ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିବେନ୍ଦ୍ର ସିଂ ରାଓ୍ୱତ
ଡେରାଡୁନ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂ ରାଓ୍ୱତ । ମଙ୍ଗଳବାର କିଛି ଦିନ ଧରି ଲାଗିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ତ୍ରିବେନ୍ଦ୍ର ସିଂ ରାଓ୍ୱତ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି । ଏହି ସମୟରେ ବିଜେପି ରାଜ୍ୟ ସଭାପତି ବଂଶୀଧର ଭଗତ ମଧ୍ୟ ଉପସ୍ଥିତ ଥିଲେ। ବିଜେପିର ଅନେକ ବିଧାୟକ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କ ବିରୁଦ୍ଧରେ ଖୋଲାଖୋଲି ଭାବେ ଅସନ୍ତୋଷ ଜାହିର କରିବା […]
ଡେରାଡୁନ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂ ରାଓ୍ୱତ । ମଙ୍ଗଳବାର କିଛି ଦିନ ଧରି ଲାଗିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ତ୍ରିବେନ୍ଦ୍ର ସିଂ ରାଓ୍ୱତ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି । ଏହି ସମୟରେ ବିଜେପି ରାଜ୍ୟ ସଭାପତି ବଂଶୀଧର ଭଗତ ମଧ୍ୟ ଉପସ୍ଥିତ ଥିଲେ।

ବିଜେପିର ଅନେକ ବିଧାୟକ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କ ବିରୁଦ୍ଧରେ ଖୋଲାଖୋଲି ଭାବେ ଅସନ୍ତୋଷ ଜାହିର କରିବା ପରେ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କର ମୁଖ୍ୟମନ୍ତ୍ରୀ ପଦ ସଙ୍କଟରେ ପଡିଥିଲା । ଯାହା ପରେ କେନ୍ଦ୍ରୀୟ ନେତୃତ୍ୱ ମାନସ ମନ୍ଥନ କରିବାରେ ଲାଗି ପଡିଥିଲେ । ଆଉ ସେବେଠାରୁ ତ୍ରିବେନ୍ଦ୍ର ସିଂ ରାଓ୍ବତ ମୁଖ୍ୟମନ୍ତ୍ରୀ ପଦ ହାତ ଛଡା କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା ।

୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ବିଦ୍ରୋହୀଙ୍କୁ ଖୁସି କରିବାକୁ ଯାଇ ହାଇକମାଣ୍ଡ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପଟେ ତ୍ରିବେନ୍ଦ୍ର ସିଂ ପଦରୁ ହଟିବା ପରେ ସରଗରମ ହୋଇପଡିଛି ରାଜ୍ୟ ରାଜନୀତି । ଏବେ ନୂଆ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ସେନେଇ ମାନସ ମନ୍ଥନ ଆରମ୍ଭ ହୋଇଛି । ତେବେ ନୂତନ ଭାବେ ବିଧାୟକ ହୋଇଥିବା ଧନ ସିଂହ ରାୱତ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିବା ସହ ଉତ୍ତରାଖଣ୍ଡର ଡେପୁଟି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।