ଯୁବ ମହିଳା ଡାକ୍ତରଙ୍କୁ ହତ୍ୟା କଲେ ଶିକ୍ଷକ, ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିଲା ପୁଲିସ

The Sakala Picture
Published On

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିଙ୍କୁ ଜଣେ ଡାକ୍ତର ଚିକିତ୍ସା କରୁଥିଲେ ସେହି ଡାକ୍ତରଙ୍କୁ ପୀଡ଼ିତ ହତ୍ୟା କରିବା ଭଳି ଏକ ସ୍ପର୍ଶକାତର ଘଟଣା କେବଳ କେରଳ ନୁହେଁ ବରଂ ସାରା ଦେଶରେ ଉଦ୍‌ବେଗ ସୃଷ୍ଟି କରିଛି। ଏଭଳି ଏକ ଘଟଣା ବୁଧବାର କେରଳର କୋଟ୍ଟାରାକାରା ତାଲୁକ୍‌ରେ ଘଟିଛି। ଏଠାରେ ଚିକିତ୍ସା ପାଇଁ ଅଣାଯାଇଥିବା ଜଣେ ଶିକ୍ଷକ ତାଙ୍କୁ ଚିକିତ୍ସା କରିଥିବା ୨୨ ବର୍ଷୀୟା ଜଣେ ଯୁବ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ଯାହାକି ସାରା କେରଳ ରାଜ୍ୟରେ ହଇଚଇ […]

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିଙ୍କୁ ଜଣେ ଡାକ୍ତର ଚିକିତ୍ସା କରୁଥିଲେ ସେହି ଡାକ୍ତରଙ୍କୁ ପୀଡ଼ିତ ହତ୍ୟା କରିବା ଭଳି ଏକ ସ୍ପର୍ଶକାତର ଘଟଣା କେବଳ କେରଳ ନୁହେଁ ବରଂ ସାରା ଦେଶରେ ଉଦ୍‌ବେଗ ସୃଷ୍ଟି କରିଛି। ଏଭଳି ଏକ ଘଟଣା ବୁଧବାର କେରଳର କୋଟ୍ଟାରାକାରା ତାଲୁକ୍‌ରେ ଘଟିଛି। ଏଠାରେ ଚିକିତ୍ସା ପାଇଁ ଅଣାଯାଇଥିବା ଜଣେ ଶିକ୍ଷକ ତାଙ୍କୁ ଚିକିତ୍ସା କରିଥିବା ୨୨ ବର୍ଷୀୟା ଜଣେ ଯୁବ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ଯାହାକି ସାରା କେରଳ ରାଜ୍ୟରେ ହଇଚଇ ସୃଷ୍ଟି କରିବା ସହିତ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଇଛି। ମିଳିଥିବା କବର ଅନୁସାରେ ,ବୁଧବାର କେରଳ କୋଟ୍ଟାରାକାରା ତାଲୁକ ହସ୍ପିଟାଲକୁ ଜଣେ ବ୍ୟକ୍ତିଙ୍କୁ ସେଠାକାର ପୁଲିସ ଚିକିତ୍ସା ପାଇଁ ଆଣିଥିଲା।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

ସଂପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକେ ଆକ୍ରମଣ କରିଥିବାରୁ ସେମାନଙ୍କ ହାତରୁ ବଞ୍ଚାଇବା ପାଇଁ ସଂପୃକ୍ତ ବ୍ୟକ୍ତି ଜଣକ ପୁଲିସକୁ ଫୋନରେ କହିବା ପରେ ପୁଲିସ ତାଙ୍କ ଘରେ ପହଞ୍ଚିଥିଲା। ଯେତେବେଳେ ପୁଲିସ ତାଙ୍କ ଘରେ ପହଞ୍ଚିଥିଲା ସେତେବେଳେ ବ୍ୟକ୍ତି ଜଣକ କ୍ଷତାକ୍ତ ହୋଇଥିବା ଦେଖିବାକୁ ପାଇଥିଲା। ତାଙ୍କର ବାମ ଗୋଡ଼ରେ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ତାଲୁକ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ପ୍ରକୃତ​‌ରେ ଏହି ବ୍ୟକ୍ତି ଜଣକ ମଦ ନିଶାରେ ପରିବାର ସହ ଝଗଡ଼ା କରିଥିଲେ ଏବଂ ନିଜେ ହିଁ ଆହତ ହୋଇଥିଲେ ବୋଲି ଜଣାପଡ଼ିଥିଲା। ତେବେ ହସ୍ପିଟାଲରେ ବନ୍ଦନା ଦାସ ନାମ୍ନୀ ଜଣେ ୨୨ ବର୍ଷୀୟ ମହିଳା ଡାକ୍ତର ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ଚିକିତ୍ସା କରିବା ସମୟରେ ଅଚାନକ ଭାବେ ବ୍ୟକ୍ତି ଜଣକ ତାଙ୍କୁ ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

ସେ ବନ୍ଦନାଙ୍କୁ ଏକ ଛୁରୀ ଏକ କଇଁଚିରେ ଆକ୍ରମଣ କରିଥିବା କୁହାଯାଇଛି। ଡ୍ରେସିଂ ରୁମ୍‌କୁ ପୁଲିସକୁ ଯିବାକୁ ଅନୁମତି ନଥିଲା। ତେଣୁ କେବଳ ଡାକ୍ତର ହିଁ ତାଙ୍କ ପାଖରେ ଥିଲେ। ଆକ୍ରମଣ ପରେ ଡାକ୍ତର ଜଣକ ବାହାରକୁ ଦୌଡ଼ି ପଳାଇଯାଇଥିଲେ। କାରଣ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଏହି ବ୍ୟକ୍ତି ପଛାଇ ନଥିଲେ। ଏପରିକି ପୁଲିସ ଉପରକୁ ମଧ୍ୟ ସେ ଆକ୍ରମଣ କରିଥିଲେ। ତେବେ ଆକ୍ରମଣରେ ମହିଳା ଡାକ୍ତର ବନ୍ଦନା ଗୁରୁତର ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

11 May 2023 By The Sakala

ଯୁବ ମହିଳା ଡାକ୍ତରଙ୍କୁ ହତ୍ୟା କଲେ ଶିକ୍ଷକ, ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିଲା ପୁଲିସ

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିଙ୍କୁ ଜଣେ ଡାକ୍ତର ଚିକିତ୍ସା କରୁଥିଲେ ସେହି ଡାକ୍ତରଙ୍କୁ ପୀଡ଼ିତ ହତ୍ୟା କରିବା ଭଳି ଏକ ସ୍ପର୍ଶକାତର ଘଟଣା କେବଳ କେରଳ ନୁହେଁ ବରଂ ସାରା ଦେଶରେ ଉଦ୍‌ବେଗ ସୃଷ୍ଟି କରିଛି। ଏଭଳି ଏକ ଘଟଣା ବୁଧବାର କେରଳର କୋଟ୍ଟାରାକାରା ତାଲୁକ୍‌ରେ ଘଟିଛି। ଏଠାରେ ଚିକିତ୍ସା ପାଇଁ ଅଣାଯାଇଥିବା ଜଣେ ଶିକ୍ଷକ ତାଙ୍କୁ ଚିକିତ୍ସା କରିଥିବା ୨୨ ବର୍ଷୀୟା ଜଣେ ଯୁବ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ଯାହାକି ସାରା କେରଳ ରାଜ୍ୟରେ ହଇଚଇ ସୃଷ୍ଟି କରିବା ସହିତ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଇଛି। ମିଳିଥିବା କବର ଅନୁସାରେ ,ବୁଧବାର କେରଳ କୋଟ୍ଟାରାକାରା ତାଲୁକ ହସ୍ପିଟାଲକୁ ଜଣେ ବ୍ୟକ୍ତିଙ୍କୁ ସେଠାକାର ପୁଲିସ ଚିକିତ୍ସା ପାଇଁ ଆଣିଥିଲା।

ସଂପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକେ ଆକ୍ରମଣ କରିଥିବାରୁ ସେମାନଙ୍କ ହାତରୁ ବଞ୍ଚାଇବା ପାଇଁ ସଂପୃକ୍ତ ବ୍ୟକ୍ତି ଜଣକ ପୁଲିସକୁ ଫୋନରେ କହିବା ପରେ ପୁଲିସ ତାଙ୍କ ଘରେ ପହଞ୍ଚିଥିଲା। ଯେତେବେଳେ ପୁଲିସ ତାଙ୍କ ଘରେ ପହଞ୍ଚିଥିଲା ସେତେବେଳେ ବ୍ୟକ୍ତି ଜଣକ କ୍ଷତାକ୍ତ ହୋଇଥିବା ଦେଖିବାକୁ ପାଇଥିଲା। ତାଙ୍କର ବାମ ଗୋଡ଼ରେ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ତାଲୁକ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ପ୍ରକୃତ​‌ରେ ଏହି ବ୍ୟକ୍ତି ଜଣକ ମଦ ନିଶାରେ ପରିବାର ସହ ଝଗଡ଼ା କରିଥିଲେ ଏବଂ ନିଜେ ହିଁ ଆହତ ହୋଇଥିଲେ ବୋଲି ଜଣାପଡ଼ିଥିଲା। ତେବେ ହସ୍ପିଟାଲରେ ବନ୍ଦନା ଦାସ ନାମ୍ନୀ ଜଣେ ୨୨ ବର୍ଷୀୟ ମହିଳା ଡାକ୍ତର ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ଚିକିତ୍ସା କରିବା ସମୟରେ ଅଚାନକ ଭାବେ ବ୍ୟକ୍ତି ଜଣକ ତାଙ୍କୁ ଆକ୍ରମଣ କରିଥିଲେ।

ସେ ବନ୍ଦନାଙ୍କୁ ଏକ ଛୁରୀ ଏକ କଇଁଚିରେ ଆକ୍ରମଣ କରିଥିବା କୁହାଯାଇଛି। ଡ୍ରେସିଂ ରୁମ୍‌କୁ ପୁଲିସକୁ ଯିବାକୁ ଅନୁମତି ନଥିଲା। ତେଣୁ କେବଳ ଡାକ୍ତର ହିଁ ତାଙ୍କ ପାଖରେ ଥିଲେ। ଆକ୍ରମଣ ପରେ ଡାକ୍ତର ଜଣକ ବାହାରକୁ ଦୌଡ଼ି ପଳାଇଯାଇଥିଲେ। କାରଣ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଏହି ବ୍ୟକ୍ତି ପଛାଇ ନଥିଲେ। ଏପରିକି ପୁଲିସ ଉପରକୁ ମଧ୍ୟ ସେ ଆକ୍ରମଣ କରିଥିଲେ। ତେବେ ଆକ୍ରମଣରେ ମହିଳା ଡାକ୍ତର ବନ୍ଦନା ଗୁରୁତର ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର