ରୋବୋଟିକ୍ସ ଇଞ୍ଜିନିୟରିଂରେ କ୍ୟାରିୟର କରିବାକୁ ଚାହୁଁଥିଲେ, ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା ଓ କିପରି ରହିଛି ନିଯୁକ୍ତି କ୍ଷେତ୍ରରେ ସୁଯୋଗ….

The Sakala Picture
Published On

ଆଜିକାଲି ମନୁଷ୍ୟର କାର୍ଯ୍ୟକୁ ସହଜ କରୁଛି ମେସିନ୍‌। ଆଉ ଏବେ ରୋବୋଟ୍‌ ସ୍ବଳ୍ପସମୟରେ ଅନେକ କାର୍ଯ୍ୟକୁ ସହଜରେ କରିପାରୁଛି। ଏହି କାରଣରୁ ସ୍ବାସ୍ଥ୍ୟ, ଉଦ୍ୟୋଗ କମ୍ପାନୀ, ଶିଳ୍ପ କାରଖାନା, ଶିକ୍ଷା କ୍ଷେତ୍ରରେ ରୋବୋଟ୍‌ ସାଇନ୍ସର ଆବଶ୍ୟକତା ବଢ଼ିବାରେ ଲାଗିଛି। ଏ କ୍ଷେତ୍ରରେ ଅଧିକ ସୁଯୋଗ ରହିଥିବାରୁ ବର୍ତ୍ତମାନ ଯୁବପିଢ଼ି ରୋବୋଟିକ୍ସ ଇଞ୍ଜିନିୟରିଂରେ କ୍ୟାରିୟର କରିବାକୁ ମନ ବଳାଉଛନ୍ତି। ରୋବୋଟିକ୍ସ ଇଞ୍ଜିନିୟରିଂ ସହିତ କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଏବଂ ମେକାନିକାଲ ଇଞ୍ଜିନିୟରିଂ ଆଦି ମିଳିତ ଭାବେ ରୋବୋଟ୍‌ର […]

ଆଜିକାଲି ମନୁଷ୍ୟର କାର୍ଯ୍ୟକୁ ସହଜ କରୁଛି ମେସିନ୍‌। ଆଉ ଏବେ ରୋବୋଟ୍‌ ସ୍ବଳ୍ପସମୟରେ ଅନେକ କାର୍ଯ୍ୟକୁ ସହଜରେ କରିପାରୁଛି। ଏହି କାରଣରୁ ସ୍ବାସ୍ଥ୍ୟ, ଉଦ୍ୟୋଗ କମ୍ପାନୀ, ଶିଳ୍ପ କାରଖାନା, ଶିକ୍ଷା କ୍ଷେତ୍ରରେ ରୋବୋଟ୍‌ ସାଇନ୍ସର ଆବଶ୍ୟକତା ବଢ଼ିବାରେ ଲାଗିଛି। ଏ କ୍ଷେତ୍ରରେ ଅଧିକ ସୁଯୋଗ ରହିଥିବାରୁ ବର୍ତ୍ତମାନ ଯୁବପିଢ଼ି ରୋବୋଟିକ୍ସ ଇଞ୍ଜିନିୟରିଂରେ କ୍ୟାରିୟର କରିବାକୁ ମନ ବଳାଉଛନ୍ତି।

ରୋବୋଟିକ୍ସ ଇଞ୍ଜିନିୟରିଂ ସହିତ କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଏବଂ ମେକାନିକାଲ ଇଞ୍ଜିନିୟରିଂ ଆଦି ମିଳିତ ଭାବେ ରୋବୋଟ୍‌ର ଡିଜାଇନ୍‌, ଗଠନ, ପାୱାର ସପ୍ଲାଇ, ଇନ୍‌ଫରମେଶନ ପ୍ରୋସେସିଂ ଏବଂ ସଫ୍ଟୱେର ଆଦି କାମ କରିଥାଏ। ଏହା ଏକପ୍ରକାର ସ୍ବୟଂଚାଳିତ ଯାନ୍ତ୍ରିକ ଯନ୍ତ୍ର। ଯାହା କମ୍ପ୍ୟୁଟର ପ୍ରୋଗ୍ରାମିଂ କିମ୍ବା ମେସିନ୍‌ ପ୍ରୋଗ୍ରାମିଂ ଭାଷାର ସହାୟତାରେ କାମ କରିଥାଏ। ତେଣୁ ଜଣେ ବ୍ୟକ୍ତି ନିଜ ଇଚ୍ଛା ମୁତାବକ ଏହାକୁ ନିୟନ୍ତ୍ରଣ କରିପାରନ୍ତି। ଏହି ପ୍ରଣାଳୀରେ ସେନ୍ସର, କଣ୍ଟ୍ରୋଲ ସେନ୍ସର, ମ୍ୟାନିପୁଲେଟ୍‌ସ ପାୱାର ସପ୍ଲାଇ ଏବଂ ସଫ୍ଟୱେର ଆଦି ସଂଯୋଗ ରହିଥÒବାରୁ କାର୍ଯ୍ୟ କରିବାକୁ ସହଜ ହୁଏ। ଇଣ୍ଡଷ୍ଟ୍ରିଆଲ ରୋବୋଟ୍‌, ହୋମ୍‌ ୟୁଜ୍‌ ରୋବୋଟ୍‌, ମେଡିକାଲ ରୋବୋଟ୍‌, ମିଲିଟାରୀ ରୋବୋଟ୍‌, ସ୍ପେଶ୍‌ ରୋବୋଟ୍‌ ଆଦି ଅନେକ ପ୍ରକାର ରୋବୋଟ୍‌ର ବ୍ୟବହାର ଭିନ୍ନ ଭିନ୍ନ ।

ଯୋଗ୍ୟତା
ଏ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ, (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ)ରେ ଦ୍ବାଦଶ ପାସ୍‌ କରିଥିବା ଦରକାର। ଏହାବାଦ୍‌ ମେକାନିକାଲ, ଇଲେକ୍ଟ୍ରିକାଲ, ବି.ଇ (କମ୍ପ୍ୟୁଟର ସାଇନ୍ସ ଆଦି କୋର୍ସରେ ନାଁ ଲେଖାଇ ପାରିବେ। ଡିପ୍ଲୋମା, ଡିଗ୍ରୀ ଓ ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମ ରହିଛି। ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍‌, ଆଡଭାନ୍ସ ରୋବୋଟିକ୍ସ କୋର୍ସ କରି କରିପାରିବେ।

କାମ କ’ଣ
ରୋବୋଟିକ୍ସ ଆଣ୍ଡ୍‌ ଅଟୋମେଶନ ଇଞ୍ଜିନିୟିଂରରେ ଉତ୍ତମ କ୍ୟାରିୟର ପାଇଁ ସୁଯୋଗ ରହିଛି। ପଢ଼ା ପରେ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ, ରୋବୋଟ୍‌ ମ୍ୟାନୁଫ୍ୟାକଚରିଂ ଆଣ୍ଡ ଟେଷ୍ଟିଂ, କ୍ବାଲିଟି କଣ୍ଟ୍ରୋଲ ସେଣ୍ଟରରେ କାମ କରିବାକୁ ସୁଯୋଗ ରହିଛି। ଏ କ୍ଷେତ୍ରରେ କାମ କରିବା ବ୍ୟକ୍ତି ରୋବୋଟିକ୍ସ ଇଞ୍ଜିନିୟର, ରୋବୋଟିକ୍ସ ସାଇଣ୍ଟିଷ୍ଟ, ରୋବୋଟିକ୍ସ ଟେକ୍‌ନିସିଆନ ଭାବେ କାମ କରିଥା’ନ୍ତି। ସେହିପରି ରୋବୋଟିକ୍ସରେ ସ୍ନାତକୋତ୍ତର ପାସ୍‌ କରିଥିବା ବ୍ୟକ୍ତିଙ୍କୁ ନାସା ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନରେ କାମ କରିବାର ସୁଯୋଗ ରହିଛି।

ନିଯୁକ୍ତି ସୁଯୋଗ
ଦେଶ ଓ ବିଦେଶରେ ଚାକିରି ପାଇଁ ଭଲ ସୁଯୋଗ ରହିଛି। ଦକ୍ଷତା ଅନୁଯାୟୀ ଏହି କ୍ଷେତ୍ରରେ ବିଭିନ୍ନ ସରକାରୀ ଓ ବେସରକାରୀ ଉଦ୍ୟୋଗରେ କାମ କରିବାର ସୁଯୋଗ ପାଇବେ। ଘରୋଇ ଶିଳ୍ପ ପ୍ରତିଷ୍ଠାନ, ଅଟୋମୋବାଇଲସ୍‌ ଇଣ୍ଡଷ୍ଟ୍ରୀ ଟୁଲ୍‌ସରେ ସହଜରେ ଆପଣ ଚାକିରି ଚୟନ କରିପାରିବେ। ଏହା ବ୍ୟତୀତ ରୋବୋଟିକ୍ସ ସାଇଣ୍ଟିଷ୍ଟ, ରୋବୋଟିକ୍ସ ଇଞ୍ଜିନିୟରିଂ,ରୋବୋଟିକ୍ସ ଟେକ୍ନିକାଲ ପରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସମ୍ମାନଜନକ ପଦରେ ଚାକିରି କରିପାରିବେ।

ରୋଜଗାର
କାମ ଆରମ୍ଭରୁ ମାସିକ ୫୦ ହଜାରରୁ ୧ ଲକ୍ଷ ଟଙ୍କା ଦରମା ମିଳିଥାଏ। ଦକ୍ଷତା ଅନୁସାରେ ଦରମା ବଢ଼ିଥାଏ। ଯାହାକି, ଜଣେ ବ୍ୟକ୍ତି ୨ ରୁ ୩ ଲକ୍ଷ ଟଙ୍କା ମାସିକ େରାଜଗାର କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର