ପାଟନା ଫେରିଲେ ଲାଲୁ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମେ କ୍ଷମତାରୁ ହଟାଇବାକୁ ପଡିବ

The Sakala Picture
Published On

ପାଟନା : ବିହାରରେ ଆରଜେଡି ଏବଂ ଜେଡିୟୁ ମେଣ୍ଟ କ୍ଷମତାକୁ ଫେରିବା ପରେ ପ୍ରଥମ ଥର ପାଟନା ଫେରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ।ଗଣମାଧ୍ୟମ ପ୍ରତିନିଧିଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ବିଷୟରେ ଆଲୋଚନା ବେଳେ ଲାଲୁ କହିଛନ୍ତି, ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର କେନ୍ଦ୍ରରେ ତୃତୀୟ ଥର କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମକୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବାକୁ ପଡିବ। ଅନ୍ୟପଟେ ନୂଆ କରି ବିହାରରେ ସରକାର […]

ପାଟନା : ବିହାରରେ ଆରଜେଡି ଏବଂ ଜେଡିୟୁ ମେଣ୍ଟ କ୍ଷମତାକୁ ଫେରିବା ପରେ ପ୍ରଥମ ଥର ପାଟନା ଫେରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ।ଗଣମାଧ୍ୟମ ପ୍ରତିନିଧିଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ବିଷୟରେ ଆଲୋଚନା ବେଳେ ଲାଲୁ କହିଛନ୍ତି, ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର କେନ୍ଦ୍ରରେ ତୃତୀୟ ଥର କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମକୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବାକୁ ପଡିବ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଅନ୍ୟପଟେ ନୂଆ କରି ବିହାରରେ ସରକାର ଗଠନ କରିଥିବା ନୀତୀଶ କୁମାରଙ୍କ କ୍ୟାବିନେଟରେ ଥିବା ୩୨ ଜଣ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା। ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ମନ୍ତ୍ରିମଣ୍ଡଳର ୭୨% ମନ୍ତ୍ରୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା ବିଷୟରେ ସୁଶୀଲ ମୋଦୀଙ୍କ ଅଭିଯୋଗ ଉପରେ ଲାଲୁ କହିଛନ୍ତି ଯେ, ବିଜେପି ନେତା ମିଛ କହୁଛନ୍ତି। ସୁଶୀଲ ମୋଦୀ ଜଣେ ମିଛୁଆ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ମଙ୍ଗଳବାର ନୀତିଶ କୁମାର ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିଥିଲେ। ମୋଟ ୩୧ ଜଣ ସଦସ୍ୟ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ହେଲେ ଏହାର ଦିନକ ପରେ ଖୋଦ ରାଜ୍ୟର ଆଇନ ମନ୍ତ୍ରୀଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିବା ଖବର ପ୍ରକାଶ ପାଇଛି। ଅଗଷ୍ଟ ୧୬ରେ ଆରଜେଡି ନେତା ଶ୍ରୀ ସିଂହ ଦାନାପୁର କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା। ତାଙ୍କ ନାଁରେ ଗୋଟିଏ ଅପହରଣ ମାମଲା ଥିବାରୁ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ହାଜର ହେବା ପରିବର୍ତ୍ତେ ବିହାରର ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥିପାଇଁ ତାଙ୍କ ନାଁରେ ୱାରେଣ୍ଟ ଜାରି କରାଯାଇଛି।

ସେପେଟ ଆଜି ପାଟନା ଫେରିଥିବା ଲାଲୁ ପ୍ରସାଦ ଯାଦବ ବୁଧବାର ବିଳମ୍ଵିତ ସନ୍ଧ୍ୟାରେ ୧୦ ସର୍କୁଲାର ରୋଡ୍ ବାସଭବନରେ ଆରଜେଡି କର୍ମୀଙ୍କୁ ଭେଟିବେ ବୋଲି ଜଣାପଡିଛି।। ନୀତିଶ କୁମାର ଏନଡିଏଠୁ ସଂପର୍କ ଛିନ୍ନ କରି ଆରଜେଡି ସହ ମେଣ୍ଟ କରିବା ପରେ ପ୍ରଥମ ଥର ଲାଲୁ ପାଟନା ଫେରିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ଗୋଖାଦ୍ୟ ଦୁର୍ନୀତିରେ ଜାମିନ ପାଇବା ପରେ ଲାଲୁ ପ୍ରସାଦ ଯାଦବ ନିଜ ଘରକୁ ନଫେରି ରାଞ୍ଚିରେ ନିଜ ଝିଅ ଘରେ ରହୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp