କରୁର ଗସ୍ତରେ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ ବିଜୟ; ପୋଲିସ ଓ ବିରୋଧୀଙ୍କୁ କଲେ କଡ଼ା ସମାଲୋଚନା

Suryakanta Picture
Published On

ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଶୁକ୍ରବାର ଦିନ ନିଜର ପ୍ରଥମ ସରକାରୀ ଗସ୍ତରେ କରୁର ପହଞ୍ଚିଛନ୍ତି। ଚଳିତ ବର୍ଷ ମେ' ମାସରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ କରୁର ଗସ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାବପ୍ରବଣ ହେବା ସହ ଏହି ଘଟଣାରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଉଦ୍ୟମ କରୁଥିବା ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, "୨୦୨୫ କରୁର ଦଳାଚକଟାରେ ଆମେ ଆମ ଭଉଣୀମାନଙ୍କ ପିଲାମାନଙ୍କୁ ହରାଇଛୁ।"

ଆହୁରି ପଢ଼ନ୍ତୁ: କେବଳ ସଞ୍ଚୟ ନୁହେଁ, ମାଲିକାନାର ସ୍ୱପ୍ନ ଦେଖାଇଥିଲେ ଧୀରୁଭାଇ ଅମ୍ବାନୀ: ଏମିତି ଥିଲା ତାଙ୍କର ଯାତ୍ରା...

ପୋଲିସର ଦାୟିତ୍ୱହୀନତା ଉପରେ ବର୍ଷିଲେ ବିଜୟ

ମୁଖ୍ୟମନ୍ତ୍ରୀ ବିଜୟ ଏହି ସମାବେଶରେ ଉଦବୋଧନ ଦେଇ ସେଦିନର ପୋଲିସ ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଘଟଣା ଦିନ ପୋଲିସ ତାଙ୍କୁ ପ୍ରବଳ ଭିଡ଼ ବିଷୟରେ କୌଣସି ସୂଚନା ଦେଇନଥିଲା କିମ୍ବା ସମାବେଶକୁ ବାତିଲ କରିବା ପାଇଁ କୌଣସି ପଦକ୍ଷେପ ନେଇନଥିଲା। ପେରମ୍ବଲୁର ପୋଲିସ ଭିଡ଼ ବଢୁଥିବା ନେଇ ସତର୍କ କରାଇଥିଲେ ମଧ୍ୟ କରୁର ପୋଲିସ ଏନେଇ ନିରବ ରହିଥିଲା। "ପୋଲିସ ପାଖରେ ସଭା ବାତିଲ କରିବାର ସମ୍ପୂର୍ଣ୍ଣ ଅଧିକାର ଥିଲା। ସେମାନେ ଆମକୁ ସତର୍କ କରାଇବା ପରିବର୍ତ୍ତେ ହାଇୱେରେ ଆମକୁ ଏସକର୍ଟ କରି ସଭାସ୍ଥଳକୁ ନେଇଥିଲେ। ମୁଁ ପୋଲିସ ଉପରେ ସମ୍ପୂର୍ଣ୍ଣ ଭରସା କରିଥିଲି, କିନ୍ତୁ ପ୍ରକୃତରେ କ'ଣ ଡ୍ରାମା ଚାଲିଥିଲା ତାହା ମୋତେ ଜଣା ନଥିଲା," ବୋଲି ସେ କ୍ଷୋଭ ପ୍ରକାଶ କରି କହିଛନ୍ତି। ଏତେ ବଡ଼ ଭିଡ଼ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇଥିଲା କି ନାହିଁ ଏବଂ ଏଥିପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁରକ୍ଷା କାରଣରୁ ଅକ୍ଟୋବର ୨୦ ଯାଏଁ ସାଉଦି ଆରବକୁ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ଡିଏମକେ (DMK) ଉପରେ ରାଜନୀତି କରିବାର ଅଭିଯୋଗ

ଏହି ଅବସରରେ ସେ ପୂର୍ବତନ ଶାସକ ଦଳ ତଥା ବର୍ତ୍ତମାନର ପ୍ରମୁଖ ବିରୋଧୀ ଡିଏମକେ (DMK)କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କିଛି ଲୋକ ଏହି ଦୁଃଖଦ ଘଟଣାକୁ ନେଇ କେବଳ ନାଟକବାଜି କରୁଛନ୍ତି ଏବଂ ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ପୀଡ଼ିତ ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ସେମାନେ ଘଟଣାର ଦୋଷ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଲଦିବାକୁ ଚେଷ୍ଟା କରିଥିଲେ ବୋଲି ସେ ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

ପୀଡ଼ିତଙ୍କ ପାଇଁ ସ୍ମୃତିପୀଠ ଓ ସରକାରୀ ଚାକିରି ପ୍ରଦାନ

ଗତ ସେପ୍ଟେମ୍ବର ୨୦୨୫ରେ ଟିଭିକେ ଦଳର ଏକ ରାଜନୈତିକ ସମାବେଶ ବେଳେ ଅତ୍ୟଧିକ ଭିଡ଼ କାରଣରୁ ଏହି ଦଳାଚକଟା ଘଟିଥିଲା, ଯେଉଁଥିରେ ୪୧ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିଲା ଏବଂ ଶତାଧିକ ଲୋକ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ପୀଡ଼ିତ ପରିବାରଗୁଡ଼ିକୁ ଭେଟିବା ସହ ସେମାନଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। କଳା ପୋଷାକ ପରିଧାନ କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ନିଜ ଦଳ ତାମିଲାଗା ଭେଟ୍ରି କାଜାଗମ୍ (TVK) ପକ୍ଷରୁ କରୁରଠାରେ ମୃତକମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିପୀଠ ନିର୍ମାଣ କରାଯିବ। କାର୍ଯ୍ୟକ୍ରମ ଶେଷରେ ବିଜୟ ଏକ ରୋଡ୍ ସୋ' କରିଥିଲେ, ଯେଉଁଠାରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହି ତାଙ୍କୁ ହାତ ଯୋଡ଼ି ସ୍ୱାଗତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର