ସୁପ୍ରିମକୋର୍ଟରେ ହେବ ‘ଗ୍ରୀନ ବେଞ୍ଚ’

The Sakala Picture
Published On

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ ‘ଗ୍ରୀନ ବେଞ୍ଚ’ (ସବୁଜ ଖଣ୍ଡପୀଠ) ହେବାକୁ ଯାଉଛି। ସେ ଓକିଲମାନଙ୍କୁ କୌଣସି କାଗଜପତ୍ର କିମ୍ବା ଭୌତିକ ଦଲିଲ୍‌ ଦାଖଲ ନ କରିବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣିରେ କାଗଜ ନ ଆଣି ଆସିବାକୁ ନିବେଦନ କରିଛନ୍ତି। ସେ ଯୁକ୍ତି ପାଇଁ ଜ୍ଞାନକୌଶଳର ସାହାଯ୍ୟ ନେବାକୁ ପରାମର୍ଶ ଦେଇଛନ୍ତି। ତେବେ ଜଣେ ଓକିଲ ଏଥିରେ ସମସ୍ୟା ହେବ କହିଥିଲେ। ଏହାର ଉତ୍ତରରେ ଜଷ୍ଟିସ ଚନ୍ଦ୍ରଚୂଡ […]

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ ‘ଗ୍ରୀନ ବେଞ୍ଚ’ (ସବୁଜ ଖଣ୍ଡପୀଠ) ହେବାକୁ ଯାଉଛି। ସେ ଓକିଲମାନଙ୍କୁ କୌଣସି କାଗଜପତ୍ର କିମ୍ବା ଭୌତିକ ଦଲିଲ୍‌ ଦାଖଲ ନ କରିବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣିରେ କାଗଜ ନ ଆଣି ଆସିବାକୁ ନିବେଦନ କରିଛନ୍ତି। ସେ ଯୁକ୍ତି ପାଇଁ ଜ୍ଞାନକୌଶଳର ସାହାଯ୍ୟ ନେବାକୁ ପରାମର୍ଶ ଦେଇଛନ୍ତି। ତେବେ ଜଣେ ଓକିଲ ଏଥିରେ ସମସ୍ୟା ହେବ କହିଥିଲେ। ଏହାର ଉତ୍ତରରେ ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ ଯେ ସୁପ୍ରିମକୋର୍ଟ ଯଦି ଆପଣ କୋର୍ଟରେ ଯୁକ୍ତି କରିପାରୁଛନ୍ତି ତେବେ ଏହାକୁ ମଧ୍ୟ ସହଜରେ ଆପଣାଇ ପାରିବେ। ରେଜିଷ୍ଟ୍ରା ଏବଂ ଆଇଟି ସେଲ୍‌ର ଅଧିକାରୀମାନେ ଜ୍ଞାନକୌଶଳରେ ପାରଦର୍ଶିତା ଲାଭ କରିଛନ୍ତି। ସେମାନେ ଏ ନେଇ ଓକିଲମାନଙ୍କୁ ପ୍ରଶିକ୍ଷଣ ଦେବେ।

ଆହୁରି ପଢ଼ନ୍ତୁ: ପାସପୋର୍ଟ ନୁହେଁ ନାଗରିକତାର ପ୍ରମାଣ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ସରକାର

ଶନିବାର ଜ୍ଞାନକୌଶଳ ମାଧ୍ୟମରେ କେମିତି ଯୁକ୍ତି କରାଯାଏ, ତାହା ଶିଖାଇବେ। ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଏମଆର ଶାହା, ଜଷ୍ଟିସ କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପିଏସ୍‌ ନରସିଂହାଙ୍କ ଖଣ୍ଡପୀଠ ବୁଧବାର ରାଷ୍ଟ୍ରୀୟ ରାଜଧାନୀରେ ପ୍ରଶାସନିକ ସେବାର ନିୟନ୍ତ୍ରଣକୁ ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାରି ବିବାଦର ଶୁଣାଣି କରି ଏହା କହିଥିଲେ। ଶୁଣାଣିକୁ କାଗଜ ବିହୀନ କରିବା ପାଇଁ ଖଣ୍ଡପୀଠ ଏବଂ ଅନ୍ୟ ପକ୍ଷକାରଙ୍କୁ ସ୍କାନ କପି ଦେବାକୁ ରେଜିଷ୍ଟ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖଣ୍ଡପୀଠ ଦିଲ୍ଲୀ-ଏଲ୍‌ଜି ମାମଲା ବ୍ୟତୀତ ଶିବସେନା ବିବାଦ, ନାଗରିକତା ଆଇନର ଧାରା ୬ଏକୁ ଚ୍ୟାଲେଞ୍ଜ ଏବଂ ଧାରା ୩୩୪ରେ ଲୋକସଭା ଏବଂ ବିଧାନସଭାରେ ଏସ୍‌ସି/ଏସ୍‌ଟିଙ୍କୁ ଦିଆଯାଇଥିବା ସଂରକ୍ଷଣ ସମ୍ବନ୍ଧିତ ମାମଲାର ଶୁଣାଣି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଇରାନର ଡ୍ରୋନ୍ ଆକ୍ରମଣ ପରେ ହରମୁଜ୍ ପ୍ରଣାଳୀରେ ଜାତିସଂଘର ଉଦ୍ଧାର କାର୍ଯ୍ୟ ସ୍ଥଗିତ, ୧୧,୦୦୦ ନାବିକଙ୍କ ଜୀବନ ସଙ୍କଟରେ

08 Sep 2022 By The Sakala

ସୁପ୍ରିମକୋର୍ଟରେ ହେବ ‘ଗ୍ରୀନ ବେଞ୍ଚ’

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ ‘ଗ୍ରୀନ ବେଞ୍ଚ’ (ସବୁଜ ଖଣ୍ଡପୀଠ) ହେବାକୁ ଯାଉଛି। ସେ ଓକିଲମାନଙ୍କୁ କୌଣସି କାଗଜପତ୍ର କିମ୍ବା ଭୌତିକ ଦଲିଲ୍‌ ଦାଖଲ ନ କରିବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣିରେ କାଗଜ ନ ଆଣି ଆସିବାକୁ ନିବେଦନ କରିଛନ୍ତି। ସେ ଯୁକ୍ତି ପାଇଁ ଜ୍ଞାନକୌଶଳର ସାହାଯ୍ୟ ନେବାକୁ ପରାମର୍ଶ ଦେଇଛନ୍ତି। ତେବେ ଜଣେ ଓକିଲ ଏଥିରେ ସମସ୍ୟା ହେବ କହିଥିଲେ। ଏହାର ଉତ୍ତରରେ ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ ଯେ ସୁପ୍ରିମକୋର୍ଟ ଯଦି ଆପଣ କୋର୍ଟରେ ଯୁକ୍ତି କରିପାରୁଛନ୍ତି ତେବେ ଏହାକୁ ମଧ୍ୟ ସହଜରେ ଆପଣାଇ ପାରିବେ। ରେଜିଷ୍ଟ୍ରା ଏବଂ ଆଇଟି ସେଲ୍‌ର ଅଧିକାରୀମାନେ ଜ୍ଞାନକୌଶଳରେ ପାରଦର୍ଶିତା ଲାଭ କରିଛନ୍ତି। ସେମାନେ ଏ ନେଇ ଓକିଲମାନଙ୍କୁ ପ୍ରଶିକ୍ଷଣ ଦେବେ।

ଶନିବାର ଜ୍ଞାନକୌଶଳ ମାଧ୍ୟମରେ କେମିତି ଯୁକ୍ତି କରାଯାଏ, ତାହା ଶିଖାଇବେ। ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଏମଆର ଶାହା, ଜଷ୍ଟିସ କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପିଏସ୍‌ ନରସିଂହାଙ୍କ ଖଣ୍ଡପୀଠ ବୁଧବାର ରାଷ୍ଟ୍ରୀୟ ରାଜଧାନୀରେ ପ୍ରଶାସନିକ ସେବାର ନିୟନ୍ତ୍ରଣକୁ ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାରି ବିବାଦର ଶୁଣାଣି କରି ଏହା କହିଥିଲେ। ଶୁଣାଣିକୁ କାଗଜ ବିହୀନ କରିବା ପାଇଁ ଖଣ୍ଡପୀଠ ଏବଂ ଅନ୍ୟ ପକ୍ଷକାରଙ୍କୁ ସ୍କାନ କପି ଦେବାକୁ ରେଜିଷ୍ଟ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖଣ୍ଡପୀଠ ଦିଲ୍ଲୀ-ଏଲ୍‌ଜି ମାମଲା ବ୍ୟତୀତ ଶିବସେନା ବିବାଦ, ନାଗରିକତା ଆଇନର ଧାରା ୬ଏକୁ ଚ୍ୟାଲେଞ୍ଜ ଏବଂ ଧାରା ୩୩୪ରେ ଲୋକସଭା ଏବଂ ବିଧାନସଭାରେ ଏସ୍‌ସି/ଏସ୍‌ଟିଙ୍କୁ ଦିଆଯାଇଥିବା ସଂରକ୍ଷଣ ସମ୍ବନ୍ଧିତ ମାମଲାର ଶୁଣାଣି କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର