ତାଇୱାନରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

The Sakala Picture
Published On

ନୂଆଦିଲ୍ଲୀ: ତାଇୱାନରେ ଶକ୍ତିଶାଳୀ ଭୂକମ୍ପ । ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ମିନିଟରେ ତାଇୱାନରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ କିଛି କିଛି ସମୟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହେଉଥିଲା। ସେଥିମଧ୍ୟରୁ କିଛି ହାଲକା ଝଟକା ଥିବା ବେଳେ ଶକ୍ତିଶାଳୀ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ଭୂକମ୍ପ ଯୋଗୁ ତାଇୱାନର ବହୁ ପ୍ରତିଷ୍ଠାନ […]

ନୂଆଦିଲ୍ଲୀ: ତାଇୱାନରେ ଶକ୍ତିଶାଳୀ ଭୂକମ୍ପ । ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ମିନିଟରେ ତାଇୱାନରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ କିଛି କିଛି ସମୟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହେଉଥିଲା। ସେଥିମଧ୍ୟରୁ କିଛି ହାଲକା ଝଟକା ଥିବା ବେଳେ ଶକ୍ତିଶାଳୀ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ଭୂକମ୍ପ ଯୋଗୁ ତାଇୱାନର ବହୁ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ବହୁ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ରାସ୍ତା ଆଡ଼କୁ ଢଳି କି ରହିଛି। ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସୂଚନା ମିଳି ନ ଥିବା ବେଳେ ସେନା ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ତାଇୱାନର ଭୂକମ୍ପ ଝଟକା ଜାପାନ, ଚୀପ ଓ ଫିଲିପାଇନ୍ସରେ ବି ଅନୁଭୂତ ହୋଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଭୂକମ୍ପର କେନ୍ଦ୍ରସ୍ଥଳୀ ହୁଲିଏନରେ ୫ କିମି ଗଭୀରରେ ଥିବା ଜଣାଯାଇଛି। ଗତକାଲି ରାତିରେ ମାତ୍ର ୯ ମିନିଟ୍‌ ମଧ୍ୟରେ ହୁଲିଏନର ବିଭିନ୍ନ ସ୍ଥାନରେ ୫ ଥର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

 

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର