ରାଜସ୍ଥାନ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା : କୋଟାରେ କାହିଁକି ଜୀବନ ହାରୁଛନ୍ତି ଛାତ୍ରଛାତ୍ରୀ?

The Sakala Picture
Published On

ନୂଆଦିଲ୍ଲୀ: କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ ସୁପ୍ରିମକୋର୍ଟ ଅତ୍ୟନ୍ତ ଗୁରୁତର କହିଛନ୍ତି। ଏହାକୁ ନେଇ ଶୁକ୍ରବାର ରାଜସ୍ଥାନ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୋଟାରେ ୧୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି। ଏହାକୁ ନେଇ ରାଜ୍ୟ ସରକାର କ’ଣ କରୁଛନ୍ତି? ଖାଲି କୋଟାରେ ଛାତ୍ରଛାତ୍ରୀ […]

ନୂଆଦିଲ୍ଲୀ: କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ ସୁପ୍ରିମକୋର୍ଟ ଅତ୍ୟନ୍ତ ଗୁରୁତର କହିଛନ୍ତି। ଏହାକୁ ନେଇ ଶୁକ୍ରବାର ରାଜସ୍ଥାନ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ନେପାଳ ସୀମାରେ ଆମେରିକୀୟ ନାଗରିକ ଗିରଫ: ଉଦ୍ଦେଶ୍ୟକୁ ନେଇ ବଢ଼ୁଛି ରହସ୍ୟ

ଖଣ୍ଡପୀଠ କହିଛନ୍ତି ଯେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୋଟାରେ ୧୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି। ଏହାକୁ ନେଇ ରାଜ୍ୟ ସରକାର କ’ଣ କରୁଛନ୍ତି? ଖାଲି କୋଟାରେ ଛାତ୍ରଛାତ୍ରୀ କାହିଁକି ଆତ୍ମହତ୍ୟା କରୁଛନ୍ତି? ରାଜ୍ୟ ଭାବେ ଏହା ଉପରେ ବିଚାର କରିନାହାନ୍ତି କି? ଏଭଳି ମାମଲାକୁ ହାଲକାରେ କାହିଁକି ନେଉଛନ୍ତି? ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅବମାନନା କରୁଛନ୍ତି। ପୁଲିସ ନିର୍ଦ୍ଦେଶ ପାଳନ କରୁନାହିଁ। ଆତ୍ମହତ୍ୟା ପରେ ଏତଲା ରୁଜୁ କାହିଁକି କରାଯାଉ ନାହିଁ? ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଗୁରୁତ୍ବର ସହ ନେବା ଉଚିତ। ତୁରନ୍ତ ଏତଲା ରୁଜୁ କରି ଏଭଳି ମାମଲାର ତଦନ୍ତ କରିବା ଆବଶ୍ୟକ। ଏହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ରାଜସ୍ଥାନ ସରକାରଙ୍କୁ ଜବାବ ମାଗିଛନ୍ତି। ଜୁଲାଇ ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି। ଆଇଆଇଟି ଖଡଗପୁରରେ ୨୨ ବର୍ଷୀୟ ଛାତ୍ର ଏବଂ କୋଟାରେ ଜଣେ ମେଡିକାଲ ଆଶାୟୀଙ୍କ ଆତ୍ମହତ୍ୟା ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଟିପ୍ପଣୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: “ଆପଣଙ୍କୁ ଡାକ୍ତର ଲେଖିବାର ଅଧିକାର ନାହିଁ”: ୪ ବର୍ଷର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍

କୋର୍ଟ ଜାଣିବାକୁ ପାଇଥିଲେ ଯେ ଆଇଆଇଟି ଛାତ୍ର ଗତ ୪ ତାରିଖରେ ଆତ୍ମହତ୍ୟା କରିଥିବାବେଳେ ୪ ଦିନ ବିଳମ୍ବରେ ଏତଲା ରୁଜୁ କରାଯାଇଥିଲା। ଏହାକୁ ଖଣ୍ଡପୀଠ ଅତ୍ୟନ୍ତ ଗୁରୁତର କହିଥିଲେ। ଏତଲାରେ ବିଳମ୍ବକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ଚେତାବନୀ ଦେଇଥିଲେ। ପୁଲିସ ଅଧିକାରୀଙ୍କ ବିରୋଧରେ ଅବମାନନା ମାମଲା ରୁଜୁ କରିବାକୁ କହିଥିଲେ। ଏହାର ଉତ୍ତରରେ ଏତଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଉଲ୍ଲେଖ କରିଥିଲେ। ପରେ ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଇଆଇଟି ଖଡଗପୁର କର୍ତ୍ତୃପକ୍ଷ ଏବଂ ପୁଲିସ ଅଧିକାରୀଙ୍କ ଉତ୍ତରରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ ହୋଇ ନ ଥିଲେ। ସେହିପରି କୋଟା ମାମଲାରେ ଛାତ୍ର କୋଚିଂ କେନ୍ଦ୍ର ପକ୍ଷରୁ ପ୍ରଦତ୍ତ ରୁମ୍‌ ଛାଡ଼ି କାହିଁକି ଘରେ ରହୁଥିଲେ ବୋଲି ସୁପ୍ରିମକୋର୍ଟ ପଚାରି ଥିଲେ। ଖଣ୍ଡପୀଠ କହିଥିଲେ ଯେ ଏତଲା ରୁଜୁ କରି ତଦନ୍ତ କରିବା ପୁଲିସର କାମ। ଏହି କ୍ଷେତ୍ରର ଥାନା ଅଧିକାରୀ ନିଜ କର୍ତ୍ତବ୍ୟ ସମ୍ପାଦନରେ ବିଫଳ ହୋଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସେ ପାଳନ କରିନାହାନ୍ତି। ଏହାକୁ ନେଇ କୋଟା ଥାନାର ଅଧିକାରୀଙ୍କୁ ସୁପ୍ରିମକୋର୍ଟ ସମନ ଜାରି କରିଛନ୍ତି। ଜୁଲାଇ ୧୪ରେ ତଥ୍ୟ ସହିତ ଉପସ୍ଥିତ ହେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

24 May 2025 By The Sakala

ରାଜସ୍ଥାନ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା : କୋଟାରେ କାହିଁକି ଜୀବନ ହାରୁଛନ୍ତି ଛାତ୍ରଛାତ୍ରୀ?

ନୂଆଦିଲ୍ଲୀ: କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ ସୁପ୍ରିମକୋର୍ଟ ଅତ୍ୟନ୍ତ ଗୁରୁତର କହିଛନ୍ତି। ଏହାକୁ ନେଇ ଶୁକ୍ରବାର ରାଜସ୍ଥାନ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୋଟାରେ ୧୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି। ଏହାକୁ ନେଇ ରାଜ୍ୟ ସରକାର କ’ଣ କରୁଛନ୍ତି? ଖାଲି କୋଟାରେ ଛାତ୍ରଛାତ୍ରୀ କାହିଁକି ଆତ୍ମହତ୍ୟା କରୁଛନ୍ତି? ରାଜ୍ୟ ଭାବେ ଏହା ଉପରେ ବିଚାର କରିନାହାନ୍ତି କି? ଏଭଳି ମାମଲାକୁ ହାଲକାରେ କାହିଁକି ନେଉଛନ୍ତି? ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅବମାନନା କରୁଛନ୍ତି। ପୁଲିସ ନିର୍ଦ୍ଦେଶ ପାଳନ କରୁନାହିଁ। ଆତ୍ମହତ୍ୟା ପରେ ଏତଲା ରୁଜୁ କାହିଁକି କରାଯାଉ ନାହିଁ? ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଗୁରୁତ୍ବର ସହ ନେବା ଉଚିତ। ତୁରନ୍ତ ଏତଲା ରୁଜୁ କରି ଏଭଳି ମାମଲାର ତଦନ୍ତ କରିବା ଆବଶ୍ୟକ। ଏହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ରାଜସ୍ଥାନ ସରକାରଙ୍କୁ ଜବାବ ମାଗିଛନ୍ତି। ଜୁଲାଇ ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି। ଆଇଆଇଟି ଖଡଗପୁରରେ ୨୨ ବର୍ଷୀୟ ଛାତ୍ର ଏବଂ କୋଟାରେ ଜଣେ ମେଡିକାଲ ଆଶାୟୀଙ୍କ ଆତ୍ମହତ୍ୟା ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଟିପ୍ପଣୀ ଦେଇଛନ୍ତି।

କୋର୍ଟ ଜାଣିବାକୁ ପାଇଥିଲେ ଯେ ଆଇଆଇଟି ଛାତ୍ର ଗତ ୪ ତାରିଖରେ ଆତ୍ମହତ୍ୟା କରିଥିବାବେଳେ ୪ ଦିନ ବିଳମ୍ବରେ ଏତଲା ରୁଜୁ କରାଯାଇଥିଲା। ଏହାକୁ ଖଣ୍ଡପୀଠ ଅତ୍ୟନ୍ତ ଗୁରୁତର କହିଥିଲେ। ଏତଲାରେ ବିଳମ୍ବକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ଚେତାବନୀ ଦେଇଥିଲେ। ପୁଲିସ ଅଧିକାରୀଙ୍କ ବିରୋଧରେ ଅବମାନନା ମାମଲା ରୁଜୁ କରିବାକୁ କହିଥିଲେ। ଏହାର ଉତ୍ତରରେ ଏତଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଉଲ୍ଲେଖ କରିଥିଲେ। ପରେ ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଇଆଇଟି ଖଡଗପୁର କର୍ତ୍ତୃପକ୍ଷ ଏବଂ ପୁଲିସ ଅଧିକାରୀଙ୍କ ଉତ୍ତରରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ ହୋଇ ନ ଥିଲେ। ସେହିପରି କୋଟା ମାମଲାରେ ଛାତ୍ର କୋଚିଂ କେନ୍ଦ୍ର ପକ୍ଷରୁ ପ୍ରଦତ୍ତ ରୁମ୍‌ ଛାଡ଼ି କାହିଁକି ଘରେ ରହୁଥିଲେ ବୋଲି ସୁପ୍ରିମକୋର୍ଟ ପଚାରି ଥିଲେ। ଖଣ୍ଡପୀଠ କହିଥିଲେ ଯେ ଏତଲା ରୁଜୁ କରି ତଦନ୍ତ କରିବା ପୁଲିସର କାମ। ଏହି କ୍ଷେତ୍ରର ଥାନା ଅଧିକାରୀ ନିଜ କର୍ତ୍ତବ୍ୟ ସମ୍ପାଦନରେ ବିଫଳ ହୋଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସେ ପାଳନ କରିନାହାନ୍ତି। ଏହାକୁ ନେଇ କୋଟା ଥାନାର ଅଧିକାରୀଙ୍କୁ ସୁପ୍ରିମକୋର୍ଟ ସମନ ଜାରି କରିଛନ୍ତି। ଜୁଲାଇ ୧୪ରେ ତଥ୍ୟ ସହିତ ଉପସ୍ଥିତ ହେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର