟାସ୍ ଉତ୍ପାଦିତ ହେଉଛି, ଯାହା ଆମ ଅର୍ଥନୀତି ଏବଂ ଅଭିବୃଦ୍ଧିକୁ କଳା କରୁଛି। ପେଟ୍ରୋଲିୟମ ବ୍ୟବହାର ଦ୍ୱାରା ମଧ୍ୟ ଅନୁରୂପ ପ୍ରଦୂଷଣଜନିତ ସମସ୍ୟା ସୃଷ୍ଟି ହେଉଛି; ଯଦିଓ ଅର୍ଥନୀତିକୁ ଚଳାଇବା ପାଇଁ ଏହା ଅପରିହାର୍ଯ୍ୟ ହୋଇପଡ଼ିଛି। ଅଧିକାଂଶ ବିକାଶଶୀଳ ରାଷ୍ଟ୍ରଙ୍କର ସମସ୍ୟା ହେଲା ସେମାନଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଜ୍ଞାନକୌଶଳ ଓ ସମ୍ବଳ ନାହିଁ। ତେଣୁ ସେମାନେ ଅସ୍ୱଚ୍ଛ ଊର୍ଜା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଭାରତ ଏ କ୍ଷେତ୍ରରେ କିଛି ଉନ୍ନତି କରିଛି ଏବଂ ପାଣି, ପବନ, ସୌର, ଜୁଆର ଆଦି ଅଣପାରମ୍ପରିକ ଉତ୍ସକୁ ବ୍ୟବହାର କରି ସ୍ୱଚ୍ଛ ଅକ୍ଷୟଶକ୍ତି ଉତ୍ପାଦନ ବୃଦ୍ଧି କରିବା ଦିଗରେ ସଫଳତା ଅର୍ଜନ କଲାଣି। ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଏହା ଏକ ପରିପ୍ରକାଶ।
ଏହି ପରିପ୍ରେକ୍ଷୀରେ ଗୋଟିଏ ପ୍ରସଙ୍ଗ ବିଶେଷ ପ୍ରଣିଧାନଯୋଗ୍ୟ। କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି ଯେ ୨୦୨୫ ସୁଦ୍ଧା ଦେଶର ଜାତୀୟ ରାଜପଥର ଦୈର୍ଘ୍ୟ ଦୁଇଲକ୍ଷ କିଲୋମିଟରରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଭଲ କଥା। ସଡ଼କ ଯୋଗାଯୋଗ ବିକାଶ ଓ ଅଭିବୃଦ୍ଧିର ପଥ ଏବଂ ଏହାର ଅଭାବରେ ଦେଶ ଆଗକୁ ବଢ଼଼ିବା ଅସମ୍ଭବ। ତେବେ ଯେତେବେଳେ ସରକାର ସବୁଜ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି, ସେତେବେଳେ ଏହି ଦୁଇଲକ୍ଷ କିମି ରାଜପଥରେ ଯେଉଁ ଗାଡ଼ିମୋଟର ଓ ବାହନ ସବୁ ଗଡ଼ିବ ସେଥିରେ ବ୍ୟବହୃତ ଇନ୍ଧନ ପ୍ରତି ପ୍ରଥମେ ଦୃଷ୍ଟି ଦେବାକୁ ପଡ଼ିବ। ଏହି ରାଜମାର୍ଗରେ ଦୈନିକ ଯଦି ଦୁଇକୋଟି ଯାନବାହନ ଅସ୍ୱଚ୍ଛ ଇନ୍ଧନରେ ଚଳାଚଳ କରେ, ତେବେ ପ୍ରଦୂଷଣର ମାତ୍ରା କ’ଣ ହେବ ତାହା ଅନୁମାନସାପେକ୍ଷ। ଆମ ଦେଶ ଅପରିଚ୍ଛନ୍ନ ଅଭିବୃଦ୍ଧିକୁ ନେଇ ଆଗକୁ ବଢ଼଼ି ପାରିବ ତ?
ଶ୍ରୀ ଗଡ଼କରୀ ଜଣେ ମନ୍ତ୍ରୀ ହିସାବରେ ଯୋଗ୍ୟ ଏବଂ ଦୂରଦୃଷ୍ଟି ସମ୍ପନ୍ନ। ସେ ସବୁଜ ଅଭିବୃଦ୍ଧି ଘେନି ଅବଶ୍ୟ ସଚେତନ ଥିବେ। ତେଣୁ ଆମର ପାରମ୍ପରିକ ଇନ୍ଧନ ପରିବର୍ତ୍ତନ ବ୍ୟବସ୍ଥା ରାଜପଥ ବିକାଶ ସହିତ ତାଳମିଳାଇ ଚାଲିବା ଉଚିତ। ସିଏନ୍ଜି, ପିଏମ୍ଜି, ଏଲ୍ପିଜି ସମେତ ହାଇଡ୍ରୋଜେନ୍ ଓ ଆମୋନିଆ ଭଳି ସ୍ୱଚ୍ଛ ଇନ୍ଧନ ଓ ବ୍ୟାଟେରୀ ଚାଳିତ ଯାନ ଉପରେ ଆମକୁ ଅଧିକ ନିର୍ଭର କରିବାକୁ ପଡ଼ିବ। ଆହୁରି ମଧ୍ୟ ସଡ଼କ ଯୋଗାଯୋଗ ସହିତ ରେଳ, ବିମାନ ଓ ଜଳପଥ ବିକାଶ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଜାତୀୟ ରାଜପଥ ନିର୍ମାଣରେ ପରିତ୍ୟକ୍ତ ପ୍ଲାଷ୍ଟିକ୍ ସମେତ ସହରାଞ୍ଚଳ ଆବର୍ଜନାର ବ୍ୟବହାର ନିଶ୍ଚିତ ଏକ ଭଲ ବିଚାର ଏବଂ ଏଥିପାଇଁ ଶ୍ରୀ ଗଡ଼କରୀ ଧନ୍ୟବାଦର ପାତ୍ର। ତେବେ ଯୋଗାଯୋଗ କ୍ଷେତ୍ରରେ ଆମକୁ ଅଧିକ ବାସ୍ତବବାଦୀ ପଦକ୍ଷେପ ନେବାକୁ ପଡ଼ିବ। ଏକଥା ସତ ଯେ ଭିଡ଼ ଉତ୍ପାଦକତାକୁ ହ୍ରାସ କରେ ଏବଂ ସବୁଠୁ ଭଲ ରାସ୍ତାରେ ଗହଳି ଜମିଲେ ଏହା ଜୀବନରେଖା ପରିବର୍ତ୍ତେ ବୋଝ ପାଲଟେ। ଅତଏବ ଦୃଢ଼ ଓ ବିସ୍ତୃତ ସଡ଼କ ବ୍ୟବସ୍ଥା ନିର୍ମାଣ ପାଇଁ ସାମଗ୍ରୀର ବ୍ୟବହାର, ନିର୍ମାଣ ଟେକ୍ନିକ୍, ଡିଜାଇନ୍, ଯନ୍ତ୍ରପାତି ତଥା ରକ୍ଷଣାବେକ୍ଷଣରେ ନବସୃଜନ ଲୋଡ଼ା। ଭାରତରେ ସଡ଼କ ଅପେକ୍ଷା ଏହାର ରକ୍ଷଣାବେକ୍ଷଣ ଏବେ ଅଧିକ ସମସ୍ୟା ବହୁଳ।
ଆମକୁ ଆହୁରି ମଧ୍ୟ ଚିନ୍ତା କରିବାକୁ ପଡ଼ିବ ଯେ ସଡ଼କ ଏବଂ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମ ନିର୍ମାଣରେ ଦେଶର ପଛୁଆ ରାଜ୍ୟଗୁଡ଼ିକୁ ଅଗ୍ରାଧିକାର ଦିଆଯିବା ଉଚିତ। ଓଡ଼ିଶା ଭଳି ରାଜ୍ୟ, ଯେଉଁଠି ଶିଳ୍ପ ଓ ଉଦ୍ୟୋଗର ବିପୁଳ ସମ୍ଭାବନା ରହିଛି, ସେଭଳି ପ୍ରଦେଶ ଏ କ୍ଷେତ୍ରରେ ଅଗ୍ରାଧିକାର ପାଇବା ଆବଶ୍ୟକ। ଆହୁରି ମଧ୍ୟ ଗମନାଗମନ ବୃଦ୍ଧିରେ କେତେକ ବିକଳ୍ପ ଉପରେ ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। ଗମନାଗମନରେ ସ୍ୱଳ୍ପ ଊର୍ଜା ବ୍ୟବହାର, କମ୍ ପ୍ରଦୂଷଣ, ଅଳ୍ପ ଖର୍ଚ୍ଚରେ ଅଧିକ ଲୋକଙ୍କ ଆତଯାତ କରିବା ଭଳି ସୁବିଧା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। ସଡ଼କ ନିର୍ମାଣ ବୃଦ୍ଧି ଦେଶର ଅର୍ଥନୀତି ଓ ଅଭିବୃଦ୍ଧି ପାଇଁ ଉପକାରୀ; କିନ୍ତୁ ଏହାର ସବୁଜ ଦିଗ ପ୍ରତି ଆମକୁ ସଚେତନ ହେବାକୁ ପଡ଼ିବ। ଏହା ସହିତ ରାଜପଥ ନିର୍ମାଣ ଏବେ ଯେଉଁ ବିରାଟ ଉଦ୍ୟୋଗରେ ପରିଣତ ହୋଇଛି, ତା’ ସହିତ ଅନେକ କ୍ଷେତ୍ର ଓ ସେବା ଯୋଡ଼ି ହୋଇଯାଇଛି। ଏ କ୍ଷେତ୍ରରେ ଉତ୍ତମ ସମନ୍ୱୟ ଓ ସ୍ପଷ୍ଟ ନୀତି ରହିଲେ ଭାରତ ଅନ୍ୟ ଦେଶଙ୍କ ପାଇଁ ଉଦାହରଣ ହେବା ସହିତ ସେମାନଙ୍କୁ ଜ୍ଞାନ, ବୁଦ୍ଧି ଓ କୌଶଳ ଯୋଗାଇବାରେ ସହାୟକ ହେବ।