ରିଜର୍ଭ ବ୍ୟାଙ୍କ ଦ୍ୱାରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ପୁରୁଣା ଉପାୟ; କ୍ରମାଗତ ଷଷ୍ଠଥର ସୁଧ ଦର ବୃଦ୍ଧି
କ୍ରମାଗତ ଭାବେ ଏଥର ଷଷ୍ଠଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ୍କୁ ବୃଦ୍ଧି କରିଛି। ରିଜର୍ଭବ୍ୟାଙ୍କ ବିଭିନ୍ନ ବ୍ୟାଙ୍କକୁ ଯେଉଁ ସୁଧହାରରେ ଋଣ ଦିଏ, ତାହା ରେପୋରେଟ୍ ନାମରେ ପରିଚିତ। କେନ୍ଦ୍ରୀୟ ବ୍ୟାଙ୍କ ଆର୍ବିଆଇରେ ମୁଦ୍ରା ନୀତି କମିଟି (ଏମ୍ପିସି) ୪:୬ ଭୋଟ୍ରେ ରେପୋରେଟ୍ ବଢ଼଼ାଇବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାଫଳରେ ରେପୋରେଟ୍ ୨୫ ‘ବେସିସ୍ ପଏଣ୍ଟ’ ବଢ଼଼ି ୬.୫%ରେ ପହଞ୍ଚିଛି। ମୁଦ୍ରାସ୍ଫୀତି ବଢ଼଼ୁଥିବାରୁ ତାହାକୁ ନିୟନ୍ତ୍ରଣରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ରେପୋରେଟ୍ ୨୦୨୨ […]
କ୍ରମାଗତ ଭାବେ ଏଥର ଷଷ୍ଠଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ୍କୁ ବୃଦ୍ଧି କରିଛି। ରିଜର୍ଭବ୍ୟାଙ୍କ ବିଭିନ୍ନ ବ୍ୟାଙ୍କକୁ ଯେଉଁ ସୁଧହାରରେ ଋଣ ଦିଏ, ତାହା ରେପୋରେଟ୍ ନାମରେ ପରିଚିତ। କେନ୍ଦ୍ରୀୟ ବ୍ୟାଙ୍କ ଆର୍ବିଆଇରେ ମୁଦ୍ରା ନୀତି କମିଟି (ଏମ୍ପିସି) ୪:୬ ଭୋଟ୍ରେ ରେପୋରେଟ୍ ବଢ଼଼ାଇବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାଫଳରେ ରେପୋରେଟ୍ ୨୫ ‘ବେସିସ୍ ପଏଣ୍ଟ’ ବଢ଼଼ି ୬.୫%ରେ ପହଞ୍ଚିଛି। ମୁଦ୍ରାସ୍ଫୀତି ବଢ଼଼ୁଥିବାରୁ ତାହାକୁ ନିୟନ୍ତ୍ରଣରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ରେପୋରେଟ୍ ୨୦୨୨ ମଇମାସରୁ କ୍ରମାଗତ ଭାବେ ବଢ଼଼ାଇ ଚାଲିଛି ଏବଂ ବିଗତ ୯ ମାସ ମଧ୍ୟରେ ଏହି ହାର ମୋଟ୍ ୨.୫ ଶତାଂଶ ବଢ଼଼ିଛି।
ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପ୍ରୟାସରେ ରିଜର୍ଭ ବ୍ୟାଙ୍କ ରେପୋରେଟ୍ ବଢ଼଼ାଇବା ଫଳରେ ଅର୍ଥ ବ୍ୟବସ୍ଥା ଉପରେ ଏହାର ମଧ୍ୟ କିଛି କୁପ୍ରଭାବ ପଡ଼ିବାର ଆଶଙ୍କା କରାଯାଏ। ଏହା ଫଳରେ ବ୍ୟକ୍ତିଗତ ଋଣକାରୀ ଓ କ୍ଷୁଦ୍ର ବ୍ୟବସାୟୀ ତତ୍କାଳ କ୍ଷତିଗ୍ରସ୍ତ ହେବେ। ସେମାନଙ୍କୁ ଋଣ ଉପରେ ଅଧିକ ସୁଧ ଦେବାକୁ ପଡ଼ିବ। ସମ୍ପତ୍ତିବାଡ଼ି କ୍ରୟ ପାଇଁ ଋଣ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଅଧିକ ସୁଧ ଦେବାକୁ ହେବ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କହିବା କଥା ଦେଶର ଅର୍ଥନୀତି ଏବେ ସ୍ଥିତିସ୍ଥାପକ ରହିଛି ଏବଂ ମୁଦ୍ରାସ୍ଫୀତିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଆଗଭଳି ଖରାପ ସ୍ଥିତି ଆଉ ନାହିଁ। ତେବେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଯେଉଁ ଉଦ୍ୟମ ଅବ୍ୟାହତ ରହିଛି, ସେଥିରେ କୌଣସି ଢିଲା ଦେବାର ଅବକାଶ ନାହିଁ। ତାଙ୍କ କଥାରୁ ସୂଚନା ମିଳୁଛି ଯେ ମୁଦ୍ରାସ୍ଫୀତିର ସ୍ଥିତିକୁ ନେଇ ପରବର୍ତ୍ତୀ ସମୟରେ ରେପୋରେଟ୍ ବଢ଼଼ାଯାଇପାରେ।
ଏବେ ରେପୋରେଟ୍ ଯାହା ୬.୫%ରେ ପହଞ୍ଚିଛି, ତାହା କୋଭିଡ୍ ପୂର୍ବବର୍ତ୍ତୀ ସମୟର ହାର ସହିତ ସମାନ। ମୁଦ୍ରାସ୍ଫୀତି ହାର ଏବେ ୫.୭୨% ରହିଥିବାବେଳେ ୨୦୧୯ରେ ୧୪.୭୬%, ୨୦୨୦ରେ ୬.୧୮ ଏବଂ ୨୦୨୧ରେ ୫.୫% ଥିଲା। ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରିଜର୍ଭବ୍ୟାଙ୍କ ରେପୋରେଟ୍କୁ ଏକ ଆବଶ୍ୟକ ପ୍ରକ୍ରିୟା ରୂପେ ବ୍ୟବହାର କରିଆସିଛି। ଏହାର କିଛି ପ୍ରତିକୂଳ ପ୍ରଭାବ ପଡ଼ିଲେ ମଧ୍ୟ ଜମାକାରୀଙ୍କ ପାଇଁ ନିଶ୍ଚିତ ଏକ ଭଲ ଖବର। କାରଣ ରେପୋରେଟ୍ ବଢ଼଼ିଲେ ବ୍ୟାଙ୍କ ସମୂହ ଜମାକାରୀଙ୍କୁ ଅଧିକ ସୁଧ ଦେବାକୁ ସମର୍ଥ ହେବେ ଏବଂ ବଜାରରୁ ନଗଦ ଅର୍ଥ ବ୍ୟାଙ୍କ ଜମା ଭାବରେ ସଂଗୃହୀତ ହୋଇପାରିବ।
ଦେଶରେ ଅର୍ଥନୈତିକ କାର୍ଯ୍ୟ କଳାପ ବଢ଼଼ୁଛି ଏବଂ କୋଭିଡ୍ ପ୍ରଭାବିତ ଅର୍ଥନୀତି ତାହାର ବିକାଶ ପଥକୁ ଫେରିଥିବାର ସ୍ପଷ୍ଟ ସଙ୍କେତ ଚିହ୍ନି ହୋଇଯାଉଛି। ବ୍ୟବସାୟିକ ସେବା ଯୋଗାଣ ବ୍ୟବସ୍ଥା ସହିତ କୃଷି ଓ ଶିଳ୍ପକ୍ଷେତ୍ରରେ ପ୍ରଗତି ପରିଲକ୍ଷିତ ହେଉଛି। ପର୍ଯ୍ୟଟନ, ଭ୍ରମଣ, ଆତିଥ୍ୟ ଆଦି କ୍ଷେତ୍ର ପ୍ରାକ୍ କୋଭିଡ୍ ସ୍ତରରେ ପୁଣି କାମ କରିବା ଆରମ୍ଭ କରିଛି। ତେଣୁ ଏଭଳି ପରିସ୍ଥିତିରେ ମୁଦ୍ରାସ୍ଫୀତି ତଳ ମୁହାଁ ହେବାର ସମ୍ଭାବନା ଅଧିକ। ଖାଦ୍ୟ ମୂଲ୍ୟ ସ୍ଫୀତି ଯାହା କିଞ୍ଚÒତ ଚିନ୍ତାଜନକ ରହିଛି, ତାହା ମଧ୍ୟ କ୍ରମଶଃ ସୁଧୁରିବ ବୋଲି ରଜର୍ଭ ବ୍ୟାଙ୍କ ଆଶାବାଦୀ। ତେବେ କେତେକ ବିଶେଷଜ୍ଞଙ୍କ ମନ୍ତବ୍ୟ ହେଲା ଯେ ଏହି ଷଷ୍ଠ ରେପୋରେଟ୍ ବୃଦ୍ଧି ପଛରେ ଯଥେଷ୍ଟ ଆଧାରଭୂତ ତଥ୍ୟାବଳୀ ବା ଡାଟା ନାହିଁ। ସେଥିପାଇଁ ଏମ୍ପିସିର ଦୁଇଜଣ ସଦସ୍ୟ ରେପୋରେଟ୍ ବଢ଼଼ାଇବାକୁ ବିରୋଧ କରିଥିଲେ। ଆମ ଅର୍ଥନୈତିକ ଅଭିବୃଦ୍ଧି ଭଲ ରହିଛି ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି ବୋଲି କେବଳ ଉପରଠାଉରିଆ ହିସାବରେ କହିଦେଲେ ଚଳିବ ନାହିଁ ଏବଂ ଏଥିପାଇଁ ନିର୍ଭୁଲ ଡାଟାର ଆବଶ୍ୟକତା ରହିଛି ବୋଲି ସେମାନେ ମତ ଦେଇଛନ୍ତି।
ଅଧିକ ସୁଧ ଲାଗୁ କରିବା ଅର୍ଥ ପୁଞ୍ଜି ଋଣକୁ ମହଙ୍ଗା କରିବା। ଆମେ ଯେଉଁ ପର୍ଯ୍ୟାୟର ମୁଦ୍ରାସ୍ଫୀତିରେ ଅଛୁ, ତାହାର ମୂଳ କାରଣ ହେଲା ଉପଭୋକ୍ତାଙ୍କର ବର୍ଦ୍ଧିତ ଚାହିଦା। ତେଣୁ ଉଚ୍ଚସୁଧ ମାଧ୍ୟମରେ ମୁଦ୍ରାସ୍ଫୀତିକୁ ସଂକୁଚିତ କଲେ ସାମଗ୍ରୀ ମୂଲ୍ୟ ହ୍ରାସ ପାଇବ ଏବଂ ଉତ୍ପାଦନ ଓ ପୁଞ୍ଜି ନିବେଶ ପ୍ରଭାବିତ ହେବ ନାହିଁ। ତେବେ ଯୋଗାଣ ଶୃଙ୍ଖଳାରେ ବିଭ୍ରାଟ ଯଦି ମୁଦ୍ରାସ୍ଫୀତିର ମୁଖ୍ୟ କାରଣ ହୁଏ, ତାହାକୁ ବାଟକୁ ଆଣିବା ପାଇଁ ରେପୋରେଟ୍ ବୃଦ୍ଧି ଉପଯୁକ୍ତ ପଦକ୍ଷେପ ନୁହେଁ। ଆମ ଦେଶରେ ପେଟ୍ରୋଲିୟମ ଇନ୍ଧନର ଉଚ୍ଚ ମୂଲ୍ୟ ହିଁ ମୁଦ୍ରାସ୍ଫୀତି ବୃଦ୍ଧିର ଅନ୍ୟତମ ମୁଖ୍ୟକାରଣ। ଚଳିତବର୍ଷ ଭାରତର ଜିଡିପି ୬.୪ ହାରରେ ବଢ଼଼ିବ ବୋଲି ଆକଳନ କରାଯାଇଛି। ନିକଟରେ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଏହା ଘେନି ବେଶ୍ ଆଶାବାଦୀ। ସେହିଭଳି ଏହି ସର୍ଭେ ରିପୋର୍ଟରେ ଖାଉଟି ମୂଲ୍ୟ ସୂଚୀ (ସିପିଆଇ) ୨୦୨୨-୨୩ର ହାରାହାରିଠାରୁ ନିମ୍ନରେ ୫.୨% ରହିବ ବୋଲି ଆକଳନ କରାଯାଉଛି। ଏଭଳି ସ୍ଥିତିରେ ୨୦୨୩-୨୪ରେ ମୁଦ୍ରାସ୍ଫୀତିକୁ ୪ ଶତାଂଶରେ ସୀମିତ ରଖିବାର ଲକ୍ଷ୍ୟ ସହଜସାଧ୍ୟ ହୋଇନପାରେ। ଉଚ୍ଚ ଇନ୍ଧନ ମୂଲ୍ୟ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବିଭ୍ରାଟ ଏଥିରେ ପ୍ରତିବନ୍ଧକ ସାଜିପାରେ। ରେପୋରେଟ୍ ବୃଦ୍ଧି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାର ଏକମାତ୍ର ଉପାୟ ନୁହେଁ। ଅର୍ଥନୈତିକ ପ୍ରକ୍ରିୟା ସହିତ ଏହାର ନିବିଡ଼ ସମ୍ପର୍କ ରହିଛି। ବିଗତ ତିନିବର୍ଷ ଧରି ବିବିଧ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବିଘ୍ନ ଓ ତ୍ରୁଟି ଫଳରେ ସୁଧହାର ଏବଂ ମୌଳିକ ମୁଦ୍ରାସ୍ଫୀତି ମଧ୍ୟରେ ଥିବା ସମ୍ପର୍କକୁ ଦୁର୍ବଳ କରି ସାମଗ୍ରୀଗୁଡ଼ିକର ମୂଲ୍ୟବୃଦ୍ଧିକୁ ଏହା ଅଧିକ ପ୍ରଭାବିତ କରିଛି। ବିଶ୍ୱ ଯୋଗାଣ ବ୍ୟବସ୍ଥାର ଅସ୍ଥିରତା ଭାରତର ବିନିର୍ମାଣ କ୍ଷେତ୍ରକୁ ପ୍ରଭାବିତ କରି ସାମଗ୍ରୀର ମୂଲ୍ୟ ବଢ଼଼ାଉଛି। ରିଜର୍ଭବ୍ୟାଙ୍କର ରେପୋରେଟ୍ ବୃଦ୍ଧି ବାହାରେ ମୁଦ୍ରାସ୍ଫୀତି, ବିଶେଷକରି ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିର ପ୍ରଭାବୀ ନିୟନ୍ତ୍ରଣ ପାଇଁ ରାଜନୈତିକ ଓ ସରକାରୀ ସ୍ତରରେ କିଛି ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି। ରେପୋରେଟ୍ ବୃଦ୍ଧିକୁ ଦୀର୍ଘକାଳ ପର୍ଯ୍ୟନ୍ତ ଚାଲୁ ରଖି ହେବ ନାହିଁ। ଗତ ନ’ମାସରେ ଛ’ଥର ଏହି ବୃଦ୍ଧି ଲକ୍ଷ୍ୟ ସାଧନରେ ସଫଳ ହୋଇପାରିନାହିଁ ବୋଲି ଅନେକ ସମୀକ୍ଷକଙ୍କ ଅଭିଯୋଗ। ତେଣୁ ରିଜର୍ଭ ବ୍ୟାଙ୍କକୁ ଏହାବ୍ୟତୀତ ଅନ୍ୟ କିଛି ଉପାୟ ଚିନ୍ତା କରିବାକୁ ପଡ଼ିବ।