ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା : ପ୍ରସ୍ତୁତ କଲେ ୧୦୦ ଟଙ୍କିଆ କର୍କଟ ଔଷଧ

The Sakala Picture
Published On

ମୁମ୍ବାଇ : କର୍କଟ ଚିକିତ୍ସାରେ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା ମିଳିଛି। ଦ୍ବିତୀୟ ଥର ଯେପରି ଏହି ରୋଗ ନ ହେବ ତାହାର ଚିକିତ୍ସା ଅନୁସନ୍ଧାନ କରିଥିବା ଦାବି କରାଯାଇଛି। ଏହି ପ୍ରତିଷ୍ଠାନର ଡାକ୍ତର ଏବଂ ଗବେଷକମାନେ ୧୦ ବର୍ଷ ପର୍ଯ୍ୟନ୍ତ ଗବେଷଣା କରି ଏକ ବଟିକା ପ୍ରସ୍ତୁତ କରିଛନ୍ତି। ଏହି ଔଷଧ ସେବନ କଲେ ଦ୍ବିତୀୟ ଥର କର୍କଟ ରୋଗ ହେବ ନାହିଁ। କେବଳ ସେତିକି ନୁହେଁ ଏହି ଔଷଧ ବିକିରଣ ଏବଂ କେମୋଥେରାପିର […]

ମୁମ୍ବାଇ : କର୍କଟ ଚିକିତ୍ସାରେ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା ମିଳିଛି। ଦ୍ବିତୀୟ ଥର ଯେପରି ଏହି ରୋଗ ନ ହେବ ତାହାର ଚିକିତ୍ସା ଅନୁସନ୍ଧାନ କରିଥିବା ଦାବି କରାଯାଇଛି। ଏହି ପ୍ରତିଷ୍ଠାନର ଡାକ୍ତର ଏବଂ ଗବେଷକମାନେ ୧୦ ବର୍ଷ ପର୍ଯ୍ୟନ୍ତ ଗବେଷଣା କରି ଏକ ବଟିକା ପ୍ରସ୍ତୁତ କରିଛନ୍ତି। ଏହି ଔଷଧ ସେବନ କଲେ ଦ୍ବିତୀୟ ଥର କର୍କଟ ରୋଗ ହେବ ନାହିଁ। କେବଳ ସେତିକି ନୁହେଁ ଏହି ଔଷଧ ବିକିରଣ ଏବଂ କେମୋଥେରାପିର ଚିକିତ୍ସା ଜନିତ ପାର୍ଶ୍ବ ପ୍ରତିକ୍ରିୟାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଦେବ। ଆଗାମୀ ଦିନରେ ଏହି ଔଷଧ ସବୁଠି ଉପଲବ୍ଧ ହେବ। ଏହା ମାତ୍ର ୧୦୦ ଟଙ୍କାରେ ମିଳିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ଟାଟା ମେମୋରିଆଲ ହସ୍ପିଟାଲର ବରିଷ୍ଠ କର୍କଟ ଚିକିତ୍ସକ ଡ. ରାଜେନ୍ଦ୍ର ବଡଭେ ଏହି ଗବେଷଣାରେ ସାମିଲ ଥିଲେ। ସେ କହିଛନ୍ତି ଯେ ଗବେଷଣା ପାଇଁ ମନୁଷ୍ୟର କର୍କଟ କୋଷିକାକୁ ମୂଷାଠାରେ ପ୍ରୟୋଗ କରାଯାଇଥିଲା। ପରେ ବିକିରିଣ ଥେରାପି, କେମୋଥେରାପି ଏବଂ ଅସ୍ତ୍ରୋପଚାର ମାଧ୍ୟମରେ ମୂଷାଙ୍କୁ ଚିକିତ୍ସା କରାଯାଇଥିଲା।କର୍କଟ କୋଷିକାଗୁଡିକ ମରିଯିବା ପରେ ଏହା ଛୋଟ ଛୋଟ କଣିକା ‘କ୍ରୋମାଟିନ ପାର୍ଟିକିଲ୍ସ’ରେ ପରିଣତ ହୋଇଥାଏ। ଏହା ରକ୍ତପ୍ରବାହ ମାଧ୍ୟମରେ ଅନ୍ୟ ଅଙ୍ଗରେ ପହଞ୍ଚି କର୍କଟ ସୃଷ୍ଟି କରିଥାଏ। ଆଉ କିଛି କ୍ରୋମାଟିନ ପାର୍ଟିକିଲ୍ସ ସୁସ୍ଥ ଗୁଣସୂତ୍ର ସହ ମିଶି ପୁଣି କର୍କଟର କାରଣ ପାଲଟି ଥାଏ। ଏହି ସମସ୍ୟାର ସମାଧାନ ଲାଗି ଡାକ୍ତର ମୂଷାକୁ ରେସଭେରାଟ୍ରୋଲ ଏବଂ କପର (ଆର+ସିୟୁ) ସହିତ ପ୍ରି-ଅକ୍ସିଡାଣ୍ଟ ଦିଆଯାଇଥିଲା। (ଆର+ସିୟୁ) ଅକ୍ସିଜେନ ରାଡିକାଲ୍‌ ସୃଷ୍ଟି କରିଥାଏ। ଏହା କ୍ରୋମାଟିନ କଣିକାକୁ ନଷ୍ଟ କରିଦେଇଥାଏ। ଏହି ପ୍ରକ୍ରିୟା କେମୋଥେରାପିର ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିଥାଏ। ଏହି ଔଷଧ ୧୦୦ ଟଙ୍କାରେ ଉପଲବ୍ଧ। ଏହା କର୍କଟର ସବୁଠାରୁ ଶସ୍ତା ଚିକିତ୍ସା ହେବ। ଏହି ବଟିକାକୁ ମଞ୍ଜୁରି ଦେବା ପାଇଁ ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି (ଏଫଏସଏସଏଆଇ)କୁ ଆବେଦନ କରାଯାଇଛି।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

28 Feb 2024 By The Sakala

ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା : ପ୍ରସ୍ତୁତ କଲେ ୧୦୦ ଟଙ୍କିଆ କର୍କଟ ଔଷଧ

ମୁମ୍ବାଇ : କର୍କଟ ଚିକିତ୍ସାରେ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା ମିଳିଛି। ଦ୍ବିତୀୟ ଥର ଯେପରି ଏହି ରୋଗ ନ ହେବ ତାହାର ଚିକିତ୍ସା ଅନୁସନ୍ଧାନ କରିଥିବା ଦାବି କରାଯାଇଛି। ଏହି ପ୍ରତିଷ୍ଠାନର ଡାକ୍ତର ଏବଂ ଗବେଷକମାନେ ୧୦ ବର୍ଷ ପର୍ଯ୍ୟନ୍ତ ଗବେଷଣା କରି ଏକ ବଟିକା ପ୍ରସ୍ତୁତ କରିଛନ୍ତି। ଏହି ଔଷଧ ସେବନ କଲେ ଦ୍ବିତୀୟ ଥର କର୍କଟ ରୋଗ ହେବ ନାହିଁ। କେବଳ ସେତିକି ନୁହେଁ ଏହି ଔଷଧ ବିକିରଣ ଏବଂ କେମୋଥେରାପିର ଚିକିତ୍ସା ଜନିତ ପାର୍ଶ୍ବ ପ୍ରତିକ୍ରିୟାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଦେବ। ଆଗାମୀ ଦିନରେ ଏହି ଔଷଧ ସବୁଠି ଉପଲବ୍ଧ ହେବ। ଏହା ମାତ୍ର ୧୦୦ ଟଙ୍କାରେ ମିଳିବ।

ଟାଟା ମେମୋରିଆଲ ହସ୍ପିଟାଲର ବରିଷ୍ଠ କର୍କଟ ଚିକିତ୍ସକ ଡ. ରାଜେନ୍ଦ୍ର ବଡଭେ ଏହି ଗବେଷଣାରେ ସାମିଲ ଥିଲେ। ସେ କହିଛନ୍ତି ଯେ ଗବେଷଣା ପାଇଁ ମନୁଷ୍ୟର କର୍କଟ କୋଷିକାକୁ ମୂଷାଠାରେ ପ୍ରୟୋଗ କରାଯାଇଥିଲା। ପରେ ବିକିରିଣ ଥେରାପି, କେମୋଥେରାପି ଏବଂ ଅସ୍ତ୍ରୋପଚାର ମାଧ୍ୟମରେ ମୂଷାଙ୍କୁ ଚିକିତ୍ସା କରାଯାଇଥିଲା।କର୍କଟ କୋଷିକାଗୁଡିକ ମରିଯିବା ପରେ ଏହା ଛୋଟ ଛୋଟ କଣିକା ‘କ୍ରୋମାଟିନ ପାର୍ଟିକିଲ୍ସ’ରେ ପରିଣତ ହୋଇଥାଏ। ଏହା ରକ୍ତପ୍ରବାହ ମାଧ୍ୟମରେ ଅନ୍ୟ ଅଙ୍ଗରେ ପହଞ୍ଚି କର୍କଟ ସୃଷ୍ଟି କରିଥାଏ। ଆଉ କିଛି କ୍ରୋମାଟିନ ପାର୍ଟିକିଲ୍ସ ସୁସ୍ଥ ଗୁଣସୂତ୍ର ସହ ମିଶି ପୁଣି କର୍କଟର କାରଣ ପାଲଟି ଥାଏ। ଏହି ସମସ୍ୟାର ସମାଧାନ ଲାଗି ଡାକ୍ତର ମୂଷାକୁ ରେସଭେରାଟ୍ରୋଲ ଏବଂ କପର (ଆର+ସିୟୁ) ସହିତ ପ୍ରି-ଅକ୍ସିଡାଣ୍ଟ ଦିଆଯାଇଥିଲା। (ଆର+ସିୟୁ) ଅକ୍ସିଜେନ ରାଡିକାଲ୍‌ ସୃଷ୍ଟି କରିଥାଏ। ଏହା କ୍ରୋମାଟିନ କଣିକାକୁ ନଷ୍ଟ କରିଦେଇଥାଏ। ଏହି ପ୍ରକ୍ରିୟା କେମୋଥେରାପିର ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିଥାଏ। ଏହି ଔଷଧ ୧୦୦ ଟଙ୍କାରେ ଉପଲବ୍ଧ। ଏହା କର୍କଟର ସବୁଠାରୁ ଶସ୍ତା ଚିକିତ୍ସା ହେବ। ଏହି ବଟିକାକୁ ମଞ୍ଜୁରି ଦେବା ପାଇଁ ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି (ଏଫଏସଏସଏଆଇ)କୁ ଆବେଦନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର