ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣା: ଆସିଲା ଫସି ରହିଥିବା ୪୧ ଶ୍ରମିକଙ୍କ ଭିଡିଓ, ଖାଇଲେ ଡାଲି ଓ ଖେଚୋଡି
ଡେରାଡୁନ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୦ ଦିନ ହେଲାଣି । ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ୧୨ ନଭେମ୍ବରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ରେସକ୍ୟୁ ଟିମ୍କୁ ସୋମବାର ବଡ ସଫଳତା ମିଳିଥିଲ । ଶ୍ରମିକଙ୍କୁ ପ୍ରଥମଥର ପାଇଁ ଖାଇବାକୁ […]
ଡେରାଡୁନ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୦ ଦିନ ହେଲାଣି । ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ୧୨ ନଭେମ୍ବରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ରେସକ୍ୟୁ ଟିମ୍କୁ ସୋମବାର ବଡ ସଫଳତା ମିଳିଥିଲ । ଶ୍ରମିକଙ୍କୁ ପ୍ରଥମଥର ପାଇଁ ଖାଇବାକୁ ଦିଆଯାଇଛି ଡାଲି ଏବଂ ଖେଚୋଡି । ୬ଇଞ୍ଚର ମୋଟା ପାଇପ ଜରିଆରେ ବୋତଲରେ ଭର୍ତ୍ତି କରି ଦିଆଯାଇଛି ଖାଦ୍ୟ ।
ଏହାମଧ୍ୟରେ ସୁଡଙ୍ଗ ମଧ୍ୟରୁ ପ୍ରଥମଥର ପାଇଁ ସାମ୍ନାକୁ ଆସିଛି ଭିଡିଓ । ଏଥିରେ ଦେଖିବାକୁ ମିଳିଛି ଯେ ଶ୍ରମିକମାନେ କେଉଁ ପରିସ୍ଥିତିରେ ଟନେଲ୍ ମଧ୍ୟରେ ରହିଛନ୍ତି । ଏହି ସମୟରେ ରେସକ୍ୟୁ ଅପରେସନ୍ରେ ଯୋଡି ହୋଇଥିବା ଅଧିକାରୀମାନେ ଓ୍ବକିଟକି ଜରିଆରେ ଶ୍ରମିକଙ୍କ ସହ କଥା ହୋଇଛନ୍ତି । ଟନେଲ ଭିତରେ ଥିବା ଶ୍ରମିକଙ୍କ ଅବସ୍ଥା ଜାଣିବା ପାଇଁ ପାଇପ ମାଧ୍ୟମରେ ଟନେଲକୁ ଏକ କ୍ୟାମେରା ପଠାଯାଇଛି । ଟନେଲ ଭିତରେ ସ୍ଥିତି କିପରି ରହିଛି ତାହା ଏଥିରେ କଏଦ ହୋଇଛି ।