ଜାଣନ୍ତୁ କ’ଣ ରହିଛି ରଙ୍ଗର ମହତ୍ତ୍ବ: କେଉଁ ଠାକୁରଙ୍କୁ କେଉଁ ରଙ୍ଗର ଫଗୁ…..

The Sakala Picture
Published On

ହୋଲି ହେଉଛି ରଙ୍ଗ ବେରଙ୍ଗର ଏମିତି ଏକ ପର୍ବ, ଯାହାକି ରଙ୍ଗ ମେଳ ସହ ମନୁଷ୍ୟତାର ମେଳକୁ ବି ଦର୍ଶାଏ। ଏହାକୁ ସବୁ ଧର୍ମର ଲୋକ ପୂରା ଉତ୍ସାହ ଓ ଆନନ୍ଦ ମନରେ ପାଳନ କରନ୍ତି। ପ୍ରେମର ରଙ୍ଗରେ ପୂର୍ଣ୍ଣ ଏହି ପର୍ବ ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟ, ଜାତିର ବନ୍ଧନକୁ ମୁକ୍ତ କରି ଭାଇଚାରାର ବାର୍ତ୍ତା ପ୍ରଦାନ କରେ। ତେବେ ଏହିଦିନ ଲଗାଯାଉଥିବା ଫଗୁ ରଙ୍ଗର ମଧ୍ୟ ବିଶେଷ ମହତ୍ତ୍ବ ଅଛି। କ’ଣ ରହିଛି ରଙ୍ଗର ମହତ୍ତ୍ବ […]

ହୋଲି ହେଉଛି ରଙ୍ଗ ବେରଙ୍ଗର ଏମିତି ଏକ ପର୍ବ, ଯାହାକି ରଙ୍ଗ ମେଳ ସହ ମନୁଷ୍ୟତାର ମେଳକୁ ବି ଦର୍ଶାଏ। ଏହାକୁ ସବୁ ଧର୍ମର ଲୋକ ପୂରା ଉତ୍ସାହ ଓ ଆନନ୍ଦ ମନରେ ପାଳନ କରନ୍ତି। ପ୍ରେମର ରଙ୍ଗରେ ପୂର୍ଣ୍ଣ ଏହି ପର୍ବ ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟ, ଜାତିର ବନ୍ଧନକୁ ମୁକ୍ତ କରି ଭାଇଚାରାର ବାର୍ତ୍ତା ପ୍ରଦାନ କରେ। ତେବେ ଏହିଦିନ ଲଗାଯାଉଥିବା ଫଗୁ ରଙ୍ଗର ମଧ୍ୟ ବିଶେଷ ମହତ୍ତ୍ବ ଅଛି। କ’ଣ ରହିଛି ରଙ୍ଗର ମହତ୍ତ୍ବ ଏବଂ କେଉଁ ରଙ୍ଗର ଫଗୁ କେଉଁ ଠାକୁରଙ୍କୁ ହୋଲିରେ ଲଗାଇବା ଦରକାର, ସେ ସମ୍ପର୍କରେ ଜାଣିବା।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

ନାଲି ରଙ୍ଗ: ହୋଲିରେ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ରଙ୍ଗ ହେଉଛି ନାଲି। ନାଲି ରଙ୍ଗର ଅନେକ ମହତ୍ତ୍ବ ବି ଅଛି। ଏହା ମହତ୍ତ୍ବାକାଂକ୍ଷା, ଉତ୍ତେଜନା, କ୍ରୋଧ, ପରାକ୍ରମ ଏବଂ ସାହସର ପ୍ରତୀକ। ଧାର୍ମିକ କାର୍ଯ୍ୟରେ ନାଲି ରଙ୍ଗର ମଧ୍ୟ ଖୁବ୍ ବ୍ୟବହାର ହୁଏ। ତେବେ ମା’ ଦୁର୍ଗା, ଗଣେଶ, ଲକ୍ଷ୍ମୀ ଏବଂ ହନୁମାନଙ୍କ ପ୍ରିୟ ରଙ୍ଗ ହେଉଛି ନାଲି। ଏଣୁ ହୋଲି ଅବସରରେ ଏହି ଦେବୀଦେବତାଙ୍କୁ ନାଲି ଫଗୁ ଅର୍ପଣ କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୁଏ।

ହଳଦିଆ ରଙ୍ଗ: ହଳଦିଆ ରଙ୍ଗ ଖୁସି ଓ ସମ୍ମାନର ପ୍ରତୀକ। ହୋଲିରେ ଏହି ରଙ୍ଗର ବ୍ୟବହାର ଖୁବ୍ କରାଯାଏ। ତେବେ ସରସ୍ବତୀଙ୍କୁ ଶ୍ବେତ ବସ୍ତ୍ର ଅର୍ପଣ କରିବା ସହ ହୋଲିରେ ହଳଦିଆ ରଙ୍ଗ ଫଗୁ ଅର୍ପଣ କରନ୍ତୁ। ସେହିପରି କୃଷ୍ଣ ଓ ବିଷ୍ଣୁଙ୍କୁ ମଧ୍ୟ ଏହି ରଙ୍ଗର ଅବିର ଲଗାନ୍ତୁ।

ନୀଳ ରଙ୍ଗ: ଖୁସିର ପ୍ରତୀକ ନୀଳ। ଏହା ଦ୍ବାରା ମିଳାମିଶା ବଢ଼େ ଏବଂ ସମ୍ପର୍କରେ ଖୁସି ପରିଲକ୍ଷିତ ହୁଏ। ତେବେ ଭଗବାନ ଶିବଙ୍କୁ ଏହି ରଙ୍ଗ ଅବିର ଅର୍ପଣ କରିବା ସହ ଭସ୍ମ ଲଗାଇପାରିବେ। ନୀଳକଣ୍ଠ ନାମ ହୋଇଥିବାରୁ ମହାଦେବଙ୍କୁ ନୀଳ ରଙ୍ଗ ଜିନିଷ ଏହିଦିନ ଅର୍ପଣ କରିବା ଶୁଭ। ଏଭଳି କରିବା ଦ୍ବାରା ଭଗବାନ ଶିବଙ୍କ କୃପା ଲାଭ ହୁଏ।

25 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp