ଯୁଦ୍ଧ ପାଇଁ ଉସୁକାଉଛି ଆମେରିକା: ପୁତିନ

The Sakala Picture
Published On

ମସ୍କୋ : ୟୁକ୍ରେନ ସଙ୍କଟକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତନ । ଋଷ ସହ ଯୁଦ୍ଧ କରିବା ପାଇଁ ଆମେରିକା ୟୁକ୍ରେନକୁ ଉସୁକାଉଛି ବୋଲି ସେ କହିଛନ୍ତି ଋଷର ବିକାଶରେ ଆମେରିକା ଲଗାମ ଲଗାଇବାକୁ ଚାହୁଁଛି। ଏଥିଯୋଗୁଁ ଆର୍ଥିକ କଟକଣା ଲଗାଇବା ପାଇଁ ବାହାନା ଖୋଜୁଛି। ଏହି ଲକ୍ଷ୍ୟ ହାସଲ ପାଇଁ ୱାଶିଂଟନ ୟୁକ୍ରେନକୁ ବ୍ୟବାହର କରୁଛି । ୟୁକ୍ରେନ ନାଟୋରେ ସାମିଲ ହେଲେ ତାହା କେବଳ ଋଷି […]

ମସ୍କୋ : ୟୁକ୍ରେନ ସଙ୍କଟକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତନ । ଋଷ ସହ ଯୁଦ୍ଧ କରିବା ପାଇଁ ଆମେରିକା ୟୁକ୍ରେନକୁ ଉସୁକାଉଛି ବୋଲି ସେ କହିଛନ୍ତି ଋଷର ବିକାଶରେ ଆମେରିକା ଲଗାମ ଲଗାଇବାକୁ ଚାହୁଁଛି। ଏଥିଯୋଗୁଁ ଆର୍ଥିକ କଟକଣା ଲଗାଇବା ପାଇଁ ବାହାନା ଖୋଜୁଛି। ଏହି ଲକ୍ଷ୍ୟ ହାସଲ ପାଇଁ ୱାଶିଂଟନ ୟୁକ୍ରେନକୁ ବ୍ୟବାହର କରୁଛି । ୟୁକ୍ରେନ ନାଟୋରେ ସାମିଲ ହେଲେ ତାହା କେବଳ ଋଷି ନୁହେଁ ବରଂ ସାରା ବିଶ୍ବ ପାଇଁ ବିପଜ୍ଜନକ ସାବ୍ୟସ୍ତ ହେବ ବୋଲି ପୁତିନ ଚେତାବନୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଦିତ୍ୟ ଠାକରେ ଓ ଅନିଲ ଦେଶମୁଖଙ୍କୁ ୫୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ଦିଶା ସାଲିଆନଙ୍କ ବାପା

ୟୁକ୍ରେନ ନାଟୋର ଜ୍ଞାନକୌଶଳ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରି କ୍ରିମିଆକୁ ପୁଣିଥରେ ହାସଲ କରିବାକୁ ପ୍ରୟାସ କରିପାରେ । ଏହା ଦ୍ବାରା ଋଷ ଏବଂ ନାଟୋ ମଧ୍ୟରେ ଯୁଦ୍ଧ ହୋଇପାରେ। ଅନ୍ୟପକ୍ଷରେ ପୂର୍ବ ୟୁରୋପର ସୁରକ୍ଷା ଏବଂ ୟୁକ୍ରେନ ସୀମାରେ ମୁତୟନ ଥିବା ନାଟୋ ସେନାର ସହାୟତା ପାଇଁ ସେନା ପଠାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଷ୍ଠଭି ନେଇଛନ୍ତି। ୟୁକ୍ରେନ ଉପରେ ଋଷର ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ନିମନ୍ତେ ତିନି ହଜାର ସୈନିକ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଭାଙ୍ଗିଗଲା ପୃଥ୍ୱୀ ଶ’ଙ୍କ ନିର୍ବନ୍ଧ: ଅଲଗା ହେଲେ କ୍ରିକେଟର ଓ ଅଭିନେତ୍ରୀ ଆକୃତି ଅଗ୍ରୱାଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର