ଭାବନାରୁ ସାଧନା: କାଠରେ ହନୁମାନ ଚାଳିଶା ପୁସ୍ତକ

The Sakala Picture
Published On

କରୋନା ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ ଓ ଶଙ୍କିତ। ଏହି ରୋଗ କବଳରୁ ମୁକ୍ତି ପାଇବା ପାଇଁ ସମସ୍ତେ ଏବେ ତ୍ରାହି ତ୍ରାହି ଡାକ ଦେଉଛନ୍ତି। ଏହି ମହାମାରୀକୁ ଦୂରେଇ ଦେବା ପାଇଁ ଆମ ଦେଶରେ ଅନେକସ୍ଥାନରେ ପୂଜାପାଠ କରାଯାଉଥିବାର ମଧ୍ୟ ନଜିର ରହିଛି। ଗଞ୍ଜାମର ଅରୁଣ ସାହୁ ନାମକ ଜଣେ ଯୁବକ କରୋନାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କରୁଥିଲେ। ଏହି ସମୟରେ କାଠରେ ହନୁମାନ ଚାଳିଶା ପୁସ୍ତକ ପ୍ରସ୍ତୁତ […]

କରୋନା ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ ଓ ଶଙ୍କିତ। ଏହି ରୋଗ କବଳରୁ ମୁକ୍ତି ପାଇବା ପାଇଁ ସମସ୍ତେ ଏବେ ତ୍ରାହି ତ୍ରାହି ଡାକ ଦେଉଛନ୍ତି। ଏହି ମହାମାରୀକୁ ଦୂରେଇ ଦେବା ପାଇଁ ଆମ ଦେଶରେ ଅନେକସ୍ଥାନରେ ପୂଜାପାଠ କରାଯାଉଥିବାର ମଧ୍ୟ ନଜିର ରହିଛି। ଗଞ୍ଜାମର ଅରୁଣ ସାହୁ ନାମକ ଜଣେ ଯୁବକ କରୋନାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କରୁଥିଲେ। ଏହି ସମୟରେ କାଠରେ ହନୁମାନ ଚାଳିଶା ପୁସ୍ତକ ପ୍ରସ୍ତୁତ କରିବା ପାଇଁ ତାଙ୍କ ମୁଣ୍ଡରେ ଏକ ବୁଦ୍ଧି ଜୁଟିଲା। ଭାବନା, ସାଧନା ଓ ଭକ୍ତିକୁ ଆୟୁଧ କରି ସେ କାଠରେ ହନୁମାନ ଚାଳିଶା ପୁସ୍ତକ ପ୍ରସ୍ତୁତ କଲେ । ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ହନୁମାନ ଚାଳିଶାର ପ୍ରତିଟି ଦୋହା ଏବଂ ଚୌପାଇକୁ କାଠରେ ସୁନ୍ଦର ଭାବେ ଖୋଦେଇ କରିବାରେ ସେ ସଫଳ ହେଲେ। ଗମ୍ଭାରୀ କାଠରେ ନିର୍ମିତ ଏହି ହନୁମାନ ଚାଳିଶାର ଦୈର୍ଘ୍ୟ ୧୦.୫ ଇଞ୍ଚ, ପ୍ରସ୍ଥ ୯.୦ ଓ ମୋଟେଇ ୨.୫ଇଞ୍ଚ । ଏଥିରେ ମୋଟ ୫ଟି ପୃଷ୍ଠା ରହିଥିବା ବେଳେ ଦୁଇଟି ମଲାଟ ରହିଛି। ମଲାଟ ଉପରେ ବିରାଜିତ ହନୁମାନଙ୍କ ପ୍ରତିକୃତି ଏହାର ମୁଖ୍ୟ ଆକର୍ଷଣ ସାଜିଛି। କାଠ, ନିହାଣ ଓ ପତଳା ଆରି ର(ବ୍ଲେଡ୍‌) ବ୍ୟବହାର କରି ସେ ଏହାକୁ ଅବିକଳ କାଗଜରେ ପ୍ରସ୍ତୁତ ହନୁମାନ ଚାଳିଶା ପୁସ୍ତକର ରୂପ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ବର୍ତ୍ତମାନ ସେ ଦୁଇଟି କାଠ ଖୋଦିତ ହନୁମାନ ଚାଳିଶା ତିଆରି କରିଛନ୍ତି। ପ୍ରଥମଟିକୁ ପ୍ରସ୍ତୁତ କରିବାକୁ ତାଙ୍କୁ ଏକମାସ ସମୟ ଲାଗିଥିବା ବେଳେ ଦ୍ବିତୀୟଟିକୁ ପ୍ରସ୍ତୁତ କରିବାକୁ ୨୫ ଦିନ ସମୟ ଲାଗିଛି। ସେ ଏହି ଦୁଇଟି କାଠ ଖୋଦିତ ହନୁମାନ ଚାଳିଶାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି। ଗିନିଜ୍‌ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ଏହାକୁ ସାମିଲ କରିବା ପାଇଁ ସେ ଆବେଦନ କରିଥିବା ଅରୁଣ କହିଛନ୍ତି। ଅରୁଣଙ୍କ ଘର ହିଞ୍ଜିଳିକାଟୁ ବ୍ଲକ୍‌ କଞ୍ଚୁଡ଼ୁ ପଞ୍ଚାୟତର କଣ୍ଟେଇକୋଳି ଗ୍ରାମରେ। ସେ ତାଙ୍କ ପିତା ଭାସ୍କର ସାହୁଙ୍କ ଠାରୁ କାଠ କାମ ଶିଖିଥିଲେ ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ଇତିମଧ୍ୟରେ ସେ କାଠରେ ଧଉଳି ଶାନ୍ତି ସ୍ତୂପ, ତାଜମହଲ, ଇଫେଲ ଟାୱାର, ଓଡ଼ିଶା ବିଧାନ ସଭାର ପ୍ରତିକୃତି ଆଦି ନିର୍ମାଣ କରିଛନ୍ତି। ଏଥିରୁ କିଛି ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ମଧ୍ୟ ପାଇଛି। ତେବେ ସବୁଠାରୁ ଗୁରତ୍ୱପୂର୍ଣ୍ଣ ବିଷୟ ହେଲା ୩୨ ବର୍ଷୀୟ ଅରୁଣଙ୍କୁ ପିଲାଟି ଦିନରୁ ଏଥିପ୍ରତି ଇଚ୍ଛା ନଥିଲା। ପ୍ରତିଦିନ ଅରୁଣଙ୍କ ପିତା ଏହି କାମ କରୁଥିବା ସମୟରେ ସେ ଏହାକୁ ଦେଖି ଖେଳନା ବୋଲି ଭାବୁଥିଲେ। ପିଲାଟି ଦିନରୁ ରାଜ୍ୟ ତଥା ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଦର୍ଶନୀୟ ସ୍ଥାନ ବୁଲିବା ଏବଂ ସେହି ସବୁ ସ୍ଥାନ ବିଷୟରେ ଜାଣିବାକୁ ତାଙ୍କ ମନରେ ପ୍ରବଳ ଆଗ୍ରହ ଥିଲା। ହେଲେ ପରିବାରର ଆର୍ଥିକ ସ୍ଥିତି ତାଙ୍କୁ ବାପାଙ୍କ କାମରେ ସହଯୋଗ କରିବାକୁ ବାଧ୍ୟ କରିଥିଲା । ଯୁକ୍ତ ୨ ପାଠପଢା ସରିବା ପରେ ସେ ଏହି କାମରେ ଲାଗି ପଡ଼ିଥିଲେ। ଯାହା ଦେଖିବାକୁ ଇଚ୍ଛାହୁଏ ସେ କାଠରେ ତାହା ନିର୍ମାଣ କରନ୍ତି ଓ ନିଜ ପାଖରେ ସାଇତି ରଖନ୍ତି। ଏଭଳି କରି ନିଜର ଆଶା ଓ ଅଭିଳାଷକୁ ସେ ପୂରଣ କରିଥିବା କଥା ଅରୁଣ କୁହନ୍ତି। ଘରର ସେ ମଝିଆ ପୁଅ ହୋଇଥିବାବେଳେ ତାଙ୍କ ବଡ଼ ଭାଇ ମଧ୍ୟ କାଠ କାମ କରନ୍ତି। ପୂରା ପରିବାରର ବେଉସା କହିଲେ କାଠକାମ ହିଁ ବୁଝାଏ। ହନୁମାନ ଚାଳିଶା ପାଠ କରିବା ସମୟରେ ସେ ଦେଖିଥିବା ସ୍ବପ୍ନକୁ ବାସ୍ତବ ରୂପ ଦେବାରେ ସେ ଆଜି ସକ୍ଷମ ହୋଇଛନ୍ତି। ତାଙ୍କର ଏଭଳି କଳାକୃତି ଦେଖି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କର ଏହି କଳାକୃତି କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ ସାରା ଓଡ଼ିଶା ପାଇଁ ଏହା ଗର୍ବ ଓ ଗୌରବର ବିଷୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

03 Jun 2021 By The Sakala

ଭାବନାରୁ ସାଧନା: କାଠରେ ହନୁମାନ ଚାଳିଶା ପୁସ୍ତକ

କରୋନା ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ ଓ ଶଙ୍କିତ। ଏହି ରୋଗ କବଳରୁ ମୁକ୍ତି ପାଇବା ପାଇଁ ସମସ୍ତେ ଏବେ ତ୍ରାହି ତ୍ରାହି ଡାକ ଦେଉଛନ୍ତି। ଏହି ମହାମାରୀକୁ ଦୂରେଇ ଦେବା ପାଇଁ ଆମ ଦେଶରେ ଅନେକସ୍ଥାନରେ ପୂଜାପାଠ କରାଯାଉଥିବାର ମଧ୍ୟ ନଜିର ରହିଛି। ଗଞ୍ଜାମର ଅରୁଣ ସାହୁ ନାମକ ଜଣେ ଯୁବକ କରୋନାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କରୁଥିଲେ। ଏହି ସମୟରେ କାଠରେ ହନୁମାନ ଚାଳିଶା ପୁସ୍ତକ ପ୍ରସ୍ତୁତ କରିବା ପାଇଁ ତାଙ୍କ ମୁଣ୍ଡରେ ଏକ ବୁଦ୍ଧି ଜୁଟିଲା। ଭାବନା, ସାଧନା ଓ ଭକ୍ତିକୁ ଆୟୁଧ କରି ସେ କାଠରେ ହନୁମାନ ଚାଳିଶା ପୁସ୍ତକ ପ୍ରସ୍ତୁତ କଲେ । ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ହନୁମାନ ଚାଳିଶାର ପ୍ରତିଟି ଦୋହା ଏବଂ ଚୌପାଇକୁ କାଠରେ ସୁନ୍ଦର ଭାବେ ଖୋଦେଇ କରିବାରେ ସେ ସଫଳ ହେଲେ। ଗମ୍ଭାରୀ କାଠରେ ନିର୍ମିତ ଏହି ହନୁମାନ ଚାଳିଶାର ଦୈର୍ଘ୍ୟ ୧୦.୫ ଇଞ୍ଚ, ପ୍ରସ୍ଥ ୯.୦ ଓ ମୋଟେଇ ୨.୫ଇଞ୍ଚ । ଏଥିରେ ମୋଟ ୫ଟି ପୃଷ୍ଠା ରହିଥିବା ବେଳେ ଦୁଇଟି ମଲାଟ ରହିଛି। ମଲାଟ ଉପରେ ବିରାଜିତ ହନୁମାନଙ୍କ ପ୍ରତିକୃତି ଏହାର ମୁଖ୍ୟ ଆକର୍ଷଣ ସାଜିଛି। କାଠ, ନିହାଣ ଓ ପତଳା ଆରି ର(ବ୍ଲେଡ୍‌) ବ୍ୟବହାର କରି ସେ ଏହାକୁ ଅବିକଳ କାଗଜରେ ପ୍ରସ୍ତୁତ ହନୁମାନ ଚାଳିଶା ପୁସ୍ତକର ରୂପ ଦେଇଛନ୍ତି।

ବର୍ତ୍ତମାନ ସେ ଦୁଇଟି କାଠ ଖୋଦିତ ହନୁମାନ ଚାଳିଶା ତିଆରି କରିଛନ୍ତି। ପ୍ରଥମଟିକୁ ପ୍ରସ୍ତୁତ କରିବାକୁ ତାଙ୍କୁ ଏକମାସ ସମୟ ଲାଗିଥିବା ବେଳେ ଦ୍ବିତୀୟଟିକୁ ପ୍ରସ୍ତୁତ କରିବାକୁ ୨୫ ଦିନ ସମୟ ଲାଗିଛି। ସେ ଏହି ଦୁଇଟି କାଠ ଖୋଦିତ ହନୁମାନ ଚାଳିଶାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି। ଗିନିଜ୍‌ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ଏହାକୁ ସାମିଲ କରିବା ପାଇଁ ସେ ଆବେଦନ କରିଥିବା ଅରୁଣ କହିଛନ୍ତି। ଅରୁଣଙ୍କ ଘର ହିଞ୍ଜିଳିକାଟୁ ବ୍ଲକ୍‌ କଞ୍ଚୁଡ଼ୁ ପଞ୍ଚାୟତର କଣ୍ଟେଇକୋଳି ଗ୍ରାମରେ। ସେ ତାଙ୍କ ପିତା ଭାସ୍କର ସାହୁଙ୍କ ଠାରୁ କାଠ କାମ ଶିଖିଥିଲେ ।

ଇତିମଧ୍ୟରେ ସେ କାଠରେ ଧଉଳି ଶାନ୍ତି ସ୍ତୂପ, ତାଜମହଲ, ଇଫେଲ ଟାୱାର, ଓଡ଼ିଶା ବିଧାନ ସଭାର ପ୍ରତିକୃତି ଆଦି ନିର୍ମାଣ କରିଛନ୍ତି। ଏଥିରୁ କିଛି ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ମଧ୍ୟ ପାଇଛି। ତେବେ ସବୁଠାରୁ ଗୁରତ୍ୱପୂର୍ଣ୍ଣ ବିଷୟ ହେଲା ୩୨ ବର୍ଷୀୟ ଅରୁଣଙ୍କୁ ପିଲାଟି ଦିନରୁ ଏଥିପ୍ରତି ଇଚ୍ଛା ନଥିଲା। ପ୍ରତିଦିନ ଅରୁଣଙ୍କ ପିତା ଏହି କାମ କରୁଥିବା ସମୟରେ ସେ ଏହାକୁ ଦେଖି ଖେଳନା ବୋଲି ଭାବୁଥିଲେ। ପିଲାଟି ଦିନରୁ ରାଜ୍ୟ ତଥା ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଦର୍ଶନୀୟ ସ୍ଥାନ ବୁଲିବା ଏବଂ ସେହି ସବୁ ସ୍ଥାନ ବିଷୟରେ ଜାଣିବାକୁ ତାଙ୍କ ମନରେ ପ୍ରବଳ ଆଗ୍ରହ ଥିଲା। ହେଲେ ପରିବାରର ଆର୍ଥିକ ସ୍ଥିତି ତାଙ୍କୁ ବାପାଙ୍କ କାମରେ ସହଯୋଗ କରିବାକୁ ବାଧ୍ୟ କରିଥିଲା । ଯୁକ୍ତ ୨ ପାଠପଢା ସରିବା ପରେ ସେ ଏହି କାମରେ ଲାଗି ପଡ଼ିଥିଲେ। ଯାହା ଦେଖିବାକୁ ଇଚ୍ଛାହୁଏ ସେ କାଠରେ ତାହା ନିର୍ମାଣ କରନ୍ତି ଓ ନିଜ ପାଖରେ ସାଇତି ରଖନ୍ତି। ଏଭଳି କରି ନିଜର ଆଶା ଓ ଅଭିଳାଷକୁ ସେ ପୂରଣ କରିଥିବା କଥା ଅରୁଣ କୁହନ୍ତି। ଘରର ସେ ମଝିଆ ପୁଅ ହୋଇଥିବାବେଳେ ତାଙ୍କ ବଡ଼ ଭାଇ ମଧ୍ୟ କାଠ କାମ କରନ୍ତି। ପୂରା ପରିବାରର ବେଉସା କହିଲେ କାଠକାମ ହିଁ ବୁଝାଏ। ହନୁମାନ ଚାଳିଶା ପାଠ କରିବା ସମୟରେ ସେ ଦେଖିଥିବା ସ୍ବପ୍ନକୁ ବାସ୍ତବ ରୂପ ଦେବାରେ ସେ ଆଜି ସକ୍ଷମ ହୋଇଛନ୍ତି। ତାଙ୍କର ଏଭଳି କଳାକୃତି ଦେଖି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କର ଏହି କଳାକୃତି କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ ସାରା ଓଡ଼ିଶା ପାଇଁ ଏହା ଗର୍ବ ଓ ଗୌରବର ବିଷୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp