ମହାକାଶ ଭ୍ରମଣ କରିବାକୁ ଟିକଟ ମୂଲ୍ୟ ୨.୮୭ ଲକ୍ଷ ଡଲାର !

The Sakala Picture
Published On

ନୂଆଦିଲ୍ଲୀ: ମହାକାଶ ଭ୍ରମଣ ଏବଂ ମହାକାଶ ପର୍ଯ୍ୟଟନକୁ ନେଇ ଏବେ ବିଶ୍ବସ୍ତରରେ ଏକ ପ୍ରକାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ପୂର୍ବରୁ ଆମାଜନ ମୁଖ୍ୟ ଜେଫ ବେଜୋସ୍‌ ଏବଂ ରିଚାର୍ଡ ବ୍ରାନସନ ଏକ୍ଷେତ୍ରରେ ବହୁ ସଫଳତା ହାସଲ କରିସାରିଛନ୍ତି। ମହାକାଶ ପର୍ଯ୍ୟଟନ ପ୍ରକଳ୍ପକୁ ନେଇ ଚଳିତ ବର୍ଷ ପ୍ରାରମ୍ଭରେ ଜେଫ୍‌ଙ୍କ ‘ବ୍ଳୁ ଅରିଜିନ’ କାର୍ଯ୍ୟକ୍ରମ ୩ଥର ଉଡାଣ ଭରି ସଫଳ ହୋଇଛି। ସେହିପରି ବ୍ରାନସନଙ୍କ ଭର୍ଜିନ ଗାଲାକଟିକ୍‌ ମିଶନ ଆଉଥରେ ମହାକାଶକୁ ଉଡାଣ ପାଇଁ ପ୍ରସ୍ତୁତ ହେଉଛି। ନିଜସ୍ବ […]

ନୂଆଦିଲ୍ଲୀ: ମହାକାଶ ଭ୍ରମଣ ଏବଂ ମହାକାଶ ପର୍ଯ୍ୟଟନକୁ ନେଇ ଏବେ ବିଶ୍ବସ୍ତରରେ ଏକ ପ୍ରକାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ପୂର୍ବରୁ ଆମାଜନ ମୁଖ୍ୟ ଜେଫ ବେଜୋସ୍‌ ଏବଂ ରିଚାର୍ଡ ବ୍ରାନସନ ଏକ୍ଷେତ୍ରରେ ବହୁ ସଫଳତା ହାସଲ କରିସାରିଛନ୍ତି। ମହାକାଶ ପର୍ଯ୍ୟଟନ ପ୍ରକଳ୍ପକୁ ନେଇ ଚଳିତ ବର୍ଷ ପ୍ରାରମ୍ଭରେ ଜେଫ୍‌ଙ୍କ ‘ବ୍ଳୁ ଅରିଜିନ’ କାର୍ଯ୍ୟକ୍ରମ ୩ଥର ଉଡାଣ ଭରି ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଖୋଲାଖୋଲି ମଦ୍ୟପାନକୁ ବିରୋଧ: ଆର୍ମି ବ୍ରିଗେଡିୟର ଓ ତାଙ୍କ ପୁଅଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

ସେହିପରି ବ୍ରାନସନଙ୍କ ଭର୍ଜିନ ଗାଲାକଟିକ୍‌ ମିଶନ ଆଉଥରେ ମହାକାଶକୁ ଉଡାଣ ପାଇଁ ପ୍ରସ୍ତୁତ ହେଉଛି। ନିଜସ୍ବ ସ୍ବତନ୍ତ୍ର ବିକଶିତ ରକେଟ ମାଧ୍ୟମରେ ଏହି ଦୁଇ ଜଣ ସେମାନଙ୍କ ପ୍ରକଳ୍ପକୁ ସାକାର କରିବାରେ ସଫଳ ହୋଇଛନ୍ତି। ହେଲେ ମହାକାଶ ପର୍ଯ୍ୟଟନକୁ ନେଇ ଚୀନ ମଧ୍ୟ ଏହା ଭିତରେ ନିଜର ମିଶନ ଆରମ୍ଭ କରିଦେଇଛି। ୨୦୨୫ ସୁଦ୍ଧା ମହାକାଶକୁ ପର୍ଯ୍ୟଟନ ଫ୍ଲାଇଟ୍‌ ପଠାଇବାକୁ ଚୀନ୍‌ର ନ୍ୟାସନାଲ ସ୍ପେଶ୍‌ ଆଡମିନିଷ୍ଟ୍ରେସନ(ସିଏନଏସଏ) ପ୍ରସ୍ତୁତି ଆରମ୍ଭ କରିଦେଇଛି। ‘ ସବ୍‌ ଅର୍ବିଟାଲ ଫ୍ଳାଇଟ୍‌’ ମାଧ୍ୟମରେ ପର୍ଯ୍ୟଟକକୁ ମହାକାଶ ବୁଲାଇବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏଥିପାଇଁ ଜଣେ ଯାତ୍ରୀଙ୍କୁ ୨ .୮୭ ଲକ୍ଷ ଡଲାର ବା ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ ବୋଲି ସିଏନଏସଏ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସରଣ୍ଡା ଜଙ୍ଗଲରେ ଯବାନ-ମାଓବାଦୀ ଭୟାବହ ଗୁଳି ବିନିମୟ; ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

20 Sep 2022 By The Sakala

ମହାକାଶ ଭ୍ରମଣ କରିବାକୁ ଟିକଟ ମୂଲ୍ୟ ୨.୮୭ ଲକ୍ଷ ଡଲାର !

ନୂଆଦିଲ୍ଲୀ: ମହାକାଶ ଭ୍ରମଣ ଏବଂ ମହାକାଶ ପର୍ଯ୍ୟଟନକୁ ନେଇ ଏବେ ବିଶ୍ବସ୍ତରରେ ଏକ ପ୍ରକାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ପୂର୍ବରୁ ଆମାଜନ ମୁଖ୍ୟ ଜେଫ ବେଜୋସ୍‌ ଏବଂ ରିଚାର୍ଡ ବ୍ରାନସନ ଏକ୍ଷେତ୍ରରେ ବହୁ ସଫଳତା ହାସଲ କରିସାରିଛନ୍ତି। ମହାକାଶ ପର୍ଯ୍ୟଟନ ପ୍ରକଳ୍ପକୁ ନେଇ ଚଳିତ ବର୍ଷ ପ୍ରାରମ୍ଭରେ ଜେଫ୍‌ଙ୍କ ‘ବ୍ଳୁ ଅରିଜିନ’ କାର୍ଯ୍ୟକ୍ରମ ୩ଥର ଉଡାଣ ଭରି ସଫଳ ହୋଇଛି।

ସେହିପରି ବ୍ରାନସନଙ୍କ ଭର୍ଜିନ ଗାଲାକଟିକ୍‌ ମିଶନ ଆଉଥରେ ମହାକାଶକୁ ଉଡାଣ ପାଇଁ ପ୍ରସ୍ତୁତ ହେଉଛି। ନିଜସ୍ବ ସ୍ବତନ୍ତ୍ର ବିକଶିତ ରକେଟ ମାଧ୍ୟମରେ ଏହି ଦୁଇ ଜଣ ସେମାନଙ୍କ ପ୍ରକଳ୍ପକୁ ସାକାର କରିବାରେ ସଫଳ ହୋଇଛନ୍ତି। ହେଲେ ମହାକାଶ ପର୍ଯ୍ୟଟନକୁ ନେଇ ଚୀନ ମଧ୍ୟ ଏହା ଭିତରେ ନିଜର ମିଶନ ଆରମ୍ଭ କରିଦେଇଛି। ୨୦୨୫ ସୁଦ୍ଧା ମହାକାଶକୁ ପର୍ଯ୍ୟଟନ ଫ୍ଲାଇଟ୍‌ ପଠାଇବାକୁ ଚୀନ୍‌ର ନ୍ୟାସନାଲ ସ୍ପେଶ୍‌ ଆଡମିନିଷ୍ଟ୍ରେସନ(ସିଏନଏସଏ) ପ୍ରସ୍ତୁତି ଆରମ୍ଭ କରିଦେଇଛି। ‘ ସବ୍‌ ଅର୍ବିଟାଲ ଫ୍ଳାଇଟ୍‌’ ମାଧ୍ୟମରେ ପର୍ଯ୍ୟଟକକୁ ମହାକାଶ ବୁଲାଇବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏଥିପାଇଁ ଜଣେ ଯାତ୍ରୀଙ୍କୁ ୨ .୮୭ ଲକ୍ଷ ଡଲାର ବା ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ ବୋଲି ସିଏନଏସଏ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର