ନାନସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଆମେରିକାକୁ ଚୀନର ଯୁଦ୍ଧ ଧମକ, କହିଲା – ପରିଣତି ଭୋଗିବାକୁ ପ୍ରସ୍ତୁତ ରହୁ ଆମେରିକା

The Sakala Picture
Published On

ନୂଆଦିଲ୍ଲୀ : ତାଇୱାନରେ ଆମେରିକାର ବାଚସ୍ପତି ନାନସି ପେଲୋସି ପହଞ୍ଚିବା ପରେ ବିଳଚିତ ହୋଇପଡିଛି ଚାଇନା। ଚୀନର ବିରୋଧ ସତ୍ତ୍ୱେ ତାଇୱାନର ରାଜଧାନୀ ତାଇପେରେ ପହଞ୍ଚିଛନ୍ତି ଆମେରିକୀୟ ସଂସଦର ବାଚସ୍ପତି ନାନସି ପେଲୋସି। ବାୟୁସେନା ଏବଂ ନୌସେନାର ୨୪ ଅତ୍ୟାଧୁନିକ ଯୁଦ୍ଧ ବିମାନ ନାନସିଙ୍କ ବିମାନକୁ ଏସ୍କର୍ଟ କରି ରାଜଧାନୀ ପର୍ୟ୍ୟନ୍ତ ନେଇଥିଲେ। ଦୀର୍ଘ ୨୫ ବର୍ଷ ଭିତରେ ଆମେରିକାର କୌଣସି ନିର୍ବାଚିତ ଉଚ୍ଚ ପଦାଧିକାରୀ ତାଇୱାନ ଗସ୍ତ କରିଛନ୍ତି। ଚାଇନା ଧମକ ଦେଇଥିବାରୁ ତାଇୱାନ ଆର୍ମି ନାନସି […]

ନୂଆଦିଲ୍ଲୀ : ତାଇୱାନରେ ଆମେରିକାର ବାଚସ୍ପତି ନାନସି ପେଲୋସି ପହଞ୍ଚିବା ପରେ ବିଳଚିତ ହୋଇପଡିଛି ଚାଇନା। ଚୀନର ବିରୋଧ ସତ୍ତ୍ୱେ ତାଇୱାନର ରାଜଧାନୀ ତାଇପେରେ ପହଞ୍ଚିଛନ୍ତି ଆମେରିକୀୟ ସଂସଦର ବାଚସ୍ପତି ନାନସି ପେଲୋସି। ବାୟୁସେନା ଏବଂ ନୌସେନାର ୨୪ ଅତ୍ୟାଧୁନିକ ଯୁଦ୍ଧ ବିମାନ ନାନସିଙ୍କ ବିମାନକୁ ଏସ୍କର୍ଟ କରି ରାଜଧାନୀ ପର୍ୟ୍ୟନ୍ତ ନେଇଥିଲେ। ଦୀର୍ଘ ୨୫ ବର୍ଷ ଭିତରେ ଆମେରିକାର କୌଣସି ନିର୍ବାଚିତ ଉଚ୍ଚ ପଦାଧିକାରୀ ତାଇୱାନ ଗସ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

ଚାଇନା ଧମକ ଦେଇଥିବାରୁ ତାଇୱାନ ଆର୍ମି ନାନସି ପେଲୋସିଙ୍କୁ ସ୍ଥଳ ଭାଗରେ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରିଛି। ନାନସି ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ସ୍ୱତନ୍ତ୍ର ମିଟିଂ ସ୍ଥଳକୁ ନିଆଯାଇଛି। ଆସନ୍ତାକାଲି ସେ ତାଇୱାନର ରାଷ୍ଟ୍ରପତିଙ୍କୁ ଭେଟିବେ। ଚାଇନାର ବିପଦକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟ ତାଇୱାନର ପୂର୍ବ ଭାଗରେ ୪ଟି ଯୁଦ୍ଧ ଜାହାଜ ମୁତୟନ କରିଛି। ଏୟାକ୍ରାଫ୍ଟ ବ୍ୟାରିୟର ମଧ୍ୟ ଆମେରିକା ସେନା ତାଇୱାନ ସୀମାରେ ମହଜୁଦ କରି ରଖିଛି। ଚାଇନା ମଧ୍ୟ ପଛରେ ପଡ଼ିନି। ତାଇୱାନ ସୀମା ନିକଟରେ ବେଜିଂ ପକ୍ଷରୁ ଯୁଦ୍ଧ ଜାହାଜ ଉଡ଼ା ଯାଇଛି। ସେହିପରି ତାଇୱାନ ସୀମାକୁ ଲାଗି ରହିଥିବା ୬ଟି ରିଜନରେ ଚାଇନା ସେନା ଗୁରୁବାର ଠାରୁ ରବିବାର ଯାଏ ମିଲିଟାରୀ ଡ୍ରିଲ କରିବ ବୋଲି ମଧ୍ୟ ଘୋଷଣା କରିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇ ଯାଇଛି।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

ଅନ୍ୟପଟେ ଆମେରିକା ସାଂସଦ ନାନସୀ ପେଲୋସିଙ୍କ ତାଇଓ୍ବାନ ଗସ୍ତ ଆରମ୍ଭ ହେବା ପରେ ତାହାକୁ ନେଇ ଚୀନ କଡ଼ା ପ୍ରତିକ୍ରିୟା ରଖିଛି । ଚୀନ ପକ୍ଷରୁ ଆମେରିକୀୟ ସାଂସଦଙ୍କ ଗସ୍ତକୁ ନିନ୍ଦା କରି କୁହାଯାଇଛି ଯେ, ଏହାର ପରିଣତି ଆମେରିଆ ଓ ତାଇଓ୍ବାନ ଭୋଗିବେ । ନିଜର ଅଖଣ୍ଡତା ବଜାୟ ରଖିବାକୁ ଚୀନ ସବୁପ୍ରକାର ପଦକ୍ଷେପ ଗ୍ରହଣ କରିବ ।ଏହା ସହିତ ଚୀନ ପକ୍ଷରୁ ତାଇଓ୍ବାନ ଉପକୂଳରେ ଏକ ବୃହତ ସମରାଭ୍ୟାସ କରିବାକୁ ଘୋଷଣା କରାଯାଇଛି । ତାଇଓ୍ବାନକୁ ଘେରି ରହିଥିବା ୬ଟି ଅଂଚଳରେ ଏହି ସମରାଭ୍ୟାସ କରାଯିବ । ଏଥିରେ ଚୀନର ନୌସେନା ଓ ବାୟୁସେନା ଯୋଗ ଦେବେ । ଅନ୍ୟପକ୍ଷରେ ତାଇଓ୍ବାନଉପରେ ଏକ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଚୀନ ପ୍ରସ୍ତୁତ ହେଉଛି । ଅନ୍ୟପକ୍ଷରେ ତାଇଓ୍ବାନକୁ ସୁରକ୍ଷା ଦେବାକୁ ଆମେରିକା ନିଜ ସାମରିକ ବାହିନୀକୁ ପ୍ରସ୍ତୁତ ରଖିଛି । ପେଲୋସିଙ୍କ ଗସ୍ତକୁ ଏକ ବିବାଦ ରୂପ ନ ଦେବାକୁ ଆମେରିକା ପୂର୍ବରୁ ଚୀନକୁ ଚେତାବନୀ ଶୁଣାଇସାରିଛି ।

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଚୀନ ଲଗାତାର ନାନସି ପେଲୋସିଙ୍କ ତାଇୱାନ ଗସ୍ତକୁ ବିରୋଧ କରିଆସୁଥିଲା । ଚୀନ କହିଛି ଆମେରିକା ତାଇୱାନର ବିଚ୍ଛିନତାବାଦକୁ ସମର୍ଥନ କରି ଆମେରିକା ଚୀନ ସହ ସମ୍ପର୍କ ଖରାପ କରିଛି । ନାନସି ପେଲୋସି ତାଇୱାନରେ ପହଞ୍ଚିବା କ୍ଷଣି ଚୀନରେ ଆଲର୍ଟ ଦେଖାଯାଇଥିଲା । ସିଭିଲ ଡିଫେନ୍ସର ଆଲାରାମ ବାଜିଛି । ନାନସି ତାଇୱାନରେ ପହଞ୍ଚିବା ପରେ କହିଛନ୍ତି, ଆମେ କେବଳ ତାଇୱାନ ଗଣତନ୍ତ୍ରକୁ ସମର୍ଥନ କରୁଛୁ । କେହି ଯଦି ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ବିରୋଧରେ ବାହାରିବ ।

ସୂଚନା ଥାଉକି, ଚୀନ ଏବଂ ତାଇୱାନ ମଧ୍ୟରେ ଯୁଦ୍ଧ ବହୁତ ପୂରୁଣା । ୧୯୪୯ରେ କମ୍ୟୁନିଷ୍ଟ ପାର୍ଟି ସିଭିଲ ଯୁଦ୍ଧ ଜିତିଥିଲା । ସେବେଠୁ ଦୁଇ ପ୍ରାନ୍ତ ନିଜେ ନିଜକୁ ଏକ ଦେଶ ବୋଲି ମାନି ଆସୁଛନ୍ତି । ହେଲେ ରାଷ୍ଟ୍ରୀୟ ନେତୃତ୍ୱ କେଉଁ ସରକାର କରିବ ତାକୁ ନେଇ ବିବାଦ ଜାରି ରହିଛି ।  ତାଇୱାନକୁ ଚାଇନା ସବୁବେଳେ ନିଜର କହି ଆସୁଛି। ହେଲେ ଏହାକୁ ସେଠାକାର ଲୋକ ଗ୍ରହଣ କରୁ ନାହାନ୍ତି ଓ ଚାଇନା ବିରୋଧରେ ବିକ୍ଷୋଭ କରୁଛନ୍ତି। ତାଇୱାନ ନିଜେ ସ୍ୱାଧୀନ ଦେଶ ବୋଲି କହୁଛି । ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠୁ ବିବାଦ ଲାଗି ରହିଛି । ଚୀନ ମଧ୍ୟ ତାଇୱାନ ଉପରେ ଆକ୍ରମଣ କରି ନିଜ ଅକ୍ତିଆରକୁ ଆଣିବା ପାଇଁ ପ୍ରସ୍ତୁତି କରି ସାରିଛି । ହେଲେ ଏପଟେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ତାଇୱାନର ସମର୍ଥନରେ ବାହାରି ଚୀନକୁ ବ୍ୟାକଫୁଟକୁ ପଠାଇ ଦେଇଛି । ଏପରି ସ୍ଥିତିରେ ଆଗାମୀ ଦିନରେ ଯୁଦ୍ଧ ହେବ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର