ଅପରେସନ୍‌ ‘ବନ୍ଦର’ : ଶତୃର ଘରେ ପଶି ବିଜୟର ବାନା ଉଡାଇଥିଲା ଭାରତୀୟ ବାୟୁସେନା

The Sakala Picture
Published On

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତୀୟ ବାୟୁସେନା ପାକ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ କରିଥିବା ଏୟାରଷ୍ଟ୍ରାଇକ। ୨୦୧୯ ଫେବୃୟାର ୨୬ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଏହି ଏୟାରଷ୍ଟ୍ରାଇକକୁ ଇତି ମଧ୍ୟରେ ଦୁଇବର୍ଷ ପୂରିଛି। ଶତ୍ରୁ ମାଟିରେ ପ୍ରବେଶ କରି ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଥିଲା। ୨୦୧୯ ଫେବୃଆରୀ ୧୪ ତାରିଖ ଭାରତୀୟମାନଙ୍କ ମନରୁ କେବେ ଲିଭିବନି କାରଣ ଏହିଦିନ ଆତଙ୍କବାଦୀମାନେ […]

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତୀୟ ବାୟୁସେନା ପାକ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ କରିଥିବା ଏୟାରଷ୍ଟ୍ରାଇକ। ୨୦୧୯ ଫେବୃୟାର ୨୬ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଏହି ଏୟାରଷ୍ଟ୍ରାଇକକୁ ଇତି ମଧ୍ୟରେ ଦୁଇବର୍ଷ ପୂରିଛି। ଶତ୍ରୁ ମାଟିରେ ପ୍ରବେଶ କରି ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଥିଲା।

ଆହୁରି ପଢ଼ନ୍ତୁ: ଅପରେସନ୍ ସିନ୍ଦୂରର ପ୍ରଭାବ: ଭାରତର ପ୍ରତିରକ୍ଷା ବ୍ୟୟ ୮.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା, ସିପ୍ରି (SIPRI) ରିପୋର୍ଟ

ଆହୁରି ପଢ଼ନ୍ତୁ: ଓ୍ୱାଶିଂଟନ ଡିସି ମେୟର ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ରିନି ସମ୍ପତ, ରଚିଲେ ଇତିହାସ

୨୦୧୯ ଫେବୃଆରୀ ୧୪ ତାରିଖ ଭାରତୀୟମାନଙ୍କ ମନରୁ କେବେ ଲିଭିବନି କାରଣ ଏହିଦିନ ଆତଙ୍କବାଦୀମାନେ ଖେଳିଥିଲେ ଜାମ୍ମୁ-କାଶ୍ମୀରର ପୁଲୱାମାରେ କରିଥିବା ବିସ୍ଫୋରଣରେ ଭାରତ ହରାଇଥିଲା ତାର ୪୦ ବୀରପୁତ୍ରଙ୍କୁ। ଭାରତର ଏହି ବୀରପୁତ୍ର ଅତି ବିଭତ୍ସ ଭାବେ ବିସ୍ଫୋରଣରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ଉଚିତଦଣ୍ଡ ଦେବା ପାଇଁ ଭାରତୀୟ ବାୟୁସେନା କରିଥିଲା ବାଲାକୋଟ ଏୟାରଷ୍ଟ୍ରାଇକର ପରିକଳ୍ପନା। ଭାରତର ୪୦ ବୀରପୁତ୍ରଙ୍କ ବଦଳରେ ନେଇଥିଲା ୩୦୦ ଆତଙ୍କୀଙ୍କ ମୁଣ୍ଡ। ୧୪ ଫେବୃଆରୀରେ ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ୨୬ ଫେବୃଆରୀରେ ନେଇଥିଲା ଭାରତ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫକୁ ମାତ୍ ଦେଲା ମୋଦୀ ସରକାରଙ୍କ ରଣନୀତି: ୬ ବର୍ଷରେ ୯ଟି ସ୍ୱତନ୍ତ୍ର ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର

ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍ ଅପରେସନର ଅବଧି ଥିଲା ମାତ୍ର ୯୦ ସେକେଣ୍ଡ । ମାତ୍ର ୯୦ ସେକେଣ୍ଡ ମଧ୍ୟରେ ବାଲାକୋଟ ସ୍ଥିତ ଜୈସ୍-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ମିଶନ ପୂରା କରିବା ସହ ନିଜ ଦେଶ ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ।

୨୬ ଫେବ୍ରୁଆରିର ବିଳମ୍ବିତ ରାତ୍ରିରେ ଦେଶର ଆଭ୍ୟନ୍ତରରେ ଥିବା ବାୟୁସେନାର ଭିନ୍ନ ଭିନ୍ନ ଏକାଧିକ ଏୟାର ବେସରୁ ୧୨ଟି ମିରାଜ୍ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲେ । ସର୍ଟକର୍ଟ ଉଡ଼ାଣ ନଭରି ଲମ୍ବା ଉଡ଼ାଣ ଭରି ମିରାଜ୍ ୨୦୦୦ ସବୁ ଯାଇ ପହଞ୍ଚିଥିଲା ଶ୍ରୀନଗରରେ । ଏହି ଅପରେସନର ସାଙ୍କେତିକ ଶବ୍ଦ ରଖା ଯାଇଥିଲା ‘ବନ୍ଦର’ । ଶ୍ରୀନଗରରେ ପହଞ୍ଚିବା ପରେ ସମସ୍ତ ବିମାନର ରେଡିଓ ସିଗନାଲ କନେକ୍ଟିଭିଟିକୁ ବନ୍ଦ କରି ଦିଆ ଯାଇଥିଲା । ପରେ ସମସ୍ତ ମିରାଜ୍ ୨୦୦୦ ବିମାନ ଏକକାଳୀନ ଭାବେ ସୀମା ଅତିକ୍ରମ କରି ପାକିସ୍ତାନର ଖାଇବର୍ ପୋଖତନଓ୍ଵା ପ୍ରୋଭିନ୍ସର ବାଲାକୋଟ୍ ସହର ଅଭିମୁଖେ ଅଗ୍ରସର ହୋଇଥିଲା ।

ପରେ ଠିକ୍ ୩ଟା ୩୦ ମିନିଟରେ ବାଲକୋଟ ସ୍ଥିତ ଜୈସ୍-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ବାୟୁସେନାର ସ୍କାର୍ଡନ୍ ନମ୍ବର ୭ ଓ ସ୍କାର୍ଡନ୍ ନମ୍ବର ୯ର ଦୁଇଟି ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ଜୈସ୍ କ୍ୟାମ୍ପକୁ ଧ୍ୱଂସ କରିବା ସହ ମିଶନ ପୂରା କରି ନିଜ ଦେଶର ସୀମା ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ। ଆଉ ଏହି ଅପରେସନକୁ ପୂରା କରିବାକୁ ଭାରତୀୟ ବାୟୁସେନାକୁ ଲାଗିଥିଲା ମାତ୍ର ୯୦ ସେକେଣ୍ଡ।

26 Feb 2021 By The Sakala

ଅପରେସନ୍‌ ‘ବନ୍ଦର’ : ଶତୃର ଘରେ ପଶି ବିଜୟର ବାନା ଉଡାଇଥିଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତୀୟ ବାୟୁସେନା ପାକ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ କରିଥିବା ଏୟାରଷ୍ଟ୍ରାଇକ। ୨୦୧୯ ଫେବୃୟାର ୨୬ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଏହି ଏୟାରଷ୍ଟ୍ରାଇକକୁ ଇତି ମଧ୍ୟରେ ଦୁଇବର୍ଷ ପୂରିଛି। ଶତ୍ରୁ ମାଟିରେ ପ୍ରବେଶ କରି ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଥିଲା।

୨୦୧୯ ଫେବୃଆରୀ ୧୪ ତାରିଖ ଭାରତୀୟମାନଙ୍କ ମନରୁ କେବେ ଲିଭିବନି କାରଣ ଏହିଦିନ ଆତଙ୍କବାଦୀମାନେ ଖେଳିଥିଲେ ଜାମ୍ମୁ-କାଶ୍ମୀରର ପୁଲୱାମାରେ କରିଥିବା ବିସ୍ଫୋରଣରେ ଭାରତ ହରାଇଥିଲା ତାର ୪୦ ବୀରପୁତ୍ରଙ୍କୁ। ଭାରତର ଏହି ବୀରପୁତ୍ର ଅତି ବିଭତ୍ସ ଭାବେ ବିସ୍ଫୋରଣରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ଉଚିତଦଣ୍ଡ ଦେବା ପାଇଁ ଭାରତୀୟ ବାୟୁସେନା କରିଥିଲା ବାଲାକୋଟ ଏୟାରଷ୍ଟ୍ରାଇକର ପରିକଳ୍ପନା। ଭାରତର ୪୦ ବୀରପୁତ୍ରଙ୍କ ବଦଳରେ ନେଇଥିଲା ୩୦୦ ଆତଙ୍କୀଙ୍କ ମୁଣ୍ଡ। ୧୪ ଫେବୃଆରୀରେ ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ୨୬ ଫେବୃଆରୀରେ ନେଇଥିଲା ଭାରତ।

ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍ ଅପରେସନର ଅବଧି ଥିଲା ମାତ୍ର ୯୦ ସେକେଣ୍ଡ । ମାତ୍ର ୯୦ ସେକେଣ୍ଡ ମଧ୍ୟରେ ବାଲାକୋଟ ସ୍ଥିତ ଜୈସ୍-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ମିଶନ ପୂରା କରିବା ସହ ନିଜ ଦେଶ ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ।

୨୬ ଫେବ୍ରୁଆରିର ବିଳମ୍ବିତ ରାତ୍ରିରେ ଦେଶର ଆଭ୍ୟନ୍ତରରେ ଥିବା ବାୟୁସେନାର ଭିନ୍ନ ଭିନ୍ନ ଏକାଧିକ ଏୟାର ବେସରୁ ୧୨ଟି ମିରାଜ୍ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲେ । ସର୍ଟକର୍ଟ ଉଡ଼ାଣ ନଭରି ଲମ୍ବା ଉଡ଼ାଣ ଭରି ମିରାଜ୍ ୨୦୦୦ ସବୁ ଯାଇ ପହଞ୍ଚିଥିଲା ଶ୍ରୀନଗରରେ । ଏହି ଅପରେସନର ସାଙ୍କେତିକ ଶବ୍ଦ ରଖା ଯାଇଥିଲା ‘ବନ୍ଦର’ । ଶ୍ରୀନଗରରେ ପହଞ୍ଚିବା ପରେ ସମସ୍ତ ବିମାନର ରେଡିଓ ସିଗନାଲ କନେକ୍ଟିଭିଟିକୁ ବନ୍ଦ କରି ଦିଆ ଯାଇଥିଲା । ପରେ ସମସ୍ତ ମିରାଜ୍ ୨୦୦୦ ବିମାନ ଏକକାଳୀନ ଭାବେ ସୀମା ଅତିକ୍ରମ କରି ପାକିସ୍ତାନର ଖାଇବର୍ ପୋଖତନଓ୍ଵା ପ୍ରୋଭିନ୍ସର ବାଲାକୋଟ୍ ସହର ଅଭିମୁଖେ ଅଗ୍ରସର ହୋଇଥିଲା ।

ପରେ ଠିକ୍ ୩ଟା ୩୦ ମିନିଟରେ ବାଲକୋଟ ସ୍ଥିତ ଜୈସ୍-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ବାୟୁସେନାର ସ୍କାର୍ଡନ୍ ନମ୍ବର ୭ ଓ ସ୍କାର୍ଡନ୍ ନମ୍ବର ୯ର ଦୁଇଟି ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ଜୈସ୍ କ୍ୟାମ୍ପକୁ ଧ୍ୱଂସ କରିବା ସହ ମିଶନ ପୂରା କରି ନିଜ ଦେଶର ସୀମା ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ। ଆଉ ଏହି ଅପରେସନକୁ ପୂରା କରିବାକୁ ଭାରତୀୟ ବାୟୁସେନାକୁ ଲାଗିଥିଲା ମାତ୍ର ୯୦ ସେକେଣ୍ଡ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର