ଇସ୍ରୋ ଓ ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ପଠାଇବେ ମିଳିତ ମିଶନ

The Sakala Picture
Published On

ୱାସିଂଟନ: ଭାରତ ଏବଂ ଆମେରିକା ୨୦୨୪ ପାଇଁ ମିଳିତ ମହାକାଶ ଯାତ୍ରୀ ମିଶନର ଘୋଷଣା କରିଛନ୍ତି । ହ୍ୱାଇଟ ହାଉସ ଗୁରୁବାର କହିଛି ଯେ ଭାରତ ଆର୍ଟେମିସ ସନ୍ଧିରେ ସାମିଲ ହେବା ନେଇ ନିଷ୍ପତ୍ତି କରିଛି । ଆମେରିକୀୟ ମହାକାଶ ଏଜେନ୍ସି  (ନାସା )ଏବଂ ଭାରତୀୟ ମାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)କୁ ଏକ ମିଳିତ ମିଶନ ପଠାଇବା ଉପରେ ସହମତି ହୋଇଛି । ‘ଆର୍ଟେମିସ ସନ୍ଧି’ ଅସୈନ୍ୟ ମହାକାଶ ଗବେଷଣା […]

ୱାସିଂଟନ: ଭାରତ ଏବଂ ଆମେରିକା ୨୦୨୪ ପାଇଁ ମିଳିତ ମହାକାଶ ଯାତ୍ରୀ ମିଶନର ଘୋଷଣା କରିଛନ୍ତି । ହ୍ୱାଇଟ ହାଉସ ଗୁରୁବାର କହିଛି ଯେ ଭାରତ ଆର୍ଟେମିସ ସନ୍ଧିରେ ସାମିଲ ହେବା ନେଇ ନିଷ୍ପତ୍ତି କରିଛି । ଆମେରିକୀୟ ମହାକାଶ ଏଜେନ୍ସି  (ନାସା )ଏବଂ ଭାରତୀୟ ମାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)କୁ ଏକ ମିଳିତ ମିଶନ ପଠାଇବା ଉପରେ ସହମତି ହୋଇଛି । ‘ଆର୍ଟେମିସ ସନ୍ଧି’ ଅସୈନ୍ୟ ମହାକାଶ ଗବେଷଣା ଉପରେ ସମାନ ବିଚାର ରଖୁଥିବା ଦେଶକୁ ଗୋଟିଏ ମଞ୍ଚକୁ ଆଣିଥାଏ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଆମେରିକୀୟ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଓଭଲ ଅଫିସରେ ହେବାକୁଥିବା ବୈଠକର କିଛି ଘଣ୍ଟା ପୂର୍ବରୁ କହିଛନ୍ତି ଯେ, ମହାକାଶ ବିଷୟରେ ଆମେ ଏହା ଘୋଷଣା କରିବାକୁ ଯାଉଛୁ ଯେ ଭାରତ ଆର୍ଟେମିସ ସନ୍ଧି ଉପରେ ହସ୍ତାକ୍ଷର କରିବାକୁ ଯାଉଛି, ଯାହା ମାନବଜାତିର ଲାଭ ପାଇଁ ମହାକାଶ ଗବେଷଣା ପାଇଁ ଏକ ମିଳିତ ଦୃଷ୍ଟିକୋଣକୁ ଆଗକୁ ବଢ଼ାଉବ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ହ୍ୱାଇଟ ହାଉସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ଆମେରିକା ରଣନୀତିକ ସମ୍ବନ୍ଧକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଅଧିକାରୀ କହିଛନ୍ତି ଯେ, ନାସା ଏବଂ ଇସ୍ରୋ ଚଳିତବର୍ଷ ମାନବବାହୀ ମହାକାଶ ଉଡ଼ାଣ ପାଇଁ ଏକ ରଣନୀତିକ ଫ୍ରେମୱାର୍କ ପ୍ରସ୍ତୁତ କରୁଛନ୍ତି । ଏହା ବ୍ୟତୀତ ନାସା ଏବଂ ଇସ୍ରୋ ୨୦୨୪ରେ ଆଇଏସଏସ ପାଇଁ ଏକ ମିଳିତ ମିଶନ ଉପରେ ମଧ୍ୟ ସହମତି ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର