ମନୋରଞ୍ଜନ
ଓଡ଼ିଶା
କାଳ ହେଲା ହେଲିକପ୍ଟର ସହ ସେଲ୍ଫି, ବ୍ଲେଡ୍ରେ କଟି ଅଧିକାରୀଙ୍କ ମୃତ୍ୟୁ
ରୁଦ୍ରପ୍ରୟାଗ: ହେଲିକପ୍ଟର ସହ ସେଲ୍ଫି ନେବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ସରକାରୀ ଅଧିକାରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରାଖଣ୍ଡରେ । ରବିବାର ଅପରାହ୍ନରେ ହେଲିକପ୍ଟରର ପଙ୍ଖାରେ ଜଣେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଜିତେନ୍ଦ୍ର କୁମାର ସାଇନି ବୋଲି ଜଣାପଡ଼ିଛି। ସାଇନି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଥିଲେ। ଖବର ଅନୁଯାୟୀ, କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ଜିତେନ୍ଦ୍ର ସାଇନି […]
ରୁଦ୍ରପ୍ରୟାଗ: ହେଲିକପ୍ଟର ସହ ସେଲ୍ଫି ନେବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ସରକାରୀ ଅଧିକାରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରାଖଣ୍ଡରେ । ରବିବାର ଅପରାହ୍ନରେ ହେଲିକପ୍ଟରର ପଙ୍ଖାରେ ଜଣେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଜିତେନ୍ଦ୍ର କୁମାର ସାଇନି ବୋଲି ଜଣାପଡ଼ିଛି। ସାଇନି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଥିଲେ।
ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ
ଖବର ଅନୁଯାୟୀ, କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ଜିତେନ୍ଦ୍ର ସାଇନି ହେଲିକପ୍ଟର ନିକଟକୁ ସେଲଫି ନେବାକୁ ଯାଇଥିଲେ। ଏହି ସମୟରେ ହେଲିକପ୍ଟରର ପଛପଟେ ଲାଗିଥିବା ପଙ୍ଖାରେ ତାଙ୍କର ବେକ କଟି ଯାଇଥିଲା ଏବଂ ସେ ଘଟଣାସ୍ଥଳରେ ମୃତ୍ୟୁଘଟିଥିଲା। ହେଲିପ୍ୟାଡରେ ଦୁର୍ଘଟଣା ସମୟରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି।






