ବଢୁଛି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ଚାହିଦା: କ୍ୟାରିଅର କରିବାକୁ ଚାହୁଁଥିଲେ ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା…..

The Sakala Picture
Published On

ସାମ୍ପ୍ରତିକ ସ୍ଥିତିରେ ଡିଜିଟାଲ କ୍ରାନ୍ତିକୁ ଲାଗୁ କରିବା ପାଇଁ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ପ୍ରାଦ୍ୟୋଗିକ ଉପଯୋଗ ବହୁଳ ଭାବେ ବଢ଼ିଛି। ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ମେଧା କମ୍ପ୍ୟୁଟର୍‌ ସାଇନ୍ସର ଏକ ଉପବିଭାଗ। ଯାହାକି ଶିକ୍ଷାକ୍ଷେତ୍ରଠୁ ଆରମ୍ଭ କରି ଜଟିଳ ଚିକିତ୍ସା, ଜଳବାୟୁ ପରିବର୍ତ୍ତନ ଆଦି ଅନେକ ସମସ୍ୟା ସମାଧାନରେ ସହଜସାଧ୍ୟ ହୋଇଛି। ଏହା କମ୍ପ୍ୟୁଟିଂ ସିଷ୍ଟମ୍‌ ଉପରେ ଆଧାରିତ। ‘ଏଆଇ’ କ୍ଷେତ୍ରଟି ମାନବସମ୍ବଳ କମ୍‌ କରିବା ପାଇଁ କାର୍ଯ୍ୟ କରୁଥିବାବେଳେ ଏ କ୍ଷେତ୍ରରେ ନିଯୁକ୍ତିର […]

ସାମ୍ପ୍ରତିକ ସ୍ଥିତିରେ ଡିଜିଟାଲ କ୍ରାନ୍ତିକୁ ଲାଗୁ କରିବା ପାଇଁ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ପ୍ରାଦ୍ୟୋଗିକ ଉପଯୋଗ ବହୁଳ ଭାବେ ବଢ଼ିଛି। ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ମେଧା କମ୍ପ୍ୟୁଟର୍‌ ସାଇନ୍ସର ଏକ ଉପବିଭାଗ। ଯାହାକି ଶିକ୍ଷାକ୍ଷେତ୍ରଠୁ ଆରମ୍ଭ କରି ଜଟିଳ ଚିକିତ୍ସା, ଜଳବାୟୁ ପରିବର୍ତ୍ତନ ଆଦି ଅନେକ ସମସ୍ୟା ସମାଧାନରେ ସହଜସାଧ୍ୟ ହୋଇଛି। ଏହା କମ୍ପ୍ୟୁଟିଂ ସିଷ୍ଟମ୍‌ ଉପରେ ଆଧାରିତ। ‘ଏଆଇ’ କ୍ଷେତ୍ରଟି ମାନବସମ୍ବଳ କମ୍‌ କରିବା ପାଇଁ କାର୍ଯ୍ୟ କରୁଥିବାବେଳେ ଏ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ବଢ଼ିଚାଲିଛି।

ଯୋଗ୍ୟତା
ଦ୍ବାଦଶ ପାସ୍‌ ପରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କିମ୍ବା ରୋବୋଟିକ୍‌ରେ ସ୍ନାତକ ଡିଗ୍ରୀ କରି ଏ କ୍ଷେତ୍ରରେ ନିଜ କ୍ୟାରିୟର ଗଢ଼ିପାରିବେ। ଏଥିପାଇଁ ଜେଇ ମେନ୍‌ ପରୀକ୍ଷାରେ ପାସ୍‌ କରିବା ଦରକାର। ଗଣିତ, କମ୍ପ୍ୟୁଟର୍‌ ଏବଂ ବିଜ୍ଞାନରେ ଅଧିକ ଜ୍ଞାନ ଥିବା ଦରକାର। ପୋଷ୍ଟ ଗ୍ରାଜୁଏଟ ସାର୍ଟିଫିକେଟ ପ୍ରୋଗ୍ରାମ, ପିଜି ପ୍ରୋଗ୍ରାମ, ମେସିନ୍‌ ଲର୍ଣ୍ଣିଂ ପ୍ରମୁଖ କୋର୍ସ ଏହି କ୍ଷେତ୍ରରେ କରିପାରିେବ। ପଦୋନ୍ନତି ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିମ୍ବା ରୋବୋଟିକ୍‌ରେ ଏମ୍‌ଟେକ୍‌ ଡିଗ୍ରି କରିବା ଲାଭଦାୟକ।

ଦାୟିତ୍ବ
ଚିକିତ୍ସା ପଦ୍ଧତି ହେଉ କି ଶିକ୍ଷା, କୃଷି, ମନୋରଞ୍ଜନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଏଆଇ କୌଶଳରେ କମ୍ପ୍ୟୁଟର ପ୍ରୋଗ୍ରାମ ଡାଟାକୁ ଅନୁଧ୍ୟାନ କରି ଭବିଷ୍ୟତରେ ସମସ୍ତ ସମସ୍ୟାର ସମାଧାନ କାଢ଼ିବାକୁ ହୁଏ। ମେସିନ ଲର୍ଣ୍ଣିଂ ଇଞ୍ଜିନିୟର, ବିଗ୍‌ ଡାଟା ଆନାଲିଷ୍ଟ, ବିଜିନେସ୍‌ ଇଣ୍ଟେଲିଜେନ୍ସ ଡେଭଲପର ଆଦି ଭାବେ ମେସିନ, ଭିଜନ, ସ୍ପିଚ୍‌ କ୍ରେଡିଡ କାର୍ଡ, ଆଣ୍ଟି ମନିଲଣ୍ଡରିଂ ଆଦି ସମସ୍ତ କ୍ଷେତ୍ରରେ କାମ କରିବାକୁ ପଡ଼େ। ଆର୍ଥିକ କ୍ଷେତ୍ରରେ ‘ଏଆଇ’ ଆଧାରିତ ପ୍ରାଦ୍ୟୋଗିକ ଷ୍ଟକ୍‌ ଟ୍ରେଡିଂର ଗତିଶୀଳତାକୁ ଭଲଭାବେ ବିଶ୍ଳେଷଣ କରିଥାଏ। କୃଷି କ୍ଷେତ୍ରରେ ‘ଏଆଇ’ ଆଧାରିତ ମେସିନ୍‌ରେ ରୋବୋଟ ଏବଂ ଏଲ୍‌ଗାରିଦମ୍‌ କାର୍ଯ୍ୟକରେ । ଡିଜାଇନ୍‌ ଇନ୍‌ଷ୍ଟ୍ରକସନ୍‌, ଅପରେସନ ଟେଷ୍ଟିଂ, ସିଷ୍ଟମ ମେଣ୍ଟେନାନ୍ସ, ରିପେୟାରିଂ ଆଦି କାମ କରିପାରିବେ । ତେବେ କମ୍ପ୍ୟୁଟର ଦ୍ବାରା ସମସ୍ତ କାର୍ଯ୍ୟ ସମ୍ଭବ ହେଉଥିଲେ ମଧ୍ୟ ଅଭିଜ୍ଞ ବ୍ୟକ୍ତି ଏଥିପାଇଁ ନିଯୁକ୍ତି ପାଇଥାନ୍ତି।
ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ବିଦ୍ୟାର୍ଥୀଙ୍କ ପାଇଁ ଏଆଇ ନୂତନ ସମ୍ଭାବନା ଆଣିଛି। ପରମ୍ପରାଗତ ଇଞ୍ଜିନିୟରିଂ କ୍ଷେତ୍ର ଅପେକ୍ଷା ଏହି କ୍ଷେତ୍ରରେ ଏବେ ପ୍ରତିଯୋଗିତା ବହୁତ କମ୍। ଏଆଇ କୌଶଳରେ ଅଭିଜ୍ଞ ବ୍ୟକ୍ତିଙ୍କୁ କମ୍ପ୍ୟୁଟର ଶିକ୍ଷା ମାଧ୍ୟମରେ ସଫ୍ଟୱେର୍‌ ଆନାଲିଷ୍ଟ, ରୋବୋଟିକ ପ୍ରୋଗ୍ରାମର୍ସ, ଏଲଗୋରିଦମ ସ୍ପେଶାଲିଷ୍ଟ, ଗେମିଂ କ୍ଷେତ୍ରରେ ପ୍ରୋଗାର୍ମସ, ସର୍ଚ୍ଚ ଇଞ୍ଜିନରେ ଆନାଲୋଟିକ୍ସ ଆଦି ପଦରେ ଚାକିରି ମିଳିପାରିବ। ସେହିପରି ଯେଉଁମାନେ ରୋବୋଟିକ କୌଶଳରେ ପାଠ ପଢ଼ିଥାନ୍ତି ରୋବୋଟ ଟେକ୍ନୋଲୋଜି, କମ୍ପ୍ୟୁଟର୍‌ କଣ୍ଟ୍ରୋଲ୍‌ ମେସିନ୍‌ ପ୍ରୋଗ୍ରାମିଂ, ରୋେବାଟିକ୍‌ ସାଇଣ୍ଟିଷ୍ଟ, ରୋବୋଟିକ୍‌ ସେଲ୍ସରେ ମଧ୍ୟ କାମ କରିବାର ସୁଯୋଗ ରହିଛି। ଆଗାମୀ ଦିନରେ ଉଭୟ ବ୍ୟକ୍ତି ଓ ମେସିନ୍‌ ଦ୍ବାରା କାମ ପାଇଁ ମ୍ୟାନ-ମେସିନ୍‌ ଟିମିଂ ମ୍ୟାନେଜର ପଦରେ ନିଯୁକ୍ତି ସୃଷ୍ଟି ହେବା ସହ ବିଭିନ୍ନ କ୍ଷେତ୍ରରେ କ୍ୟାରିୟର କରିବାର ସମ୍ଭାବନା ରହିଛି।

କେଉଁଠି କାମ କରିବେ
ଆଇଟି, ରିଟେଲ୍‌, ଫାଇନାନ୍ସ ଟେକ୍ସଟାଇଲ୍‌ ଏବଂ ଅଟୋସେକ୍ଟର୍‌ ଆଦି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ରହିଛି।

ଦରମା
ଫ୍ରେସରମାନଙ୍କୁ ଏହି କ୍ଷେତ୍ରରେ ବାର୍ଷିକ ୧୦ରୁ ୧୫ଲକ୍ଷ ଟଙ୍କା ମିଳୁଥିବା ବେଳେ ପରେ ଦକ୍ଷତା ଅନୁଯାୟୀ ଦରମା ବୃଦ୍ଧି ପାଇଥାଏ। ଏପରିକି ଜଣେ ଅଭିଜ୍ଞ ବ୍ୟକ୍ତି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ ହାସଲ କରିପାରିବେ।

ପ୍ରମୁଖ ସଂସ୍ଥାନ
ଓୟୁଟିଆର୍‌, ଭୁବନେଶ୍ବର
ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ଭୁବନେଶ୍ବର
ଆଇଆଇଟି, ଖଡ଼ଗପୁର, ଦିଲ୍ଲୀ, ମୁମ୍ବାଇ, କାନପୁର, ମାଡ୍ରାସ, ଗୁଆହାଟି
ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବେଙ୍ଗାଲୁର, କୋଲକତା

06 Apr 2023 By The Sakala

https://www.thesakala.in/recruitment/demand-for-artificial-intelligence-is-on-the-rise-what-are-the-qualifications-for-career-aspiring/article-20512
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର