ଅସ୍ତିତ୍ବ ବଞ୍ଚାଇବା ପାଇଁ ପ୍ରୟାସ ! ପଞ୍ଜାବରୁ ରାଜ୍ୟସଭା ଯିବାକୁ କେଜ୍ରିୱାଲଙ୍କ ଗୋଟିଚାଳନା…

The Sakala Picture
Published On

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଜାବରୁ ରାଜ୍ୟସଭା ପଠାଇବା ଲାଗି ଦଳ ପକ୍ଷରୁ ମାନସମନ୍ଥନ ଚାଲିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ କେଜ୍ରିୱାଲ ବ୍ୟକ୍ତିଗତ ଭାବେ ରାଜନୈତିକ ଅସ୍ତିତ୍ବ ହରାଇଥିବାରୁ ତାଙ୍କୁ ରାଜ୍ୟସଭା ପଠାଇବାକୁ ଦଳ ଉଦ୍ୟମ ଚଳାଇଛି। ବିଧାନସଭା ନିର୍ବାଚନରେ ହାରିବା ପରେ ଏବେ ତାଙ୍କର ରାଜନୀତିକ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ ପଞ୍ଜାବକୁ ନେଇ ଏକ ନୂଆ ସମୀକରଣ ସୃଷ୍ଟି କରିବାକୁ […]

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଜାବରୁ ରାଜ୍ୟସଭା ପଠାଇବା ଲାଗି ଦଳ ପକ୍ଷରୁ ମାନସମନ୍ଥନ ଚାଲିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ କେଜ୍ରିୱାଲ ବ୍ୟକ୍ତିଗତ ଭାବେ ରାଜନୈତିକ ଅସ୍ତିତ୍ବ ହରାଇଥିବାରୁ ତାଙ୍କୁ ରାଜ୍ୟସଭା ପଠାଇବାକୁ ଦଳ ଉଦ୍ୟମ ଚଳାଇଛି। ବିଧାନସଭା ନିର୍ବାଚନରେ ହାରିବା ପରେ ଏବେ ତାଙ୍କର ରାଜନୀତିକ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ ପଞ୍ଜାବକୁ ନେଇ ଏକ ନୂଆ ସମୀକରଣ ସୃଷ୍ଟି କରିବାକୁ ଆପ୍‌ ଗୋଟି ଚାଳନା ଆରମ୍ଭ କରିଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଆପ୍‌ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥିତି ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଆହୁରି ଜଟିଳ ହୋଇଯାଇଛି। ଆପ୍ ପରାସ୍ତ ହେବା ପରେ ଏବେ କେଜ୍ରିୱାଲ ନିଜର ଓ ନିଜ ଦଳର ଅସ୍ଥିତ୍ୱକୁ ଜାତୀୟ ସ୍ତରରେ କାଏମ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କ ପାଇଁ ରାଜ୍ୟସଭା ହିଁ ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି। ସେ ପଞ୍ଜାବରୁ ରାଜ୍ୟସଭାକୁ ଯାଇ ଦଳକୁ ଜାତୀୟ ରାଜନୀତିରେ ସକ୍ରିୟ ରଖିବାକୁ ଚାହୁଁଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର ଜଣେ ରାଜ୍ୟସଭା ସାଂସଦ ନିଜ ପଦ ଛାଡିପାରନ୍ତି ବୋଲି କୁହାଯାଉଛି। ଲୁଧିଆନା ପଶ୍ଚିମ ବିଧାନସଭା ଆସନ ବିଧାୟକଙ୍କ ମୃତ୍ୟୁ ହେବା ପରେ ଏବେ ସେଠାରେ ଉପ ନିର୍ବାଚନ କରାଯିବ। ତେବେ ଆପ୍‌ ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କୁ ଏଠାରେ ପ୍ରାର୍ଥୀ କରିଥିବାରୁ ତାଙ୍କ ରାଜ୍ୟସଭା ପଦରେ କେଜ୍ରିୱାଲଙ୍କୁ ପ୍ରାର୍ଥୀ କରାଯିବ ବୋଲି ଆଲୋଚନା ଚାଲିଛି। କିନ୍ତୁ ଏଭଳି ଆକଳନକୁ ଆପ୍ ପକ୍ଷରୁ ଖଣ୍ଡନ କରାଯାଇଛି। କେଜ୍ରିୱାଲ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟସଭାକୁ ଯିବା ପାଇଁ କୌଣସି ଯୋଜନା କରି ନଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଯାଏ ଉପ ନିର୍ବାଚନର ତାରିଖ ଘୋଷଣା କରାଯାଇ ନାହିଁ। ନଭେମ୍ବର ମାସରେ ବିହାର ବିଧାନସଭା ନିର୍ବାଚନ ସହ ଏଠାରେ ଉପ ନିର୍ବାଚନ କରାଯାଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର