ଛତିଶଗଡ଼ ବିଜାପୁରରେ ପୋଲିସ-ମାଓବାଦୀ ଗୁଳିବିନିମୟ: ଦୁର୍ଦ୍ଦାନ୍ତ ମାଓ ନେତା ଉଧମ ସିଂ ନିହତ

Madhusudan Das Picture
Published On

ଛତିଶଗଡ଼: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ଗୁରୁବାର ସକାଳେ ଦକ୍ଷିଣ ବିଜାପୁର ଅଞ୍ଚଳରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ମୃତଦେହ ସହ ଏକ ଏକେ-୪୭ (AK-47) ରାଇଫଲ୍ ମଧ୍ୟ ଜବତ କରାଯାଇଛି। ଅଧିକ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏବେବି ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ସୂଚନା ଅନୁଯାୟୀ, ବିଜାପୁରର ଚିନ୍ନାଗେଲ୍ଲୁର-ତାରେମ୍ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଏହା ପରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRG) ଏବଂ କୋବ୍ରା (CoBRA) ବାହିନୀର ଏକ ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସକାଳ ପ୍ରାୟ ୭.୩୦ ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ, ଯାହାର ପାଲଟା ଜବାବ ଦେଇଥିଲେ ଯବାନମାନେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ନିହତ ମାଓବାଦୀ ଜଣକ ହେଉଛନ୍ତି ଉଧମ ସିଂ। ସେ ମାଓବାଦୀ ସଙ୍ଗଠନର ପ୍ଲାଟୁନ୍ ନମ୍ବର ୩୦ ସହ ଜଡ଼ିତ ଥିଲେ ଏବଂ ଜଣେ ଡିଭିଜନାଲ୍ କମିଟି ମେମ୍ବର (DVCM) ଭାବରେ କାର୍ଯ୍ୟ କରୁଥିଲେ। ଦକ୍ଷିଣ ବସ୍ତର ଅଞ୍ଚଳରେ ସେ ବେଶ୍ ସକ୍ରିୟ ଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ଅପରେସନ୍ ଶେଷ ହେବା ପରେ ତାଙ୍କ ପଦବୀ ଓ ଭୂମିକା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି ପୋଲିସ କହିଛି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

ବର୍ତ୍ତମାନ ସୁଦ୍ଧା ଅପରେସନ୍ ଜାରି ରହିଛି ଏବଂ ଅଞ୍ଚଳରେ ଅଧିକ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ଜଙ୍ଗଲରେ ଅନ୍ୟ କୌଣସି ମାଓବାଦୀ କିମ୍ବା ବିସ୍ଫୋରକ ସାମଗ୍ରୀ ଲୁଚି ରହିଛି କି ନାହିଁ, ସେ ନେଇ ଯବାନମାନେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର