ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ : ଜନପଥରେ ଟ୍ରାଫିକ କଟକଣା ଜାରି, ମୋ ବସ୍ ରୁଟରେ ପରିବର୍ତ୍ତନ

The Sakala Picture
Published On

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ରୋଡ ସୋ’ରେ ଯୋଗ ଦେବେ। ଏହି ରୋଡ ସୋ ରାତି ୮.୩୦ଟାରେ ରାଜ୍ୟ କାର୍ଯ୍ୟାଳୟଠାରୁ ବାହାରି ବାଣୀବିହାରଠାରେ ପହଞ୍ଚିବ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଅନ୍ୟ ପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଜି କମାଣ୍ଡୋ। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା […]

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ରୋଡ ସୋ’ରେ ଯୋଗ ଦେବେ। ଏହି ରୋଡ ସୋ ରାତି ୮.୩୦ଟାରେ ରାଜ୍ୟ କାର୍ଯ୍ୟାଳୟଠାରୁ ବାହାରି ବାଣୀବିହାରଠାରେ ପହଞ୍ଚିବ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଅନ୍ୟ ପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଆହୁରି ପଢ଼ନ୍ତୁ: ଲରେନ୍ସ ବିଷ୍ଣୋଇ ସମେତ ୩୭ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଆମେରିକାରେ ଚାର୍ଜସିଟ୍, ୧୦୦୦ କେଜି କୋକେନ୍ ଜବତ

ପୁଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଜି କମାଣ୍ଡୋ। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପୁରା ରୋଡ୍ କଡରେ ଥିବା ପବ୍ଲିକ, ମିଡିଆ ଷ୍ଟେଜ୍, କନେକ୍ଟିଂ ରୋଡ୍, ଟ୍ରାଫିକ୍, ରାସ୍ତାର ଉଭୟ ପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ଟିକନିକ ଯାଞ୍ଚ କରାଯାଇଛି।

ଆହୁରି ପଢ଼ନ୍ତୁ: ଜାପାନରେ ସାଇବର ଆକ୍ରମଣ: ChatGPT ବ୍ୟବହାର କରି ୪୬ ହଜାରରୁ ଅଧିକ ଆକାଉଣ୍ଟ ଡିଲିଟ୍ କଲା ୧୫ ବର୍ଷର ଛାତ୍ର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ। ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡ଼ି ରାସ୍ତାକୁ ଛଡ଼ାଯିବ ନାହିଁ। ରୋଡ୍ ଶୋ’ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ୍ କରାଯିବ। ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ମୁତୟନ ରହିବେ। ୫ ଜଣ ଡିସିପି, ୧୦ ଜଣ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି, ୫୫ ପ୍ଲାଟୁନ ଫୋର୍ସ ସହ ୩ ଆଣ୍ଟି ଟେରର ଫୋର୍ସ ବି ମୁତୟନ ରହିବେ।

ଏଥି ସହିତ ଦିନ ୨ଟାରୁ ସନ୍ଧ୍ୟା ୬ ଯାଏଁ ମୋ ବସର ରୁଟରେ ପରିବର୍ତ୍ତନ କରାଯାଇଛି । ବସ୍ ନଂ-୯,୧୧,୧୨,୧୬,୨୦,୨୫,୨୬,୩୨, ୩୬, ୩୮, ୮୨ ରାଜମହଲ , ଏଜି ଛକ, ଆଚାର୍ଯ୍ୟ ବିହାର ଦେଇ ବାଣୀବିହାର ଯିବ । ଯାତ୍ରୀଙ୍କ ସୁରକ୍ଷା ପାଇଁ CRUT ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

10 May 2024 By The Sakala

ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ : ଜନପଥରେ ଟ୍ରାଫିକ କଟକଣା ଜାରି, ମୋ ବସ୍ ରୁଟରେ ପରିବର୍ତ୍ତନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ରୋଡ ସୋ’ରେ ଯୋଗ ଦେବେ। ଏହି ରୋଡ ସୋ ରାତି ୮.୩୦ଟାରେ ରାଜ୍ୟ କାର୍ଯ୍ୟାଳୟଠାରୁ ବାହାରି ବାଣୀବିହାରଠାରେ ପହଞ୍ଚିବ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଅନ୍ୟ ପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ପୁଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଜି କମାଣ୍ଡୋ। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପୁରା ରୋଡ୍ କଡରେ ଥିବା ପବ୍ଲିକ, ମିଡିଆ ଷ୍ଟେଜ୍, କନେକ୍ଟିଂ ରୋଡ୍, ଟ୍ରାଫିକ୍, ରାସ୍ତାର ଉଭୟ ପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ଟିକନିକ ଯାଞ୍ଚ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ। ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡ଼ି ରାସ୍ତାକୁ ଛଡ଼ାଯିବ ନାହିଁ। ରୋଡ୍ ଶୋ’ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ୍ କରାଯିବ। ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ମୁତୟନ ରହିବେ। ୫ ଜଣ ଡିସିପି, ୧୦ ଜଣ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି, ୫୫ ପ୍ଲାଟୁନ ଫୋର୍ସ ସହ ୩ ଆଣ୍ଟି ଟେରର ଫୋର୍ସ ବି ମୁତୟନ ରହିବେ।

ଏଥି ସହିତ ଦିନ ୨ଟାରୁ ସନ୍ଧ୍ୟା ୬ ଯାଏଁ ମୋ ବସର ରୁଟରେ ପରିବର୍ତ୍ତନ କରାଯାଇଛି । ବସ୍ ନଂ-୯,୧୧,୧୨,୧୬,୨୦,୨୫,୨୬,୩୨, ୩୬, ୩୮, ୮୨ ରାଜମହଲ , ଏଜି ଛକ, ଆଚାର୍ଯ୍ୟ ବିହାର ଦେଇ ବାଣୀବିହାର ଯିବ । ଯାତ୍ରୀଙ୍କ ସୁରକ୍ଷା ପାଇଁ CRUT ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର