ଡିସେମ୍ବର ୭ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ, ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ

The Sakala Picture
Published On

ନୂଆଦିଲ୍ଲୀ: ଡିସେମ୍ବର ୭ ତାରିଖରୁ ସଂସଦର ଶୀତ ଅଧିବେଶନ । ଏହା ୨୯ ଡିସେମ୍ବର ଯାଏ ଚାଲିବ । ଏ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ବସିବାକୁ ଥିବା ଏହି ଶେଷ ଅଧିବେଶନର ମୋଟ୍ ୨୩ ଦିନ କାର୍ଯ୍ୟ ଦିବସ ରହିଛି । ଏଥି ମଧ୍ୟରୁ ୧୭ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିବସରେ ସାଂସଦମାନେ ମୃତ ସାଂସଦମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରିବେ। […]

ନୂଆଦିଲ୍ଲୀ: ଡିସେମ୍ବର ୭ ତାରିଖରୁ ସଂସଦର ଶୀତ ଅଧିବେଶନ । ଏହା ୨୯ ଡିସେମ୍ବର ଯାଏ ଚାଲିବ । ଏ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ବସିବାକୁ ଥିବା ଏହି ଶେଷ ଅଧିବେଶନର ମୋଟ୍ ୨୩ ଦିନ କାର୍ଯ୍ୟ ଦିବସ ରହିଛି । ଏଥି ମଧ୍ୟରୁ ୧୭ଟି କାର୍ଯ୍ୟ ଦିବସ ରହିଛି ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଅଧିବେଶନର ପ୍ରଥମ ଦିବସରେ ସାଂସଦମାନେ ମୃତ ସାଂସଦମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରିବେ। ମୃତ ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ଦଳମତ ନିର୍ବିଶେଷରେ ଶ୍ରଦ୍ଧାଞ୍ଜଳି ପାଇଥିବା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବ। ଉପରାଷ୍ଟ୍ରପତି ହେବା ପରେ ଜଗଦୀପ ଧନକର ପ୍ରଥମ ଥର ପାଇଁ ରାଜ୍ୟସଭା ଦାୟିତ୍ୱ ତୁଲାଇବେ । ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଣିବେ କେନ୍ଦ୍ର ସରକାର । ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ପ୍ରସ୍ତୁତ ଅଛନ୍ତି । ବିରୋଧୀଙ୍କୁ ପ୍ରତିହତ ପାଇଁ ବି ସରକାର ପ୍ରସ୍ତୁତ ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ତେବେ ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । କିନ୍ତୁ ୨୦୧୭ ଏବଂ ୨୦୧୮ ମଧ୍ୟରେ ଡିସେମ୍ବର ମାସରେ ଶୀତକାଳୀନ ଅଧିବେଶନ ବସିଥିଲା । ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ସମୟରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେଣୁ ସଂସଦର ଉଭୟ ସଦନରେ ବିଜୟୀ ଏବଂ ପରାଜିତ ଦଳର ନେତାଙ୍କ ମଧ୍ୟରେ ଟିକାଟିପ୍ପଣୀ ଦେଖିବାକୁ ମିଳିବ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର