ରିଲାଏନ୍ସ ପକ୍ଷରୁ ‘ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି’ କାର୍ଯ୍ୟକ୍ରମ ଆରମ୍ଭ, ନିଯୁକ୍ତି ପାଇଁ ଚାଲିଛି ଆବେଦନ….

The Sakala Picture
Published On

ଭୁବନେଶ୍ୱର: ଭାରତର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ‘ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି’ କାର୍ଯ୍ୟକ୍ରମ ଆରମ୍ଭ କରିଛି । ପେଟ୍ରୋକେମିକାଲ୍ସ ଠାରୁ ଆରମ୍ଭ କରି ନୂତନ ଶକ୍ତି ପର୍ଯ୍ୟନ୍ତ ସମସ୍ତ ବିଭାଗରେ ସ୍ନାତକ ଇଞ୍ଜିନିୟର ନିଯୁକ୍ତି କରିବାକୁ ଏହା ଲକ୍ଷ୍ୟ ରଖିଛି । କମ୍ପାନୀର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି (ଜିଇଟି) ୨୦୨୪ କାର୍ଯ୍ୟକ୍ରମ ନାମରେ ରିଲାଏନ୍ସ ଭାରତର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ […]

ଭୁବନେଶ୍ୱର: ଭାରତର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ‘ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି’ କାର୍ଯ୍ୟକ୍ରମ ଆରମ୍ଭ କରିଛି । ପେଟ୍ରୋକେମିକାଲ୍ସ ଠାରୁ ଆରମ୍ଭ କରି ନୂତନ ଶକ୍ତି ପର୍ଯ୍ୟନ୍ତ ସମସ୍ତ ବିଭାଗରେ ସ୍ନାତକ ଇଞ୍ଜିନିୟର ନିଯୁକ୍ତି କରିବାକୁ ଏହା ଲକ୍ଷ୍ୟ ରଖିଛି ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

କମ୍ପାନୀର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି (ଜିଇଟି) ୨୦୨୪ କାର୍ଯ୍ୟକ୍ରମ ନାମରେ ରିଲାଏନ୍ସ ଭାରତର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି । ଏହାର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବୈଷୟିକ ଭୂମିକାରେ ଯୁବ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନିୟରିଂ ପ୍ରତିଭା ନିଯୁକ୍ତ କରିବା ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଏହି ବର୍ଷ ଆବେଦନ ପ୍ରକ୍ରିୟା ପ୍ରଥମ ଥର ପାଇଁ ଅନଲାଇନରେ ମାଧ୍ୟମରେ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଜାନୁୟାରୀ ୧୧ ରୁ ଆରମ୍ଭ ହୋଇଛି । ପଞ୍ଜୀକରଣ ପାଇଁ ଶେଷ ତାରିଖ ହେଉଛି ଜାନୁୟାରୀ ୧୯ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଏହି କାର୍ଯ୍ୟକ୍ରମ ଅଧୀନରେ, କମ୍ପାନୀ ପକ୍ଷରୁ ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ ଗୁଡିକର ରସାୟନ (କେମିକାଲ), ଇଲେକ୍ଟ୍ରିକାଲ, ଯାନ୍ତ୍ରିକ (ମେକାନିକାଲ) ଓ ଇନଷ୍ଟ୍ରୁମେଣ୍ଟେସନ ଭଳି ବିଭିନ୍ନ ବିଭାଗର ୨୦୨୪ ବ୍ୟାଚ୍ ବି.ଟେକ୍ ଏବଂ ବି.ଇ. ସ୍ନାତକମାନଙ୍କ ଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି । ମନୋନୀତ ଛାତ୍ରଛାତ୍ରୀମାନେ ଫେବୃଆରୀ ୫ ରୁ ୮ ତାରିଖ ମଧ୍ୟରେ ଅନଲାଇନ୍ ମୂଲ୍ୟାଙ୍କନ (ଜ୍ଞାନଗତ ପରୀକ୍ଷା ଏବଂ ବିଷୟବସ୍ତୁ) ରେ ସାମିଲ ହେବେ । ଏଥିରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଫେବୃଆରୀ ୨୩ ରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ସାକ୍ଷାତକାର ନିଆଯିବ । ମାର୍ଚ୍ଚ ଶେଷରେ ଚୟନ ପ୍ରକ୍ରିୟା ଶେଷ ହେବ ।

13 Jan 2024 By The Sakala

ରିଲାଏନ୍ସ ପକ୍ଷରୁ ‘ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି’ କାର୍ଯ୍ୟକ୍ରମ ଆରମ୍ଭ, ନିଯୁକ୍ତି ପାଇଁ ଚାଲିଛି ଆବେଦନ….

ଭୁବନେଶ୍ୱର: ଭାରତର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ‘ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି’ କାର୍ଯ୍ୟକ୍ରମ ଆରମ୍ଭ କରିଛି । ପେଟ୍ରୋକେମିକାଲ୍ସ ଠାରୁ ଆରମ୍ଭ କରି ନୂତନ ଶକ୍ତି ପର୍ଯ୍ୟନ୍ତ ସମସ୍ତ ବିଭାଗରେ ସ୍ନାତକ ଇଞ୍ଜିନିୟର ନିଯୁକ୍ତି କରିବାକୁ ଏହା ଲକ୍ଷ୍ୟ ରଖିଛି ।

କମ୍ପାନୀର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି (ଜିଇଟି) ୨୦୨୪ କାର୍ଯ୍ୟକ୍ରମ ନାମରେ ରିଲାଏନ୍ସ ଭାରତର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି । ଏହାର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବୈଷୟିକ ଭୂମିକାରେ ଯୁବ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନିୟରିଂ ପ୍ରତିଭା ନିଯୁକ୍ତ କରିବା ।

ଏହି ବର୍ଷ ଆବେଦନ ପ୍ରକ୍ରିୟା ପ୍ରଥମ ଥର ପାଇଁ ଅନଲାଇନରେ ମାଧ୍ୟମରେ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଜାନୁୟାରୀ ୧୧ ରୁ ଆରମ୍ଭ ହୋଇଛି । ପଞ୍ଜୀକରଣ ପାଇଁ ଶେଷ ତାରିଖ ହେଉଛି ଜାନୁୟାରୀ ୧୯ ।

ଏହି କାର୍ଯ୍ୟକ୍ରମ ଅଧୀନରେ, କମ୍ପାନୀ ପକ୍ଷରୁ ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ ଗୁଡିକର ରସାୟନ (କେମିକାଲ), ଇଲେକ୍ଟ୍ରିକାଲ, ଯାନ୍ତ୍ରିକ (ମେକାନିକାଲ) ଓ ଇନଷ୍ଟ୍ରୁମେଣ୍ଟେସନ ଭଳି ବିଭିନ୍ନ ବିଭାଗର ୨୦୨୪ ବ୍ୟାଚ୍ ବି.ଟେକ୍ ଏବଂ ବି.ଇ. ସ୍ନାତକମାନଙ୍କ ଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି । ମନୋନୀତ ଛାତ୍ରଛାତ୍ରୀମାନେ ଫେବୃଆରୀ ୫ ରୁ ୮ ତାରିଖ ମଧ୍ୟରେ ଅନଲାଇନ୍ ମୂଲ୍ୟାଙ୍କନ (ଜ୍ଞାନଗତ ପରୀକ୍ଷା ଏବଂ ବିଷୟବସ୍ତୁ) ରେ ସାମିଲ ହେବେ । ଏଥିରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଫେବୃଆରୀ ୨୩ ରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ସାକ୍ଷାତକାର ନିଆଯିବ । ମାର୍ଚ୍ଚ ଶେଷରେ ଚୟନ ପ୍ରକ୍ରିୟା ଶେଷ ହେବ ।

https://www.thesakala.in/recruitment/ril-launches-graduate-engineer-trainee-programme-to-hire-engineers/article-29101
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp