ମହାମାରୀ ବିରୋଧରେ ଲଢ଼ିବା ପାଇଁ ଯୋଗ ଆଶାର କିରଣ ଆଣିଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

The Sakala Picture
Published On

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ । ମହାମାରୀ ବିରୋଧରେ ଲଢ଼େଇରେ ଯୋଗ ଆଶାର କିରଣ ଆଣିଛି । ଯୋଗ ଆମ ପାଇଁ ସୁରକ୍ଷାକବଚ ଭଳି କାମ କରୁଛି । ଲୋକଙ୍କ ଭିତରେ ମନୋବଳ ବଢ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଠିନ ସମୟରେ ଯୋଗ ପ୍ରତି […]

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ । ମହାମାରୀ ବିରୋଧରେ ଲଢ଼େଇରେ ଯୋଗ ଆଶାର କିରଣ ଆଣିଛି । ଯୋଗ ଆମ ପାଇଁ ସୁରକ୍ଷାକବଚ ଭଳି କାମ କରୁଛି । ଲୋକଙ୍କ ଭିତରେ ମନୋବଳ ବଢ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅପରାଧୀଙ୍କ ମନରେ ଭୟ ସୃଷ୍ଟି କର: ଦିଲ୍ଲୀରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଠିନ ସମୟରେ ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବଢିଛି । ସବୁ ଦେଶବାସୀଙ୍କ ଯୋଗ କରି ସୁସ୍ଥ ରହିବାକୁ ସେ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱରେ କରୋନା ଯୋଗୁ ଗତ ଦୁଇ ବର୍ଷ ହେବ ଅନ୍ତର୍ଜାତୀୟ ଯୋଗ ଦିବସରେ ସାର୍ବଜନୀନସ୍ତରରେ ବଡ଼ କାର୍ୟ୍ୟକ୍ରମ ଆୟୋଜନ ହୋଇନି । କିନ୍ତୁ ଲୋକଙ୍କ ଭିତରେ ଯୋଗ ଦିବସ ପ୍ରତି ଉତ୍ସାହ କମିନି । ଏହି ଯୋଗଯାତ୍ରାକୁ ଆଗକୁ ବଢ଼ାଇବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ: ପାକିସ୍ତାନ-ତୁର୍କୀର ‘ମକ୍କା ଚୁକ୍ତି’ ପାଇଁ ବଡ଼ ପରୀକ୍ଷା

ଏପରିକି ମେଡିକାଲ ସାଇନ୍ସ ବି ଯୋଗର ଉପକାରିତା ସ୍ୱୀକାର କରିଥିବା ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି । ଡାକ୍ତର ଚିକିତ୍ସା କରିବା ବେଳେ ସମସ୍ତଙ୍କୁ ଯୋଗ ପାଇଁ କହୁଛନ୍ତି । M-YOGA ଆପରେ ବିଭିନ୍ନ ଭାଷାରେ ଟ୍ରେନିଂ ଭିଡିଓ ପ୍ରସ୍ତୁତ ହେବ । M-YOGA ଆପ୍‌ ୱାନ ୱାଲର୍ଡ, ୱାନ ହେଲଥ ଲକ୍ଷ୍ୟ ପୂରଣ କରିବ । ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ଜନ୍ତର ମନ୍ତର ଆଉ ପ୍ରତିବାଦ ସ୍ଥଳ ନୁହେଁ, ଦିଲ୍ଲୀ ପୋଲିସ ପକ୍ଷରୁ ୩ଟି ନୂଆ ବିକଳ୍ପ ସ୍ଥାନ ଘୋଷଣା

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର