ଭାରତରେ ହମଲା ପାଇଁ ଆତଙ୍କିଙ୍କୁ ପାକିସ୍ତାନ ସେନା ଓ ଆଇଏସଆଇ ଦେଉଛି ତାଲିମ୍‌, କ୍ୟାମେରା ଆଗରେ ସ୍ୱୀକାର କଲା ଗିରଫ ଆତଙ୍କବାଦୀ ବାବର

The Sakala Picture
Published On

ନୂଆଦିଲ୍ଲୀ : ପାକିସ୍ତାନ ଓ ଆତଙ୍କବାଦର ସମ୍ପର୍କ କାହାକୁ ଅଛପା । ଯେଉଁଠି ଆତଙ୍କବାଦର ନାଁ ଉଠେ ସେଠି ପାକିସ୍ତାନର ନାଁ ବି ଚର୍ଚ୍ଚାକୁ ଆସେ। କିନ୍ତୁ ସର୍ବସମ୍ମୁଖରେ ପାକିସ୍ତାନ ସର୍ବଦା କୁହେ ଆତଙ୍କବାଦୀଙ୍କ ସହ ତାର କରିଛି ସମ୍ପର୍କ ନାହିଁ।କିନ୍ତୁ ଏବେ ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା। କିପରି ଆତଙ୍କବାଦୀଙ୍କୁ ପୃଷ୍ଟ ପୋଷକତା ଦେଉଛି ପାକ୍‌ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେକ୍ଟରରୁ ଧରାପଡ଼ିଥିବା ପାକିସ୍ତାନର […]

ନୂଆଦିଲ୍ଲୀ : ପାକିସ୍ତାନ ଓ ଆତଙ୍କବାଦର ସମ୍ପର୍କ କାହାକୁ ଅଛପା । ଯେଉଁଠି ଆତଙ୍କବାଦର ନାଁ ଉଠେ ସେଠି ପାକିସ୍ତାନର ନାଁ ବି ଚର୍ଚ୍ଚାକୁ ଆସେ। କିନ୍ତୁ ସର୍ବସମ୍ମୁଖରେ ପାକିସ୍ତାନ ସର୍ବଦା କୁହେ ଆତଙ୍କବାଦୀଙ୍କ ସହ ତାର କରିଛି ସମ୍ପର୍କ ନାହିଁ।କିନ୍ତୁ ଏବେ ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା। କିପରି ଆତଙ୍କବାଦୀଙ୍କୁ ପୃଷ୍ଟ ପୋଷକତା ଦେଉଛି ପାକ୍‌ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେକ୍ଟରରୁ ଧରାପଡ଼ିଥିବା ପାକିସ୍ତାନର ୧୯ ବର୍ଷିୟ ଅତଙ୍କବାଦୀ ଅଲି ବାବର।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଭାରତୀୟ ସେନା ପକ୍ଷରୁ ପଚରାଉଚରା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ବାବରକୁ ଅଣା ଯାଇଥିଲା । ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରି ଅଲି ବାବର କହିଛି, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ପାକିସ୍ତାନ ସୈନ୍ୟବାହିନୀ ତାକୁ ତାଲିମ ଦେଇଛନ୍ତି । ଏପରିକି ଆତଙ୍କି ଗୋଷ୍ଠୀ ଅଲ୍‌ କାଏଦର ମଧ୍ୟ ତାକୁ ତାଲିମ ଦେଇଛି । ପାକିସ୍ତାନରେ ସେ ତାଲିମ ପାଇଥିବା ଅଲି ବାବର ସାମ୍ବାଦିକଙ୍କୁ କହିଛି। ଅଲି ବାବରର ସ୍ୱୀକାରୋକ୍ତି ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ଚଳାଇଥିବା ପାକିସ୍ତାନର ମୁଖାକୁ ପୁଣି ଥରେ ପଦାରେ ପକାଇଛି।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଏଥିସହ ଗିରଫ ଆତଙ୍କୀ କହିଛି ଯେ, ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବା ତା’ ପାଇଁ କଷ୍ଟକର ହୋଇପଡିଥିଲା । ସିଆଲକୋଟରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ସେ ଜଣେ ଯୁବକଙ୍କୁ ଭେଟିଥିଲେ, ଯିଏକି ଆଇଏସଆଇ ଓ ଲସ୍କର ପାଇଁ କାମ କରୁଥିଲା। ତା’ ଜରିଆରେ ସେ ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲା । ମୁଜାଫରବାଦରେ ଥିବା ପାକର ସେନା କ୍ୟାମ୍ପରେ ୨୦୧୯ ମସିହାରେ ମୋଟ ୯ଜଣ ଯୁବକଙ୍କୁ ୨୧ ଦିନ ଧରି ତାଲିମ ଦିଆଯାଇଥିଲା। ଗୁଳି ଗୁଳା, ବନ୍ଧୁକ ଚାଲଣା, ଅନୁପ୍ରବେଶ କରିବା ଏବଂ ପରିଚୟ ବଦଳାଇବା ଭଳି ଏକାଧିକ ଗୁଇନ୍ଦାଗିରି ସମ୍ପର୍କରେ ତାକୁ ଟ୍ରେନିଂ ଦିଆଯାଇଥିଲା। ବାବର୍‌କୁ ୨୦ ହଜାର ଦିଆଯାଇଥିବା ବେଳେ ତା’ପରିବାରକୁ ୩୦ ହଜାର ଟଙ୍କା ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି


ଏହାପରେ ସେପ୍ଟେମ୍ବର ୧୮ରେ ଏଲଓସିରେ ବାବାର ଓ ଅନ୍ୟ ୫ ଜଣ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଯାହାକୁ ବିଫଳ କରିଥିଲା ଭାରତୀୟ ସେନା । ସେନାର ସର୍ଚ୍ଚ ଅପରେସନରେ ୪ ଜଣ ଆତଙ୍କୀ ପାକିସ୍ତାନ ଫେରି ଯାଇଥିବାବେଳେ ଅଲ୍ଲୀ ବାବର ଓ ଅନ୍ୟ ଜଣେ ଆତଙ୍କବାଦୀ ୧୦ଦିନ ଧରି ଉରିରେ ଥିବା ଏକ ନଳା ନିକଟରେ ଲୁଚି ରହିଥିଲେ । ତେବେ ସେପ୍ଟେମ୍ବର ୨୫ରେ ଲୁଚି ରହିଥିବା ଅନ୍ୟତମ ଆତଙ୍କବାଦୀକୁ ସେନା ନିହତ କରିଥିଲା । ଭାରତୀୟ ସେନା ଗୁଳିରେ ବାବରର ସହଯୋଗୀ ପ୍ରାଣ ହରାଇବା ପରେ ବାବର ମନରେ ପରିବର୍ତ୍ତନ ଘଟିଥିଲା ଏବଂ ସେ ମଧ୍ୟ ଧରିନେଇଥିଲା ଯେ ଭାରତୀୟ ସେନା ହାତରେ ସେ ବି ମରିଯିବ । ସେଥିପାଇଁ ସେ ଅସ୍ତ୍ରଛାଡିବାକୁ ନିଷ୍ପତ୍ତି ନେଇଥିଲା ଏବଂ  ୨୬ ତାରିଖ ସକାଳେ ଭାରତୀୟ ସେନା ନିକଟରେ ଅଲ୍ଲୀ ବାବର ଆତ୍ମସର୍ମପଣ କରିଥିଲା । ଆତଙ୍କବାଦୀ ବାବର୍‌ ଗିରଫ ପରେ ତା’ଠାରୁ ୭ଟି ଏକେ ସିରିଜ୍, ୯ଟି ପିସ୍ତଲ, ୮୦ ଗ୍ରେନେଡ୍ ଓ ପାକିସ୍ତାନୀ ମୁଦ୍ରା ଜବତ କରାଯାଇଛି। ଗିରଫ ଆତଙ୍କବାଦୀ ନିକଟରୁ ସୀମାପାର ଆତଙ୍କବାଦ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି।

ସୂଚନାଯୋଗ୍ୟ ୨୦୧୬ରେ ଘଟାଇଥିବା ଆକ୍ରମଣ ପରି ପୁଣି ଏକ ଆଟାକ୍ ଲାଗି ଷଡ଼ଯନ୍ତ୍ର କରୁଥିଲେ ଆତଙ୍କବାଦୀ । ଏଥିପାଇଁ ସହାୟତା କରିଥିଲା ପାକିସ୍ତାନ ସେନା । ହେଲେ ସବୁ ଆତଙ୍କୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଥିଲା ଭାରତ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଜାମ୍ମୁ ଓ କାଶ୍ମୀରର ଉରିରୁ ଧରାପଡ଼ିଛି ଲସ୍କର-ଏ-ତୋଇବାର ୧୯ ବର୍ଷୀୟ ଆତଙ୍କବାଦୀ । ଏଥିସହ ସେନା ଅପରେସନ୍‌ରେ ଆଉ ଏକ ଆତଙ୍କୀ ନିହତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର